Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିରୋଧୀଙ୍କ ମୁଖା ଖୋଲିଦେଲେ ପାଣ୍ଡିଆନ, କହିଲେ ଯୋରନ୍ଦାର ବିକାଶ ନ କରିବାକୁ ଚାପ ପକାଉଥିଲେ
ବିଶେଷ ଖବର

ବିରୋଧୀଙ୍କ ମୁଖା ଖୋଲିଦେଲେ ପାଣ୍ଡିଆନ, କହିଲେ ଯୋରନ୍ଦାର ବିକାଶ ନ କରିବାକୁ ଚାପ ପକାଉଥିଲେ

December 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ବହୁତ ଲୋକ ଅଛନ୍ତି ଶ୍ରେୟ ନେବା ପାଇଁ କାମ କରନ୍ତି। କିଛି ଲୋକ ଅଛନ୍ତି ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି ସେଥିପାଇଁ କାମ ବନ୍ଦ କରିବାକୁ ଚେଷ୍ଟା କରନ୍ତି । ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ। କିନ୍ତୁ ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଶ୍ରେୟ ନେବା ପାଇଁ ନୁହେଁ, ବରଂ ସେବା ମନୋଭାବ ନେଇ କାମ କରନ୍ତି। ସେହି ବହୁତ କମ ଲୋକଙ୍କ ମଧ୍ୟରେ ଜଣେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ବିକାଶ ବିରୋଧୀଙ୍କୁ ଏପରି ତେରେଚ୍ଛା ତୀର ମାରିଛନ୍ତି ଫାଇଭ-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଫାଇଭ ଟି ଅଧ୍ୟକ୍ଷ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଗତ ମେ ୨୯ ତାରିଖରେ ମହିମାଗାଦିର ଉନ୍ନତୀକରଣ ପାଇଁ ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ ଓ ଆଲୋଚନା କରିଥିଲେ। ମହିମାଗାଦିର ଉନ୍ନତି ପାଇଁ କ’ଣ କ’ଣ ଆବଶ୍ୟକ ସେନେଇ ଜାଣିବାକୁ ଚାହିଁଥିଲେ। ପରେ ତିନି ଥର ମହିମା ସାଧୁମାନେ ଭୁବନେଶ୍ବର ନବୀନ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ଆସି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସାଧୁମାନଙ୍କ ଇଚ୍ଛାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମାଗାଦିର ରୂପାନ୍ତରଣର ପାଇଁ ପ୍ରାୟ ୧୬୦ କୋଟି ଟଙ୍କା ମଂଜୁର କରିଛନ୍ତି। ପ୍ରକଳ୍ପର ଅଟକଳ ୧୧୨ କୋଟି ରହିଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ମିଶି ମୋଟ୍ ୧୬୦ କୋଟି ଟଙ୍କା ହେବ।

ମହିମାଗାଦିର ଉନ୍ନତୀକରଣ ପରିପ୍ରେକ୍ଷୀରେ ଆଜି ଏଠାରେ ୪ ଝ ନୀତି ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ। ସେ କହିଥିଲେ, ଯେବେ ଗୋଟେ ବଡ଼ କାମ କରିବାକୁ ପଡ଼େ କିଛି ଲୋକ କାମକୁ ବିରୋଧ କରନ୍ତି। ଏଠାରେ ମଧ୍ୟ ବିକାଶ କାମକୁ ବିରୋଧ କରି ଏହି କାମ କରାଇ ନଦେବାକୁ ଚେଷ୍ଟା କରିଥିଲେ। ଏତେ ଖର୍ଚ୍ଚ କରି ବିକାଶ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ମଧ୍ୟ ଲେଖିଥିଲେ। କାହିଁକି ଏତେ ଖର୍ଚ୍ଚ ହେବ ଏବଂ କାମ ହେଲେ କ’ଣ ଲାଭ ହେବ ବୋଲି କହି କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ।

ହେଲେ ମହିମା ଧର୍ମକୁ ବହୁତ ଭଲ ପାଉଥିବା ଓ ବହୁତ ସମ୍ମାନ ଦେଉଥିବା ମୁଖ୍ୟମନ୍ତ୍ରୀ ଏସବୁକୁ ଗୁରୁତ୍ବ ନଦେଇ ଓଡ଼ିଶା ମାଟିରେ ଜନ୍ମ ନେଇ ଦୁନିଆକୁ ସ୍ବଚ୍ଛତା, ସରଳତା, ସମାନତା ଏବଂ ନିଃସ୍ବାର୍ଥ ସେବା ବାର୍ତ୍ତା ଦେଇଥିବା ମହିମା ଧର୍ମକୁ ଆଗେଇ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହି ଚାରିଟି ଯାକ ‘ସ’ର ପ୍ରତୀକ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ମଧ୍ୟ ସେ କହିଥିଲେ । ଏହାକୁ ଲକ୍ଷ୍ୟରେ ରଖି ଯୋରନ୍ଦା ମହିମା ଗାଦି ସହ ଏହି ପ୍ରକଳ୍ପ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ।

ସାରା ରାଜ୍ୟରେ ରହିଥିବା ୧୦୫ଟି ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୮୩୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ମହିମା ମନ୍ଦିରର ରୂପାନ୍ତରଣକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଯେବେ ଯେବେ ଜିଲ୍ଲା ଗସ୍ତରେ ଯାଇଥାଆନ୍ତି ମୁଖ୍ୟମନ୍ତୀ ପଚାରନ୍ତି ସେହି ସବୁ ଜିଲ୍ଲାରେ ମହିମା ମନ୍ଦିର ପାଇଁ କିଛି ପ୍ରସ୍ତାବ ଆସିଛି କି ! ଶୁଣିସାରିବା ପରେ ତୁରନ୍ତ ପଦକ୍ଷେପ ନେଇଥାଆନ୍ତି । ସବୁ ଜାଗାରେ ଥିବା ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜନୀତିକୁ ଆସିବାପରେ ବିଭିନ୍ନ ସଭାରେ ୫ଟି ଅଧ୍ୟକ୍ଷ ବରାବର ବିକାଶ ବିରୋଧୀଙ୍କୁ ସମାଲୋଚନା କରିଆସିଛନ୍ତି । ବିଭିନ୍ନ କ୍ଷେତ୍ରରେ ଓଡିଶାର ବିକାଶକୁ ମୂଳମନ୍ତ୍ର କରି ଆସିଥିବା କାର୍ତ୍ତିକ ପାଣ୍ଡିଆନ ନିରନ୍ତର ଭାବେ ବିକାଶ ବିରୋଧୀଙ୍କ ଉଦ୍ୟମକୁ ପଣ୍ଡ କରିଆସିଛନ୍ତି ।

joranda jorandaMahima KartikPandian ଅଲେଖ ମହିମା କାର୍ତ୍ତିକ ପାଣ୍ଡିଆନ ଯୋରନ୍ଦା
Share. Facebook Twitter LinkedIn Email WhatsApp Copy Link

Related Posts

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026
Latest News

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.