Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡାକ୍ତରମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ବିଫଳ!: ଆଜିଠୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ
ବିଶେଷ ଖବର

ଡାକ୍ତରମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ବିଫଳ!: ଆଜିଠୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ

December 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଡାକ୍ତରମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ବିଫଳ!: ଆଜିଠୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ
ଡାକ୍ତରମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ବିଫଳ!: ଆଜିଠୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ

ଭୁବନେଶ୍ଵର: ଡାକ୍ତରମାନଙ୍କର ୧୦ ଦଫା ଦାବୀକୁ ନେଇ ଗୁରୁବାର ଦିନ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି। ଯାହାଫଳରେ ଡାକ୍ତରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ବାରମ୍ବାର ଦାବୀ ଉପସ୍ଥାପନ କରୁଥିଲେ ମଧ୍ୟ ସରକାର ପ୍ରତାରଣା କରୁଥିବା ଡାକ୍ତର ସଂଘ ଅଭିଯୋଗ କରିଛି। ଏନେଇ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା) ପକ୍ଷରୁ ପୂର୍ବରୁ ଜନସାଧାରଣଙ୍କ ଅବଗତ ନିମନ୍ତେ ଏକ ଚିଠି ଜାରି କରାଯାଇଥିଲା। ଜାରି କରାଯାଇଥିବା ଚିଠିରେ ସରକାରଙ୍କୁ ଏକ ପ୍ରକାର ଚେତାବନୀ ମଧ୍ୟ ଦିଆଯାଇଥିଲା। ଦାବୀ ପୂରଣ ନହଲେ ଆଜିଠାରୁ ପ୍ରତ୍ୟେକ ଦିନ ସକାଳ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ବହିର୍ବିଭାଗ ବନ୍ଦ ରହିବ ବୋଲି ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଥିଲା।

ତେବେ ଗତକାଲି ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆଜିଠାରୁ ଡାକ୍ତରମାନେ ଏକ ଘଣ୍ଟା ବହିର୍ବିଭାଗ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଡାକ୍ତରମାନଙ୍କ ଏହି ନିଷ୍ପତ୍ତି ଏବେ ଜନସାଧାରଣ ପାଇଁ ଚିନ୍ତା ବଢାଇଦେଇଛି। ଆଜି ସକାଳୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ବ୍ୟସ୍ତ ହୋଇପଡିଥିବା ଦେଖାଦେଇଛି। ଯଦି ଏଭଳି ପ୍ରତ୍ୟେକ ଦିନ ଜାରି ରୁହେ, ତେବେ ରୋଗୀଙ୍କ ପାଇଁ ସମସ୍ୟା ବଢିବ ବୋଲି ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି।

ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା ଅବାଧ ଓ ଜନ ସ୍ଵାର୍ଥକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶରେ ଓମସା ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ଆଲୋଚନା ସକାରତ୍ମକ ରହିଛି। ଓମସା ର ଦାବିକୁ ସମ୍ମାନ ଜଣାଇ ଏକ କମିଟି ଗଠନ କରାଯାଇ ସକାରାତ୍ମକ ପଦକ୍ଷେପ ନିଆଯିବ। ତେବେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ଵ ଦେଇ ଆନ୍ଦୋଳାନରୁ ନିବୃତ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଓମସାକୁ ଅନୁରୋଧ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.