Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚତୁର୍ଥ ପର୍ଯ୍ୟାୟ ତାଲିକା ପ୍ରସ୍ତୁତିରେ ବିଜେଡି କରିଛି ବହୁ କସରତ, ନର୍ଲା ଆସନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ
ବିଶେଷ ଖବର

ଚତୁର୍ଥ ପର୍ଯ୍ୟାୟ ତାଲିକା ପ୍ରସ୍ତୁତିରେ ବିଜେଡି କରିଛି ବହୁ କସରତ, ନର୍ଲା ଆସନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ

April 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ଏଥର ପ୍ରାର୍ଥୀ ପ୍ରସ୍ତୁତିରେ କରିଛି ବହୁ କସରତ, ନର୍ଲା ଆସନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବହୁ ବିବାଦୀୟ ଥିବା କେତେକ ଆସନକୁ ସମାଧାନ କରି ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ଗୋଟିଏ ହେଲା ଭୁବନେଶ୍ବର ମଧ୍ୟ ବିଧାନସଭା ଆସନ। ଏହି ଆସନର ବର୍ତ୍ତମାନ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନବୀନ ପୁଣି ଥରେ ଭରସା କରିଛନ୍ତି। ଏହି ଆସନରୁ କରର୍ପୋରେଟର ଅମରେଶ ଜେନା ପ୍ରାର୍ଥୀ ହେବା ପାଇଁ ଚାହିଁଥିଲେ ହେଲେ ତାହା ହେଲା ନାହିଁ। ଏବେ ସେ କଣ କରିବେ ତାହାକୁ ନେଇ ଅପେକ୍ଷା।

ଅନ୍ୟପଟେ ପାରାଦ୍ବୀପ ଆସନକୁ ନେଇ ମଧ୍ୟ ବଡ ବିବାଦ ଉପୁଜିଥିଲା। ଏହି ଆସନ ଉପରେ ଆଖି ରଖିଥିଲେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବାପି ସର୍ଖେଲ। ବାପିଙ୍କ ଧର୍ମପତ୍ନୀ ମନୋଦୀପା ସର୍ଖେଲ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ। ସେ କିମ୍ବା ତାଙ୍କ ସ୍ବାମୀ ପାରଦ୍ବୀପରୁ ଟିକେଟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ତାହା ମଧ୍ୟ ହେଲେ ନାହିଁ। ଶେଷରେ ଦାମୋଦର ରାଉତରାୟଙ୍କ ବୋହୂ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟଙ୍କୁ ନବୀନ ପ୍ରାର୍ଥୀ କରିଛନ୍ତି।

ସେହିପରି ନର୍ଲା ଆସନରେ ନବୀନ ପଟ୍ଟନାୟକ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ତାହା ହେଲା ନର୍ଲା ବ୍ଲକର ଦୁଇଥର ଅଧ୍ୟକ୍ଷ ଥିବା ମନୋରମା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେଠାରେ ବର୍ତ୍ତମାନ ବିଧାୟକ ଅଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେଠାରେ ବର୍ତ୍ତମାନ କଂଗ୍ରେସ ଯାହାକୁ ପ୍ରାର୍ଥୀ କରିଛି ସେ ହେଉଛନ୍ତି ଭକ୍ତ ଦାସ। ଭକ୍ତ ଏବଂ ଭୂପିନ୍ଦର ଉଭୟ କଂଗ୍ରେସରେ ଏକାଠି ଥିଲେ। ବୋଧହୁଏ ସେଥିପାଇଁ ନବୀନ ସେଠାରେ ବରିଷ୍ଠଙ୍କ ଉପରେ ଭରସା ନ କରି ନୂଆ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି।

ସମ୍ବଲପୁର ବିଧାନସଭାକୁ ନେଇ ମଧ୍ୟ ନବୀନ ଏକ ନୂଆ ସମୀକରଣ କରିଛନ୍ତି। ତାହା ହେଲା ସେଠାରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସମ୍ବଲପୁରରେ ରୋହିତ ପୂଜାରୀ ଏବଂ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। ଏହି ଆସନରେ ଉଭୟ ଏକ ପ୍ରକାରର ମୁହାଁମୁହିଁ ମଧ୍ୟ ହୋଇଥିଲେ। ଏପରି ପରିସ୍ଥିତିରେ ସମ୍ବଲପୁରରେ ବେଶ ଦବଦବା ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ବାଲେଶ୍ବର ଲୋକସଭା ଆସନ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହାର ମଧ୍ୟ ଅନ୍ତ ଘଟିଛି। ତାହା ହେଲା ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ନବୀନ ଭରସା କରିଛନ୍ତି। ସେ ବର୍ତ୍ତମାନ ବିଜେପିର ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ସହିତ ଲଢେଇ କରିବେ। ଏହି ଆସନ ପାଇଁ ପ୍ରାର୍ଥୀ ବାଛିବା ବିଜେଡି ପାଇଁ କଷ୍ଟକର ଥିଲା। କାରଣ ବାଲେଶ୍ବରର ପୂର୍ବତନ ସାଂସଦ ରବି ଜେନାଙ୍କ ଧର୍ମପତ୍ନୀ ଶୁଭାସିନୀ ଜେନାଙ୍କୁ ଦଳ ବସ୍ତାରେ ବିଧାନସଭା ପ୍ରାର୍ଥୀ କରିବା ପରେ ତାଙ୍କୁ ଆଉ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ନ ଥିଲା।

ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ପରି କେତେକ ବିବାଦୀୟ ଆସନରେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ବର୍ତ୍ତମାନ ଆଜିର ଘୋଷଣା ପରେ ବିଜେଡି ମୋଟ 174 ଆସନରୁ 117 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବାକିଥିବା ଗୋଟିଏ ଲୋକସଭା ଆସନ ବାଲେଶ୍ବରରେ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିଛି।

odishaelection2024 ଓଡିଶା ନିର୍ବାଚନ 2024 ବିଜେଡି ପ୍ରାର୍ଥୀ ଘୋଷଣା
Share. Facebook Twitter LinkedIn Email WhatsApp Copy Link

Related Posts

ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025
Latest News

ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି

September 17, 2025

ବେଟିଂ ଆପ୍ ମାମଲା: ଯୁବରାଜ ସିଂହ, ସୋନୁ ସୁଦଙ୍କୁ ସମନ କଲା ଇଡି

September 17, 2025

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍: ଭାରତୀୟ ଦୂତାବାସ ଦଖଲ କରିବାକୁ ଦେଲେ ଧମକ

September 17, 2025

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.