Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା, ଦ୍ବିତୀୟରେ ନୟାଗଡ
ବିଶେଷ ଖବର

ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା, ଦ୍ବିତୀୟରେ ନୟାଗଡ

December 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରାଣୀସଂପଦ
ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା, ଦ୍ବିତୀୟରେ ନୟାଗଡ

ଭୁବନେଶ୍ବର: ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଆୟବୃଦ୍ଧି ନିମନ୍ତେ କୃଷି କାର୍ଯ୍ୟ ସହିତ ମାଛଚାଷ ଓ ପ୍ରାଣୀପାଳନର ଆବଶ୍ୟକତା ରହିଛି । ଏହି କ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି।

ଏହା ଦ୍ୱାରା ବର୍ଷସାରା ରୋଜଗାର ମିଳିବା ସହିତ ନିରନ୍ତର ଆୟର ଉତ୍ସ ସୃଷ୍ଟି ହୋଇଥାଏ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଗତକାଲି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ ବିଗତ ଦୁଇଦଶନ୍ଧିରେ ରାଜ୍ୟରେ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ମାଛ ଉତ୍ପାଦନରେ ଓଡ଼ିଶା ଭାରତବର୍ଷରେ ଚତୁର୍ଥ ସ୍ଥାନ ଅଧିକାର କରିଛି।

ତେବେ ବୈଜ୍ଞାନିକ ପଦ୍ଧତି ଓ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ରାଜ୍ୟରେ ଉପଲବ୍ଧ ଜଳଉତ୍ସରୁ ବିପୁଳ ପରିମାଣର ମାଛ ଉତ୍ପାଦନ କରିବାର ସୁଯୋଗ ରହିଛି। ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତିରେ ବିକାଶ ଘଟିବା ସହ ରାଜ୍ୟବାସୀଙ୍କୁ ଅଧିକ ପରିମାଣର ପ୍ରାଣୀଜ ପ୍ରୋଟିନ୍‌ ମିଳିପାରିବ। ଉନ୍ନତ ଜ୍ଞାନକୌଶଳସଂପନ୍ନ ବାୟୋଫ୍ଲକ୍‌ ମାଛଚାଷ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବେଶ୍‌ ଉତ୍ସାହଜନକ ଏବଂ ଏହା ଅଚିରେ ଓଡ଼ିଶାକୁ ମାଛ ଉତ୍ପାଦନରେ ତୃତୀୟ ସ୍ଥାନକୁ ଉନ୍ନୀତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତପୋଷଣ କରିଥିଲେ।

ଏଥି ସହିତ ମତ୍ସ୍ୟ ଓ ପ୍ରାଣୀପାଳନ ସହ ଜଡ଼ିତ କୃଷକମାନଙ୍କ ସଫଳ କାହାଣୀକୁ ଲୋକଲୋଚନକୁ ଆଣି ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଲେ ଅଧିକରୁ ଅଧିକ ଲୋକ ଏହି କ୍ଷେତ୍ର ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ସଂପ୍ରତି ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଛଚାଷ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ସେ କହିଥିଲେ।

