Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଣ୍ଡି ମେଣ୍ଟ: ସପା-ଆରଜେଡି ଲଗାଇଲେ ଏହି ସର୍ତ୍ତ, କଂଗ୍ରେସ ଗ୍ରହଣ କରିବ କି?
ବିଶେଷ ଖବର

ଇଣ୍ଡି ମେଣ୍ଟ: ସପା-ଆରଜେଡି ଲଗାଇଲେ ଏହି ସର୍ତ୍ତ, କଂଗ୍ରେସ ଗ୍ରହଣ କରିବ କି?

December 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟରେ ଆସନ ବଣ୍ଟନକୁ ନେଇ ବିବାଦ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଦିଲ୍ଲୀ, ପଞ୍ଜାବ, ୟୁପି ଓ ପଶ୍ଚିମବଙ୍ଗ ପରେ ଏବେ ବିହାରରେ ମଧ୍ୟ ସ୍ଥାନୀୟ ଦଳମାନେ କଂଗ୍ରେସକୁ ଆସନ ଦେବାକୁ ରାଜି ନୁହଁନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିହାରରେ ଆରଜେଡି କହିଛି ଯେ ସେ ସହଯୋଗୀ କଂଗ୍ରେସକୁ ମାତ୍ର ୬ଟି ଆସନ ଦେଇପାରିବେ। ଆରଜେଡି ଓ ଜେଡିୟୁ ୧୭ରୁ ୧୭ ଟି ଆସନରେ ଲଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆରଜେଡି କହିଛି ଯେ ସିପିଆଇ ଏମଏଲ ଏବଂ ସିପିଆଇ ପାଇଁ ୨ଟି ଏବଂ କଂଗ୍ରେସ ପାଇଁ ୪ଟି ଆସନ ଛାଡ଼ିପାରେ।

ୟୁପିରେ ମଧ୍ୟ ଏସପି ସହ କଂଗ୍ରେସର କୌଣସି କଥାବାର୍ତ୍ତା ହେଉନାହିଁ

ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି କଂଗ୍ରେସକୁ କହିଛି ଯେ ସେମାନେ ସେମାନଙ୍କୁ ମାତ୍ର ୮ଟି ଆସନ ଦେଇପାରିବେ। ଏହି ୮ଟି ଆସନ ମଧ୍ୟରେ ବାରାଣାସୀ, ଲକ୍ଷ୍ନୌ ଭଳି ଆସନ ରହିଛି, ଯେଉଁଠି ସପାର ବିଶେଷ ଉପସ୍ଥିତି ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ଏହି ଦୁଇ ରାଜ୍ୟରେ ସହଯୋଗୀଙ୍କଠାରୁ ଅଧିକ ଆସନ ଆଶା କରୁଛି ଏବଂ ଆଲୋଚନା ପାଇଁ ଅଧିକ ପ୍ରୟାସ କରିପାରେ।

ପଶ୍ଚିମବଙ୍ଗରେ ୨ଟି ଆସନ ଦେବାକୁ ଚାହୁଁଛି ଟିଏମସି

ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ଟି ଆସନରୁ ମାତ୍ର ୨ଟି ଆସନ ଦେଇପାରେ। ତେବେ ମେଣ୍ଟ ହେଲେ କଂଗ୍ରେସ ୬ରୁ ୮ଟି ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଟିଏମସି ଏହାର ପ୍ରସ୍ତାବ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇଛି।

ପଞ୍ଜାବରେ ଆପ୍‍ ସହ ମୁହାଁମୁହିଁ ପରିସ୍ଥିତି

ଆମ୍ ଆଦମୀ ପାର୍ଟି ମଧ୍ୟ ଇଣ୍ଡି ମେଣ୍ଟର ଅଂଶ ବିଶେଷ, କିନ୍ତୁ ପଞ୍ଜାବରେ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ବିବାଦ ଲାଗି ରହିଛି। ଆମ୍ ଆଦମୀ ପାର୍ଟି ଏଠାରେ ସମସ୍ତ ୧୩ଟି ଲୋକସଭା ଆସନରେ ଲଢ଼ିବାକୁ ଚାହୁଁଛି। ସେ କଂଗ୍ରେସକୁ ଗୋଟିଏ ବି ଆସନ ଦେବାମୁଡରେ ନାହିଁ। ଏହାକୁ ନେଇ ଉଭୟ ଦଳର ନେତାଙ୍କ ତରଫରୁ ଅନେକ ବୟାନ ଦିଆଯାଇଛି।

ଆମ୍ ଆଦମୀ ପାର୍ଟି ଆରଜେଡି ଇଣ୍ଡି ମେଣ୍ଟ ଉତ୍ତରପ୍ରଦେଶ କଂଗ୍ରେସ ଟିଏମସି ତୃଣମୂଳ କଂଗ୍ରେସ ପଞ୍ଜାବ ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନ ସମାଜବାଦୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026

Chintan Shivir 2026: ରାଜପଥ ମନ୍ତ୍ରଣାଳୟର ଚିନ୍ତନ ଶିବିର, ଯୋଗ ଦେବାକୁ ଗୁଜୁରାଟରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 4, 2026

ଶ୍ରୀଲଙ୍କା ନୌସେନା ଦ୍ୱାରା ୯ ଭାରତୀୟ ମତ୍ସ୍ୟଜୀବୀ ଗିରଫ

October 4, 2026

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ତତ୍ପରତା: ଜନସମ୍ପର୍କ ଓ ସାଂଗଠନିକ ସମନ୍ୱୟ ଉପରେ ଡି. ପୁରନ୍ଦେଶ୍ୱରୀଙ୍କ ଗୁରୁତ୍ୱ

October 4, 2026
Latest News

RBI Repo Rate ବଢ଼ିଲେ ବଢ଼ିବ EMI? ଘର, କାର ଓ ପର୍ସନାଲ ଲୋନ୍ ନେଇଥିବା ଲୋକଙ୍କ ଉପରେ ପଡ଼ିପାରେ ପ୍ରଭାବ

October 5, 2026

ମଦ ଦୋକାନ ଖୋଲିବନି, ଡ୍ରଗ୍ସ ମାଫିଆଙ୍କୁ ଛାଡ଼ ନାହିଁ: ମୋହନ ସରକାରଙ୍କ ବଡ଼ ଘୋଷଣା

October 5, 2026

UPIକୁ ବଡ଼ ଝଟକା! ୧୦ ଅକ୍ଟୋବରରୁ ପେମେଣ୍ଟ ନେବନି ଏହି କମ୍ପାନୀ, ୦.୪% MDRକୁ ନେଇ ବଢ଼ିଲା ଚିନ୍ତା

October 5, 2026

ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

October 5, 2026

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.