Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁବ ସମାଜ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ପ୍ରଚାର ପ୍ରସାର କରିବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଯୁବ ସମାଜ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ପ୍ରଚାର ପ୍ରସାର କରିବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

January 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା। ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଯୁବ ଦିବସ ପାଳନ ଅବସରରେ କହିଛନ୍ତି।

ଭୁବନେଶ୍ୱର ରାମକୃଷ୍ଣ ମିଶନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ବିବେକାନନ୍ଦଙ୍କ ଛବି ଆଜି ପର୍ଯ୍ୟନ୍ତ ଜଣେ ତେଜସ୍ୱୀ, ବାଗ୍ମୀ ଓ ମହାନ୍ ସଂଗ୍ରାମୀ ସନ୍ୟାସୀ ଭାବେ ଅମଳିନ ରହିଛି। ବିବେକାନନ୍ଦ ଥିଲେ ଜଣେ ଯୁବ ସନ୍ୟାସୀ ଯିଏ କି ଭାରତର ଯୁବ ସମାଜକୁ ନିଜର ଅସ୍ମିତା ଉପରେ ଗର୍ବ କରିବାକୁ ଶିଖାଇଥିଲେ।

ସେ ପୁଣି କହିଥିଲେ ଆଜି ଆମେ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରୁଛୁ। ଆମର ଯୁବ ସମାଜ ଯେତେ ଉନ୍ନତି କରୁ, ଯେତେ ସଫଳ ହେଉ ଜଣେ ଭାରତୀୟ ଭାବରେ ପ୍ରଥମେ ଗର୍ବ ଅନୁଭବ କରିବା ଏବଂ ଭାରତୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାମୀ ବିବେକାନନ୍ଦଙ୍କର ଚିକାଗୋ ଧାର୍ମିକ ସଭାରେ ଅଭିଭାଷଣ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା। ଏହା ମାଧ୍ୟମରେ ଭାରତର ଧାର୍ମିକ ଓ ଦର୍ଶନ ତତ୍ତ୍ୱ ସମ୍ପର୍କରେ ବିଶ୍ୱ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଥିଲା ଏବଂ ଆମେ ଆମ ଧାର୍ମିକ ଓ ଦର୍ଶନ ତତ୍ତ୍ୱର ମହତ୍ତ୍ୱକୁ ବୁଝିଥିଲୁ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ଆମ ଯୁବ ସମାଜର। ଯୁବ ସମାଜକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଦେଶ ତଥା ରାଜ୍ୟର ଅର୍ଥନୈତିକ ସମୃଦ୍ଧି ପାଇଁ ଉଦ୍ୟମ କରିବା ସହିତ ଆମ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ଆସନ୍ତୁ ଏହି ଦିବସ ଅବସରରେ ସଂକଳ୍ପନେବା।

ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କହିଥିଲେ ଯେ, ଭାରତୀୟ ଯୁବ ସମାଜ ପାଇଁ ଏକ ଅଦ୍ୱିତୀୟ ପ୍ରେରଣା ହେଉଛନ୍ତି ସ୍ୱାମୀ ବିବେକାନନ୍ଦ । ସ୍ୱାମୀ ବିବେକାନନ୍ଦ ଭାରତବର୍ଷର ଆତ୍ମାକୁ ଜାଗରିତ କରିଥିଲେ। ଭାରତ ବର୍ଷକୁ ନେଇ ସ୍ୱାମୀଜୀଙ୍କ ଅଭିମାନ ଓ ସ୍ୱାଭିମାନ ଥିଲା ଅତୁଳନୀୟ । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କମ୍ ବୟସରୁ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ପରାମର୍ଶ ଦେଇ ସେ କହିଥିଲେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଯଦି ଆମେ ଅନୁପାଳନ କରିବା ତେବେ ଆମ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବ।

ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ କହିଥିଲେ ଯେ, ସ୍ୱାମୀ ବିବେକାନନ୍ଦ ଥିଲେ ଭାରତୀୟ ଯୁବ ସମାଜର ପ୍ରତୀକ। ଚିକାଗୋରେ ସ୍ୱାମୀଜୀଙ୍କ ତିନି ମିନିଟର ବକ୍ତବ୍ୟ ତାଙ୍କୁ ବିଶ୍ୱବିଖ୍ୟାତ କରିଦେଇଥିଲା। ଭାରତର ଯୁବ ନେତୃତ୍ୱକୁ ସେ ପ୍ରତିପାଦିତ କରିଥିଲେ ଚିକାଗୋରେ। ଆମ ଭାରତୀୟ ମାନଙ୍କ ଚିନ୍ତାଧାରା ହେଉଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ। ଆଜିର ଦିବସ ହେଉଛି ଏ ଦେଶକୁ ବିଶ୍ୱ ମାନଚିତ୍ରରେ ଶ୍ରେଷ୍ଠ ଦେଶ କରିବା ପାଇଁ ସଂକଳ୍ପବଦ୍ଧ ହେବାର ଦିବସ। ମୋ ଦେଶ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ର ହେବ ଏହି ଚିନ୍ତାଧାରା ନେଇ ଆମକୁ ଆଗକୁ ବଢିବାକୁ ପଡିବ ବୋଲି ସେ କହିଥିଲେ।

ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଡି.ଏ.ଭି ପୋଖରୀପୁଟର ଛାତ୍ର ଜଗଦୀଶ ଆଚାର୍ଯ୍ୟ ସ୍ୱାମୀଜୀଙ୍କ ସ୍ୱଦେଶ ମନ୍ତ୍ର ସମସ୍ତଙ୍କୁ ପାଠ କରାଇଥିଲେ।

କାର୍ଯ୍ୟକ୍ରମରେ ରାମକୃଷ୍ଣ ମିଶନର ସମ୍ପାଦକ ତଥା ଅଧ୍ୟକ୍ଷ ସ୍ୱାମୀ ଆତ୍ମା ପ୍ରଭାନନ୍ଦଜୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶ୍ରୀ ବ୍ରଜ କିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଜାତୀୟ ଯୁବ ଦିବସ ମୋହନ ଚରଣ ମାଝୀ ସଂସ୍କୃତି ସାହିତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026
Latest News

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.