Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର’: କାର୍ତ୍ତିକ ପାଣ୍ଡିଆନ
ବିଶେଷ ଖବର

‘ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର’: କାର୍ତ୍ତିକ ପାଣ୍ଡିଆନ

December 20, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିରୋଧୀଙ୍କୁ ବିଲକୁଲ ଟାର୍ଗେଟ ନକରି ମୟୂରଭଞ୍ଜରେ ମାଷ୍ଟର ଷ୍ଟ୍ରୋକ ଖେଳିଲେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୂରଭଞ୍ଜବାସୀଙ୍କ ମନ। ଏ ସରକାର ବିଜେଡି ସରକାର ନୁହେଁ, ଏହା ଆପଣମାନଙ୍କର ସରକାର, ଲୋକଙ୍କ ସରକାର। ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ। ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର। ବାରିପଦା ଛଉ ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବା ବେଳେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏଭଳି କିଛି କହିଥିଲେ, ଯାହା ଏବେ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ବିଜେଡି ପ୍ରତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ସୁଦୃଢ ହୋଇଛି । ନିଜ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କୁ ତୁଙ୍ଗ ଜନନାୟକ ବୋଲି କହିବା ସହ ଓଡିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣର ବିଭିନ୍ନ ଉଦାହରଣ ଦେଇଥିଲେ ଶ୍ରୀ ପାଣ୍ଡିଆନ୍‍। ଜିଲ୍ଲାରେ ୫୬ ଜିଲ୍ଲା ପରିଷଦ ଆସନରୁ ୫୩ ଜିଲ୍ଲା ପରିଷଦ ଆସନ ଜିତି ମ୍ୟାଜିକ କରିଛି ମୟୂରଭଞ୍ଜ । ଆଗାମୀ ଦିନରେ ଏକାଠି କାମକଲେ ୫୬ରୁ ୫୬ ଭଳି ମ୍ୟାଜିକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

୭୭ ବର୍ଷ ବୟସରେ ମଧ୍ୟ ଚଳଚଞ୍ଚଳ ମୁଖ୍ୟମନ୍ତ୍ରୀ ଲୋକ କଲ୍ୟାଣ ପାଇଁ ଅହରହ ପରିଶ୍ରମ କରୁଛନ୍ତି। ତାଙ୍କୁ ୨୪ ଘଣ୍ଟା ଦେଖି ଦେଖି ସେ ନିଜେ ପ୍ରେରଣା ପାଇଛନ୍ତି ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ। ଓଡିଶା କିଭଳି ନୂଆ ଓଡିଶା ଆଡକୁ ଅଗ୍ରସର ହେଉଛି ତାର ଗୋଟି ଗୋଟି ଉଦାହାରଣ ଦେବା ଛଳରେ ସେ ପରୋକ୍ଷରେ ବିକାଶ ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଏହା ଯଦି ରୂପାନ୍ତରଣ ନୁହେଁ, ଏହା ଯଦି ନୂଆ ଓଡିଶାର ଯାତ୍ରା ନୁହେଁ, ତାହା ହେଲେ ଆଉ କଣ? ନିଜ ବକ୍ତବ୍ୟରେ ସେ ପ୍ରତି ପଞ୍ଚାୟତରୁ ବସ ଗଡିବା ପାଇଁ ହୋଇଥିବା ଲକ୍ଷ୍ମୀ ଯୋଜନାଠୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଫାଇଭ ଟି ଅଧିନରେ ସ୍କୁଲ ଓ କଲେଜର ରୂପାନ୍ତରଣ ପ୍ରସଙ୍ଗ ଉତଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗରିବରୁ ଗରିବତମ ଲୋକଙ୍କୁ ଏଭଳି ସଶକ୍ତ କରିଛନ୍ତି ଯେ, ସେମାନେ ଆଜି ନିଜ ସନ୍ତାନଙ୍କୁ ଡାକ୍ତର, ଇଂଜିନିୟର ଭଳି ବଡ ବଡ ବୃତିରେ ଦେଖିବା ସ୍ୱପ୍ନକୁ ସାକାର କରିପାରୁଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆମ ବାପା ପରି, ଆମ ଗୁରୁ ପରି। ସେ ହେଉଛନ୍ତି ସମଗ୍ର ଓଡ଼ିଶାବାସୀଙ୍କ ପ୍ରେରଣା, ସାଢ଼େ ୪ କୋଟି ଲୋକଙ୍କ ପ୍ରେରଣା। ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରିବାର କାରଣ ହେଉଛି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବା। ଏହା ତାଙ୍କର ଏକମାତ୍ର ଲକ୍ଷ୍ୟ। ରାଜ୍ୟବାସୀଙ୍କ ପାଇଁ କାମ କରିବା ସେ ନିଜର ଭାଗ୍ୟ ବୋଲି ମନେକରନ୍ତି। ଏହି ଏକମାତ୍ର ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତି। ସେ ବିଜୁ ପଟ୍ଟନାୟକଙ୍କ ପୁଅ। ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲେଣି। ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲେ ବି ଫରକ ପଡିବନି। କିନ୍ତୁ ତାଙ୍କର ଉଦ୍ଦେଶ୍ୟ ହେଉଛି ଭଲ ସରକାର ଗଠନ ଓ ନୂଆ ଓଡ଼ିଶା ଗଠନ। ଏ ସବୁ ପାଇଁ ସେ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଥିଲେ।

