Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱରରେ ଆଡ୍‌ଭାନ୍ସଡ ପେଡିଆଟ୍ରିକ ଅପ୍‌ଥାଲମୋଲୋଜି ସେବାର ଶୁଭାରମ୍ଭ
ବିଶେଷ ଖବର

ଭୁବନେଶ୍ୱରରେ ଆଡ୍‌ଭାନ୍ସଡ ପେଡିଆଟ୍ରିକ ଅପ୍‌ଥାଲମୋଲୋଜି ସେବାର ଶୁଭାରମ୍ଭ

May 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱରରେ ଆଡ୍‌ଭାନ୍ସଡ ପେଡିଆଟ୍ରିକ
ଭୁବନେଶ୍ୱରରେ ଆଡ୍‌ଭାନ୍ସଡ ପେଡିଆଟ୍ରିକ ଅପ୍‌ଥାଲମୋଲୋଜି ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଅଗ୍ରଣୀ ଚକ୍ଷୁ ଚିକିତ୍ସା ସେବା ପ୍ରଦାନକାରୀ ହସପିଟାଲ, ସେଂଟର ଫର ସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ସ ପକ୍ଷରୁ ଏହାର ଭୁବନେଶ୍ୱର ସେଂଟରରେ ଉତ୍ସର୍ଗୀକୃତ ପେଡିଆଟ୍ରିକ ଅପ୍‌ଥାଲମୋଲୋଜି ସେବାର ଶୁଭାରମ୍ଭ କରାଯାଇଛି । ଏଥିସହିତ ଏଠାରେ ସିନିଅର କନ୍‌ସଲ୍‌ଟାଂଟ ଭାବେ ଡଃ ମୋନାଲିସା ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି।

ଏହି ସେବାର ଶୁଭାରମ୍ଭ ସହିତ ସେଂଟର ଏକ ବିସ୍ତୃତ ଶୃଙ୍ଖଳାର ଶିଶୁ ଚକ୍ଷୁ ସମସ୍ୟା ଯେପରିକି ସ୍କ୍ୱିଂଟ (ଷ୍ଟ୍ରାବିସ୍‌ମସ), ପେଡିଆଟ୍ରିକ କାଟାରାକ୍ଟ ଓ ସ୍ନାୟୁ-ସମ୍ବନ୍ଧିତ ଦୃଷ୍ଟିଶକ୍ତି ରୋଗଗୁଡିକର ଚିକିତ୍ସା କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରିଛି, ଯାହା ପିଲାମାନଙ୍କ ପାଇଁ ଶୀଘ୍ର ନିଦାନ, ସଠିକ ସମୟରେ ଚିକିତ୍ସା ଓ ଉତମ ଦୃଷ୍ଟିଶକ୍ତି ଫଳାଫଳ ନିଶ୍ଚିତ କରୁଛି ।

ଡକ୍ଟର ମୋନାଲିସା ମହାପାତ୍ର (ଏମବିବିଏସ, ଏମଏସ, ଏଫପିଓଏସ) ପ୍ରତିଷ୍ଠିତ ଏଲ ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟର ଜଣେ ପୂର୍ବତନ କନ୍‌ସଲଟାଂଟ ଅଟନ୍ତି ଏବଂ ତାଙ୍କର ଅପ୍‌ଥାଲମୋଲୋଜି କ୍ଷେତ୍ରରେ ୧୭ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି । ତାଙ୍କର ଶିଶୁମାନଙ୍କର ଚକ୍ଷୁ ଚିକିତ୍ସା, ସ୍କ୍ୱିଂଟ କରେକ୍ସନ ଓ ଦୃଷ୍ଟିଶକ୍ତି ସମ୍ପର୍କିତ ଜଟିଳ ରୋଗ କ୍ଷେତ୍ରରେ ବ୍ୟାପକ ବିଶେଷଜ୍ଞତା ରହିଥିବାବେଳେ ସେ ସଠିକ, ରୋଗୀ-ଅନୁକୂଳ ଚିକିତ୍ସା ପ୍ରଦାନ କରିବା ଉପରେ ଦୃଢ ମହତ୍ୱ ଦେଇଥାନ୍ତି ।

