Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧର୍ମେନ୍ଦ୍ରଙ୍କ ସମେତ ବିଜେପିର ଏହି ୧୯ ଜଣ ବରିଷ୍ଠ ନେତା ଲୋକସଭା ନିର୍ବାଚନ ଲଢ଼ିବେ, ଆସନ ମଧ୍ୟ ସ୍ଥିର!
ବିଶେଷ ଖବର

ଧର୍ମେନ୍ଦ୍ରଙ୍କ ସମେତ ବିଜେପିର ଏହି ୧୯ ଜଣ ବରିଷ୍ଠ ନେତା ଲୋକସଭା ନିର୍ବାଚନ ଲଢ଼ିବେ, ଆସନ ମଧ୍ୟ ସ୍ଥିର!

December 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ସବୁ ଦିଗରୁ ପ୍ରସ୍ତୁତିରେ ବ୍ୟସ୍ତ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସବୁ ବଡ଼ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚଳାଇଛି। ବିଶେଷ କରି ରାଜ୍ୟସଭାର ପ୍ରାୟ ୨୦ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନରେ ବିଜେପି ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ବିଜେପି ରାଜ୍ୟସଭା ସାଂସଦମାନଙ୍କୁ ମଧ୍ୟ ସଙ୍କେତ ଦେଇଛି। ପ୍ରାୟ ସମସ୍ତ ରାଜ୍ୟସଭା ସାଂସଦଙ୍କ ପାଇଁ ଲୋକସଭା ଆସନ ସ୍ଥିର ହୋଇସାରିଛି ଏବଂ ସେଗୁଡିକୁ ନେଇ କାମ ମଧ୍ୟ ଆରମ୍ଭ ହୋଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସମେତ ଅନ୍ୟ ପ୍ରମୁଖ ଚେହେରାମାନେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେପି ପ୍ରସ୍ତୁତି ଚଳାଇଛି। ବିଜେପିର ଯୋଜନା ହେଉଛି ଯେ ଲୋକସଭା ନିର୍ବାଚନରେ ବଡ଼ ବଡ଼ ନେତାଙ୍କୁ ପ୍ରାର୍ଥୀ କଲେ ସେହି ଆସନ ଜିତିବା କେବଳ ସହଜ ହେବ ନାହିଁ ବରଂ ଏହାର ସିଧାସଳଖ ପ୍ରଭାବ ଏହାର ଆଖପାଖ ଆସନ ଉପରେ ମଧ୍ୟ ପଡ଼ିବ।

ଏହି କାରଣରୁ ବିଜେପି ନିଜର ବଡ଼ ବଡ଼ ଚେହେରାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯାଉଛି। ଏହା ପୂର୍ବରୁ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଏହି ପରୀକ୍ଷଣ କରିସାରିଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯାହାର ସିଧାସଳଖ ଫାଇଦା ବିଜେପିକୁ ମିଳିଥିଲା। ଏହି କ୍ରମରେ ବିଜେପି ଲୋକସଭା ନିର୍ବାଚନରେ ରାଜ୍ୟସଭା ସାଂସଦଙ୍କୁ ନେଇ ମଧ୍ୟ ଏହି ଫର୍ମୁଲା ଲାଗୁ କରିବାକୁ ଯାଉଛି।

କିଏ କେଉଁଠୁ ନିର୍ବାଚନ ଲଢ଼ିପାରିବେ!

