Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଠ ଉଚ୍ଛେଦ ପ୍ରକ୍ରିୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରୀ ଶଙ୍କରାଚାର୍ଯ୍ୟ
ବିଶେଷ ଖବର

ମଠ ଉଚ୍ଛେଦ ପ୍ରକ୍ରିୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରୀ ଶଙ୍କରାଚାର୍ଯ୍ୟ

August 31, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପୁରୀ ଶ୍ରୀମନ୍ଦିର କୁ ଘେରି ରହିଥିବା ମଠ ଉଚ୍ଛେଦ ପ୍ରକ୍ରିୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସେ ରାଜ୍ୟ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଧର୍ମ ନିରପେକ୍ଷ  ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଏକ ଧାର୍ମିକ ଅନୁଷ୍ଠାନର ପରିଚାଳନା ଠିକ ନୁହଁ।  ଶ୍ରୀମନ୍ଦିର ପୂର୍ଣ୍ଣ ଧାର୍ମିକ ବିଧି ବ୍ୟବସ୍ଥାରେ ପରିଚାଳିତ ହେବା ଉଚିତ। ଦେବତ୍ତୋର ଆଇନ ଅଧୀନରେ ସବୁ ମଠ ରହିଛି । ସେହି ଦୃଷ୍ଟିରୁ ମଠର ପରିଚାଳନା ସ୍ବତନ୍ତ୍ର ଭାବେ ହେବା ଉଚିତ । ମଠଗୁଡ଼ିକ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ ଗୁରୁତର ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିପି ଦାସ କମିଶନଙ୍କ ଉପରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ।ବିପି ଦାସ କମିଶନ ମଠ ଓ ମନ୍ଦିର ଭାଙ୍ଗିବା ପାଇଁ ସୁପାରିଶ କଲାବେଳେ ଏହାର ଇତିହାସ ଓ ଆଧ୍ୟାତ୍ମିକ ପରମ୍ପରା  ପ୍ରତି ବିଲକୁଲ ଧ୍ୟାନ ଦେଇନାହାନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀଙ୍କ ପଦକ୍ଷେପ ମଧ୍ୟ ସନ୍ଦେହ ଘେରରେ ବୋଲି ସେ କହିଛନ୍ତି। ସମ୍ପ୍ରତି ପୁରୀର ଅନ୍ୟତମ ପ୍ରାଚୀନ ଓ ପ୍ରଭାବଶାଳୀ ମଠକୁ ପୁରୀ ଜିଲ୍ଲା ପ୍ରଶାସନ ମାଟିରେ ମିଶାଇ ଦେଇଛନ୍ତି। ଆଲୋଚନା ମୁତାବକ କେବଳ ମଠର ବିପଦ ସଙ୍କୁଳ କୋଠା ଓ ଅନ୍ୟାନ୍ୟ ଅବ୍ୟବହୃତ ଅଂଶକୁ ଭଙ୍ଗା ଯିବ ବୋଲି କୁହାଯାଇଥିଲା, ହେଲେ ଉଚ୍ଛେଦ ବେଳେ ପୁରୀର ସର୍ବ ପ୍ରାଚୀନ ଲାଇବ୍ରେରୀ ରଘୁନନ୍ଦନ ପାଠାଗାରକୁ ଭାଙ୍ଗି ଦିଆ ଯାଇଛି ବୋଲି ଏମାର ମଠର ମହାନ୍ତ କହିଛନ୍ତି।

ଶ୍ରୀମନ୍ଦିରର ସୁରକ୍ଷା ଆଳରେ ରାଜ୍ୟର ସର୍ବ ପୁରାତନ ମଠ ଓ ଲାଇବ୍ରେରୀ ଭାଙ୍ଗିବା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚାପା ଅସନ୍ତୋଷ ଦେଖା ଦେଇଛି। ଆରମ୍ଭରୁ ଏହି ପ୍ରସଙ୍ଗରେ ଗଜପତି ଓ ଶଙ୍କାରାଚାର୍ୟ ନୀରବତା ଅବଲମ୍ବନ କରିଥିବା ବେଳେ, ଏବେ ଉଚ୍ଛେଦ ପ୍ରକ୍ରିୟା ସଋ ଆସିଲା ବେଳକୁ ଶଙ୍କାରାଚାର୍ୟଙ୍କ ପ୍ରତିକ୍ରିୟାର ବିଶେଷ କିଛି ପ୍ରଭାବ ପଡିବା ଭଳି ଲାଗୁନାହିଁ।

