Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶହେ ବର୍ଷରେ ଅମୃତା ପ୍ରୀତମ, ଭାରତୀୟ ମହାଚେତନାର ସବୁଠୁ ଭାବୁକ କାବ୍ୟସ୍ଵର
ବିଶେଷ ଖବର

ଶହେ ବର୍ଷରେ ଅମୃତା ପ୍ରୀତମ, ଭାରତୀୟ ମହାଚେତନାର ସବୁଠୁ ଭାବୁକ କାବ୍ୟସ୍ଵର

August 31, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ପ୍ରସିଦ୍ଧ କବି, ଔପନ୍ୟାସିକା ତଥା ଲେଖିକା ଅମୃତା ପ୍ରୀତମଙ୍କ ୧୦୦ତମ ଜନ୍ମଦିବସ । ଅମୃତା ୧୯୧୯ ଅଗଷ୍ଟ ୩୧ ତାରିଖରେ ପଞ୍ଜାବ (ପାକିସ୍ତାନର) ଗୁଜରାଂବାଲା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଅମୃତା ପ୍ରୀତମ୍‌ ସେହି ବିରଳ ସାହିତ୍ୟିକମାନଙ୍କ ଭିତରୁ ଜଣେ ଯାହାଙ୍କର ପ୍ରଥମ କବିତା ସଂକଳନ  ମାତ୍ର ୧୬ ବର୍ଷ ବୟସରେ ପ୍ରକାଶିତ ହୋଇଥିଲା । ସେ ପିଲାଦିନେ ଦେଶ ବିଭାଜନର ଦୁଃଖ ସହିଛନ୍ତି । ସେଥିପାଇଁ ତାଙ୍କ କୃତି ଗୁଡ଼ିକରେ ଦେଶ ବିଭାଜନର ଯନ୍ତ୍ରଣା, ବନ୍ଧୁ ଓ ପରିବାର ବିଚ୍ଛେଦର ଦୁଃଖ ବିଶେଷ ଭାବରେ ଅନୁଭୂତ ହୁଏ । ବିଭାଜନ ପରେ ଅମୃତାଙ୍କ ପରିବାର ଦିଲ୍ଲୀରେ ବସତି ସ୍ଥାପନ କଲେ । ସେ ପରବର୍ତ୍ତୀ ସମୟରେ ପଞ୍ଜାବୀ ଭାଷା ସହିତ ହିନ୍ଦୀ ଭାଷାରେ ମଧ୍ୟ ଲେଖାଲେଖି ଆରମ୍ଭ କଲେ । ସେ ମାତ୍ର ୧୬ ବର୍ଷ ବୟସରେ ଜଣେ ସମ୍ପାଦକଙ୍କୁ ବିବାହ କରିଥିଲେ । ପରେ ୧୯୬୦ ମସିହାରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।  ସେ ନିଜ ଜୀବନ କାଳ ମଧ୍ୟରେ ଅଜସ୍ର  କବିତା ଲେଖିଛନ୍ତି। ତାଙ୍କର ଚର୍ଚ୍ଚିତ ଆତ୍ମଜୀବନୀ ‘ରସିଦି ଟିକେଟ’  ଭାରତୀୟ ସାହିତ୍ୟର ଏକ ଅନନ୍ୟ କୃତି ଭାବରେ ପରିଗଣିତ ହୋଇଥାଏ।

