Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ
ବିଶେଷ ଖବର

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

June 28, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳ
ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଡିଭିଜନର ମାଲତୀପାଟପୁର ଏବଂ ପୁରୀ ମଧ୍ୟରେ ଏକ ରୋଡ୍ ଓଭର ବ୍ରିଜ୍ (ROB) ର ସୁରକ୍ଷିତ ସ୍ଥାପନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଜରୁରୀକାଳୀନ ଇଞ୍ଜିନିୟରିଂ ଏବଂ ଟ୍ରାଫିକ୍ ବ୍ଲକ୍ କାର୍ଯ୍ୟ କରାଯିବ। ଏହା ଫଳରେ କିଛି ସମୟ ପାଇଁ କିଛି ଟ୍ରେନ୍ ସେବା ବାତିଲ, ପୁନଃନିର୍ଦ୍ଧାରିତ, ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) ଏବଂ ନିୟନ୍ତ୍ରିତ କରାଯିବ।

ଟ୍ରେନ୍ ବାତିଲ୍

ନିମ୍ନଲିଖିତ ଟ୍ରେନଗୁଡ଼ିକ ବାତିଲ ରହିବ

ଟ୍ରେନ ସଂଖ୍ୟା ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ ୨୯.୦୬.୨୦୨୬ ରିଖରେ ରାଉରକେଲାରୁ ଏବଂ ଟ୍ରେନ ସଂଖ୍ୟା ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ ୩୦.୦୬.୨୦୨୬ ରିଖରେ ପୁରୀରୁ ବାତିଲ ରହିବ।

ଟ୍ରେନ ସଂଖ୍ୟା ୬୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ମେମୁ (MEMU) ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୬୮୪୦୩ ଖୋର୍ଦ୍ଧା ରୋଡ଼-ପୁରୀ ମେମୁ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।

ଟ୍ରେନ ସଂଖ୍ୟା ୬୮୪୧୬ ପୁରୀ-କଟକ ମେମୁ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୬୮୪୧୫ କଟକ-ପୁରୀ ମେମୁ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।

ଟ୍ରେନ ସଂଖ୍ୟା ୬୮୪୩୮ କଟକ-ଭଦ୍ରକ ମେମୁ ୩୦.୦୬.୨୦୨୬ ରିଖରେ କଟକରୁ ଏବଂ ଟ୍ରେନ ସଂଖ୍ୟା ୬୮୪୩୭ ଭଦ୍ରକ-କଟକ ମେମୁ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।

ଟ୍ରେନ ସଂଖ୍ୟା ୬୮୪୧୦ ପୁରୀ-ଖୋର୍ଦ୍ଧା ରୋଡ଼ ମେମୁ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୬୮୪୦୯ ଖୋର୍ଦ୍ଧା ରୋଡ଼-ପୁରୀ ମେମୁ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।

ଟ୍ରେନ ସଂଖ୍ୟା ୧୨୨୭୮ ପୁରୀ-ହାଓ୍ୱଡ଼ା ଶତାବ୍ଦୀ ଏକ୍ସପ୍ରେସ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୧୨୨୭୭ ହାଓ୍ୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।

ଟ୍ରେନ ସଂଖ୍ୟା ୧୮૪୧୪ ପୁରୀ-ପାରାଦୀପ ଏକ୍ସପ୍ରେସ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୧୮૪୧୩ ପାରାଦୀପ-ପୁରୀ ଏକ୍ସପ୍ରେସ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।

ଟ୍ରେନ ସଂଖ୍ୟା ୫୮୪୦୬ ପାରାଦୀପ-କଟକ ପାସେଞ୍ଜର ୩୦.୦୬.୨୦୨୬ ରିଖରେ ପାରାଦୀପରୁ ଏବଂ ଟ୍ରେନ ସଂଖ୍ୟା ୫୮୪୦୫ କଟକ-ପାରାଦୀପ ପାସେଞ୍ଜର ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।

