Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚାନ୍ଦିପୁରରୁ ‘ପ୍ରଳୟ’ର ସଫଳ ପରୀକ୍ଷଣ
ବିଶେଷ ଖବର

ଚାନ୍ଦିପୁରରୁ ‘ପ୍ରଳୟ’ର ସଫଳ ପରୀକ୍ଷଣ

November 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Successful test-firing of ‘Pralay’ from Chandipur

ଚାନ୍ଦିପୁର: ଶବ୍ଦର ଗତିଠାରୁ ପାଞ୍ଚ ଗୁଣ ଅଧିକ ବେଗରେ ଗତି କରିବାରକ୍ଷମତା ରଖିଥିବା ସ୍ୱଦେଶୀ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ପ୍ରଳୟ’ର ସଫଳ ପରୀକ୍ଷଣ ଶେଷ ହୋଇଛି। ଲକ୍ଷ୍ୟସ୍ଥଳ ନିକଟରେ ନିଜର ଗତିପଥ ବଦଳାଇବାର ଅଦ୍ଭୁତ କ୍ଷେପଣାସ୍ତ୍ର କୌଶଳ ଯୋଗୁଁ ଏହାକୁ ଶତ୍ରୁପକ୍ଷର “ଆଇରନ୍ ଡୋମ୍‌’ ଭଳି ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ପ୍ରତିହତ କରିବା ଅସମ୍ଭବ ଅଟେ।

ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍ (ଆଇଟିଆର୍‌)ର ଲଞ୍ଚପ୍ୟାଡ୍ ନମ୍ବର ୩ରୁ “ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ଏହି କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଟି ୫୦୦ କିଲୋମିଟର ଦୂରରେ ଥିବା ଦୁଇଟି କୃତ୍ରିମ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଧ୍ୱଂସ କରିଛି। ଯଦିଓ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରାଯାଇନାହିଁ, ତଥାପି ବିଭିନ୍ନ ରିପୋର୍ଟ ଅନୁଯାୟୀ ପରୀକ୍ଷଣ କରାଯାଇଥିବା କ୍ଷେପଣାସ୍ତ୍ରଟି କ୍ୱାସି-ବାଲିଷ୍ଟିକ୍ “ପ୍ରଳୟ’ ବୋଲି ଜଣାପଡ଼ିଛି। ଏହି କ୍ଷେପଣାସ୍ତ୍ର ମାକ୍‌-୫ ଗତି ହାସଲ କରିଥିବା ଜଣାପଡ଼ିଛି, ଯାହା ଶବ୍ଦର ଗତିଠାରୁ ୫ ଗୁଣ ଅଧିକ (ପ୍ରାୟ ଘଣ୍ଟା ପ୍ରତି ୬,୧୭୪ କିଲୋମିଟର)। ସରଳ ଭାଷାରେ କହିବାକୁ ଗଲେ, ୫୦୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଏହାକୁ ପ୍ରାୟ ୭ ରୁ ୮ ମିନିଟ୍ ସମୟ ଲାଗିଥାଏ। ଏହାର ଅନ୍ତିମ ପର୍ଯ୍ୟାୟ ଏତେ ଦ୍ରୁତଗାମୀ ଯେ “ଆଇରନ୍ ଡୋମ୍‌’ କିମ୍ବା “ଏଚ୍‌କ୍ୟୁ-୯’ ଭଳି ଶତ୍ରୁପକ୍ଷର ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏହାକୁ ଟ୍ରାକ୍ କରି ଅଟକାଇବା ପ୍ରାୟ ଅସମ୍ଭବ, କାରଣ ଏହା ଶେଷ ୩୦ ସେକେଣ୍ଡରେ ମଧ୍ୟ ନିଜ ଦିଗ ବଦଳାଇବାର କ୍ଷମତା ରଖେ।

