Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ
ବିଶେଷ ଖବର

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Naveen Patnaik on Budget
Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

Naveen Patnaik on Budget: କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ 2026 ସମସ୍ତଙ୍କୁ ନିରାଶ କରିଛି। ଏହି ବଜେଟରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କ ପାଇଁ କୌଣସି ଉଲ୍ଲେଖନୀୟ ସୁବିଧା ନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ ‘ଡବଲ୍ ଇଞ୍ଜିନ୍’ ସରକାର ଭିତ୍ତିଭୂମି, ନିଯୁକ୍ତି ସୁଯୋଗ ଏବଂ ରାଜ୍ୟ ପାଇଁ ପ୍ରାପ୍ୟ ଅତିରିକ୍ତ ଅନୁଦାନ ଉପରେ ଗୁରୁତ୍ୱ ଦେଇ ବିକାଶକୁ ଗତି ଦେବ। କିନ୍ତୁ ତାହା ହେଲା ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି ଯେ, ଓଡ଼ିଶାରେ ‘ରେୟାର୍ ଆର୍ଥ କରିଡର୍’ (Rare Earth Corridor) ପ୍ରତିଷ୍ଠା ପ୍ରସ୍ତାବକୁ ମୁଁ ସ୍ୱାଗତ କରୁଛି। ଅନେକ ପ୍ରମୁଖ ଖଣିଜ ଦ୍ରବ୍ୟର ଅଗ୍ରଣୀ ଉତ୍ପାଦନକାରୀ ଓଡ଼ିଶା, ନିଜର ସମୃଦ୍ଧ ସମ୍ପଦ ମାଧ୍ୟମରେ ଦେଶ ଗଠନରେ ସର୍ବଦା ଯୋଗଦାନ ଦେଇ ଆସିଛି। ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ‘ଜାତୀୟ ଜଳପଥ’ ନିର୍ମାଣ ନେଇ ପୁଣି ଥରେ ଘୋଷଣା କରାଯାଇଛି। କିନ୍ତୁ ଏହା ଏକ ଦଶନ୍ଧି ପୁରୁଣା ପ୍ରସ୍ତାବ; ଯାହାର ତୃଣମୂଳସ୍ତରରେ କୌଣସି ଅଗ୍ରଗତି ହୋଇନାହିଁ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ପାଇଁ ବଡ଼ ନିରାଶାର ବିଷୟ ଯେ, ସହରଗୁଡ଼ିକ ମଧ୍ୟରେ ‘ଗ୍ରୋଥ୍ କନେକ୍ଟର୍’ ଭାବରେ ସାତୋଟି ‘ହାଇ-ସ୍ପିଡ୍ ରେଳ କରିଡର୍’ ବିକାଶ କରିବା ନେଇ ହୋଇଥିବା ଘୋଷଣାରେ ଓଡ଼ିଶା ସ୍ଥାନ ପାଇ ନାହିଁ। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଓଡ଼ିଶା ବିଜେପି ସରକାର ଅଟକାଇ ଦେଇଥିବା ବେଳେ ଲୋକଙ୍କ ଆବଶ୍ୟକତା ପ୍ରତି ଅବହେଳା ପୂର୍ବପରି ମଧ୍ୟ ଜାରି ରହିଛି।

ଆମର ‘ଡାଇମଣ୍ଡ ଟ୍ରାଇଙ୍ଗଲ୍’ ସମେତ ଅନେକ ପ୍ରସିଦ୍ଧ ବୌଦ୍ଧ ସ୍ଥଳ ଥିବା ସତ୍ତ୍ୱେ ପର୍ଯ୍ୟଟନ ଭିତ୍ତିକ ‘ବୌଦ୍ଧ ସର୍କିଟ୍ ବିକାଶ ଯୋଜନା’ରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦିଆଯାଇଛି; ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସାମଗ୍ରିକ ବଜେଟକୁ ଦେଖିଲେ ସ୍ପଷ୍ଟ ଅନୁମେୟ ହେଉଛି, ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ନେଇଯିବା ପାଇଁ ହିଁ କେବଳ ଅନୁଦାନ ମିଳୁଛି। ହେଲେ ରାଜ୍ୟବାସୀଙ୍କ ସୁବିଧା ତଥା ଉନ୍ନତି ପାଇଁ ଅର୍ଥ ଆବଣ୍ଟନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି ବୋଲି ନବୀନ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ବର୍ତ୍ତମାନ ସମୟ ଆସିଛି, ରାଜ୍ୟ ବିଜେପି ସରକାର ଓଡ଼ିଶାବାସୀଙ୍କ ପାଇଁ ଉତ୍ତରଦାୟିତ୍ୱ ଗ୍ରହଣ କରନ୍ତୁ ଏବଂ କେନ୍ଦ୍ରରୁ ଓଡ଼ିଶାର ନ୍ୟାର୍ଯ୍ୟ ଅଧିକାର ମିଳିବା ସୁନିଶ୍ଚିତ କରନ୍ତୁ। ଓଡ଼ିଶା ଏବଂ ଏହାର ଜନସାଧାରଣ କେନ୍ଦ୍ର ବଜେଟରୁ ଅଧିକ ସୁଫଳ ପାଇବାକୁ ହକଦାର୍ ଅଟନ୍ତି।

budget Naveen Patnaik Naveen Patnaik on Budget Rare Earth Corridor Union Budget 2026 ବଜେଟ ବଜେଟ 2026
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Latest News

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.