ଉକ୍ତ ଭୁବନେଶ୍ୱର ସେଂଟର  କାଟାରାକ୍ଟ, ରେଟିନା, କର୍ଣ୍ଣିଆ, ଗ୍ଲୁକୋମା, ରିଫ୍ରାକ୍ଟିଭ ପଦ୍ଧତି ଓ ପେଡିଆଟ୍ରିକ ଅପ୍‌ଥାଲମୋଲୋଜି କ୍ଷେତ୍ରରେ ବିସ୍ତୃତ ଚକ୍ଷୁ ଯତ୍ନ ସେବା ପ୍ରଦାନ କରୁଛି, ଯାହା ଏହାକୁ ଆଖିର ସମସ୍ତ ପ୍ରକାରର ସମସ୍ୟା ପାଇଁ ଏକ ଏକକ ଗନ୍ତବ୍ୟସ୍ଥଳୀରେ ପରିଣତ କରୁଛି । ଅତ୍ୟାଧୁନିକ ନିଦାନ ଓ ଆଧୁନିକ ଅସ୍ତ୍ରୋପଚାର ପ୍ରଯୁକ୍ତିବିଦ୍ୟା ଦ୍ୱାରା ସମର୍ଥିତ ଏହି ସେଂଟର ସଠିକ, ସୁରକ୍ଷିତ ଓ ଉନ୍ନତ ଚିକିତ୍ସା ଫଳାଫଳ ଉପରେ ଗୁରୁତ୍ୱ ବଜାୟ ରଖିଛି ।

ରଣନୈତିକ ଭାବେ ନୟାପଲ୍ଲୀଠାରେ ଅବସ୍ଥିତ ଏହି ସେଂଟର ଭୁବନେଶ୍ୱର ଓ ଆଖପାଖ ଅଂଚଳର ପରିବାରଗୁଡିକ ପାଇଁ ସ୍ୱତନ୍ତ୍ର ଚିକିତ୍ସାକୁ ସେମାନଙ୍କର ନିକଟତର କରି ବିଶେଷଜ୍ଞ ଚକ୍ଷୁ ଚିକିତ୍ସା ଲାଗି ସହଜ ପହଂଚ ନିଶ୍ଚିତ କରୁଛି । ପ୍ରାୟ ୩ ଦଶନ୍ଧିର ଚିକିତ୍ସକୀୟ ଉତ୍କର୍ଷତା, ୯୫ରୁ ଅଧିକ ସେଂଟର ଓ ୩୫୦ରୁ ଅଧିକ ଦକ୍ଷ ଡାକ୍ତରଙ୍କ ଏକ ନେଟ୍‌ୱର୍କ ଦ୍ୱାରା ସମର୍ଥିତ ସେଂଟର ଫର ସାଇଟ୍ ଭାରତବ୍ୟାପୀ ବିଶ୍ୱସ୍ତରୀୟ ଚକ୍ଷୁ ଚିକିତ୍ସା ପାଇଁ ପହଂଚକୁ ବିସ୍ତାର କରିବା ଜାରି ରଖିଛି ।

Eye Hospitals ଆଇ ହସ୍ପିଟାଲ୍ସ ଆଡ୍‌ଭାନ୍ସଡ ପେଡିଆଟ୍ରିକ ଡକ୍ଟର ମୋନାଲିସା ମହାପାତ୍ର ସେଂଟର ଫର ସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026

ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ପଡ଼ିଲା ମହଙ୍ଗା; ଫି ଫେରସ୍ତ ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

June 17, 2026

ବଢିଲା ଖରା ଛୁଟି

June 17, 2026
Latest News

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026

ବିସ୍ତୃତ ରାଶିଫଳ: ଜୁନ ୧୮ ତାରିଖ ବୁଧବାରରେ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜଳମୟ

June 18, 2026

‘ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ’ : କୋଟାରୁ ମୋଦି ସରକାର ବିରୋଧରେ ରାହୁଲଙ୍କ ଶିକ୍ଷା ଆନ୍ଦୋଳନ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.