Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ଡଙ୍ଗାରୁ ଡିଆଁ ମାରିଥିବା ନେତା, ଏବେ ଓଡିଶା ବିଜେପି ପାଇଁ ଅନାବଶ୍ୟକ ବୋଝ
ବିଶେଷ ଖବର

ବିଜେଡି ଡଙ୍ଗାରୁ ଡିଆଁ ମାରିଥିବା ନେତା, ଏବେ ଓଡିଶା ବିଜେପି ପାଇଁ ଅନାବଶ୍ୟକ ବୋଝ

June 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବର ଯେଉଁ ମହୋତ୍ସବ ଚାଲିଥିଲା, ତାହା ଏବେ ଫିକା ପଡିଆସୁଛି । ଯେଉଁ ନେତାମାନେ ସବୁଜ ଟୋପି ଛାଡି ରାମମନ୍ଦିର ପାଖରେ ଗୈରିକ ଟୋପି ପିନ୍ଧିଲେ ସେମାନେ ରାତାରାତି ଟିକଟ ମଧ୍ୟ ପାଇଗଲେ। ବିଜେପି ନିଜର ପୁରୁଣା ନେତା ଓ କର୍ମୀଙ୍କୁ ତିରଷ୍କାର କରି ନୂଆ କୁଣୁଆମାନଙ୍କୁ ପୁରଷ୍କାର ଦେଲା। ଯେଉଁମାନେ ଏକଦା ନବୀନ ପଟ୍ଟନାୟକଙ୍କ ସମର୍ପିତ ଭକ୍ତ ଥିଲେ ସେମାନେ ହଠାତ ନବୀନ ବିରୋଧୀ ହେଲେ। ବିଜେପି ବୋଧେ ଭାବୁଥିଲା ବିଜେଡି ଡଙ୍ଗାରୁ ଡେଇଁ ପଡିଥିବା ନେତାମାନେ ମିଶନ ୧୨୦+ ରେ ସହାୟକ ହେବେ। ଫଳ କିନ୍ତୁ ଓଲଟା ହେଲା। ଡଙ୍ଗା ରୁ ଡେଇଁଥିବା ପ୍ରାୟ ନେତା ହାରିଲେ। ରାତାରାତି ସବୁଜରୁ ଗୈରିକ ହୋଇଥିବା ଅନେକ ନେତାଙ୍କର ଅମାନତ ଉଡିଗଲା। ଯେଉଁମାନେ ସୋସିଆଲ ମିଡିଆରେ ନିଜକୁ ଓଡିଶାର ସବୁଠୁ ବଡ ଜାତୀୟ ନେତା ବୋଲାଉଥିଲେ ସେମାନେ ଲକ୍ଷାଧିକ ଭୋଟରେ ହାରିଲେ। ନିର୍ବାଚନ ସରିଲା ପରେ, ବିଜେପି ଏବେ କହୁଛି ମିଶନ ୧୨୦+  ଏବେ ସେମାନଙ୍କର  ୨୦୨୪  ନିର୍ବାଚନର ଲକ୍ଷ୍ୟ।

