Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରିୟ ଜଷ୍ଟିସ କାଟଜୁ! ଆପଣଙ୍କ ଲାଗି ଜେଲଖାନା ନୁହଁ, ବରଂ ଗୋଟେ ଭଲ ଡାକ୍ତରଖାନାର ଆବଶ୍ୟକତା ରହିଛି!!
ବିଶେଷ ଖବର

ପ୍ରିୟ ଜଷ୍ଟିସ କାଟଜୁ! ଆପଣଙ୍କ ଲାଗି ଜେଲଖାନା ନୁହଁ, ବରଂ ଗୋଟେ ଭଲ ଡାକ୍ତରଖାନାର ଆବଶ୍ୟକତା ରହିଛି!!

December 10, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link
Justice Markandey Katju attending `World Human Rights Conferece' at Baba Makhan Shah Lubana Bhawan in Sector 30 A of Chandigarh on Thursday, December 10 2015. Express photo by Jaipal Singh

କେଦାର ମିଶ୍ର

ଜଷ୍ଟିସ ମାର୍କଣ୍ଡେୟ କାଟଜୁ, ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଓ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ପୂର୍ବତନ ଅଧ୍ୟକ୍ଷ। ବିଚାରପତି ଥିବା ସମୟରେ ନିଜ ରାୟକୁ ନେଇ ସେ ଯେତିକି ଚର୍ଚ୍ଚିତ ନଥିଲେ, ପଦବୀରୁ ଅବସର ନେବାପରେ ଟୁଇଟରରେ ନିଜର ବାଚାଳାମୀ କାରଣରୁ ଆଜିକାଲି ବେଶୀ ଚର୍ଚ୍ଚିତ। ଓଡିଆରେ ଆମର ସେ ପ୍ରସିଦ୍ଧ କଥା- ଦେଉଳ ତୋଳିଲେ ନାଁ, ଆଉ ବାଟରେ ଝାଡା ଫେରିଲେ ବି ନାଁ। ଜଷ୍ଟିସ କାଟଜୁ ଦ୍ଵିତୀୟ କାମଟି କରି ବେଶୀ ବେଶୀ ଚର୍ଚ୍ଚାରେ ରହିବାକୁ ଇଚ୍ଛୁକ। କେତେବେଳେ ବିଭିନ୍ନ ରାଜ୍ୟର ସଂସ୍କୃତି ବିଷୟରେ କଦର୍ୟ ମନ୍ତବ୍ୟ ଦେଲେଣି ତ ପୁଣି କେବେ ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ବୋଷଙ୍କ ବ୍ୟକ୍ତିତ୍ବ ବିଷୟରେ କଟୁ କଥା କହିଲେଣି। କେତେବେଳେ ନିଜକୁ ଧର୍ମନିରପେକ୍ଷ ବୁଦ୍ଧିଜୀବୀ ବୋଲି କହୁଛନ୍ତି ତ ଠିକ ତା ପରେ ପରେ ସଂଖ୍ୟାଲଘୁଙ୍କ ଉପରେ ନିକୃଷ୍ଟ ମତ ପୋଷଣ କଲେଣି। ମୋଟାମୋଟି କହିବାକୁ ଗଲେ ଜଷ୍ଟିସ କାଟଜୁଙ୍କ ମତାମତ ଦେଖିଲେ ତାଙ୍କର ମାନସିକ ଭାରସାମ୍ୟକୁ ନେଇ ସନ୍ଦେହ ଆସିବା ସ୍ଵାଭାବିକ ।

ଓଡିଶା ସମ୍ପର୍କରେ କିଛିମାସ ତଳେ ସେ କିଛି ଅରୁଚିକର ମନ୍ତବ୍ୟ ରଖିଥିଲେ। ତାକୁ ନେଇ ଓଡିଶାର ସାଧାରଣ ଜନତା ଅତ୍ୟନ୍ତ ଭଦ୍ର କିନ୍ତୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କିଛି ଓଡିଆ ଯୁବକ ଜଷ୍ଟିସ କାଟଜୁଙ୍କ ଘରକୁ ଗୋଟେ ଫୁଲ ତୋଡା ପଠାଇ ସେଥିରେ ଲେଖିଥିଲେ- Dear Justice Katju, get well soon. ଏହି ଘଟଣା ପରେ ବିଚାରପତିଙ୍କ ବିଚାର ବିଭ୍ରାଟ ଓ ବାଚାଳାମୀ ବନ୍ଦ ହୋଇଯିବା କଥା। କିନ୍ତୁ କାଟଜୁଙ୍କ ବାଚାଳ ମସ୍ତିସ୍କରେ ଅନ୍ୟ ସହ କଣ୍ଟା ବାଡରେ ଲୁଗା ପକେଇ କଳି କରିବାର ଏକ ପୋକ ଅଛି। ସେ ପୋକ କାମୁଡିଲେ ଏ ମହାଶୟ ଆକାରଣରେ ଅନ୍ୟମାନଙ୍କ ସହ ଝଗଡା କରନ୍ତି।

