Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶର ଅର୍ଥନୀତି ବିଷୟରେ ମିଛ ତଥ୍ୟ ଦେଉଛି ମୋଦୀ ସରକାର, ହେଲେ ବୁଝୁଛି କିଏ!!
ବିଶେଷ ଖବର

ଦେଶର ଅର୍ଥନୀତି ବିଷୟରେ ମିଛ ତଥ୍ୟ ଦେଉଛି ମୋଦୀ ସରକାର, ହେଲେ ବୁଝୁଛି କିଏ!!

June 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମୋଦୀ ସରକାରର ପ୍ରଥମ ପାଳିରେ ଦେଶର ଅର୍ଥନୈତିକ ପରାମର୍ଶଦାତା ରହିଥିବା ଅରବିନ୍ଦ ସୁବ୍ରମଣ୍ୟମ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଅତ୍ୟନ୍ତ ଉଦ୍ବେଗଜନକ ତଥ୍ୟ ଦେଇଛନ୍ତି। ଆମର ଜିଡିପି ଅଭିବୃଦ୍ଧିର ହାର ମାତ୍ର ୪.୫% ରହିଥିବାବେଳେ ଏହାକୁ ବଢେଇ ଚଢେଇ ୭% ବୋଲି ଦେଖା ଯାଉଛି। ସାରା ପୃଥିବୀର ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀ ଏ ପ୍ରସଙ୍ଗରେ ଭାରତର ଅଭିବୃଦ୍ଧି ହାରକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଜିଡିପି ଆକଳନ ପାଇଁ  ମୋଦୀ ସରକାର ଯେଉଁ ନୂଆ ଫର୍ମୁଲା ବ୍ୟବହାର କରିଛନ୍ତି ତାହା ଆମର ଅର୍ଥନୈତିକ ଡାଟାକୁ ବଢେଇ ଚଢେଇ ଉପସ୍ଥାପନ କରୁଛି। ଅର୍ଥନୈତିକ ଅଭିବୃଦ୍ଧି ସହିତ ତାଲା ଦେଇ ରୋଜଗାରର ସୀମା ପ୍ରସାରିତ ହେଉନଥିବାରୁ, ଏହି ଅଭିବୃଦ୍ଧିର ସତ୍ୟତା ବିଷୟରେ ସନ୍ଦେହ ରହିଥିଲା। ନିର୍ବାଚନ ପରେ ଜାତୀୟ ସାମ୍ପଲ ସର୍ଭେ ସଂସ୍ଥାର ଯେଉଁ ତଥ୍ୟ ଆସିଥିଲା ସେଥିରେ କୁହାଯାଇଥିଲା ଯେ, ଗତ ୪୫ ବର୍ଷ ଭିତରେ ଦେଶର ବେକାରି ହାର ସର୍ବାଧିକ ରହିଛି। ନିର୍ବାଚନ ସମୟରେ ଜାଣିଶୁଣି ଏହି ତଥ୍ୟକୁ ଲୁଚାଇ ଦିଆଯାଇଥିଲା। ଅର୍ଥନୀତିର ଅଭିବୃଦ୍ଧିକୁ ନେଇ ଘୋର ସନ୍ଦେହ ରହି ଆସିଥିବା ବେଳେ ଏ ପ୍ରସଙ୍ଗରେ ଆମ ଦେଶର ଗଣମାଧ୍ୟମ ସରକାରକୁ ଜାଣିଶୁଣି ସମର୍ଥନ କରି ଆସୁଛନ୍ତି।

ତେବେ ଦେଶର ଅର୍ଥନୀତି ବିଷୟରେ ମୋଦୀ ସରକାର ଅନେକାଂଶରେ ଅର୍ଦ୍ଧସତ୍ୟ ହିଁ କହି ଆସୁଛନ୍ତି। ରୋଜଗାରର ତଥ୍ୟ ବିଷୟରେ ବହୁ ଟଣା ଓଟରା ପରେ ମଧ୍ୟ ନିର୍ବାଚନ ସମୟରେ ଏହି ପ୍ରସଙ୍ଗକୁ ଚାପି ଦିଆଗଲା। ଅର୍ଥନୀତିର ନୂଆ ଆକଳନ ପ୍ରସଙ୍ଗରେ ବହୁ ଅର୍ଥନୀତିଜ୍ଞ ଆଗରୁ ସରକାରକୁ ସତର୍କ କରିଛନ୍ତି। ହେଲେ ଶୁଣିବ କିଏ? ଦେଶର ଅର୍ଥନୀତି ବିଷୟରେ ରାଜନୀତି ଆଦୌ ଚିନ୍ତିତ ନୁହେଁ। ଆମର ରାଜନୀତି ମୂଳତଃ ଭାବ ପ୍ରବଣତା ଭିତ୍ତିକ। ବିକାଶ ଏବେ କେବଳ ଭାଷଣର ବିଷୟବସ୍ତୁ। ଅର୍ଥନୀତିର ତଥ୍ୟ ସହିତ ତାକୁ ପରୀକ୍ଷା କରି ଦେଖିବାର କୌଣସି ଆବଶ୍ୟକତା ଆମେ ଅନୁଭବ କରୁନାହୁଁ। ଦେଶର ବିକାଶ ଓ ଅର୍ଥନୀତି ତୁଳନାରେ ପାକିସ୍ତାନ ବିରୋଧୀ ଘୃଣା ଆମଲାଗି ବିଶେଷ ଗୁରୁତ୍ୱପୂର୍ଣ୍ଣ।