ଅମୃତା ତାଙ୍କ କୃତି ପାଇଁ ଅନେକ ରାଷ୍ଟ୍ରୀୟ ତଥା ଅନ୍ତରାର୍ଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୫୬ ମସିହାରେ ସାହିତ୍ୟ ଅକାଦେମୀ ସମ୍ମାନ, ୧୯୫୮ରେ ପଞ୍ଜାବ ସରକାରଙ୍କ ଭାଷା ବିଭାଗ ଦ୍ବାରା ପୁରସ୍କାର, ୧୯୮୮ରେ ବୁଲ୍‌ଗେରିଆ ବୈରାବ ପୁରସ୍କାର, ୧୯୮୨ରେ ଭାରତୀୟ ସାହିତ୍ୟରେ ସର୍ବୋଚ୍ଚ ‘ଜ୍ଞାନପୀଠ’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି  ଅମୃତା ।  ଅମୃତା ପ୍ରଥମ ମହିଳା ଭାବେ ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହାସହିତ ଅମୃତା ପ୍ରଥମ ପଞ୍ଜାବୀ ମହିଳା ଭାବେ ୧୯୬୯ରେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତା ହୋଇଥିଲେ । ସେହିପରି ସେ ୧୯୮୭ ମସିହାରେ ଫ୍ରାନ୍ସ ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ । ଏତଦ୍‌ବ୍ୟତୀତ ୨୦୦୪ ମସିହାରେ ଭାରତର ଦ୍ଵିତୀୟ ସବୁଠୁ ବଡ ସମ୍ମାନ ପଦ୍ମବିଭୁଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଅମୃତାଙ୍କର ସବୁଠୁ ପ୍ରସିଦ୍ଧ କବିତା ହେଉଛି ଆଜ ଆଖାଁ ବାରିସ ଶାହ ନୁଁ। ଏଥିରେ ଦେଶ ବିଭାଜନ ସମୟରେ ହୋଇଥିବା ଭୟାନକ ଘଟଣା ବିଷୟରେ ଦର୍ଶାଯାଇଛି। ତାଙ୍କର ଲେଖାର ପାଠକ  କେବଳ ଭାରତରେ ନୁହେଁ, ବରଂ ସମଗ୍ର ଭାରତୀୟ ଉପ ମହାଦେଶରେ ତାଙ୍କର ଆଦର ରହିଥିଲା।  ତାଙ୍କ ପ୍ରକାଶିତ ରଚନା ଭିତରେ  ୨୮ଟି ଉପନ୍ୟାସ, ୧୮ଟି ଗଦ୍ୟ ସଂକଳନ, ୫ଟି କ୍ଷୁଦ୍ର ଗଳ୍ପ  ରହିଛି । ତାଙ୍କର ପ୍ରସିଦ୍ଧ ଉପନ୍ୟାସ ମଧ୍ୟରେ ରହିଛି – ପିଞ୍ଜର୍‌, ଡକ୍ଟର ଦେବ, କୋରେ କାଗଜ୍‌, ଉନଚାଷ ଦିନ୍‌, ରଙ୍ଗ କା ପତ୍ତା, ଦିଲ୍ଲୀ କି ଗଲିୟାଁ, ଯାତ୍ରୀ, ହରଦ୍ଦତ କା ଜିନ୍ଦଗୀନାମା ପ୍ରମୁଖ ରହିଥିବାବେଳେ ଆତ୍ମଜୀବନୀରେ ରହିଛି – ବ୍ଲାକ୍‌ରୋଜ୍‌, ରସିଦ୍‌ ଟିକେଟ୍‌, ସ୍ୟାଡୋଜ୍‌ ଅଫ୍‌ ଓ୍ବାର୍ଡସ୍‌, ସେହିପରି ପଦ୍ୟ ସଂକଳନରେ ରହିଛି ‘ଅମିତ୍ର ଲେହେରାନ୍‌, ଜିଉନ୍ଦା ଜିଓ୍ବାନ, ଓ ଗିତାନ୍‌ ଭଲ୍ଲା, ବଦଲମ୍‌ ଦେ ଲାଲୀ, ସାଂଜ୍‌ ଦେ ଲାଲି, ଲକ୍‌ ପିରା, ପଥର୍‌ ଗୀତେ, କସ୍ତୁରୀ, ନାଗମନି, ଚକ୍‌ ନାମ୍ବର ଚତ୍ତି, କାଗଜ୍‌ କେ କାନଭାସ୍‌, ଚୁନି ହୁଇ କବିତାୟେଁ, ଏକ ବାତ୍‌ ପ୍ରମୁଖ ରହିଛି ।  ୩୧ ଅକ୍ଟୋବର ୨୦୦୫ ତାରିଖରେ ଅମୃତାଙ୍କ କଲମ ସବୁଦିନ ପାଇଁ ନିସ୍ତବ୍ଧ ହୋଇଗଲା । ଦୀର୍ଘଦିନ ଧରି ରୋଗରେ ଲଢିଆସିଥିବା ଅମୃତା ୮୬ ବର୍ଷ ବୟସରେ ଏହି ଦୁନିଆକୁ  ବିଦାୟ ନେଇଥିଲେ । ତେବେ ଆଜି ବି ତାଙ୍କର କବିତାଗୁଡ଼ିକ ତାଙ୍କ ଅବର୍ତ୍ତମାନରେ ସଦା ସଜଳ ଓ ଉଜ୍ଜଳ ।

ବିଂଶ ଶତାବ୍ଦୀର ପ୍ରସିଦ୍ଧ ପଞ୍ଜାବୀ କବୀ ଅମୃତା ପ୍ରୀତମ୍‌ଙ୍କ ଜନ୍ମଦିବସ ଅବସରରେ ଗୁଗୁଲ୍‌ ପ୍ରସ୍ତୁତ କରିଛି ଏକ ସ୍ବତନ୍ତ୍ର ଡୁଡୁଲ । ଏହାକୁ ଖୁବ୍ ଖାସ୍ ଅନ୍ଦାଜରେ ପ୍ରସ୍ତୁତ କରାଯାଇଥିବା ଡୁଡୁଲରେ ତାଙ୍କୁ କିଛି ଲେଖୁଥିବାର ଦର୍ଶାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026
Latest News

ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହତ୍ୟା ଷଡଯନ୍ତ୍ର!: ଜୈଶ ଆତଙ୍କବାଦୀ ଗିରଫ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.