ଛଉ ପଡିଆଠାରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେବା ପୂର୍ବରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ମଧ୍ୟ କାର୍ତ୍ତିକ ପାଣ୍ଡିଆନ ପିଲାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଏ ପ୍ରଶ୍ନ ପିଲାଙ୍କ ପାଇଁ ଯେତିକି ନଥିଲା, ରୂପାନ୍ତରଣକୁ ଦେଖିପାରୁନଥିବା ବିକାଶ ବିରୋଧୀଙ୍କ ପାଇଁ ଅଧିକ ଥିଲା। କେଉଁ ରାଜ୍ୟ ସମଗ୍ର ଭାରତ ବର୍ଷର କ୍ରିଡା ରାଜଧାନୀ? ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେଉଁ ରାଜ୍ୟକୁ ଜାତିସଂଘରୁ ସମ୍ମାନ ମିଳିଛି? କେଉଁ ରାଜ୍ୟ ଏବେ ବଳକା ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଛି? କେଉଁ ଜିଲ୍ଲା ଦେଶର ଏକ ନମ୍ବର ଜିଲ୍ଲା? ଏଭଳି କିଛି ପ୍ରଶ୍ନ ପିଲାମାନଙ୍କୁ ପଚାରିଥିଲେ ଫାଇଭ ଟି ଅଧ୍ୟକ୍ଷ। ପିଲାମାନେ ଉଚ୍ଚ ସ୍ୱରରେ ଏସବୁର ଉତ୍ତର ଓଡିଶା ଓ ମୟୂରଭଞ୍ଜ ବୋଲି ଯଥାକ୍ରମେ ଦେଇଥିଲେ। କଲେଜରେ ପାଠପଢୁଥିବା ପିଲାମାନେ ଯେତେବେଳେ ରୂପାନ୍ତରଣକୁ ବୁଝିପାରୁଛନ୍ତି, କିଛି ଲୋକ ଏହାକୁ କେମିତି ବୁଝୁନାହାଁନ୍ତି ବୋଲି ପରୋକ୍ଷରେ ସୂଚେଇବାକୁ ଚାହିଁଥିଲେ ଫାଇଭ ଟି ଅଧ୍ୟକ୍ଷ । ଭି.କେ. ପାଣ୍ଡିଆନଙ୍କ ମୟୂରଭଞ୍ଜ ଗସ୍ତ ବେଳେ ନୂଆ-ଓ କାର୍ଯ୍ୟକ୍ରମ ହେଉ ବା ଛଉ ପଡିଆରେ ଆୟୋଜିତ ସାଧାରଣ ସଭା, ସବୁଠି ତାଙ୍କୁ ମିଳିଥିଲା ଉଚ୍ଛସ୍ୱିତ ସମ୍ବର୍ଦ୍ଧନା। ହଜାର ହଜାର ଲୋକ ସେ ସ୍ଲୋଗାନ ଦେବା ବେଳେ ତାଙ୍କ ସହ ସ୍ୱର ମିଳାଇ କହିଥିଲେ, ଆମ ଓଡିଶା-ନବୀନ ଓଡିଶା, ଆମ ନେତା-ନବୀନ ପଟ୍ଟନାୟକ।

ଏହି ସଭାରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ମୟୂରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି, ବାରିପଦା ପୌର ପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କାର୍ତ୍ତିକ ପାଣ୍ଡିଆନ ନବୀନ ଓଡିଶା ଅଧ୍ୟକ୍ଷ ମୟୂରଭଞ୍ଜ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.