ଟ୍ରେନ ସଂଖ୍ୟା ୧୮૪୧୬ ପୁରୀ-ବାରବିଲ ଏକ୍ସପ୍ରେସ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୧୮૪୧୫ ବାରବିଲ-ପୁରୀ ଏକ୍ସପ୍ରେସ ୦୧.୦୭.୨୦୨୬ ରିଖରେ ବାରବିଲରୁ ବାତିଲ ରହିବ।

ଟ୍ରେନଗୁଡ଼ିକର ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପତ୍ତି

ଏହା ସହିତ, ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକ ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପତ୍ତି ହେବ।

ଟ୍ରେନ ନଂ ୧୫୬૪০ କାମାକ୍ଷା-ପୁରୀ ଏକ୍ସପ୍ରେସ, ୨୮.୦୬.୨୦୨୬ରେ କାମାକ୍ଷାରୁ ଯାତ୍ରା ଆରମ୍ଭ କରି ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୧୫୬୩୯ ପୁରୀ-କାମାକ୍ଷା ଏକ୍ସପ୍ରେସ, ୩୦.୦୬.୨୦୨୬ରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।

ଟ୍ରେନ ନଂ ୨୨୨୦୧ ଶିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ, ୨୯.୦୬.୨୦୨୬ରେ ଶିଆଲଦାରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୨୨୨୦୨ ପୁରୀ-ଶିଆଲଦା ଦୁରନ୍ତ ଏକ୍ସପ୍ରେସ, ୩୦.୦୬.୨୦୨୬ରେ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।

ଟ୍ରେନ ନଂ ୧୨୧૪୫ ଲୋକମାନ୍ୟ ତିଳକ ଟର୍ମିନସ-ପୁରୀ ଏକ୍ସପ୍ରେସ, ୨୮.୦୬.୨୦୨୬ରେ ଲୋକମାନ୍ୟ ତିଳକ ଟର୍ମିନସରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ପ୍ରତ୍ୟାବର୍ତ୍ତନକାରୀ ଟ୍ରେନ ନଂ ୧୨୧୪୬ ପୁରୀ-ଲୋକମାନ୍ୟ ତିଳକ ଟର୍ମିନସ ଏକ୍ସପ୍ରେସ, ୩୦.୦୬.୨୦୨୬ରେ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।

ଟ୍ରେନ ନଂ ୬୮୪୫୦ ଦଶପଲ୍ଲା-ପୁରୀ ମେମୁ (MEMU), ୩୦.୦୬.୨୦୨୬ରେ ଦଶପଲ୍ଲାରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୬୮୪୪୯ ପୁରୀ-ଦଶପଲ୍ଲା ମେମୁ, ସେହି ଦିନ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।

ଟ୍ରେନ ନଂ ୬୮୪୨୧ ଅନୁଗୋଳ-ପୁରୀ ମେମୁ, ୩୦.୦୬.୨୦୨୬ରେ ଅନୁଗୋଳରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୬୮୪୨୨ ପୁରୀ-ଅନୁଗୋଳ ମେମୁ, ସେହି ଦିନ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।

ଟ୍ରେନ ନଂ ୬୮୪୧୪ ପୁରୀ-ତାଳଚେର ମେମୁ, ୩୦.୦୬.୨୦୨୬ରେ ପୁରୀରୁ ଛାଡ଼ିବା ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ ଏବଂ ଟ୍ରେନ ନଂ ୬୮୪୧୩ ତାଳଚେର-ପୁରୀ ମେମୁ, ସେହି ଦିନ ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ।

ଟ୍ରେନ ନଂ ୧୮୪୦୧ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ, ୩୦.୦୬.୨୦୨୬ରେ ବାଙ୍ଗିରିପୋଷିରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୧୮୪୦୨ ପୁରୀ- ବାଙ୍ଗିରିପୋଷି ଏକ୍ସପ୍ରେସ, ସେହି ଦିନ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।