ନିର୍ବାଚନ ସମୟରେ ଅନେକ କଥା ଘଟିଥାଏ ଯାହାକୁ ଲୋକେ ପରବର୍ତ୍ତୀ ସମୟରେ ଭୁଲିଯାଇଥାନ୍ତି। ତେବେ ସେସବୁ ଘଟଣା ପରବର୍ତ୍ତୀ ରାଜନୈତିକ ଘଟନାପ୍ରବାହ ଉପରେ ଭୁତ ଭଳି ପ୍ରଭାବ ପକାଇଥାଏ। ମନେ ପକାନ୍ତୁ, ଜାତୀୟ ଟେଲିଭିଜନ ଚାନେଲ ଏବିପି ନିର୍ବାଚନ ପୂର୍ବରୁ ଗୋଟେ ସାମ୍ବାଦିକଙ୍କ ସର୍ଭେ କରିଥିଲା। ସେଥିରେ କୁହା ଯାଇଥିଲା ଯେ ବିଜେପି କୁ ୧୨ ରୁ ୧୪ ଲୋକସଭା ଆସନ ମିଳିବ। ସବୁଠୁ ମଜାର କଥା ହେଲା ସେହି ସର୍ଭେରେ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ, ପ୍ରତାପ ଷଡଙ୍ଗୀ ନିଶ୍ଚୟ ହାରୁଛନ୍ତି ବୋଲି କୁହା ଯାଇଥିଲା। ଏବିପି ସମେତ ଅନେକ ଗଣମାଧ୍ୟମ ସଂସ୍ଥା ବିଜେଡ଼ିରୁ ବିଜେପି କୁ ଆସିଥିବା ବୈଜୟନ୍ତ ପଣ୍ଡା, ଜୟରାମ ପାଙ୍ଗି, ଅଭିମନ୍ୟୁ ସେଠୀ, ଗୌତମ ରାୟ,  ବଳଭଦ୍ର ମାଝୀ ପ୍ରମୁଖ ଜିତିବେ ବୋଲି କୁହାଯାଉଥିଲା। ସବୁ ଜାତୀୟ ଗଣମାଧ୍ୟମରେ ପୁରୀରୁ ସଂବିତ ପାତ୍ର ଓ କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା ଜିତିବା ସୁନିଶ୍ଚିତ ବୋଲି କୁହାଯାଉଥିଲା। ସ୍ଥାନୀୟ ସମୀକରଣ ଓ କେନ୍ଦ୍ରାପଡା ରାଜନୀତିର ଇତିହାସ ଦୃଷ୍ଟିରୁ ବୈଜୟନ୍ତଙ୍କ ଜିତିବାର କୌଣସି ସମ୍ଭାବନା ନଥିବା ସତ୍ତ୍ୱେ ତାଙ୍କ ବିଜୟ ସମ୍ଭାବନାର ଏକ ହାୱା ଗଣମାଧ୍ୟମରେ ହିଁ ତିଆରି ହୋଇଥିଲା। ତେବେ ସେ ହାୱା ଫଳାଫଳ ବାହାରିବା ପରେ ହାୱା ହୋଇ ଉଡିଯାଇଛି।

ଆଜିର ପରିସ୍ଥିତିରେ ବିଜେପି କେବଳ ନିଜର ପୁରୁଣା ନେତାଙ୍କ କାନ୍ଧରେ ହିଁ ସଫଳତା ପାଇଛି। ଯଦିଓ ଏହାର ପୂର୍ବ ବିଧାୟକମାନେ ହାରି ଯାଇଛନ୍ତି, ଲୋକସଭାରେ ଜଣେ ବି ଦଳ ଡିଆଁ ନେତା ସଫଳ ହୋଇନାହାନ୍ତି। ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଂଗୀତା ସିଂ ଦେଓ, ନିତେଶ ଗଙ୍ଗଦେବ, ଜୁଏଲ ଓରାମ ଓ ପ୍ରତାପ ଷଡଙ୍ଗୀଙ୍କ ପରି ଦଳର ପୁରୁଖା ନେତା ହିଁ ଜିତିଛନ୍ତି। ଅପରାଜିତା ଷଡଙ୍ଗୀ ରାଜନୀତିରେ ନୂଆ ହୋଇ ସିଧାସଳଖ ବିଜେପିରେ ଯୋଗ ଦେଇଛନ୍ତି। ବିଧାୟକ ଭାବରେ ପୁରୀରୁ ଜୟନ୍ତ ଷଡଙ୍ଗୀ, ନୀଳଗିରିରୁ ସୁକାନ୍ତ ନାୟକ ଓ ସୁନ୍ଦରଗଡରୁ କୁସୁମ ଟେଟେ ବିଜେଡ଼ିରୁ ଆସି ବିଜେପି ଟିକଟରେ ଜିତିଛନ୍ତି। ବାକି ସମସ୍ତେ ଚିତପଟାଙ୍ଗ ମାରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ବିଜେପିର କ୍ୟାଡର ଭିତରେ ବିଜେଡ଼ିର ବହିଷ୍କୃତ ନେତାଏ କରିବେ କଣ? ବୈଜୟନ୍ତଙ୍କୁ ଜାତୀୟ ସ୍ତରରେ ବିଜେପିରେ ଥଇଥାନ କରିବା ଲାଗି ତାଙ୍କର ବନ୍ଧୁମାନେ ଚେଷ୍ଟା କରୁଛନ୍ତି। ହେଲେ କେନ୍ଦ୍ରାପଡାରୁ ହାରିବା ପରେ ତାଙ୍କୁ ବିଜେପି ନିଜର ବଡ ନେତା ଭାବରେ ଆଉ ଗଣନା କରିବାକୁ ଚାହୁଁନାହିଁ। ଦାମୋଦର ରାଉତ, ଜୟରାମ ପାଙ୍ଗି, ରବି ପାଣି, ଅର୍ଜୁନ ଚରଣ ସେଠୀଙ୍କ ଭଳି ନେତା ଏବେ ବିଜେପି ଉପରେ ବୋଝ ହୋଇ ହିଁ ରହିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଆଦିବାସୀ ନେତା ଗିରିଧର ଗମାଙ୍ଗ କଙ୍ଗ୍ରେସରୁ ଆସି ବିଜେପିରେ ଯେଉଁ ଦଶା ଭୋଗୁଛନ୍ତି, ଏ ନେତାମାନଙ୍କ ଅବସ୍ଥା ଏବେ ଆପାତତଃ ସେୟା ହେବ।