ଆଜି ଯେତେବେଳେ ଅରବିନ୍ଦ ସୁବ୍ରମଣ୍ୟମ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରକୁ ଆମର ଦୃଷ୍ଟି ଟାଣିଛନ୍ତି , ଆମେ ସେଥିରେ ଷଡଯନ୍ତ୍ର ବା ଅନ୍ୟ କିଛି ଖୋଜୁଛୁ। ସରକାରଙ୍କ ଅର୍ଥନୈତିକ ଉପଦେଷ୍ଟା ଯେତେବେଳେ ସରକାରୀ ଡାଟା କୁ ପ୍ରଶ୍ନ କରୁଛନ୍ତି, ତାହା ଏକ ବଡ ଖବର ହେବା କଥା। ବାସ୍ତବରେ ତାହା ହେବନାହିଁ। ଆମର ଗଣମାଧ୍ୟମ ଅର୍ଥନୀତିକୁ ନେଇ ବିଲକୁଲ କିଛି ଆଲୋଚନା କରିବା ନାହିଁ।ମିଛ ତଥ୍ୟ ଦେଇ ଆମେ ନିଜକୁ ପୃଥିବୀର ସବୁଠୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ବୋଲି କହିବା ବେଳେ ଏହାକୁ ନେଇ ପ୍ରଶ୍ନ କରିବା କିଏ? ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଲେ, ଏଠି ଦେଶପ୍ରେମ ଓ ଦେଶଦ୍ରୋହର ବିଚିତ୍ର ସମୀକରଣ ତିଆରି ହେଉଛି। ତେଣୁ କୌଣସି ଅର୍ଥନୈତିକ ପ୍ରସଙ୍ଗ ଏବେ ଆଉ ଆଲୋଚିତ ହେବା ଆଉ ସମ୍ଭବ ନୁହେଁ।

ଦେଶର ଜିଡିପି ବିଷୟରେ ସାଧାରଣ ଲୋକ ହୁଏତ ବୁଝି ପାରନ୍ତି ନାହିଁ। ହେଲେ ଜିଡିପିର ଗତି ଉପରେ ସାଧାରଣ ଲୋକର ଜୀବନ ଓ ଜୀବିକା ନିର୍ଭର କରିଥାଏ। ଏବେ ଜିଡିପି ଡାଟା ସହିତ ଖେଳ ଖେଳି ମୋଦୀ ସରକାର ଆମର ଜୀବନ ଓ ଜୀବିକାକୁ ବିପନ୍ନ କରିଚାଲିଛନ୍ତି। ତେବେ ଏ ପ୍ରଶ୍ନ ପଚାରିବାକୁ ବି ଆଜି ଦର ଲାଗୁଛି। ଯେ କୌଣସି ପ୍ରଶ୍ନ ପଚାରିଲେ ଆପଣ ଦେଶଦ୍ରୋହୀ ହୋଇ ଯାଇପାରନ୍ତି କିମ୍ବା ଆପଣଙ୍କୁ ରାତାରାତି ପୋଲିସ ଉଠାଇ ହାଜତରେ ପୂରେଇ ଦେଇପାରେ। ଆମର ମିଛ ବିକାଶ ଓ ମିଛ ଅର୍ଥନୈତିକ ଅଭିବୃଦ୍ଧି କୁ ନେଇ ଆମେ ଖୁସିରେ ଅଛୁ ଓ ଆମର ଭଲଦିନ ଆସି ସାରିଛି। ଅଧିକ କହିଲେ, ଜେଲ ବା ଅପମାନ। ତେଣୁ ସାଧୁ ସାବଧାନ!

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ବଞ୍ଚିଛି ସଂସ୍କୃତି, ବଦଳୁଛି ମାନସିକତା

June 9, 2026

ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ: ଓଡିଶାରେ କେବେ ପହଞ୍ଚିବ?

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

ରାଜ୍ୟ ପାଇଁ ଗୌରବ ଆଣିଲେ ବାଣପୁରର କୁନି ଝିଅ: ଗୁଜୁରାଟରେ ଜିତିଲେ “ଦି ଆଇଏଫଏ ୱାର୍ଲ୍ଡ ୨୦୨୬”

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.