Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁର୍ବଳ ହେଲା ଧାରା ୩୭୦ : କିନ୍ତୁ ଏବେବି କିଛି ରାଜ୍ୟରେ ରହିଛି ବିଶେଷ ଆଇନ୍‌
ବିଶେଷ ଖବର

ଦୁର୍ବଳ ହେଲା ଧାରା ୩୭୦ : କିନ୍ତୁ ଏବେବି କିଛି ରାଜ୍ୟରେ ରହିଛି ବିଶେଷ ଆଇନ୍‌

August 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରେ ଧାରା ୩୭୦କୁ ସମାପ୍ତ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି । କିନ୍ତୁ ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ଏପରି କିଛି ଧାରା ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ତରଫରୁ ସେଠାରେ କିଛି ବିଶେଷ ଅଗ୍ରାଧିକାର ଦିଆଯାଇଥାଏ । ଧାରା ୩୭୧ରେ ଅନ୍ତର୍ଗତରେ କେନ୍ଦ୍ର ସରକାର ସେହି ସମସ୍ତ ରାଜ୍ୟକୁ ବିକାଶ, ସୁରକ୍ଷା ଆଦି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସ୍ବତନ୍ତ୍ରତା ଦେଇଥା’ନ୍ତି ।

ମହାରାଷ୍ଟ୍ର/ଗୁଜରାଟ – ଆର୍ଟିକିଲ୍‌ ୩୭୧

ମହାରାଷ୍ଟ୍ର ଓ ଗୁଜୁରାଟ ଏହି ଦୁଇରାଜ୍ୟରେ ରାଜ୍ୟପାଳଙ୍କ ଧାରା ୩୭୧ ସମ୍ବନ୍ଧୀୟ ବିଶେଷ ସ୍ବତନ୍ତ୍ରତା ରହିଛି । ମହାରାଷ୍ଟ୍ରର ବିଦର୍ଭ, ମରାଠାଓ୍ବାଡା ଓ ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଛର ଅଲଗା ବିକାଶ ବୋର୍ଡ ନିର୍ମାଣ କରାଯାଇ ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ପାଇଁ ଯଥାସମ୍ଭବ ଅର୍ଥଯୋଗାଣ କରାଯାଏ । ନିଯୁକ୍ତିଭିତ୍ତିକ ଶିକ୍ଷା, ଭୋକେଶନାଲ୍‌ ଟ୍ରେନିଂ ଓ ରୋଜଗାର ପାଇଁ ଉପଯୁକ୍ତ କାର୍ଯ୍ୟକ୍ରମ ପାଇଁ ରାଜ୍ୟପାଳଙ୍କ ଦ୍ବାରା ଏହି ବିଶେଷ ବ୍ୟବସ୍ଥା ଉପଲବ୍ଧ।

କର୍ଣ୍ଣାଟକ – ଆର୍ଟିକିଲ୍‌ ୩୭୧ ଜେ (୯୮ତମ ସମ୍ବିଧାନ ସଂଶୋଧନ ଆକ୍ଟ -୨୦୧୨)

ହାଇଦ୍ରାବାଦ ଓ କର୍ଣ୍ଣାଟକ କ୍ଷେତ୍ରରେ ଭିନ୍ନ ଭିନ୍ନ ବିକାଶ ବୋର୍ଡର ପ୍ରାବଧାନ ରହିଛି । ଏଠାରେ ସରକାରୀ ଚାକିରିରେ ଏହି କ୍ଷେତ୍ରର ଲୋକଙ୍କୁ ସମାନ ଭାଗିଦାରୀ ମିଳିଥାଏ । ଏଠାରେ ରାଜ୍ୟସରକାରଙ୍କ ଶିକ୍ଷଣ ସଂସ୍ଥା ଓ ଚାକିରିରେ  ରାଜ୍ୟବାସୀଙ୍କୁ ଆୟୁ ସୀମାରେ ମଧ୍ୟ ସଂରକ୍ଷଣ ଦିଆଯାଇଛି ।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା – ୩୭୧ଡି, ଧାରା ୩୨ର ସଂଶୋଧନ (୧୯୭୩)

