Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧୀନରେ ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ
ବିଶେଷ ଖବର

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧୀନରେ ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ

July 19, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧୀନରେ ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧୀନରେ ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ

ଭୁବନେଶ୍ୱର: ‘‘ସ୍ୱାମୀ ଚାଲିଯିବା ପରେ ଦିନ ମଜୁରିଆ ଭାବେ କାମ କରୁଥିଲି। ହେଲେ ପରିବାରର ଆର୍ଥିକ ସ୍ଥିତି ନସୁଧୁରିବାରୁ ବନ ସୁରକ୍ଷା ସମିତି (ଭିଏସଏସ)ରେ ସାମିଲ ହୋଇଥିଲି। ଏଠାରୁ ୧୫ ହଜାର ଟଙ୍କାର ୠଣ ସହାୟତା ନେଇ ପୋଟଳ ଚାଷ କରିଥିଲି। ଏଥିରୁ ମୁଁ ଭଲ ଦି’ ପଇସା ରୋଜଗାର କରିବା ସହ ସଫଳ ଚାଷୀର ପରିଚୟ ପାଇପାରିଛି’’, କହନ୍ତି ଝାରସୁଗୁଡ଼ା ଜିଲ୍ଲା ଦେବଧାରା ବନ ସୁରକ୍ଷା ସମିତିର ସଦସ୍ୟା ସାଇରେନ୍ଦ୍ରୀ ସିଦାର।

‘‘ମୁଁ ବିଭିନ୍ନ ୠତୁରେ ଅର୍ଥକରୀ ଫସଲ କରିଥାଏ। ଗତ ଶୀତ ୠତୁରେ ୮୦ଟି ବେଡରେ ମୁଁ ଧିଙ୍ଗିରି ଛତୁଚାଷ କରି ୧୧୦ କିଲୋଗ୍ରାମ ପାଇଥିଲି। ଏଥିରୁ ମୁଁ ୧୬,୫୦୦ ଟଙ୍କା ରୋଜଗାର କରିଥିଲି। ବନ ସୁରକ୍ଷା ସମିତିର ସଦସ୍ୟ ହେବା ଫଳରେ ମୋ’ ଜୀବନ ଜୀବିକାରେ ବିଶେଷ ପରିବର୍ତ୍ତନ ଆସିପାରିଛି’’, ଏହା ହେଉଛି ଗଞ୍ଜାମ ଜିଲ୍ଲା ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଗୁଣ୍ଡିବିରା ବନ ସୁରକ୍ଷା ସମିତିର ସଦସ୍ୟ ଉପେନ୍ଦ୍ର ନାୟକଙ୍କ କାହାଣୀ।

ଝାରସୁଗୁଡ଼ା ଜିଲ୍ଲାର ସାଇରେନ୍ଦ୍ରୀ ଏବଂ ଗଞ୍ଜାମ ଜିଲ୍ଲାର ଉପେନ୍ଦ୍ରଙ୍କ ଭଳି ରାଜ୍ୟର ଲକ୍ଷ ଲକ୍ଷ ହିତାଧିକାରୀଙ୍କ ଜୀବିକାକୁ ନୂଆ ଦିଗ ମିଳିଛି। ଗତ ଦୁଇ ବର୍ଷର ଲୋକଙ୍କ ସରକାରରେ ଗ୍ରାମୀଣ ଅର୍ଥନୀତିରେ ଦେଖିବାକୁ ମିଳିଛି ଏପରି ବଡ଼ ପରିବର୍ତ୍ତନ। ଏଥିପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ପରିଚାଳିତ ‘ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ) ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ଦିଆଯାଉଛି। ଜଙ୍ଗଲ ସୁରକ୍ଷା ସହିତ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ସାବ୍ୟସ୍ତ ହୋଇଛି।