ନେତାଙ୍କ ନାମ- ଲୋକସଭା ଆସନ- ରାଜ୍ୟ

୧- ଧର୍ମେନ୍ଦ୍ର ପ୍ରଧାନ- ସମ୍ବଲପୁର- ଓଡ଼ିଶା

୨- ପୀୟୂଷ ଗୋୟଲ- ମୁମ୍ବାଇ ଦକ୍ଷିଣ କିମ୍ବା ମିରଟ- ମହାରାଷ୍ଟ୍ର/ଉତ୍ତର ପ୍ରଦେଶ

୩- ଅନୀଲ ଜୈନ- ଫିରୋଜାବାଦ କିମ୍ବା ମିରଟ- ଉତ୍ତର ପ୍ରଦେଶ

୪- ନିର୍ମଳା ସୀତାରମଣ- ଚେନ୍ନାଇ- ତାମିଲନାଡୁ

୫- ଭୁପେନ୍ଦ୍ର ଯାଦବ- ଅଲୱାର- ରାଜସ୍ଥାନ

୬- ଅରୁଣ ସିଂହ- ମଥୁରା କିମ୍ବା ଗାଜିଆବାଦ- ଉତ୍ତର ପ୍ରଦେଶ

୭- ହରଦୀପ ସିଂ ପୁରୀ- ଅମୃତସର- ପଞ୍ଜାବ

୮- ଜିଭିଏଲ୍ ନରସିଂହ- ବିଜୟୱାଡା ଆନ୍ଧ୍ରପ୍ରଦେଶ

୯- ବିଏଲ୍ ବର୍ମା- ବଦାୟୁନ୍ ଉତ୍ତର ପ୍ରଦେଶ

୧୦- ସୁରେନ୍ଦ୍ର ସିଂହ ନାଗର- ଫରିଦାବାଦ ହରିୟାନା

୧୧- ନୀରଜ ଶେଖର- ବଲିଆ- ଉତ୍ତର ପ୍ରଦେଶ

୧୨- ସୁଧାଂଶୁ ତ୍ରିବେଦୀ- କାନପୁର କିମ୍ବା ରାଏବରେଲି- ଉତ୍ତର ପ୍ରଦେଶ

୧୩- ମନସୁଖ ଭାଇ ମାଣ୍ଡଭିଆ- ଭାବନଗର- ଗୁଜରାଟ

୧୪- ରାଜୀବ ଚନ୍ଦ୍ରଶେଖର- ଉତ୍ତର ବେଙ୍ଗାଲୁରୁ କିମ୍ବା କେରଳର କୌଣସି ଆସନ।

୧୫- ସରୋଜ ପାଣ୍ଡେ- ଦୁର୍ଗ- ଛତିଶଗଡ଼

୧୬- ଭି ମୁରଲୀଧରନ ତ୍ରିଭେନ୍ଦ୍ରମ- କେରଳ

୧୭- ରାକେଶ ସିହ୍ନା- ବେଗୁସରାଇ- ବିହାର

୧୮- ଜ୍ୟୋତିରାଦିତ୍ୟ ସିନ୍ଧିଆ- ଗୁନା ନା ଗ୍ୱାଲିୟର ମଧ୍ୟପ୍ରଦେଶ

୧୯- ଏଲ୍ ମୁରୁଗାନ୍- ତାମିଲନାଡୁର ଯେ କୌଣସି ଆସନରୁ ନିର୍ବାଚନ ଲଢ଼ିପାରିବେ।

Election2024 ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ2024 ନିର୍ମଳା ସୀତାରମଣ ପୀୟୂଷ ଗୋୟଲ ବିଜେପି ରାଜ୍ୟସଭା ସାଂସଦ ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି

July 13, 2026

ପୁରୁଷ ଦଳର ପରାଜୟର ପ୍ରତିଶୋଧ ନେଲା ମହିଳା ଦଳ: ଇଂଲଣ୍ଡକୁ ପରାସ୍ତ କଲା ଭାରତ

July 13, 2026

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

July 13, 2026
Latest News

ବିସ୍ତୃତ ରାଶିଫଳ: ଜୁଲାଇ ୧୪ ତାରିଖ ମଙ୍ଗଳବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲାମାଲ

July 14, 2026

କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି

July 13, 2026

ଟେକ୍ ମହିନ୍ଦ୍ରା ସହ ସୋଆର ଏମ୍‌ଓୟୁ ସ୍ୱାକ୍ଷର

July 13, 2026

ଆସନ୍ତା ଚାରି ଦିନ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା: ସିଇସି

July 13, 2026

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.