ଟ୍ରେନ ନଂ ୬୮୪୪୧ ଜଳେଶ୍ୱର-ପୁରୀ ମେମୁ, ୩୦.୦୬.୨୦୨୬ରେ ଜଳେଶ୍ୱରରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୬୮୪୪୨ ପୁରୀ-ଜଳେଶ୍ୱର ମେମୁ, ସେହି ଦିନ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।

ଟ୍ରେନଗୁଡ଼ିକର ସମୟ ପରିବର୍ତ୍ତନ (Rescheduling of Trains)

ଟ୍ରେନ ନଂ ୧୨୮୮୭ ଶାଲିମାର-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ଯାହାକି ୨୯.୦୬.୨୦୨୬ ରେ ୨୦:୩୫ ଘଣ୍ଟାରେ ଶାଲିମାରରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୫ ଘଣ୍ଟା ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୩୦.୦୬.୨୦୨୬ ତାରିଖ ୦୧:୩୫ ଘଣ୍ଟାରେ ଛାଡ଼ିବ।

ଟ୍ରେନ ନଂ ୧୮୪୦୯ ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ, ଯାହାକି ୨୯.୦୬.୨୦୨୬ ରେ ୧୮:୫୫ ଘଣ୍ଟାରେ ଶାଲିମାରରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୭ ଘଣ୍ଟା ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୩୦.୦୬.୨୦୨୬ ତାରିଖ ୦୧:୫୫ ଘଣ୍ଟାରେ ଛାଡ଼ିବ।

ଟ୍ରେନ ନଂ ୧୨୮୦୨ ଆନନ୍ଦ ବିହାର ଟର୍ମିନସ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ, ଯାହାକି ୨୮.୦୬.୨୦୨୬ ରେ ୨୨:୪୫ ଘଣ୍ଟାରେ ଆନନ୍ଦ ବିହାର ଟର୍ମିନସରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୫ ଘଣ୍ଟା ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୨୯.୦୬.୨୦୨୬ ତାରିଖ ୦୩:୪୫ ଘଣ୍ଟାରେ ଛାଡ଼ିବ।

ଟ୍ରେନ ନଂ ୧୮୪୫୧ ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ, ଯାହାକି ୨୯.୦୬.୨୦୨୬ ରେ ୧୪:୩୦ ଘଣ୍ଟାରେ ହାଟିଆରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୪ ଘଣ୍ଟା ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୨୯.୦୬.୨୦୨୬ ତାରିଖ ୧୮:୩୦ ଘଣ୍ଟାରେ ଛାଡ଼ିବ।

ଟ୍ରେନ ନଂ ୧୨୮୪୪ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ଯାହାକି ୨୮.୦୬.୨୦୨୬ ରେ ୧୯:୦୦ ଘଣ୍ଟାରେ ଅହମ୍ମଦାବାଦରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୨ ଘଣ୍ଟା ୩୦ ମିନିଟ୍ ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୨୮.୦୬.୨୦୨୬ ତାରିଖ ୨୧:୩୦ ଘଣ୍ଟାରେ ଛାଡ଼ିବ।

ଟ୍ରେନ ନଂ ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ, ଯାହାକି ୨୯.୦୬.୨୦୨୬ ରେ ୧୬:୧୦ ଘଣ୍ଟାରେ ଦୁର୍ଗରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୨ ଘଣ୍ଟା ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୨୯.୦୬.୨୦୨୬ ତାରିଖ ୧୮:୧୦ ଘଣ୍ଟାରେ ଛାଡ଼ିବ।

ଟ୍ରେନ ନଂ ୨୦୪୭୧ ଶ୍ରୀ ଗଙ୍ଗାନଗର-ପୁରୀ ସାପ୍ତାହିକ ଏକ୍ସପ୍ରେସ, ଯାହାକି ୨୮.୦୬.୨୦୨୬ ରେ ୧୪:୧୦ ଘଣ୍ଟାରେ ଶ୍ରୀ ଗଙ୍ଗାନଗରରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୨ ଘଣ୍ଟା ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୨୮.୦୬.୨୦୨୬ ତାରିଖ ୧୬:୧୦ ଘଣ୍ଟାରେ ଛାଡ଼ିବ।