ଜୀବିକାର ସୁଦୃଢ଼ୀକରଣ ସହ ବନାୟନ ପ୍ରକଳ୍ପ ମାଧ୍ୟମରେ ପୂର୍ବରୁ ୬ଟି ସକ୍ରିୟ ବହୁମୁଖୀ ଉତ୍ପାଦ କେନ୍ଦ୍ର ବା ‘ମଲ୍ଟି ପ୍ରଡକ୍ଟ କ୍ଲଷ୍ଟର’ ଗଠନ କରାଯାଇଛି। ଏହି କ୍ରମରେ କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ବନଖଣ୍ଡରେ ଶାଳ ପତ୍ର, ଢେଙ୍କାନାଳର କାଜୁ ପ୍ରକ୍ରିୟାକରଣ କେନ୍ଦ୍ର, ଝାରସୁଗୁଡ଼ାର ସୁଗନ୍ଧିତ ଲେମନଗ୍ରାସ୍‌ ଏବଂ ବୌଦ୍ଧର ଡାଲି ଜାତୀୟ ଶସ୍ୟ କ୍ଲଷ୍ଟର ସଫଳତାର ସହ କାର୍ଯ୍ୟକ୍ଷମ ହୋଇ ସାରିଛି। ଏହି ବହୁମୁଖୀ ଉତ୍ପାଦ କେନ୍ଦ୍ରଗୁଡ଼ିକ ସ୍ଥାପନ ଦ୍ୱାରା ୨,୫୨୬ ଜଣ ଭିଏସଏସ୍ ସଦସ୍ୟଙ୍କୁ ସିଧାସଳଖ ରୋଜଗାର ମିଳିପାରିଛି। ଆଗାମୀ ଦିନରେ ଏହାକୁ ଅଧିକ ଲୋକଭିମୁଖୀ କରିବା ପାଇଁ ଆଉ ୩ଟି ନବ ନିର୍ମିତ ‘ମଲ୍ଟି ପ୍ରଡକ୍ଟ କ୍ଲଷ୍ଟର’ ଉଦଘାଟନ କରାଯିବ।

ସେହିପରି ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି ଏବଂ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର ଅଧୀନରେ କେନ୍ଦୁଝର, କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, ବଣାଇ, ଦେବଗଡ଼ ଏବଂ ରାଉରକେଲାରେ ଆଉ ୫ଟି ନୂତନ କ୍ଲଷ୍ଟର ସ୍ଥାପନ ପାଇଁ ଯୋଜନା ରହିଛି।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧୀନରେ ଗତ ୨ ବର୍ଷରେ ୧, ୪୭, ୨୩୫ଟି ପରିବାରରର ୬, ୩୭, ୩୬୫ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି। ସେହିପରି ଗତ ୨ ବର୍ଷରେ ବିଭିନ୍ନ ସରକାରୀ ଯୋଜନାର ସାମଗ୍ରିକ ଭାବେ ଏକାଭିମୁଖୀକରଣ କାର୍ଯ୍ୟ ଓ ବିଭାଗ ମଧ୍ୟରେ ସମନ୍ଵୟ ଯୋଗୁଁ ୭.୫୫ ଲକ୍ଷ ବନାଞ୍ଚଳ ଅଧିବାସୀ ଜୀବିକା ପାଇଁ ଲାଭାନ୍ଵିତ ହୋଇଛନ୍ତି। ସେଥିରୁ ୨୦୨୪-୨୫ ଆର୍ଥିକ ବର୍ଷରେ କେବଳ ୩.୪୧ ଲକ୍ଷ ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୪.୧୪ ଲକ୍ଷ ହିତାଧିକାରୀ ରହିଛନ୍ତି। ଲଘୁ ବନଜାତ ଦ୍ରବ୍ୟ ପ୍ରସ୍ତୁତି, ମିଲେଟ୍ସ ଜାତୀୟ ଉତ୍ପାଦ, କୁକୁଡ଼ା ଓ ଛେଳି ପାଳନ, ମାଛ ଚାଷ, ଛତୁ ଚାଷ ଏବଂ ପନିପରିବା ଚାଷ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଜୀବନଶୈଳୀ ସୁଦୃଢ଼ ହେଉଛି। ଏଥିପାଇଁ ହିତାଧିକାରୀଙ୍କୁ ଆବଶ୍ୟକ ତାଲିମ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

ଏହି କାର୍ଯ୍ୟକ୍ରମ ପାଇଁ ବନ ସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠିରୁ ହିତାଧିକାରୀମାନଙ୍କୁ ୠଣ ସହାୟତା ଦିଆଯାଉଛି। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଏ ବାବଦରେ ୩୧.୩୯ କୋଟି ଟଙ୍କା ପ୍ରଦାନ କରାଯିବା ସହ ୨୨.୮୩ କୋଟି ଟଙ୍କା ପରିଶୋଧ ହୋଇପାରିଛି। ଏହାଦ୍ୱାରା ୪୭ ହଜାର ୭୪୬ ଜଣ ହିତାଧିକାରୀଙ୍କ ଜୀବିକା ସଶକ୍ତ ହୋଇପାରିଛି। ସେମାନଙ୍କ ଭିତରେ ୯ ହଜାର ୫୯୯ ଜଣ ପୁରୁଷ ଥିବା ବେଳେ ୩୮ ହଜାର ୧୪୭ ଜଣ ହେଉଛନ୍ତି ମହିଳା ହିତାଧିକାରୀ।