ଶଙ୍କାରାଚାର୍ୟ ନିଜର  ଗୋବର୍ଦ୍ଧନ ପୀଠର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି ବୋଲି ଅଭିଯୋଗ କରିଛନ୍ତି।  ଏଥିପାଇଁ ଦେବୋତ୍ତର ବିଭାଗ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସେହିପରି ମଠ ସଂସ୍କୃତି ନଷ୍ଟ କରାଯାଉଛି। ଧର୍ମୀୟ ପରମ୍ପରାକୁ ନଷ୍ଟ କରି ବିକାଶ ସମ୍ଭବ ନୁହେଁ ବୋଲି କହିବା ସହିତ  ଓଡ଼ିଶାର ପରମ୍ପରାକୁ ରକ୍ଷା ପାଇଁ ଲୋକେ ସଚେତନ ହୁଅନ୍ତୁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।ଶ୍ରୀମନ୍ଦିର ଚାରି ପଟେ ରହିଥିବା ଅନେକ ମଠ ଓ ଛୋଟ ଛୋଟ ପୀଠ ଦେଉଳକୁ ଇତିମଧ୍ୟରେ ଭାଙ୍ଗି ଦିଆ ଯାଇଛି। ରାଜ୍ୟ ସରକାର ୫୦୦ କୋଟି ତାଙ୍କ ବିନିଯୋଗରେ ଶ୍ରୀମନ୍ଦିରର ପାରିପାର୍ଶ୍ଵିକ ଉନ୍ନତି ପାଇଁ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।

ମଠ, ମନ୍ଦିର ଓ ଲାଇବ୍ରେରୀ ଭାଙ୍ଗି ମନ୍ଦିରର ସୁରକ୍ଷା ପ୍ରସଙ୍ଗକୁ ନେଇ ଏବେ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି। ମନ୍ଦିର ଚାରି କଡରେ ଥିବା ମୂଲ୍ୟବାନ ଜମିକୁ ସୌନ୍ଦର୍ୟକରଣ ଓ ସୁରକ୍ଷା ଆଳରେ ଶିଲ୍ପପତି ତଥା ଜମି ଦଲାଲଙ୍କ ହାତକୁ ଟେକି ଦେବାର ଏକ ଭିତିରି ଷଡଯନ୍ତ୍ର ଏହା ପଛରେ ରହିଥାଇ ପାରେ ବୋଲି ପୁରୀର ଜଣେ ଗବେଷକ ଆଶଙ୍କା ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବଦଳୁଛି ପଶ୍ଚିମ ଏସିଆର ପରିସ୍ଥିତି: ଖଣି ଓ ଶିଳ୍ପ ଆବଶ୍ୟକତା ପୁରଣ କରିବାକୁ ଗୁରୁତ୍ୱ

April 17, 2026

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026
Latest News

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

April 17, 2026

ଏଆଇ ପ୍ରଶାସନ ଓ ଆର୍ଥିକ ଗୋଷ୍ଠୀ ଗଠନ କଲେ ସରକାର

April 17, 2026

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 17, 2026

ବଦଳୁଛି ପଶ୍ଚିମ ଏସିଆର ପରିସ୍ଥିତି: ଖଣି ଓ ଶିଳ୍ପ ଆବଶ୍ୟକତା ପୁରଣ କରିବାକୁ ଗୁରୁତ୍ୱ

April 17, 2026

ଆଜି ଏପ୍ରିଲ ୧୭ ତାରିଖ ଶୁକ୍ରବାର ଦିନ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜ୍ଵଳ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.