Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନଭେମ୍ବର ସୁଦ୍ଧା ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
ବିଶେଷ ଖବର

ନଭେମ୍ବର ସୁଦ୍ଧା ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

October 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Governor holds a crucial meeting regarding the ongoing faculty recruitment in state universities.
Governor holds a crucial meeting regarding the ongoing faculty recruitment in state universities.

ଭୁବନେଶ୍ବର: ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ରାଜ୍ୟ ସରକାର ଏବଂ  ଲୋକଭବନ ପକ୍ଷରୁ ପ୍ରକ୍ରିୟାକୁ ବେଶ୍ ତ୍ୱରାନ୍ୱିତ କରାଯାଇଛି। ଲୋକ ଭବନ ପରିସରର ନ୍ୟୁ ଅଭିଷେକ ହଲ୍ ସମ୍ମିଳନୀ କକ୍ଷରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଚାଲିଥିବା ଶିକ୍ଷକ ନିଯୁକ୍ତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଡ. ହରି ବାବୁ କମ୍ଭମପତି ଏହି ବୈଠକରେ ଅଧ୍ୟକ୍ଷତା କରି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ନଭେମ୍ବର ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳପତିମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ କୁଳପତି ନିଯୁକ୍ତି ପରି ଏକ ବଡ଼ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିବା କଥା ସ୍ମରଣ କରାଇ ବର୍ତ୍ତମାନ ଏହି ଶିକ୍ଷକ ନିଯୁକ୍ତିକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରସଙ୍ଗରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମୋଟ ୧୪୩୫ଟି ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ପୋଷ୍ଟ ପୂରଣ କରାଯିବ। ଆଶାୟୀମାନଙ୍କର ବେସିକ୍ ସ୍କ୍ରୁଟିନି ବା ପ୍ରାରମ୍ଭିକ ଯାଞ୍ଚ କାର୍ଯ୍ୟ ଶେଷ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଏହି ପଦବୀଗୁଡ଼ିକ ପୂରଣ କରାଯିବ। ଶିକ୍ଷକ ନିଯୁକ୍ତିରେ ମେଧା ହିଁ ଏକମାତ୍ର ପ୍ରାଥମିକତା ହେବା ଉଚିତ ଏବଂ ଶିକ୍ଷାର ଗୁଣବତ୍ତା ସହ କୌଣସି ପ୍ରକାର ସମଝୌତା କରାଯିବ ନାହିଁ ବୋଲି ବୈଠକରେ ଦୃଢ଼ୋକ୍ତି ପ୍ରକାଶ ପାଇଛି। ସର୍ବୋତ୍ତମ ଯୋଗ୍ୟ ପ୍ରତିଭାମାନଙ୍କୁ ବିଶ୍ୱବିଦ୍ୟାଳୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି।

ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ, ପ୍ରାରମ୍ଭିକ ପର୍ଯ୍ୟାୟରେ ଅତ୍ୟଧିକ ଛାଟେଇ କିମ୍ବା ସର୍ଟଲିଷ୍ଟିଂ ନକରି ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ସାକ୍ଷାତକାର ପାଇଁ ଡାକିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା କୌଣସି ଯୋଗ୍ୟ ପ୍ରାର୍ଥୀ ବଞ୍ଚିତ ହେବେ ନାହିଁ ଏବଂ ଚୟନ କମିଟି ପାଖରେ ଅଧିକ ପ୍ରାର୍ଥୀଙ୍କ ମଧ୍ୟରୁ ଶ୍ରେଷ୍ଠ ଶିକ୍ଷକ ଚୟନ କରିବାର ବ୍ୟାପକ ସୁଯୋଗ ରହିବ। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଅନଲାଇନ୍ ୟୁନିଭରସିଟି ରିକ୍ରୁଟମେଣ୍ଟ ପୋର୍ଟାଲ ଜରିଆରେ ଶିକ୍ଷକ ଏବଂ ଅଣଶିକ୍ଷକ ପଦ ପାଇଁ ଏକ କେନ୍ଦ୍ରୀକୃତ ତଥା ସ୍ୱଚ୍ଛ ପ୍ରକ୍ରିୟା ଜାରି ରହିଛି।

ଏହି ବୈଠକରେ କେବଳ ନିଯୁକ୍ତି ନୁହେଁ, ବରଂ ବିଶ୍ୱବିଦ୍ୟାଳୟଗୁଡ଼ିକର ପରିବେଶଗତ ମାନକ ଏବଂ କ୍ୟାମ୍ପସର ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଓଡ଼ିଶା ଲୋକ ଭବନକୁ ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ ପକ୍ଷରୁ ମିଳିଥିବା ପ୍ଲାଟିନମ୍ ସର୍ଟିଫିକେସନ୍‌ର ଉଦାହରଣ ଦେଇ ରାଜ୍ୟପାଳ ସମସ୍ତ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍ ସାର୍ଟିଫିକେସନ୍ ହାସଲ କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ସହିତ କ୍ୟାମ୍ପସରେ ସୌର ଶକ୍ତିର ବ୍ୟବହାର ବୃଦ୍ଧି କରିବା, ନିଜସ୍ୱ ପଦକ୍ଷେପ କିମ୍ବା ରେସ୍କୋ ମଡେଲ୍‌ରେ ସୋଲାର ପ୍ରକଳ୍ପ ହାତକୁ ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ କାର୍ଯ୍ୟକାଳ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରି ଏକ ସମାନ କାର୍ଯ୍ୟକାଳ ବ୍ୟବସ୍ଥା ପ୍ରଣୟନ କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି।

ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ସଚିବ ଅରବିନ୍ଦ ଅଗ୍ରୱାଲ ବୈଠକରେ ଉପସ୍ଥିତ ରହି ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ବର୍ତ୍ତମାନର ସ୍ଥିତି ଏବଂ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶ ପରେ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଓଡିଶା ରାଜ୍ୟପାଳ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଚନ୍ଦକାରେ ଅଭିଯୁକ୍ତକୁ ଏନକାଉଣ୍ଟର

October 3, 2026

ସୁବର୍ଣ୍ଣରେଖା ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

October 3, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

October 3, 2026

ଜଳ ସଙ୍କଟ ଦୂର ପାଇଁ ପଦକ୍ଷେପ: କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ

October 3, 2026
Latest News

ନଭେମ୍ବର ସୁଦ୍ଧା ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

October 3, 2026

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଚନ୍ଦକାରେ ଅଭିଯୁକ୍ତକୁ ଏନକାଉଣ୍ଟର

October 3, 2026

ସୁବର୍ଣ୍ଣରେଖା ନଦୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

October 3, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

October 3, 2026

ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.