Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଟୋ ପାଇଲଟ ମୋଡରେ ବିରୋଧୀ, ବୈଜୟନ୍ତ ମାନିଲେ, ନବୀନ ଆଜି ମଧ୍ୟ ଅଜେୟ!!
ବିଶେଷ ଖବର

ଅଟୋ ପାଇଲଟ ମୋଡରେ ବିରୋଧୀ, ବୈଜୟନ୍ତ ମାନିଲେ, ନବୀନ ଆଜି ମଧ୍ୟ ଅଜେୟ!!

December 26, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବୈଜୟନ୍ତ ପଣ୍ଡା କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା କରିବାକୁ ଏବେ ଆଉ ଗଣମାଧ୍ୟମର ଆଗ୍ରହ ନାହିଁ। ବୈଚାରିକ ଦୃଷ୍ଟିରୁ ବିଜେପି ତାଙ୍କ ଲାଗି ହୁଏତ ସ୍ଵାଭାବିକ ପସନ୍ଦ ହୋଇଥାନ୍ତା, ହେଲେ ବିଜେପି ନେତୃତ୍ୱ ତାଙ୍କୁ ଡାକିବାକୁ କୁନ୍ଥ କୁନ୍ଥ ହେଉଛନ୍ତି। ଡିସେମ୍ବର ୨୪ ରେ ବୈଜୟନ୍ତ ଖୁର୍ଦ୍ଧା ଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ ବୋଲି ଏକ ଖବର ଶୁଣିବାକୁ ମିଳୁଥିଲା, ଯାହାକୁ ରାଜ୍ୟ ବିଜେପି ସଭାପତି ଖଣ୍ଡନ କରିଥିଲେ। ପ୍ରଧାନମନ୍ତ୍ରୀ ଆସିଲେ ଓ ଗଲେ, କିନ୍ତୁ ବୈଜୟନ୍ତଙ୍କ ଲାଗି ବିଜେପିର କବାଟ ସେମିତି ପୂର୍ବ ପରି ବନ୍ଦ ରହିଲା। ଇତି ମଧ୍ୟରେ ବୈଜୟନ୍ତ ନିଜର ଲେଖା ମାଧ୍ୟମରେ ଓ ସୋସିଆଲ ମିଡିଆ ଜରିଆରେ ବିଜେପିର ସବୁ ନୀତିକୁ ସମର୍ଥନ କରି ଚାଲିଛନ୍ତି। ଏପରିକି ରିଜର୍ଭ ବ୍ୟାଙ୍କର ସ୍ଵାଧୀନତା ସଙ୍କୁଚିତ କରିବାରେ ସରକାରୀ ପକ୍ଷକୁ ବୈଜୟନ୍ତ ସମର୍ଥନ କରି ଏକ ସ୍ତମ୍ଭ ରଚନା କରିଛନ୍ତି। ତଥାପି କେଉଁ ଅଜ୍ଞାତ କାରଣରୁ କେଜାଣି ବୈଜୟନ୍ତଙ୍କଠାରୁ ବିଜେପି ସତର୍କ ଦୂରତା ଅବଲମ୍ବନ କରୁଛି।

ତେବେ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଖୁର୍ଦ୍ଧା ଭାଷଣରେ ନବୀନ ଓ ବିଜେଡି ସରକାର ପ୍ରତି ନରମ ଆଭିମୁଖ୍ୟ ପ୍ରଦର୍ଶନ କରିବା ପରେ ବୈଜୟନ୍ତଙ୍କର ବୋଧେ ବିଜେପି ପ୍ରତି ମୋହଭଙ୍ଗ ଘଟିଛି। ୨୪ ତାରିଖ ସନ୍ଧ୍ୟାରେ ସି-ଭୋଟର ସଂସ୍ଥା ତରଫରୁ କରାଯାଇଥିବା ଜନମତ ସର୍ବେକ୍ଷଣରେ ଲୋକସଭା ନିର୍ବାଚନରେ ଓଡିଶାରୁ ବିଜେପି ୧୫ ଟି ଆସନ ପାଇବା ବୋଲି କୁହାଯାଇଥିଲା। ସ୍ଵାଭାବିକ ଭାବରେ ଏହି ଖବର କୁ କେହି ବିଶ୍ବାସକୁ ନେଇନଥିଲେ। ଛୋଟ ଛୋଟ ନବୀନ ବିରୋଧୀ ଖବର କୁ ବଡ କରି ଦେଖାଉଥିବା ବୈଜୟନ୍ତଙ୍କ ଓଟିଭି, ଏହି ସର୍ବେକ୍ଷଣକୁ ଏକପ୍ରକାର ଆଡେଇ ଯାଇଥିଲା। ତେବେ ଏହି ଖବରର ପ୍ରତିକ୍ରିୟାରେ ବୈଜୟନ୍ତ ଏକ ପିନଡ ଟୁଇଟ କରିଥିଲେ, ଯାହାକି ଏବେ ସବୁଠୁ ଚର୍ଚ୍ଚାର ବିଷୟ ହୋଇଛି।