“ପ୍ରଳୟ’ ହେଉଛି ଡିଆରଡିଓ ଦ୍ୱାରା ବିକଶିତ ଏକ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହାର ଲକ୍ଷ୍ୟଭେଦ କ୍ଷମତା ୫୦୦ କିଲୋମିଟର ଏବଂ ଏହା ଏକାଧିକ ଶତ୍ରୁ ଘାଟିକୁ ଟାର୍ଗେଟ୍ କରିପାରେ। ଭାରତ ଡାଇନାମିକ୍ସ ଲିମିଟେଡ୍ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଭଳି ଶିଳ୍ପ ସହଭାଗୀମାନେ ଏହାର ନିର୍ମାଣ ଓ ପ୍ରଣାଳୀ ସଂଯୋଜନାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଅତ୍ୟନ୍ତ ସଠିକତା ସୁନିଶ୍ଚିତ କରିବା ପାଇଁ ଏଥିରେ ଅତ୍ୟାଧୁନିକ ମାର୍ଗଦର୍ଶନ ଓ ନେଭିଗେସନ୍ ବ୍ୟବସ୍ଥା ବ୍ୟବହାର କରାଯାଇଛି। ଏହି କ୍ଷେପଣାସ୍ତ୍ର ବିଭିନ୍ନ ଲକ୍ଷ୍ୟ ବିରୋଧରେ ଏକାଧିକ ପ୍ରକାରର ୱାରହେଡ୍ ବହନ କରିବାକୁ ସକ୍ଷମ। ଏସବୁ ସହ ପ୍ରଳୟ’ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏକ ନିମ୍ନ ଗତିପଥ ଅନୁସରଣ କରେ, ମଝି ଆକାଶରେ ଦିଗ ପରିବର୍ତ୍ତନ କରିପାରେ ଏବଂ ଲକ୍ଷ୍ୟସ୍ଥଳ ନିକଟରେ ଚତୁରତାର ସହ ଗତିବିଧି ବଦଳାଇଥାଏ। ବାରମ୍ବାର ଆକାଶ ମାର୍ଗରେ ଗତିପଥ ବଦଳାଉଥିବାରୁ ଶତ୍ରୁର ରାଡାର ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏହାକୁ ଖସାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ।

ସବୁଠୁ ବଡ଼କଥା ହେଉଛି ପ୍ରଳୟ କ୍ଷେପଣାସ୍ତ୍ରକୁ ଏକ ମୋବାଇଲ୍ ଲଞ୍ଚରରୁ ମଧ୍ୟ ନିକ୍ଷେପ କରାଯାଇପାରିବ, ଅର୍ଥାତ୍ ଏହାର ଉତକ୍ଷେପଣ କୌଣସି ନିର୍ଦ୍ଦିଷ୍ଟ ଗୋଟିଏ ଲଞ୍ଚର ଉପରେ ନିର୍ଭରଶୀଳ ନୁହେଁ। ରିପୋର୍ଟ ଅନୁସାରେ, ପରୀକ୍ଷଣ ପୂର୍ବରୁ ପ୍ରାୟ ୫୯୫ କିଲୋମିଟର ପର୍ଯ୍ୟନ୍ତ ଏକ “ନୋଟାମ୍‌’ (ନୋଟିସ୍ ଟୁ ଏୟାରମ୍ୟାନ୍‌) ଜାରି କରାଯାଇଥିଲା ଏବଂ ୨ କିଲୋମିଟର ପରିଧି ମଧ୍ୟରେ ଥିବା ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ରୁଷ୍ ଏବଂ ଆମେରିକା ପାଖରେ ଏଭଳି ବହୁ-କ୍ଷେପଣାସ୍ତ୍ର ଉତକ୍ଷେପଣ କ୍ଷମତା ରହିଛି। ଭାରତ ବର୍ତ୍ତମାନ ନିଜସ୍ୱ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ଏହି ଦକ୍ଷତା ହାସଲ କରିଛି। ଏହି କ୍ଷେପଣାସ୍ତ୍ର ଭାରତୀୟ ସେନା ଏବଂ ବାୟୁସେନା ଉଭୟରେ ସାମିଲ ହେବ। ସୂଚନାଯୋଗ୍ୟ “ପ୍ରଳୟ’ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ଡିସେମ୍ବର ୨୦୨୧ ରେ କରାଯାଇଥିବା ବେଳେ, ଜୁଲାଇ ଏବଂ ଡିସେମ୍ବର ୨୦୨୫ ରେ ଡିଆରଡିଓ ଓଡ଼ିଶା ଉପକୂଳରେ କ୍ରମାଗତ ଭାବେ ଏହାର ସଫଳ ପରୀକ୍ଷଣ କରିଥିଲା।

ଚାନ୍ଦିପୁର ପ୍ରଳୟ ସଫଳ ପରୀକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026

ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣା ରୋକିବାକୁ ପ୍ରଶାସନ କଠୋର: DRSC ବୈଠକରେ ବଡ଼ ନିଷ୍ପତ୍ତି

November 4, 2026
Latest News

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ପ୍ରଦୂଷଣ ଭୟ: ଦିଲ୍ଲୀରୁ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ହଟାଇବାକୁ ଡିଡିସିଏର ଦାବି

November 4, 2026

ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.