ବୈଠକର ବିବରଣୀରୁ ପ୍ରକାଶ ଯେ ମଧୁର ଜଳ ମାଛ ଉତ୍ପାଦନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ସବୁଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାବେଳେ କଟକ ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲା ଦ୍ୱିତୀୟ ଓ ତୃତୀୟ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେହିପରି ସାମୁଦି୍ରକ ମତ୍ସ୍ୟ କ୍ଷେତ୍ରରେ ଗଞ୍ଜାମ କ୍ଷେତ୍ର ସର୍ବୋତ୍ତମ ସଫଳତା ପାଇଥିବାବେଳେ କୁଜଙ୍ଗ ସାମୁଦି୍ରକ କ୍ଷେତ୍ର ଏବଂ ବିଟି ବାଲୁଗାଁ କ୍ଷେତ୍ର ପରବର୍ତ୍ତୀ ସ୍ଥାନରେ ରହିଛନ୍ତି।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଜିଲ୍ଲା ନୋଡ଼ାଲ ଅଧିକାରୀମାନେ ସେମାନଙ୍କ ଗସ୍ତ ସମୟରେ ଉଭୟ ପ୍ରାଣୀସଂପଦ ବିକାଶ ଏବଂ ମତ୍ସ୍ୟ ବିଭାଗର ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ କହିଥିଲେ। ଏଥି ସହିତ ପ୍ରତି ମାସର ଚାରି ତାରିଖରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଏବଂ ମାସର ୧୦ ତାରିଖରେ ନିର୍ଦ୍ଦେଶକଙ୍କ ସ୍ତରରେ ସମୀକ୍ଷା ବୈଠକ କରି ଏହାର ରିପୋର୍ଟ ବିଭାଗକୁ ମାସର ୧୫ ତାରିଖ ସୁଦ୍ଧା ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାଛ ଜାଅଁଳ ଉତ୍ପାଦନରେ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିଛି ବୋଲି ଶ୍ରୀ ବଶିଷ୍ଠ ପ୍ରକାଶ କରିଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ସମେତ ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ବାୟୋଫ୍ଲକ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛଚାଷ ପାଇଁ ଦିଆଯାଉଥିବା ଇନ୍‌ପୁଟ ସହାୟତା, ମତ୍ସ୍ୟଚାଷ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ସେହିପରି ଅପରାହ୍ନରେ ପ୍ରାଣୀସଂପଦ ବିକାଶ ବିଭାଗର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବିଭିନ୍ନ ବିଭାଗର ସମନ୍ୱୟରେ କାର୍ଯ୍ୟକଲେ କୃଷକଙ୍କ ଆୟକୁ ବହୁଗୁଣିତ କରିହେବ । ଏ ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଭିବୃଦ୍ଧିର ପର୍ଯ୍ୟାପ୍ତ ସୁଯୋଗ ରହିଛି ।

ପ୍ରାଣୀସଂପଦର ସୁରକ୍ଷା ଓ ବିକାଶ ନିମନ୍ତେ ପ୍ରାଣୀଚିକିତ୍ସା ସେବାର ଆଧୁନିକୀକରଣ ଓ ଉନ୍ନତ ମାନର ଔଷଧ ସଂଗ୍ରହ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଭାଗର ଯୋଜନାର କାର୍ଯ୍ୟକାରିତାକୁ ସରଳ କରିବା ସହିତ ସ୍ୱଚ୍ଛତା ଆଣିବା ପାଇଁ ପ୍ରଚଳିତ ଗୋ-ସୁଗମ ପୋର୍ଟାଲକୁ ତ୍ରୁଟିଶୂନ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ୫୦୦ ଟିକିଆ ଏବଂ ହଜାରେ ଟିକିଆ ବ୍ରଏଲର କୁକୁଡ଼ା ପାଳନ, ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ୨ ହଜାର ଟିକିଆ ବ୍ରଏଲର କୁକୁଡ଼ା ପାଳନ, ୧୦୦୦ ଟିକିଆ ବ୍ରଏଲର କୁକୁଡ଼ା, ୧୦୦୦ ଟିକିଆ ଅଣ୍ଡାଦିଆ କୁକୁଡ଼ା ପାଳନ ସମେତ ୧୦୦୦ ଟିକିଆ ଅର୍ଦ୍ଧବାଣିଜି୍ୟକ ବତକ ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ୩୦ଟିକିଆ ଓ ୧୦ ଟିକିଆ ଛେଳି, ଅର୍ଦ୍ଧବାଣିଜି୍ୟକ ଘୁଷୁରୀ ପାଳନ ଆଦି ଯୋଜନା ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଥିଲା ।

ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଥିବାବେଳେ ନୟାଗଡ଼ ଓ ରାୟଗଡ଼ା ଜିଲ୍ଲା ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ଏଥି ସହିତ ବୈଠକରେ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ ଟିକାକରଣ, ଭିତ୍ତିଭୂମିର ବିକାଶ, ବିଭିନ୍ନ ପ୍ରାଣୀ କଲ୍ୟାଣ ଯୋଜନାର ଅଗ୍ରଗତି, ବେସରକାରୀ ଗୋଶାଳା ପ୍ରତିଷ୍ଠା ନିମନ୍ତେ ସହାୟତା ପ୍ରଦାନ, ଆନିମଲ୍‌ ହେଲପ୍‌ଲାଇନ୍‌ ଏବଂ ପ୍ରାଣୀ ପ୍ରଜନନ ନିୟନ୍ତ୍ରଣ ଆଦି ବିଷୟରେ ସମୀକ୍ଷା କରାଯାଇଥିଲା ।

ବୈଠକରେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସିଡିଭିଓ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

କୃଷି ପ୍ରାଣୀସଂପଦ ମତ୍ସ୍ୟ ଓ ପ୍ରାଣୀସଂପଦ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.