Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଆ ଅସ୍ମିତା ଓ ପାଇକ ବିଦ୍ରୋହ
ବିଶେଷ ଖବର

ଓଡ଼ିଆ ଅସ୍ମିତା ଓ ପାଇକ ବିଦ୍ରୋହ

September 16, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link

ସୁବାସ କୁମାର ତାରଣିଆଁ

ଗତ ଜୁନ୍ ମାସରେ ଶେଷ ହୋଇଛି ଦେଶର ଅଷ୍ଟାଦଶ ଲୋକସଭା ନିର୍ବାଚନ ସହିତ ଚାରୋଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ। ୫୪୩ଟି ଲୋକସଭା ଆସନ ପାଇଁ ଏପ୍ରିଲ ମାସ ୧୯, ୨୬, ମେ ମାସ ୭, ୧୩, ୨୦, ୨୫ ଏବଂ ଜୁନ୍ ମାସ ୧ ତାରିଖ ମୋଟ ୭ଟି ପର୍ଯ୍ୟାୟରେ ଏବଂ ଓଡ଼ିଶାରେ ମେ ମାସ ୧୩, ୨୦, ୨୫ ଓ ଜୁନ୍ ୧ ତାରିଖ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ଦୀର୍ଘ ୨୪ବର୍ଷ ଶାସନ ଡୋରୀ ଧରିଥିବା ବିଜୁ ଜନତା କ୍ଷମତାଚ୍ୟୁତ ହୋଇଥିଲା ଏବଂ ଓଡ଼ିଆ ଅସ୍ମିତାକୁ ନିର୍ବାଚନୀ ପ୍ରସଙ୍ଗ କରି ରାଜ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି କ୍ଷମତା ହାସଲ କରିଛି।

ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଦଳ ନିଜ ନିଜର ନର୍ବାଚନୀ ଇସ୍ତାହାରରେ ବିଭିନ୍ନ ଜନହିତକର ଯୋଜନାମାନ ଘୋଷଣା କରିଥିଲେ। ବିଶେଷ କରି ବିଜୁ ଜନତା ଦଳ ରାଜ୍ୟର ବିକାଶ କଥା କହୁଥିବା ବେଳେ ଭାରତୀୟ ଜନତା ପାର୍ଟି ଓଡ଼ିଆର ଅସ୍ମିତା ଓ ରତ୍ନ ଭଣ୍ଡାରକୁ ନେଇ ମୁଖ୍ୟ ପ୍ରସଙ୍ଗ କରିଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ, ରେଳମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ସାଂସଦ ଓଡ଼ିଶାଗସ୍ତରେ ଆସି ବିଭିନ୍ନ ବିଜୟ ସଂକଳ୍ପ ସମାବେଶରେ ୨୫ ବର୍ଷ ଧରି ଶାସନ କରିଆସୁଥିବା ବିଜୁ ଜନତା ଦଳର ଜନବିରୋଧୀ କାର୍ଯ୍ୟକୁ ଦୃଢ ନିନ୍ଦା କରିଥିଲେ ଏବଂ ବିଜେପିକୁ ଭୋଟ ଦେଇ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଓଡ଼ିଶାରେ ପରିବର୍ତ୍ତନ ହେଲା ଏବଂ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କଲା।

୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ସ୍ଥାନରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଭାରତୀୟ ଜନତା ପାର୍ଟି ୭୫ଟି ବିଧାନସଭା ଆସନରେ ବିଜୟୀ ହୋଇ ନିଶ୍ଚିତ ଭାବେ ଓଡ଼ିଶାରେ ସରକାର ଗଢିବ ଓ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢତାର ସହ କହିଥିଲେ। ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଓ ନକଲି ଚାବି ତଥା ଚାରିଦ୍ୱାର ଖୋଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ଓ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୧୮ ମାସ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ, ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଏକଲକ୍ଷ ଯୁବକଙ୍କୁ ନିଯୁକ୍ତି ଓ ଏକମାସ ମଧ୍ୟରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଯାଞ୍ଚ ରିପୋର୍ଟ ସାର୍ବଜନୀନ କରିବା ସହିତ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ବିଜେପି ପ୍ରାର୍ଥୀଙ୍କୁ ପଦ୍ମଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଶ୍ରୀ ଶାହା ଓଡ଼ିଶାବାସୀଙ୍କୁ ନିବେଦନ କରିଥିଲେ।

ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ମୋଦୀ ଓଡ଼ିଶା ଗସ୍ତରେ ଆସି ତିନୋଟି ବିଜୟ ସଂକଳ୍ପ ସମାବେଶରେ ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ଏବଂ ଜଣେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦୃଢତାର ସହ କହିଥିଲେ। ଏହା ପୂର୍ବରୁ ଓଡ଼ିଶା ଗସ୍ତରେ ପ୍ର୍ରଚାର ପାଇଁ ଆସିଥିବା ବେଳେ ଓଡ଼ିଆର ଅସ୍ମିତା, ରତ୍ନଭଣ୍ଡାରର ଚାବି ହଜିବାକୁ ମୁଖ୍ୟ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ଏବଂ ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଘୋଷଣା କରିଥିଲେ। ମାତ୍ର ଦୁଃଖ ଓ ପରିତାପର ବିଷୟ ବାରମ୍ବାର ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ କହୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାର ବିକାଶ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଭାରତ ରତ୍ନ ନ ମିଳିବା ଏବଂ ମହାନଦୀ ଜଳ ବିବାଦର ସମାଧାନ ଦିଗରେ କୌଣସି ମନ୍ତବ୍ୟ ଦେଲେ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଓଡ଼ିଶାର ଅସ୍ମିତା, ଓଡ଼ିଶାର ଗର୍ବ ଓ ଗୌରବ ପାଇକ ବିଦ୍ରୋହ। ୧୮୧୭ ରେ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ପାଇକ ବିଦ୍ରୋହ ଇଂରେଜ ଶାସନ ବିରୁଦ୍ଧରେ ଥିଲା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଐତିହାସିକମାନେ ମତ ଦେଇଥିଲେ। ମାତ୍ର ପାଇକ ବିଦ୍ରୋହ ବିଷୟରେ ବିବୃତ୍ତି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ କୌଣସି କେନ୍ଦ୍ରୀୟ ନେତା ଆଗ୍ରହ ପ୍ରକାଶ କରିନଥିଲେ।

ଜାତୀୟତାବାଦୀ ମହାଜାଗରଣ, ଉଚ୍ଚାଙ୍ଗ ଚେତନାବୋଧ ଆଉ ଦେଶାତ୍ମବୋଧ ଭାବନାକୁ ହୃଦୟରେ ଜାବୁଡ଼ି ଧରି ଓଡ଼ିଶା ମାଟିର ବୀର ପାଇକମାନେ ଭାରତବର୍ଷରେ ପ୍ରଥମଥର ପାଇଁ ଇଂରେଜମାନଙ୍କ ବିରୁଦ୍ଧରେ ମେଳି ବାନ୍ଧିଥିଲେ। ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ହୋଇଥିଲା ଇଂରେଜମାନଙ୍କ ବିରୁଦ୍ଧରେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ। ଏହାର ୪୦ ବର୍ଷ ପରେ ଅର୍ଥାତ୍ ୧୮୫୭ ମସିହାରେ ସଂଗଠିତ ହୋଇଥିଲା ସିପାହୀ ବିଦ୍ରୋହ ଯାହାକୁ ସିପାହୀ ମିଉଟିନି କୁହାଯାଏ।

ମିଉଟିନି ଶବ୍ଦର ଅର୍ଥ ପୋଲିସ୍ ବିଭାଗର ତଳିଆ କର୍ମଚାରୀମାନେ ସଂଗଠିତ ହୋଇ ଉପରିସ୍ଥ ଅଧିକାରୀମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବା। ତେଣୁ ସିପାହୀ ବିଦ୍ରୋହ ସ୍ୱାଧୀନତା ସଂଗ୍ରାମ ପାଇଁ ଉଦ୍ଦିଷ୍ଟ ନଥିଲା, ତାହା ଥିଲା ସିପାହୀ ମାନଙ୍କର ଉପରିସ୍ଥ ଅଧିକାରୀମାନଙ୍କ ବିରୁଦ୍ଧରେ ବିଦ୍ରୋହ। କିନ୍ତୁ ପାଇକ ବିଦ୍ରୋହ ଦେଶ ଓ ଜାତିର ସ୍ୱାଭିମାନ ସୁରକ୍ଷା ପାଇଁ ତଥା ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ସଂଗଠିତ ହୋଇଥିଲା। ଇତି ମଧ୍ୟରେ ପାଇକ ବିଦ୍ରୋହ ୨୦୬ ବର୍ଷ ଅତିକ୍ରାନ୍ତ କରିସାରିଲାଣି, ମାତ୍ର ଦୁଃଖ ଓ ପରିତାପର ବିଷୟ, ୧୮୫୭ ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଇଛି କିନ୍ତୁ ପାଇକ ବିଦ୍ରୋହକୁ ଏପର୍ଯ୍ୟନ୍ତ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଇ ନାହିଁ।