ତାଙ୍କୁ କହ୍ନେୟା କୁମାର ର ଭାଷଣ ଶୁଣିଲେ ଚିଡ ଚିଡ ଲାଗେ। ଯୋଗେନ୍ଦ୍ର ଯାଦବଙ୍କ ଦାଢି ତାଙ୍କୁ ଭଲ ଲାଗେନାହିଁ। ସେପରି ଓଡିଆଙ୍କ ନାଁ ଶୁଣିଲେ ତାଙ୍କର ମୁଣ୍ଡରେ ପୋକ କାମୁଡେ। କିଛିଦିନ ତଳେ ଅଭିଜିତ ଆୟାର ମିତ୍ର ନାମକ ଉଦଭ୍ରାନ୍ତ ବାଳକ ଜଣକ ଯେତେବେଳେ ଓଡ଼ିଶାକୁ ନେଇ କିଛି ଅଭଦ୍ର ଓ ଉତ୍ତେଜନା ସୃଷ୍ଟିକାରୀ କଥା କହିଲା, ଓଡିଶା ପୋଲିସ ତାଙ୍କୁ ଗିରଫ କଲେ। ସର୍ବ ସାଧାରଣରେ ଅଶ୍ଳୀଳ ଭାଷା କହିବା ଓ ଗୋଟେ ରାଜ୍ୟର ଲୋକଙ୍କୁ ଅଭଦ୍ର ବ୍ୟବହାର କରିବା, ବାକ ସ୍ଵାଧୀନତାର ଅଂଶ ବୋଲି ଆମ ଦେଶର ବହୁ ବୁଦ୍ଧିଜୀବୀ ହଠାତ ଯୁକ୍ତି କରନ୍ତି। ସେ ଯାହାବି ହେଉ ୪୨ ଦିନ ଜେଲରେ ରହିବା ପରେ ଓ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରିବାପରେ ଅଭିଜିତଙ୍କ ଉପରୁ ସବୁ ମକଦ୍ଦମା ଉଠେଇ ଦେବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଅଭିଜିତ ଜେଲରୁ ମୁକୁଳିବା ପରେ ଜଷ୍ଟିସ କାଟଜୁ ମୁଁ ଓଡିଆଙ୍କୁ ଅପମାନିତ କରି ଜେଲ ଯିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଆମ ଓଡିଆରେ ଗୋଟେ କଥା ଅଛି- ବୃଦ୍ଧ ବାଳୁତ କଥାକୁ ମନରେ ନ ଧର। ଜଷ୍ଟିସ କାଟଜୂ ସେଇ ବୃଦ୍ଧ ବାଳୁତ ଶ୍ରେଣୀର। ତାଙ୍କୁ ନେଇ ବା ତାଙ୍କ ଟୁଇଟକୁ ନେଇ ବିଚଳିତ ହେବାର କୌଣସି କାରଣ ନାଇଁ। ହଁ, ସେ ଯଦି ଅଭିଜିତ ପରି ଅଶ୍ଳୀଳ ଭାଷାର ପ୍ରୟୋଗ କରନ୍ତି କିମ୍ବା ଘୃଣା ସୃଷ୍ଟିକାରୀ ଭାଷଣ ଦିଅନ୍ତି, ତାହେଲେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ୟାନୁଷ୍ଠାନ ହେବା ଉଚିତ। ନଚେତ ଏ ବାଚାଳ ଟୁଇଟ କୁ ନେଇ କିଛି କହିବା ବାଚାଳତା ଇ ହେବ।

ତେବେ ବାଚାଳ କାଟଜୁଙ୍କ କିଛି ଓଡିଆ ପ୍ରଶଂସକ ମଧ୍ୟ ଅଛନ୍ତି। ତାଙ୍କ ଟୁଇଟ କୁ ଲାଇକ କରିଥିବା ଲୋକଙ୍କ ଭିତରେ ଆମର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡା ରହିଛନ୍ତି। କିଛି ସାମ୍ବାଦିକ ମଧ୍ୟ କାଟଜୁଙ୍କୁ ବାଃ ବାଃ କରିଛନ୍ତି। ଏମାନେ ଭାବୁଥିବେ, ବୋଧେ ଜେଲ ଦଣ୍ଡ ଦେଇ ଓଡିଶା ସରକାର ଏମାନଙ୍କୁ ସେଲିବ୍ରିଟି ହେବାର ସୁଯୋଗ ଦେବେ। ବାସ୍ତବରେ ଏମାନଙ୍କୁ ଜେଲଖାନା ଅପେକ୍ଷା ଡାକ୍ତରଖାନା ର ଆବଶ୍ୟକତା ବେଶୀ । ମନୋ ଚିକିତ୍ସା ସଠିକ ସମୟରେ ନହେଲେ, କିଛି ଲୋକ ପାଗଳ ହୋଇ ରାସ୍ତାରେ ବୁଲିବାର ସମ୍ଭାବନା ରହିଥାଏ। ଆମେ ପ୍ରାର୍ଥନା କରିବୁ ଜଷ୍ଟିସ କାଟଜୁଙ୍କ କ୍ଷେତ୍ରରେ ସେମିତି କିଛି ନ ଘଟୁ!!

kedarmishra Odisha
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.