Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ପ୍ରସ୍ତୁତି: ଜିଲ୍ଲା ନୋଡାଲ ଅଧିକାରୀଙ୍କୁ ଦିଆଗଲା ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ
ବିଶେଷ ଖବର

ନିର୍ବାଚନ ପ୍ରସ୍ତୁତି: ଜିଲ୍ଲା ନୋଡାଲ ଅଧିକାରୀଙ୍କୁ ଦିଆଗଲା ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ

February 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ପ୍ରସ୍ତୁତି: ଜିଲ୍ଲା ନୋଡାଲ ଅଧିକାରୀଙ୍କୁ ଦିଆଗଲା ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଯୁକ୍ତି ବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କର ଏକ ଦିନିକିଆ କର୍ମଶାଳା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ୩୦ ଜଣ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଛି।

କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଯୋଗଦେଇ ନିର୍ବାଚନ ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ପ୍ରୟୋଗ ଫଳରେ ସହଜରେ ଓ ସଠିକ୍‌ ଭାବରେ କାର୍ଯ୍ୟ ପରିଚାଳିତ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।

ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଓକାକ୍‌ରୁ ଆସିଥିବା ଦକ୍ଷ ସାଇବର ସୁରକ୍ଷା ବିଶେଷଜ୍ଞ ଶ୍ରୀ ମନମୋହନ ମହାପାତ୍ର, ଶ୍ରୀ ପ୍ରଭୁଦତ୍ତ ମହାପାତ୍ର ଓ ଶ୍ରୀ ହିମାଂଶୁ ଶେଖର ସାହୁ ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିବା ଜିଲ୍ଲା ପ୍ରଯୁକ୍ତି ବିଦ୍ୟା ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ଥିରୁମାଳା ନାୟକ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସହ ପ୍ରଯୁକ୍ତି ବିଦ୍ୟା ନୋଡ଼ାଲ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ceo odisha Election2024 ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଅଧିକାରୀ ନିର୍ବାଚନ2024 ମୁଖ୍ୟ ନିର୍ବାଚନ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.