ଐତିହାସିକ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାକୁ ଦାବି ହୋଇଥିଲା। ରାଜ୍ୟ ସରକାରଙ୍କ ସହଯୋଗ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିବ ବୋଲି ଆଶା କରାଯାଉଥିଲା। ୨୦୧୭ ମସିହା ଜୁଲାଇ ମାସରେ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ସମାରୋହରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉପସ୍ଥିତିକୁ ନେଇ ଆଶା କରାଯାଉଥିଲା ଯେ, ଓଡ଼ିଶାକୁ ଉଚିତ୍ ନ୍ୟାୟ ମିଳିବ, ମାତ୍ର ତାହା ସମ୍ଭବ ହୋଇପାରିଲା ନାହିଁ।

ବୀର ପାଇକମାନଙ୍କ ବାରମ୍ବାର ଦାବି ପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ବକ୍ସି ଜଗବନ୍ଧୁ’ ପାଇକ ଚେୟାର ପ୍ରତିଷ୍ଠା କରାଯାଇ ଏହା ଉପରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା। ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଆଗମନ ସମୟରେ ପାଇକ ବିଦ୍ରୋହରେ ସାମିଲ ହୋଇ ସହୀଦ ହୋଇଥିବା ପାଇକ ପରିବାରର ଦାୟଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହି ସମୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଇତିହାସକୁ ପୁନରୁଦ୍ଧାର କରାଯାଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇବା ସହ ଏହା ପାଠ୍ୟପୁସ୍ତକରେ ସ୍ଥାନ ପାଇବ, ଆଗାମୀ ପିଢି ପାଇଁ ଏହା ଏକ ବାର୍ତ୍ତା ହେବ। ହେଲେ ବହୁ ଆଡ଼ମ୍ବର ଲଘୁକ୍ରିୟା ଭଳି ପୁନର୍ବାର ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଯୋଗୁ ପାଇକ ବିଦ୍ରୋହକୁ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିପାରିଲା ନାହିଁ।

ଗତ ସେପ୍ଟେମ୍ବର ୮ ତାରିଖରେ ପାଇକଗଡ଼ ଖୋର୍ଦ୍ଧାରେ ଓଡ଼ିଶା ପାଇକ ଏକାଡ଼େମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ପରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାରରେ ବେଶ ସହାୟକ ହେବ। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୂହିକ ବିକାଶ ଏବଂ କେନ୍ଦ୍ର, ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ।

ଓଡ଼ିଶା ପାଇକ ଏକାଡ଼େମୀ ଓ ଗବେଷଣା କେନ୍ଦ୍ର ଦେଶ ତଥା ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ୍ ସହାକୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ପାଇକମାନଙ୍କ ସାମୂହିକ ବିକାଶ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ବିସ୍ତୃତ ପ୍ରକଳ୍ପ ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଓଡ଼ିଶାର ଅସ୍ମିତା ଓ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଏହା ସହିତ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାର ବିକାଶ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଓଡ଼ିଶାର ବରପୁତ୍ର ମାନଙ୍କୁ ଭାରତ ରତ୍ନ ପ୍ରଦାନ ଏବଂ ମହାନଦୀ ଜଳ ବିବାଦର ସମାଧାନ ପାଇଁ ପଦକ୍ଷେପ ନେବା, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାକୁ ପଦକ୍ଷେପ ଗ୍ରହଣ କରନ୍ତୁ।

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରାଗଲେ, ଓଡ଼ିଶା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ। ତେଣୁ ରାଜ୍ୟବାସୀଙ୍କ ସମୂହ ଦାବିକୁ ମୋଦୀ ପୂରଣ କରିପାରିଲେ, ଏହା ହିଁ ହେବ ଓଡ଼ିଶାବାସୀଙ୍କ ପ୍ରତି ମୋଦିଜୀଙ୍କ ଶ୍ରେଷ୍ଠ ଉପହାର।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

ଓଡିଆ ଅସ୍ମିତା ନବୀନ ପଟ୍ଟନାୟକ ପାଇକ ବିଦ୍ରୋହ ଲୋକସଭା ନିର୍ବାଚନ ସୁବାସ କୁମାର ତାରଣିଆଁ
Share. Facebook Twitter LinkedIn Email WhatsApp Copy Link

Related Posts

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025
Latest News

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ୧୦ଟି ପ୍ରଭାବଶାଳୀ ଭାରତୀୟ ଚଳଚ୍ଚିତ୍ର

September 17, 2025

ପୁଣି ଦେଶବ୍ୟାପୀ ରିଲିଜ ହେବ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.