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବନାଞ୍ଚଳ ଅନ୍ତର୍ଗତ ଟାଙ୍ଗରଡ଼ିହି ବନ ସୁରକ୍ଷା ସମିତିର ସଦସ୍ୟ ପୂର୍ଣ୍ଣମୀ ନେଗୀ କହନ୍ତି, ‘‘ସ୍ୱାମୀଙ୍କ ଦେହାନ୍ତ ପରେ ଝିଅ ବାହାଘର କରିବା ପାଇଁ ମୁଁ ଧାର କରଜ କରିଥିଲି। ଏହା ଶୁଝିବା ପାଇଁ ମୁଁ ଆବର୍ତ୍ତନ ପାଣ୍ଠିରୁ ୫ ହଜାର ଟଙ୍କାର ୠଣ ସହାୟତା ନେଇ ଶାଳପତ୍ରରେ ଖଲି ଓ ଦନା ପ୍ରସ୍ତୁତି ବ୍ୟବସାୟ ଆରମ୍ଭ କରିଛି। ସ୍ଥାନୀୟ ହାଟରେ ଏହାକୁ ବିକ୍ରି କରି ମାସକୁ ୫ ହଜାର ଟଙ୍କା ରୋଜଗାର କରିପାରୁଛି। ଠିକ୍ ସମୟରେ ୠଣ ପରିଶୋଧ କରିବା ସହ ଆଗ ଅପେକ୍ଷା ଏବେ ଭଲରେ ଚଳୁଛି।’’

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ) ଅଧୀନରେ ବନ ସୁରକ୍ଷା ସମିତି ଗଠନ କରାଯାଇ ଜଙ୍ଗଲ ପରିଚାଳନାକୁ ବ୍ୟବସ୍ଥିତ କରାଯାଇଛି। ତା’ସହ ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ଜୀବିକା ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଫଳରେ ଲୋକଙ୍କ ମୁହଁରେ ହସ ଫୁଟି ପାରିଛି।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ)

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ଦ୍ୱିତୀୟ ପର୍ଯ୍ୟାୟ (ବନାୟନ) ଜାପାନ ଆର୍ନ୍ତଜାତିକ ସହାୟତା ସଂସ୍ଥାର (ଜାଇକା) ଋଣ ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ, ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି ଦ୍ୱାରା ୧୦ଟି ଜିଲ୍ଲାର ୧୪ଟି ବନଖଣ୍ଡ ଓ ବନ୍ୟପ୍ରାଣୀ ବନଖଣ୍ଡରେ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପର ଅବଧି ୨୦୧୭-୧୮ ରୁ ୨୦୨୬-୨୭ ପର୍ଯ୍ୟନ୍ତ ରହିଛି। ଯୁଗ୍ମ ବନ ପରିଚାଳନା ମାଧ୍ୟମରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ସଂରକ୍ଷଣ, ସୁରକ୍ଷା ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କର ଜୀବନ ଜୀବିକାର ମାନ ବୃଦ୍ଧି କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ବନ ସୁରକ୍ଷା ସମିତି ସ୍ଥାୟୀ ଜୀବିକା
Share. Facebook Twitter LinkedIn Email WhatsApp Copy Link

Related Posts

NDAରେ ଯୋଗଦେବେ ନା କଂଗ୍ରେସରେ ବିଲୟ ହେବ ଶରଦ ପାୱାର ଗୋଷ୍ଠୀ?: ସୁପ୍ରିୟା ସୁଲେ କହିଲେ…

July 19, 2026

ସଂଶୋଧିତ ଉଡାନ୍‌: ଆହୁରି ସୁଦୃଢ ହେବ ଦେଶର ଆଞ୍ଚଳିକ ବିମାନସେବା ନେଟଓ୍ବର୍କ

July 19, 2026

ନୀତି ଆୟୋଗ ମାନ୍ୟତା: ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ଶ୍ରେଷ୍ଠ ପାଞ୍ଚରେ ଓଡ଼ିଶା

July 19, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଆର୍ଟିକାଲ ୩୭୦’ ଶ୍ରେଷ୍ଠ ଫିଚର ଫିଲ୍ମ, ୟମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ

July 19, 2026
Latest News

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧୀନରେ ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ

July 19, 2026

NDAରେ ଯୋଗଦେବେ ନା କଂଗ୍ରେସରେ ବିଲୟ ହେବ ଶରଦ ପାୱାର ଗୋଷ୍ଠୀ?: ସୁପ୍ରିୟା ସୁଲେ କହିଲେ…

July 19, 2026

ସଂଶୋଧିତ ଉଡାନ୍‌: ଆହୁରି ସୁଦୃଢ ହେବ ଦେଶର ଆଞ୍ଚଳିକ ବିମାନସେବା ନେଟଓ୍ବର୍କ

July 19, 2026

ନୀତି ଆୟୋଗ ମାନ୍ୟତା: ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ଶ୍ରେଷ୍ଠ ପାଞ୍ଚରେ ଓଡ଼ିଶା

July 19, 2026

ରାମନଗର-ଡେରାଡୁନ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.