Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧରେ ଏକାକୀ ଓ ଅସହାୟ
ବିଶେଷ ଖବର

ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧରେ ଏକାକୀ ଓ ଅସହାୟ

July 6, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧରେ ଏକାକୀ ଓ ଅସହାୟ
ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧରେ ଏକାକୀ ଓ ଅସହାୟ

କେଦାର ମିଶ୍ର 

ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧ ଏକୁଟିଆ ହିଁ ଲଢୁଛନ୍ତି। ତାଙ୍କ ସହିତ ତାଙ୍କୁ ଟିକଟ ଦେଇଥିବା ଦଳ ନାହିଁ କିମ୍ବା ନିର୍ବାଚନ ଜିଣିବା ଲାଗି ଯେଉଁ ଶକ୍ତି ଓ ସମ୍ବଳ ଲୋଡା, ତାହା ବି ନାହିଁ। ବିଜେପି ପ୍ରାର୍ଥୀ ଭାବରେ ସେ ପାଟକୁରା ନିର୍ବାଚନ ଲଢୁଥିଲେ ମଧ୍ୟ ତାଙ୍କୁ ଜିତାଇ ଆଣିବାକୁ ତାଙ୍କ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଚାହୁଁନାହାନ୍ତି। କେବଳ ନିଜସ୍ଵ ସଂଗଠନ ଓ ଲୋକପ୍ରିୟତା ଆଧାରରେ ବିଜୟ ମହାପାତ୍ର ଯାହା ଭୋଟ ପାଇବେ, ତାଠୁ ଅଧିକ କିଛି ହେବାର ସମ୍ଭାବନା ଆଉ ନାହିଁ। ଗତ ଏପ୍ରିଲ ମାସରେ ନିର୍ବାଚନ ହୋଇଥିଲେ ବିଜୟ ମହାପାତ୍ର ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଅବଶ୍ୟ ଦେଇଥାନ୍ତେ। ଯଦିଓ ପାଟକୁରା ଜିତିବା ବିଜୟଙ୍କ ଲାଗି ଏତେ ସହଜ ନୁହେଁ, ତଥାପି ତାଙ୍କ ସପକ୍ଷରେ କିଛିଟା ସହାନୁଭୁତି ସେତେବେଳେ ରହିଥିଲା। ପାଟକୁରାର ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଓ ତା ପରବର୍ତ୍ତୀ ଘଟଣାକ୍ରମ ବିଜୟଙ୍କ ରାଜନୈତିକ ସ୍ଥିତିକୁ ଅଧିକ ଦୁର୍ବଳ କରିଦେଇଛି। ସେତେବେଳେ ବିଜେପି ଓ ବିଜେଡି ଭିତରେ ପ୍ରବଳ ମୁକାବିଲାମୂଳକ ପରିସ୍ଥିତି ରହିଥିଲା। ଆଜି କେନ୍ଦ୍ର ଓ ରାଜ୍ୟରେ ବିଜେପି ବିଜେଡି ସରକାର ହୋଇ ସାରିଲା ପରେ ଏବେ ଦୁଇ ଦଳ ମଧ୍ୟରେ ବୁଝାମଣା ହେଲା ଭଳି ଲାଗୁଛି। ରାଜ୍ୟସଭାରେ ବିଜେଡି ବିଜେପିକୁ ଗୋଟେ ଆସନ ବିନା କାରଣରୁ ଛାଡିଦେବା ପରେ ଉଭୟ ଦଳ ଯେ ପରଷ୍ପରର ସହଯୋଗୀ ଭାବରେ କାମ କରୁଛନ୍ତି, ଏକଥା ଅବୁଝା ହୋଇ ରହିନାହିଁ।

ବିଜୟଙ୍କ ଲାଗି ଏବେ ଅସଲ ଆହ୍ଵାନ ବିଜେଡି ତରଫରୁ ଆସୁନାହିଁ। ବିଜେଡି ପାଖରେ ନିଜକୁ ସହଯୋଗୀ ଭାବରେ ପରିଚିତ କରାଇବାକୁ ବ୍ୟାକୁଳ ବିଜେପି ହିଁ ବିଜୟଙ୍କର ଅସଲ ସମସ୍ୟା। ଦିଲ୍ଲୀ ଓ ଭୁବନେଶ୍ବରରେ କୋଳାକୋଳି ହେଉଥିବା ବିଜେଡି-ବିଜେପି ପାଟକୁରାରେ କେବଳ ନାମକୁ ମାତ୍ର ପରଷ୍ପର ବିରୋଧରେ ଲଢିବେ। ପାଟକୁରା ବିଧାନସଭା ଉପ ନିର୍ବାଚନରେ ବିଜେଡି କୁ ସୁହାଇଲା ଭଳି ନୀରବତା ବିଜେପି ଅବଲମ୍ବନ କରିବ। ହେଲେ ବିଜୟଙ୍କର ମୂଳ ପରିଚୟ ହେଉଛି ସେ ନବୀନ ବିରୋଧୀ। ବିଜେପି ବିଜେଡି ସହିତ ବୁଝାମଣା କାଲେ ମଧ୍ୟ ବିଜୟଙ୍କୁ ବିଜେଡି ବିରୋଧରେ ଲଢିବାକୁ ପଡିବ। ତେବେ ସେ କାହା ଭରସାରେ ଏ ଲଢେଇ ଲଢିବେ? ଗତ ୨୦ ବର୍ଷ ଧରି ରାଜନୀତିରେ ସେ ପରାସ୍ତ ହୋଇ ଆସୁଛନ୍ତି। ଯେଉଁମାନେ ତାଙ୍କର ବିଶ୍ଵସ୍ତ ଥିଲେ ସେମାନେ ତାଙ୍କୁ ଛାଡି ଯାଇ ସାରିଲେଣି। ନିର୍ବାଚନର ୮ ମାସ ଆଗରୁ ସେ ଯେତେବେଳେ ବିଜେପି ରୁ ଇସ୍ତଫା ଦେଲେ ସେତେବେଳେ ବିଜେପି କହିଥିଲା- ବିଜୟଙ୍କ ଡିଏନଏ ରେ ଗୋଷ୍ଠିକନ୍ଦଳର ପ୍ରବୃତ୍ତି ରହିଛି। ବିଜେଡି କିମ୍ବା ବିଜେପି କେହି ତାଙ୍କୁ ନିଜ ଶିବିରକୁ ନେବାଲାଗି ସେତେବେଳେ ପ୍ରସ୍ତୁତ ନଥିଲେ।

ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପରେ  ନିଜ ଲାଭକୁ ଆଖି ଆଗରେ ରଖି ସେ ବିଜୟ ମହାପାତ୍ରଙ୍କୁ ପୁଣିଥରେ ବିଜେପିକୁ ଫେରାଇ ଆଣିଥିଲେ। ବିଜୟଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ତୁଳନାରେ ବୈଜୟନ୍ତଙ୍କ ନିଜ ହିସାବ ସେ ନିଷ୍ପତ୍ତିରେ ବେଶି କାମ କରିଥିଲା। ଲୋକସଭା ନିର୍ବାଚନରେ ପାଟକୁରାରୁ ବିଜେପିକୁ ଆଗ ତୁଳନାରେ କିଛିଟା ଅଧିକ ଲାଭ ମିଳିଥିଲା। ତଥାପି ସେଠାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବୈଜୟନ୍ତଙ୍କଠାରୁ ୬୦୦୦ ରୁ ଅଧିକ ଭୋଟରେ ଆଗୁଆ ରହିଥିଲେ। ଏହି ପୃଷ୍ଠଭୂମିରେ ଆଜି ମଧ୍ୟ ପାଟକୁରାରେ ବିଜେଡି ହାରିବା ଭଳି ସ୍ଥିତି ନାହିଁ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପ୍ରତି ସ୍ଵାଭାବିକ ଭାବରେ କିଛିଟା ସହାନୁଭୁତି ରହିଛି। ୧୧୨ ଆସନ ପାଇ ରାଜ୍ୟରେ ବିଜେଡି ସରକାର ପୁନଃ ସ୍ଥାପିତ ହୋଇଥିବାରୁ ଏହାର ପ୍ରଭାବ ପାଟକୁରା ରେ ନିଶ୍ଚୟ ପଡିବ। ବିଜୟ ଜିତିଲେ, ତାଙ୍କୁ ବିଜେପି ଭିତରେ ସେମିତି କିଛି ସମ୍ମାନଜନକ ସ୍ଥାନ ମିଳିବାର ନାହିଁ। ସବୁଠୁ ବଡ କଥା ହେଉଛି, ବିଜେଡି ବିଜେପି ପରଷ୍ପରର ସହଯୋଗୀ ହୋଇଥିବାରୁ ବିଜୟଙ୍କୁ ଆଉ ବିରୋଧୀ ବୋଲି ବିଧାନସଭାକୁ ପଠାଇବାର ଆଉ କୌଣସି କାରଣ ଭୋଟରଙ୍କ ପାଖରେ ନାହିଁ।

ନିର୍ବାଚନୀ ଗଣିତ ଦୃଷ୍ଟିରୁ ମଧ୍ୟ ବିଜୟଙ୍କ ସପକ୍ଷରେ ପାଟକୁରା ନାହିଁ। ଗତ ଚାରୋଟି ଯାକ ସାଧାରଣ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀମାନେ ପ୍ରାୟ 50% ଭୋଟ ପାଇ ଜିତି ଆସୁଛନ୍ତି। ବିଜେଡ଼ିର ବିଜୟ ବ୍ଯବଧାନ ମଧ୍ୟ ବହୁତ ବେଶି। ଗରଦପୁର ଅଞ୍ଚଳରେ ବିଜୟ ମହାପାତ୍ରଙ୍କ ଭଲ ପ୍ରଭାବ ରହିଥିବା ବେଳେ ଡେରାବିଶ ଓ ମାର୍ଶାଘାଇ ରେ ବିଜେଡି ପ୍ରଭାବ ଅଧିକ। ବର୍ତ୍ତମାନ ସ୍ଥିତିରେ ବିଜୟଙ୍କ ତ୍ରିଶଙ୍କୁ ଅବସ୍ଥା। ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ତାଙ୍କୁ ବିଜେପିର ନୈତିକ ସମର୍ଥନ ବ୍ୟତୀତ ଅଧିକ କିଛି ମିଳିବାର ନାହିଁ। ବିଜେପି ଭିତରେ ରହିଥିବା ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ କିଛି ନେତା କେବଳ ବିଜୟଙ୍କ ପାଇଁ ପ୍ରଚାର କରିବେ। ଏପରିକି ପାଟକୁରାର ବିଜେପି ନେତା ଓ କର୍ମୀମାନେ ମଧ୍ୟ ବିଜୟଙ୍କ ସପକ୍ଷରେ ଆନ୍ତରିକତାର ସହିତ ଛିଡା ହେବାକୁ ନାରାଜ।

ଏମିତି ପରିସ୍ଥିତିରେ ସବୁଥର  ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଲଢେଇ ଏକୁଟିଆ ହିଁ ଲଢିବେ।

 

ନିର୍ବାଚନ ପାଟକୁରା ବିଜୟମହାପାତ୍ର ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

May 12, 2026

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.