Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅମିତ ଶାହାଙ୍କ ଘୋଷଣା: ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC
ବିଶେଷ ଖବର

ଅମିତ ଶାହାଙ୍କ ଘୋଷଣା: ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC

September 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୨୧ଟି ବିଜେପି ତଥା ଏନଡିଏ  ଶାସିତ ରାଜ୍ୟରେ ‘ସମାନ ନାଗରିକ ସଂହିତା’ (UCC) ଲାଗୁ କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁମ୍ବାଇଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଘୋଷଣା କରିଛନ୍ତି।

ଗୃହମନ୍ତ୍ରୀ କହିଛନ୍ତି ଯେ, ବିଜେପି ଦେଶରେ ସମାନ ଆଇନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ। ଉତ୍ତରାଖଣ୍ଡ ସରକାର ସଫଳତାର ସହ ୟୁସିସି ଆଇନ ପାରିତ କରି ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ଅନ୍ୟ ଏନଡିଏ ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏହି ଦିଗରେ ଦ୍ରୁତ ଗତିରେ କାମ କରୁଛନ୍ତି। ୨୦୨୯ ସୁଦ୍ଧା ସମସ୍ତ ୨୧ଟି ରାଜ୍ୟରେ ଏହି ସମ୍ପର୍କିତ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ।

ଏହି ଆଇନ ବଳରେ ବିବାହ, ବିବାହ ବିଚ୍ଛେଦ (ଛାଡ଼ପତ୍ର), ସମ୍ପତ୍ତି ଅଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବିଷୟଗୁଡ଼ିକରେ ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ ରହିବ। ଏହାସହ ସମାଜରେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ବୃଦ୍ଧି ପାଇବ। ବିରୋଧୀଙ୍କ ସମାଲୋଚନା ଉପରେ କଡ଼ା ପ୍ରତିକ୍ରିୟା ରଖି ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ୟୁସିସି କୌଣସି ଧର୍ମ ବା ସମ୍ପ୍ରଦାୟ ବିରୋଧୀ ନୁହେଁ। ବରଂ ଏହା ଦେଶର ସମସ୍ତ ନାଗରିକଙ୍କୁ ସମାନ ସାମ୍ବିଧାନିକ ଅଧିକାର ପ୍ରଦାନ କରିବ।

Indian Politics NDA Government ucc
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଶତ୍ରୁତାରୁ ରାଜଧାନୀରେ ଆତଙ୍କ, ଯୁବକଙ୍କୁ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ

September 14, 2026

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କୋର୍ଟରେ ଆତ୍ମସମର୍ପଣ କଲେ ତରୁଣ ତେଜପାଲ୍

September 14, 2026

ନନ୍ଦନକାନନରେ ପୁଣି ଅସୁସ୍ଥ ହେଲା ଓରାଙ୍ଗଉଟାନ୍

September 14, 2026

ଅଟୋ ଓଲଟି ବିଟେକ୍ ଛାତ୍ର ମୃତ: ୮ ଜଣ ବନ୍ଧୁ ଗୁରୁତର

September 14, 2026
Latest News

ଅମିତ ଶାହାଙ୍କ ଘୋଷଣା: ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC

September 14, 2026

ପୂର୍ବ ଶତ୍ରୁତାରୁ ରାଜଧାନୀରେ ଆତଙ୍କ, ଯୁବକଙ୍କୁ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ

September 14, 2026

ସାମାନ୍ୟ କଳିର ଭୟଙ୍କର ରୂପ: ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

September 14, 2026

ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଲାଗିପାରେ ଫ୍ରିଜ୍! ନୂଆ ନିୟମ ଆଣୁଛି RBI, ଜାଣନ୍ତୁ କାହା ପାଇଁ ଅସୁବିଧା

September 14, 2026

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କୋର୍ଟରେ ଆତ୍ମସମର୍ପଣ କଲେ ତରୁଣ ତେଜପାଲ୍

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.