Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ବିଶେଷ ଖବର

ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

December 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ରେଢାଖୋଲ/ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ସୁଶାସନ ଦିବସ’ ଅବସରରେ ସମ୍ବଲପୁର ରେଢ଼ାଖୋଲ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉଦଘାଟନ ସହ ପ୍ରାୟ ୨୪୫ କୋଟି ୫୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୦ଟି ଜନହିତକର ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ  କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିବା ସହ ଓଡ଼ିଶା ଏବଂ ଦେଶ ପ୍ରତି ତାଙ୍କର ଅବଦାନକୁ ମନେପକାଇଥିଲେ। ସେ କହିଥିଲେ ଅଟଳଜୀ ଓଡ଼ିଶାର ବିକାଶ ପାଇଁ ସର୍ବଦା ପ୍ରତିବଦ୍ଧ ଥିଲେ ଏବଂ ମହାବାତ୍ୟା ସମୟରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ। ସମ୍ବଲପୁର-ତାଳଚେର ରେଳ ଲାଇନ୍ ତାଙ୍କର ଦୂରଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଥିବା କହିଥିଲେ। ସେ କହିଥିଲେ ଆଜି ଭଳି ପବିତ୍ର ଦିବସରେ ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ରେଢ଼ାଖୋଲରେ ଶିକ୍ଷାର ମାନକୁ ବଢ଼ାଇବା ସହ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ।

ସ୍ଥାନୀୟ ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଥିଲେ ରେଢ଼ାଖୋଲ ହେଉଛି ପବିତ୍ର ମାଟି। ଏହି ଅଞ୍ଚଳ କଥା ଆସିଲେ ଅନ୍ଧକାର ମଧ୍ୟରେ ଆଲୋକର ବର୍ତ୍ତିକା ଦେଖାଇଥିବା ମହିମା ଧର୍ମର ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ କଥା ଆସେ। ଏହି ମାଟି ହେଉଛି ତାଙ୍କର ସାଧନା ପୀଠ। ସେ ତାଙ୍କର କାଳଜୟୀ ବାଣୀରେ କହିଥିଲେ: “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।” ଏହି ପଂକ୍ତି କେବଳ ଏକ କବିତା ନୁହେଁ, ବରଂ ଆଜିର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ଏକ ପ୍ରେରଣା ଓ ଆଦର୍ଶ ଅଟେ।

ସେ ଆହୁରି କହିଥିଲେ ଯେ ରେଢାଖୋଲ ହେଉଛି ଐତିହାସିକ ସ୍ଥାନ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ଭୀମମଣ୍ଡଳୀର ଐତିହାସିକ ଗୁରୁତ୍ୱକୁ ସାମ୍ନାକୁ ଆଣିଛି। ‘କାର୍ବନ ଡେଟିଂ’ ପ୍ରକ୍ରିୟା ମାଧ୍ୟମରେ ଜଣାପଡ଼ିଛି ଯେ ଭୀମ ମଣ୍ଡଳୀର ବୟସ ପ୍ରାୟ ହଜାର ହଜାର ବର୍ଷ ପୂର୍ବର। ଏହି ପରିପ୍ରେକ୍ଷୀରେ ଏହି ଅଞ୍ଚଳ ଗୁରୁତ୍ୱ ଦୃଷ୍ଟିରୁ ଏହାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ରେଢ଼ାଖୋଲରେ ଏକ ନୂତନ ‘ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ’ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ।

ସେହିପରି ନାକଟିଦେଉଳ ବ୍ଲକକୁ ‘ଆକାଂକ୍ଷୀ ବ୍ଲକ’ ଭାବେ ଗ୍ରହଣ କରି ଏହି ଅଞ୍ଚଳର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ’ ଯୋଜନାରେ ମଧ୍ୟ ରେଢାଖୋଲ ଲାଭାର୍ଥୀ ହୋଇଛି। ସରକାର ଚାଷୀମାନଙ୍କୁ ଆର୍ଥିକ ସମୃଦ୍ଧି ଦେବା ପାଇଁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି।  ଆଜି ପ୍ରାୟ ୫୦୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସହ ଯୋଡ଼ାଯାଇ ସେମାନଙ୍କୁ ସରକାରୀ ସୁବିଧା ହସ୍ତାନ୍ତର କରାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜଳସେଚନ ପରି ପ୍ରତ୍ୟେକ ମୌଳିକ କ୍ଷେତ୍ରରେ ରେଢ଼ାଖୋଲର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ଏକାଠି ହୋଇ ମିଳିମିଶି କାର୍ଯ୍ୟ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ।

"ସୁଶାସନ ଦିବସ" ଉନ୍ନୟନମୂଳକ ପ୍ରକଳ୍ପ ଓଡିଶା ଆଦର୍ଶ ବିଦ୍ୟାଳୟ ଧର୍ମେନ୍ଦ୍ର ପ୍ରଧାନ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେଢାଖୋଲ ଲୋକାର୍ପଣ ଓ ଶିଳାନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

PM Modi in Rajasthan: ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

July 4, 2026

ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ୨୩ ଲସ୍କର ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

July 4, 2026

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026
Latest News

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ?: ଯୋଜନା ପ୍ରସ୍ତୁତ କରିଛି ଘରୋଇ ଦଳ

July 4, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ବଙ୍ଗଳା ଟିଏମସି ମୁଖ୍ୟ

July 4, 2026

ଟେଲିଗ୍ରାମର ବଢ଼ିଲା ସମସ୍ୟା: ୧୫ ଦିନ ପାଇଁ ଅଲଟିମେଟମ୍ ଦେଲେ ସରକାର

July 4, 2026

PM Modi in Rajasthan: ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

July 4, 2026

ବଲୁଚିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୩୦ ପାକିସ୍ତାନୀ ଯବାନ ନିହତ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.