ସଂଘ ପରିବାରର ଆଦର୍ଶଗତ କବଜାରୁ ବିଜେପି ନିଜକୁ ମୁକ୍ତ ରଖି ପାରିବ ନାହିଁ। ଯେଉଁ ନେତାମାନେ ସଂଘ ପୃଷ୍ଠଭୂମିରୁ  ଆସିନାହାନ୍ତି ସେମାନଙ୍କୁ ବିଜେପିରେ ବଡ କ୍ଷମତା ମିଳିବାର ସମ୍ଭାବନା ଯଥେଷ୍ଟ କ୍ଷୀଣ। ସୁରେଶ ପୂଜାରୀ ଓ ଅପରାଜିତା ଷଡଙ୍ଗୀ ସେଥିଲାଗି ବିଜେପିରେ ଅଲଗା ହୋଇ ସବୁଦିନ ରହିବେ। ସୁରେଶ ପୂଜାରୀ ରାଜ୍ୟ ସଭାପତି ଓ ପଶ୍ଚିମ ବଙ୍ଗ ପ୍ରଭାରି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିଥିଲେ ମଧ୍ୟ ତାଙ୍କୁ ବିଜେପିର ମୁଖ୍ୟ ଧାରାରେ ସାମିଲ କରାହୁଏ ନାହିଁ। ଶ୍ରୀ ପୂଜାରୀ ନିଜକୁ ଯେତେ ଗେରୁଆ ରଙ୍ଗରେ ରଙ୍ଗାଇଲେ ମଧ୍ୟ ତାଙ୍କର ଯେ ଏକା ଲାଲ ଅତୀତ ରହିଛି, ଏ କଥା ବିଜେପି ନେତୃତ୍ଵ ଭୁଲିବାକୁ ନାରାଜ।

ବିଜେପି ଏବେ ନିଜ ପୁରୁଣା କ୍ୟାଡର ଉପରେ ହିଁ ଅଧିକ ନିର୍ଭର କରିବ ଓ ଦଳ ଭିତରେ ଅନାବଶ୍ୟକ ବୋଝ ଭାବରେ ରହିଥିବା ସବୁଜ ନେତାଙ୍କୁ କୋଣଠେସା କରିବାର ସମ୍ଭାବନା ଢେର ଅଧିକ।

Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.