Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚତୁର୍ଥ ପର୍ଯ୍ୟାୟ ତାଲିକା ପ୍ରସ୍ତୁତିରେ ବିଜେଡି କରିଛି ବହୁ କସରତ, ନର୍ଲା ଆସନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ
ବିଶେଷ ଖବର

ଚତୁର୍ଥ ପର୍ଯ୍ୟାୟ ତାଲିକା ପ୍ରସ୍ତୁତିରେ ବିଜେଡି କରିଛି ବହୁ କସରତ, ନର୍ଲା ଆସନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ

April 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ଏଥର ପ୍ରାର୍ଥୀ ପ୍ରସ୍ତୁତିରେ କରିଛି ବହୁ କସରତ, ନର୍ଲା ଆସନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବହୁ ବିବାଦୀୟ ଥିବା କେତେକ ଆସନକୁ ସମାଧାନ କରି ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ଗୋଟିଏ ହେଲା ଭୁବନେଶ୍ବର ମଧ୍ୟ ବିଧାନସଭା ଆସନ। ଏହି ଆସନର ବର୍ତ୍ତମାନ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନବୀନ ପୁଣି ଥରେ ଭରସା କରିଛନ୍ତି। ଏହି ଆସନରୁ କରର୍ପୋରେଟର ଅମରେଶ ଜେନା ପ୍ରାର୍ଥୀ ହେବା ପାଇଁ ଚାହିଁଥିଲେ ହେଲେ ତାହା ହେଲା ନାହିଁ। ଏବେ ସେ କଣ କରିବେ ତାହାକୁ ନେଇ ଅପେକ୍ଷା।

ଅନ୍ୟପଟେ ପାରାଦ୍ବୀପ ଆସନକୁ ନେଇ ମଧ୍ୟ ବଡ ବିବାଦ ଉପୁଜିଥିଲା। ଏହି ଆସନ ଉପରେ ଆଖି ରଖିଥିଲେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବାପି ସର୍ଖେଲ। ବାପିଙ୍କ ଧର୍ମପତ୍ନୀ ମନୋଦୀପା ସର୍ଖେଲ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ। ସେ କିମ୍ବା ତାଙ୍କ ସ୍ବାମୀ ପାରଦ୍ବୀପରୁ ଟିକେଟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ତାହା ମଧ୍ୟ ହେଲେ ନାହିଁ। ଶେଷରେ ଦାମୋଦର ରାଉତରାୟଙ୍କ ବୋହୂ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟଙ୍କୁ ନବୀନ ପ୍ରାର୍ଥୀ କରିଛନ୍ତି।

ସେହିପରି ନର୍ଲା ଆସନରେ ନବୀନ ପଟ୍ଟନାୟକ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ତାହା ହେଲା ନର୍ଲା ବ୍ଲକର ଦୁଇଥର ଅଧ୍ୟକ୍ଷ ଥିବା ମନୋରମା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେଠାରେ ବର୍ତ୍ତମାନ ବିଧାୟକ ଅଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେଠାରେ ବର୍ତ୍ତମାନ କଂଗ୍ରେସ ଯାହାକୁ ପ୍ରାର୍ଥୀ କରିଛି ସେ ହେଉଛନ୍ତି ଭକ୍ତ ଦାସ। ଭକ୍ତ ଏବଂ ଭୂପିନ୍ଦର ଉଭୟ କଂଗ୍ରେସରେ ଏକାଠି ଥିଲେ। ବୋଧହୁଏ ସେଥିପାଇଁ ନବୀନ ସେଠାରେ ବରିଷ୍ଠଙ୍କ ଉପରେ ଭରସା ନ କରି ନୂଆ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି।

ସମ୍ବଲପୁର ବିଧାନସଭାକୁ ନେଇ ମଧ୍ୟ ନବୀନ ଏକ ନୂଆ ସମୀକରଣ କରିଛନ୍ତି। ତାହା ହେଲା ସେଠାରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସମ୍ବଲପୁରରେ ରୋହିତ ପୂଜାରୀ ଏବଂ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। ଏହି ଆସନରେ ଉଭୟ ଏକ ପ୍ରକାରର ମୁହାଁମୁହିଁ ମଧ୍ୟ ହୋଇଥିଲେ। ଏପରି ପରିସ୍ଥିତିରେ ସମ୍ବଲପୁରରେ ବେଶ ଦବଦବା ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ବାଲେଶ୍ବର ଲୋକସଭା ଆସନ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହାର ମଧ୍ୟ ଅନ୍ତ ଘଟିଛି। ତାହା ହେଲା ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ନବୀନ ଭରସା କରିଛନ୍ତି। ସେ ବର୍ତ୍ତମାନ ବିଜେପିର ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ସହିତ ଲଢେଇ କରିବେ। ଏହି ଆସନ ପାଇଁ ପ୍ରାର୍ଥୀ ବାଛିବା ବିଜେଡି ପାଇଁ କଷ୍ଟକର ଥିଲା। କାରଣ ବାଲେଶ୍ବରର ପୂର୍ବତନ ସାଂସଦ ରବି ଜେନାଙ୍କ ଧର୍ମପତ୍ନୀ ଶୁଭାସିନୀ ଜେନାଙ୍କୁ ଦଳ ବସ୍ତାରେ ବିଧାନସଭା ପ୍ରାର୍ଥୀ କରିବା ପରେ ତାଙ୍କୁ ଆଉ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ନ ଥିଲା।

ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ପରି କେତେକ ବିବାଦୀୟ ଆସନରେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ବର୍ତ୍ତମାନ ଆଜିର ଘୋଷଣା ପରେ ବିଜେଡି ମୋଟ 174 ଆସନରୁ 117 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବାକିଥିବା ଗୋଟିଏ ଲୋକସଭା ଆସନ ବାଲେଶ୍ବରରେ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିଛି।

odishaelection2024 ଓଡିଶା ନିର୍ବାଚନ 2024 ବିଜେଡି ପ୍ରାର୍ଥୀ ଘୋଷଣା
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.