Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି
ଜାତୀୟ ଖବର

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jio AI Glasses
Jio AI Glasses: ଜିଓ ଏଆଇ ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

Jio AI Glasses: ମୋବାଇଲ୍ ପକେଟ୍‌ରେ ରହିଥିବ ଏବଂ ସାମ୍ନାରେ କ୍ୟୁଆର କୋଡ୍ ଥିବ, ତଥାପି ପେମେଣ୍ଟ ହୋଇପାରିବ, ଏହା କ’ଣ ସମ୍ଭବ? ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୬ରେ ଜିଓ ଏଭଳି ଏକ ଆଧୁନିକ ଓ ଭବିଷ୍ୟତମୁଖୀ ଉତ୍ପାଦ ପ୍ରଦର୍ଶନ କରିଛି। କମ୍ପାନୀ ନିଜର ପର୍ସନାଲ୍ ଏଆଇ ୱେରେବଲ୍ ଉତ୍ପାଦ ଶ୍ରେଣୀରେ କ୍ୟାମେରା ଗ୍ଲାସ୍ (ଚଷମା), ଅଡିଓ ଗ୍ଲାସ୍ (ଚଷମା) ଏବଂ ଇୟର ପଡ଼ ପ୍ରଦର୍ଶନ କରିଛି। ଏଥିରେ ସ୍କାନ୍ ଆଣ୍ଡ ପେ, ଏଆଇ ଭଏସ୍ ଆସିଷ୍ଟାଣ୍ଟ, ବିଭିନ୍ନ ଭାରତୀୟ ଭାଷାରେ କମାଣ୍ଡ ଓ ଲାଇଭ ଅନୁବାଦ (ଟ୍ରାନ୍ସଲେସନ୍), ଏଆଇ ଜରିଆରେ ମିଟିଙ୍ଗ ନୋଟ୍ ପ୍ରସ୍ତୁତ କରିବା ଏବଂ ଲାଇଭ୍ କ୍ରିକେଟ୍ କମେଣ୍ଟ୍ରି ଭଳି ବୈଶିଷ୍ଟ୍ୟ ରହିଛି।

ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ସ୍କାନ୍ ଆଣ୍ଡ ପେ। କ୍ୟାମେରା ଗ୍ଲାସ୍ ବା ଚଷମା ୟୁପିଆଇ କ୍ୟୁଆର କୋଡ୍‌କୁ ସ୍କାନ୍ କରିବ। ଏହାପରେ ବ୍ୟବହାରକାରୀ ଭଏସ୍ କମାଣ୍ଡ ଦେବେ ଏବଂ ନିଶ୍ଚିତକରଣ ପରେ ପେମେଣ୍ଟ ସମ୍ପନ୍ନ ହେବ। ୟୁପିଆଇ ସର୍କଲ ମାଧ୍ୟମରେ ଗୋଟିଏ ଥରରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପଇଠ କରାଯାଇପାରିବ। ଏହି ସୀମା ଜିଓ ନିର୍ଦ୍ଧାରଣ କରିନାହିଁ; ଏହା ୟୁପିଆଇ ସର୍କଲର ନିୟମ ଅନୁଯାୟୀ ଧାର୍ଯ୍ୟ ହୋଇଛି। ଏହାର ମାସିକ ସୀମା ହେଉଛି ୧୫,୦୦୦ ଟଙ୍କା।

ଅର୍ଥାତ୍, ଦୋକାନରେ ପେମେଣ୍ଟ କରିବା ସମୟରେ ମୋବାଇଲ୍ ବାହାର କରିବା, ଅନଲକ୍ କରିବା, ଆପ୍ ଖୋଲିବା ଏବଂ କ୍ୟୁଆର କୋଡ୍ ସ୍କାନ୍ କରିବା ଭଳି ଏକାଧିକ ପଦକ୍ଷେପର ଆବଶ୍ୟକତା ପଡିବ ନାହିଁ। ଏଠାରେ ଏଆଇ କେବଳ ପ୍ରଶ୍ନର ଉତ୍ତର ଦେଉଥିବା ଏକ ସହାୟକ ନୁହେଁ; ବରଂ ଆପଣଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରୁଥିବା ଏକ ପ୍ରଯୁକ୍ତିରେ ପରିଣତ ହେଉଛି। ଏଆଇକୁ ମୋବାଇଲ୍ ସ୍କ୍ରିନ୍ ଓ କିବୋର୍ଡର ସୀମାରୁ ବାହାର କରି ସ୍ୱର ଏବଂ ଦୈନନ୍ଦିନ ବ୍ୟବହାର ସହ ଯୋଡ଼ିବାକୁ କମ୍ପାନୀ ପ୍ରୟାସ କରୁଛି।