ଏବିପି ନ୍ୟୁଜର ଟୁଇଟ ଥିଲା, “ମୋଦୀ କୁହୁକକୁ ଆଶ୍ରା କରି ୨୦୧୯ ଲୋକସଭା ନିର୍ବାଚନରେ ଓଡିଶାରେ ବିଜେପି ବେଶ ଲାଭ ପାଇବାକୁ ଯାଉଛି- ଏବିପି ସର୍ବେକ୍ଷଣ”। ଏହାର ଉତ୍ତରରେ ବୈଜୟନ୍ତ ଲେଖିଥିଲେ- “ଏହା ଏକ ଅହଙ୍କାରୀ କଳନା, ସତରେ ଏମିତି ହେବ କି? ଯଦି ବା ସେମିତି କିଛି ସମ୍ଭାବନା ଅଛି ତାହା ଅଟୋ ପାଇଲଟ ମୋଡରେ ସମ୍ଭବ ହେବନାହିଁ। ସରକାର ବିରୋଧରେ ଲଢିବାକୁ ବିରୋଧିର ଶକ୍ତ କଲିଜା ଥିବା ଜରୁରୀ। ଓଡିଶାରେ ଖାଲି ଦୁର୍ନୀତି ହେଉଛି ଓ ଅପରାଧ ବଢିଛି ବୋଲି କହିଲେ ହେବନାହିଁ, ସେଥିଲାଗି କାମ କରିବାକୁ ପଡିବ। “

ଏହି ଟୁଇଟକୁ ସ୍ଵତନ୍ତ୍ର ଭାବରେ ପିନ କରି ରଖିବା ପଛରେ ବୈଜୟନ୍ତଙ୍କ ରାଜନୈତିକ ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ସେ ସିଧା ସିଧା ଓଡିଶାରେ ବିଜେପିର ବିଜୟ ସମ୍ଭାବନାକୁ ଅମୂଳକ ବୋଲି କହୁଛନ୍ତି। ତା ସହିତ ନବୀନଙ୍କ ବିରୋଧରେ ଲଢିବାକୁ ବିଜେପିର କଲିଜା ନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ନବୀନଙ୍କ ଲୋକପ୍ରିୟତା ବିଷୟରେ ବୈଜୟନ୍ତଙ୍କ ଆକଳନ ବାସ୍ତବ ତଥ୍ୟ ଉପରେ ହିଁ ପର୍ଯବସିତ। ତେବେ ହଠାତ ବୈଜୟନ୍ତଙ୍କ ଏ ପ୍ରକାର ପଟ୍ଟ ପରିବର୍ତ୍ତନର କାରଣ କଣ? ବିଜେପି ଓ କଂଗ୍ରେସର ନବୀନ ବିରୋଧୀ ଆଭିମୁଖ୍ୟରେ ଶିଥିଳତା ତାଙ୍କୁ ବ୍ୟଥିତ କରିଛି କି? ବିଭିନ୍ନ ବାଟ ଦେଇ ବିଜେପିରେ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହେବାପରେ ବୈଜୟନ୍ତ ଏବେ ବିଜେପି ଉପରେ ଅଲଗା ପ୍ରକାର ଚାପ ପ୍ରୟୋଗ କରିବାର ଚେଷ୍ଟା କରୁଛନ୍ତି କି?

ପ୍ରଶ୍ନ ଅନେକ, ଏହାର ଉତ୍ତର ମଧ୍ୟ ବହୁମୂଖୀ। ତେବେ ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ବୈଜୟନ୍ତ ପୁଣି ଥରେ ବିଜେଡି କୁ ଫେରି ଆସିବାକୁ ବ୍ୟାକୁଳ ବୋଲି ତାଙ୍କର ଜଣେ ପୁରୁଣା ସହଯୋଗୀ କହିଛନ୍ତି। ହେଲେ ତାଙ୍କୁ ବିଜେଡି ନେତୃତ୍ୱ ପୁଣିଥରେ ଗ୍ରହଣ କରିବ ତ? ୟା ପୂର୍ବରୁ ଲୋକସଭା ନିର୍ବାଚନ ଲଢିବାର ସମ୍ଭାବନା ବିଷୟରେ ମଧ୍ୟ ବୈଜୟନ୍ତ ଗୋଲ ମୋଲ ଉତ୍ତର ରଖିଥିଲେ। ସେ ହୁଏତ ପରିବର୍ତ୍ତିତ ପରିସ୍ଥିତିରେ କିଛି ସମୟ ଚୁପ ରହି ୨୦୧୯ ନିର୍ବାଚନ ପରେ ନିଜର ଗତିପଥ ବଦଳାଇ ପାରନ୍ତି।

ତେବେ ବାକି ଯାହା ହେଉନା କାହିଁକି, ବୈଜୟନ୍ତ ପରିଶେଷରେ ନବୀନକୁ ଅଜେୟ ନେତା ବୋଲି ମାନିବା, ଏବେ ବିଜେଡି କୁ ଆଶ୍ଚର୍ୟ କରିଛି।

jayapanda kedarmishra naveen
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

April 15, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.