Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…
ବିଶେଷ ଖବର

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିକୁ ପୁଣି ତେରଚ୍ଛା ବାଣ
ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ...

ଭୁବନେଶ୍ବର: ପୁଣି ଥରେ ତେରଚ୍ଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ ତାଙ୍କ ସାମାଜିକ ଗଣମାଧ୍ୟମରେ ବିଜେଡିକୁ ତିବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡିର ଏକ୍ସପାଏର ଡେଟ ହୋଇଗଲାଣି। ତେଣୁ ତାହା ଆଉ କିଛି କାମ କରିବ ନା

ହିଁ। ମୁଖ୍ୟତଃ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବା ନେଇ ତଥାଗତ ଏପରି ଲେଖିଛନ୍ତି।

ତେବେ ବିଜେଡିର ଏପରି ନିଷ୍ପତିକୁ ସେ ‘ପଲଟିକାଲ ସୁଇସାଇଡ’ ବୋଲି ଲେଖିଛନ୍ତି। ସେ କହିଛନ୍ତି ଯେ ବିଜେଡିର ଯାହା ବି ଅସ୍ଥିତ୍ବ ଥିଲା ତାହା ଶେଷ ହୋଇଛି। ସେ ବିଜେଡିକୁ ଲକ୍ଷ କରି ଏକ ଜାପାନୀ ଶଦ୍ଦ hara kiri-ed ବ୍ୟବହାର କରିଛନ୍ତି। ଏହାର ଅର୍ଥ ହେଲା ନିଜକୁ ନିଜେ ଶେଷ କରିବା। ବର୍ତ୍ତମାନ ବିଜେଡିର ସ୍ଥିତି ଯାହା ହେଲାଣି ତାହା ସେ ହିଁ ଶେଷ କରିବେ ବୋଲି ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିଜେଡିକୁ ଲୋକେ ଭଲ ପାଉଛନ୍ତି, ଏବେ ମଧ୍ୟ ନବୀନଙ୍କୁ ଲୋକେ ଚାହୁଁଛନ୍ତି, ହେଲେ ନବୀନ ଆଉ ଲୋକଙ୍କୁ ଚାହୁଁ ନାହାଁନ୍ତି। ବର୍ତ୍ତମାନ ତଳ ସ୍ତରରେ କର୍ମିମାନେ ବଡ ଦ୍ବନ୍ଦରେ ଅଛନ୍ତି, ବିଜେଡିର ବିଭିନ୍ନ ନିଷ୍ପତିକୁ ନେଇ ସେମାନେ ଅସନ୍ତୁଷ୍ଠ ହେଉଛନ୍ତି। ତେଣୁ ଏହି ଦଳ ଆପେ ଆପେ ଶେଷ ହୋଇଯିବ ବୋଲି ତଥାଗତ ଉଲ୍ଲେଖ କରିଛନ୍ତି।

ତେବେ ତଥାଗତଙ୍କ ଏହି ଉକ୍ତି ସହିତ ଏକ ଫଟୋ ବେଶ ଚର୍ଚ୍ଚାକୁ ଆସିଛି। ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ କେବଳ ଶଙ୍ଖ ଚିହ୍ନ ରହିଛି ହେଲେ ଆଉ ସବୁ ଅନ୍ଧାର। ଏହାର ଅର୍ଥ ହେଲା ଭବିଷ୍ୟତରେ କେବଳ ଶଙ୍ଖ ଚିହ୍ନଟି ଥିବ ଆଉ କେହି ନ ଥିବେ ବୋଲି ଏହି ଫଟୋର ଉଦ୍ଦେଶ୍ୟ ବୋଲି ଜଣାପଡିଛି। ଅବଶ୍ୟ ଫଟୋ ସଂପର୍କରେ ସେ କୌଣସି ଟିପ୍ପଣୀ ଲେଖି ନାହାଁନ୍ତି।

ତଥାଗତ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ, ଯେତେବେଳେ କେହି ମୃତ୍ୟୁବରଣ କରେ ସେତେବେଳେ କଳା ପୋଷାକ ପିନ୍ଧିଥାନ୍ତି। ସେଥିପାଇଁ କେବଳ ଶଙ୍କ ଚିହ୍ନ ଅଛି ଆଉ ସବୁ କଳା କରାଯାଇଛି। ଏପରିକି ତଥାଗତ ବାଇଟ ଦେବା ବେଳେ ସେ ଏକ କଳା ରଂଗର ଟି ସାର୍ଟ ପିନ୍ଧି ମଧ୍ୟ ଆସିଥିଲେ।

ତଥାଗତ ଆହୁରି କହିଛନ୍ତି ଯେ, ଲୋକେ ବର୍ତ୍ତମାନ କଂଗ୍ରେସକୁ ଚାହୁଁ ନାହାଁନ୍ତି। କଂଗ୍ରେସ ଯେତେ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ଲୋକେ ଏ ପର୍ଯ୍ୟନ୍ତ ତାଙ୍କୁ ଗ୍ରହଣ କରୁ ନାହାଁନ୍ତି। ଏପରି କ୍ଷେତ୍ରରେ ଏକ ଆଞ୍ଚଳିକ ଦଳର ବଡ ଆବଶ୍ୟକତା ରହିଛି। ଯାହାକୁ ଦୀର୍ଘ ବର୍ଷ ଧରି ବିଜେଡି ପୁରଣ କରି ଆସୁଥିଲା। ହେଲେ ଏବେ ସେ ଏକ୍ସପାଏର ହୋଇଗଲାଣି ବୋଲି ତଥାଗତ କହିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି।

BJD Tathagata Satpathy ତଥାଗତ ଶତପଥୀ ବିଜେଡି ବିଜେଡି ଏକ୍ସପାଏର ଡେଟ ବିଜେଡିକୁ ପୁଣି ତେରଚ୍ଛା ବାଣ
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Latest News

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.