ଏହି ଦୁଇ ରାଜ୍ୟ ପାଇଁ ରାଷ୍ଟ୍ରପତିଙ୍କ ବିଶେଷ ଅଧିକାର ରହିଛି । ଏହି ଦୁଇ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ସେହି ରାଜ୍ୟର ବ୍ୟକ୍ତିଙ୍କ ସମାନସଂଖ୍ୟକ ଭାଗିଦାରୀ ଓ ସଂରକ୍ଷଣ ବ୍ୟବସ୍ଥା ରହିଛି । ରାଷ୍ଟ୍ରପତି ନାଗରିକଙ୍କ ସେବା ସମ୍ବନ୍ଧୀୟ ସମସ୍ୟା ତଥା ନିଯୁକ୍ତି  ସମ୍ବନ୍ଧୀୟ ମାମଲାର ସମାଧାନ ପାଇଁ ହାଇକୋର୍ଟ ବ୍ୟତୀତ ଅଲଗା ଟ୍ରିବ୍ୟୁନାଲ୍‌ କରିପାରିବେ ।

ମଣିପୁର – ୩୭୧ ସି (୨୭ତମ ସଂଶୋଧନ ଆକ୍ଟ – ୧୯୭୧)

ଏହି ରାଜ୍ୟରେ ରାଷ୍ଟ୍ରପତି ବା ରାଜ୍ୟପାଳଙ୍କୁ ଦ୍ବାରା ଚୟନ ହୋଇଥିବା ପ୍ରତିନିଧିଙ୍କ କମିଟି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିପାରିବେ । ରାଜ୍ୟପାଳ ଏହାର ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ ।

ମିଜୋରାମ – ୩୭୧ଜି (୫୩ତମ ସଂଶୋଧନ ଆକ୍ଟ -୧୯୮୬)

ଏହି ରାଜ୍ୟରେ ଜମି ମାଲିକାନା ପାଇଁ ମିଜୋ ସମୁଦାୟଙ୍କ ପ୍ରଥାକୁ ପାଳନ କରାଯାଇଥାଏ । ସେହିପରି ଶାସକୀୟ, ନାଗରିକ ଓ ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ନିୟମ ପାଇଁ କେନ୍ଦ୍ର ସରକାର ଏହି ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଯଦି ରାଜ୍ୟର ବିଧାନସଭା କିଛି ସଂକଳ୍ପ ବା କାନୁନ୍‌ ଆଣିନ୍ତି, ତେବେ ଏହା ଉପରେ କେନ୍ଦ୍ର ସରକାର କିଛି ନିଷ୍ପତ୍ତି ନେଇ ପାରିବେ ।

ନାଗାଲାଣ୍ଡ – ୩୭୧ଏ (୧୩ତମ ସଂଶୋଧନ ଆକ୍ଟ -୧୯୬୨)

ଏହି ରାଜ୍ୟରେ ଜମି ମାଲିକାନା ପାଇଁ ନାଗା ସମୁଦାୟଙ୍କ ପ୍ରଥାକୁ ପାଳନ କରାଯାଇଥାଏ । ସେହିପରି ଶାସକୀୟ, ନାଗରିକ ଓ ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ନିୟମ ପାଇଁକେନ୍ଦ୍ର ସରକାର ଏହି ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଯଦି ରାଜ୍ୟର ବିଧାନସଭା କିଛି ସଂକଳ୍ପ ବା କାନୁନ୍‌ ଆଣିନ୍ତି, ତେବେ ଏହା ଉପରେ କେନ୍ଦ୍ର ସରକାର କିଛି ନିଷ୍ପତ୍ତି ନେଇ ପାରିବେ ।  ୧୯୬୦ରେ ନାଗାବାସୀଙ୍କ ସହ ଭାରତ ସରକାରଙ୍କ ଚୁକ୍ତି କରାଯାଇଥିଲା ।