ଟ୍ରେନ ନଂ ୨୨୮୬୬ ପୁରୀ-ଲୋକମାନ୍ୟ ତିଳକ ଟର୍ମିନସ ସୁପରଫାଷ୍ଟ ଏକ୍ସପ୍ରେସ, ଯାହାକି ୩୦.୦୬.୨୦୨୬ ରେ ୦୬:୦୦ ଘଣ୍ଟାରେ ପୁରୀରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୫ ଘଣ୍ଟା ୩୦ ମିନିଟ୍ ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୩୦.୦୬.୨୦୨୬ ତାରିଖ ୧୧:୩୦ ଘଣ୍ଟାରେ ଛାଡ଼ିବ।

ଟ୍ରେନ ନଂ ୧୨୮୨୨ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ଯାହାକି ୩୦.୦୬.୨୦୨୬ ରେ ୧୦:୨୫ ଘଣ୍ଟାରେ ପୁରୀରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୨ ଘଣ୍ଟା ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୩୦.୦୬.୨୦୨୬ ତାରିଖ ୧୨:୨୫ ଘଣ୍ଟାରେ ଛାଡ଼ିବ।

ଟ୍ରେନ ନଂ ୧୨୮୩୭ ହାଓ୍ୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ଯାହାକି ୨୯.୦୬.୨୦୨୬ ରେ ୨୨:୩୦ ଘଣ୍ଟାରେ ହାଓ୍ୱଡ଼ାରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୪ ଘଣ୍ଟା ଘୁଞ୍ଚାଇ ଦିଆଯାଇଛି ଏବଂ ଏବେ ତାହା ୩୦.୦୬.୨୦୨୬ ତାରିଖ ୦୨:୩୦ ଘଣ୍ଟାରେ ଛାଡ଼ିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

ଆଧୁନିକୀକରଣ କାର୍ଯ୍ୟ ଖୋର୍ଦ୍ଧା ରୋଡ୍ ଡିଭିଜନ ବାତିଲ୍ ହେଲା ଟ୍ରେନ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ମାଲକାନଗିରିରେ ସୁରକ୍ଷା ବାହିନୀର ବଡ଼ ସଫଳତା, ବିପୁଳ ମାଓ ସାମଗ୍ରୀ ଜବତ

June 28, 2026

କମିଶନରେଟ୍ ପୁଲିସ୍‌ ହାତରେ ୫ କୋଟି ଠକେଇର ମୋଷ୍ଟ ୱାଣ୍ଟେଡ୍ ଅଭିଯୁକ୍ତ

June 28, 2026

ଜମି ପାଇଁ ବାପା ଭାଇକୁ ହାଣିଲା ବଡ଼ ଭାଇ

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026
Latest News

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

June 28, 2026

ମାଲକାନଗିରିରେ ସୁରକ୍ଷା ବାହିନୀର ବଡ଼ ସଫଳତା, ବିପୁଳ ମାଓ ସାମଗ୍ରୀ ଜବତ

June 28, 2026

କମିଶନରେଟ୍ ପୁଲିସ୍‌ ହାତରେ ୫ କୋଟି ଠକେଇର ମୋଷ୍ଟ ୱାଣ୍ଟେଡ୍ ଅଭିଯୁକ୍ତ

June 28, 2026

ଜମି ପାଇଁ ବାପା ଭାଇକୁ ହାଣିଲା ବଡ଼ ଭାଇ

June 28, 2026

କେନ୍ଦ୍ରମନ୍ତ୍ରୀଙ୍କୁ ୯୯ ଲକ୍ଷ ସବସିଡି ମିଳିଥିବା ଅଭିଯୋଗ: ଜାଣନ୍ତୁ ଏହି ଯୋଜନାରେ କିପରି ଉପକୃତ ହେବେ ଚାଷୀ?

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.