ଜିଓ ଏଆଇ ଗ୍ଲାସ୍ ର ଅନ୍ୟ ଏକ ପ୍ରମୁଖ ବ୍ୟବହାର ହେଉଛି ଲାଇଭ୍ ଟ୍ରାନ୍ସଲେସନ୍ ବା ତତ୍କ୍ଷଣାତ୍ ଅନୁବାଦ। ଭିନ୍ନ ଭିନ୍ନ ଭାରତୀୟ ଭାଷା କହୁଥିବା ଦୁଇଜଣ ବ୍ୟକ୍ତି ଏହି ୱେରେବଲ୍ ଡିଭାଇସ୍ ର ସହାୟତାରେ ବାସ୍ତବ ସମୟରେ ପରସ୍ପରଙ୍କ କଥା ବୁଝିପାରିବେ। ଆପଣ ନିଜ ଭାଷାରେ କଥା କହିବେ ଏବଂ ସାମ୍ନାରେ ଥିବା ବ୍ୟକ୍ତି ନିଜ ଭାଷାରେ କହିବେ। ଉଭୟଙ୍କ ମଧ୍ୟରେ ଭାଷାଗତ ଯୋଗାଯୋଗର ଦାୟିତ୍ୱ ଏଆଇ ତୁଲାଇବ।

ଏହାର ବ୍ୟବହାର କେବଳ ପେମେଣ୍ଟ ଓ ଅନୁବାଦରେ ସୀମିତ ନୁହେଁ। ବୈଠକ ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଯେପରି ରହି ନ ଯାଏ, ସେଥିପାଇଁ ଏଥିରେ ଏଆଇ ନୋଟ୍ ଟେକିଂ ସୁବିଧା ରହିଛି। ସେହିପରି, ଚାଲିବା ସମୟରେ ମଧ୍ୟ କ୍ରିକେଟ୍ ମ୍ୟାଚ୍ ସହ ଯୋଡ଼ି ହୋଇ ରହିବା ପାଇଁ ଲାଇଭ୍ କ୍ରିକେଟ୍ କମେଣ୍ଟ୍ରି ମିଳିବ। ଅର୍ଥାତ୍, ଅଫିସ୍‌ର ବୈଠକ ହେଉ କିମ୍ବା କ୍ରିକେଟ୍‌ର ରୋମାଞ୍ଚ, ବାରମ୍ବାର ମୋବାଇଲ୍ ସ୍କ୍ରିନ ଦେଖିବାର ଆବଶ୍ୟକତା କମାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଜିଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ୱେରେବଲ୍ ଡିଭାଇସ୍‌ଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଏଆଇ ମାଧ୍ୟମରେ କାର୍ଯ୍ୟଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବା ସହ ଦୈନନ୍ଦିନ କାର୍ଯ୍ୟକୁ ସହଜ କରିବା। ଏଥିରେ ଭଏସ୍ କମାଣ୍ଡ ଏବଂ ଭାରତୀୟ ଭାଷାଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି, ଯାହାଦ୍ୱାରା ବ୍ୟବହାରକାରୀ ନିଜ ଭାଷାରେ ଏଆଇ ଓ ଡିଜିଟାଲ୍ ସେବାର ଉପଯୋଗ କରିପାରିବେ।

ଜିଓର ଏହି ପ୍ରଦର୍ଶନ ୱେରେବଲ୍ ପ୍ରଯୁକ୍ତିର ଆଗାମୀ ପର୍ଯ୍ୟୟର ଏକ ଝଲକ ପ୍ରଦାନ କରୁଛି। ସ୍ମାର୍ଟ ଗ୍ଲାସ୍ ର ଧାରଣା ନୂଆ ନୁହେଁ, କିନ୍ତୁ ୟୁପିଆଇ ପେମେଣ୍ଟ, ଭାରତୀୟ ଭାଷା, ଲାଇଭ୍ ଟ୍ରାନ୍ସଲେସନ୍, ଏଆଇ ନୋଟ୍ ଟେକିଂ ଏବଂ କ୍ରିକେଟ୍ କମେଣ୍ଟ୍ରି ଭଳି ବୈଶିଷ୍ଟ୍ୟ ଏହାକୁ ଭାରତୀୟ ବ୍ୟବହାରକାରୀଙ୍କ ଦୈନନ୍ଦିନ ଜୀବନ ସହ ଅଧିକ ନିକଟତର କରୁଛି।

Jio AI Spectacles ଜିଓ ଏଆଇ ଚଷମା
Share. Facebook Twitter LinkedIn Email WhatsApp Copy Link

Related Posts

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026
Latest News

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ପ୍ରେସକ୍ରିପସନ୍ ଔଷଧ ବିଜ୍ଞାପନ ଉପରେ କେନ୍ଦ୍ରର କଟକଣା! ଅନୁମତି ବିନା ପ୍ରଚାର କଲେ ଅଡୁଆରେ ପଡ଼ିପାରନ୍ତି ଔଷଧ ବ୍ୟବସାୟୀ

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.