ଅରୁଣାଚଳପ୍ରଦେଶ – ୩୭୧ଏଚ୍‌  (୫୫ତମ ସଂଶୋଧନ ଆକ୍ଟ – ୧୯୮୬)

ଏହି ରାଜ୍ୟରେ ରାଜ୍ୟପାଳଙ୍କୁ ରାଜ୍ୟର ଆଇନ୍‌ ଓ ସୁରକ୍ଷା ପାଇଁ ବିଶେଷ ଅଧିକାର ରହିଛି । ସେ ମନ୍ତ୍ରୀ ତଥା ପରିଷଦ ସହ ଚର୍ଚ୍ଚା କରି ନିଷ୍ପତ୍ତି ନେଇ ଆଇନ୍‌ ଲାଗୁ କରିପାରିବେ । କିନ୍ତୁ ଏହି ସମୟରେ ମନ୍ତ୍ରି ତଥା ପାରିଷଦ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ କୌଣସି ପ୍ରଶ୍ନ ଉଠାଇପାରିବେ ନାହିଁ । ରାଜ୍ୟପାଳଙ୍କ ନିଷ୍ପତ୍ତି ହିଁ ସର୍ବୋଚ୍ଚ ତଥା ଅନ୍ତିମ ନିଷ୍ପତ୍ତି ହୋଇଥାଏ ।

ଆସାମ – ୩୭୧ ବି (୨୨ତମ ସଂଶୋଧନ ଆକ୍ଟ -୧୯୬୯)

ରାଷ୍ଟ୍ରପତିଙ୍କ ଦ୍ବାରା ଏହି ରାଜ୍ୟର ଆଦିବାସୀ ଅଞ୍ଚଳରୁ ନିର୍ବାଚିତ ବିଧାନସଭାର ପ୍ରତିନିଧିଙ୍କ ଏକ କମିଟି ହୋଇଥାଏ । ଯାହା ରାଜ୍ୟର ବିକାଶ କାର୍ଯ୍ୟର ସମୀକ୍ଷା କରି ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଇଥା’ନ୍ତି ।

ସିକ୍କିମ୍‌ – ୩୭୧ଏଫ୍‌ (୩୬ତମ ସଂଶୋଧନ ଆକ୍ଟ – ୧୯୭୫)

ଏହି ରାଜ୍ୟରେ ବିଧାନସଭାର ପ୍ରତିନିଧିମାନେ ଜଣେ ପ୍ରତିନିଧି ଚୟନ କରିଥା’ନ୍ତି ଯିଏ ରାଜ୍ୟର ବିଭିନ୍ନ ବର୍ଗଙ୍କ ଅଧିକାର ତଥା ରୁଚି ପ୍ରତି ଧ୍ୟାନ ଦେବେ । ସଂସଦର ବିଧାନସଭାରେ କିଛି ଆସନ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥାଏ । ରାଜ୍ୟପାଳଙ୍କ ବିଶେଷ ଅଧିକାରରେ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସମାନତା ବ୍ୟବସ୍ଥା କରାଯାଇଥାଏ । ରାଜ୍ୟପାଳଙ୍କ ଏହି ସମ୍ପର୍କିତ ନିଷ୍ପତ୍ତି ଉପରେ କୋର୍ଟରେ କୌଣସି ପ୍ରକାର ଅପିଲ୍‌ କରାଯାଇପାରିବ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026

ଗ୍ରାମ ପଞ୍ଚାୟତର ସଶକ୍ତୀକରଣ ପାଇଁ ଓଡ଼ିଶାକୁ ୧୦୯ କୋଟି ଅନୁଦାନ

July 29, 2026
Latest News

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ: ପଢନ୍ତୁ ଆଜିର ରାଶିଫଳ

July 30, 2026

ଗୁଣାତ୍ମକ ଅନୁବାଦ ଓ ବହୁଭାଷୀ ଯୋଗାଯୋଗ ସୁଦୃଢ଼ୀକରଣ ଉପରେ ପିଆଇବିର ଗୁରୁତ୍ୱ

July 29, 2026

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.