Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି, ଆପଣଙ୍କୁ ପୋଲିସ କିଛି ଅସୁବିଧା କରିଛି କି ? ଲୋକଙ୍କୁ ପଚାରିଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି, ଆପଣଙ୍କୁ ପୋଲିସ କିଛି ଅସୁବିଧା କରିଛି କି ? ଲୋକଙ୍କୁ ପଚାରିଲେ ମୁଖ୍ୟମନ୍ତ୍ରୀ

October 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
“Namaskar, this is Naveen Patnaik speaking,”Mo Sarkar” Launched in Odisha

ସମୀକ୍ଷା ବ୍ୟୁରୋ

ଅପେକ୍ଷା କରନ୍ତୁ। ଆପଣଙ୍କ ପାଖକୁ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କଲ ଆସିବ। ଆଉ ସେ ଆପଣଙ୍କୁ ପଚାରିବେ ଯେ, ଆପଣ ଥାନାକୁ ଯାଇଥିଲେ, ସେଠାରେ ଥାନାବାବୁ ଆପଣଙ୍କୁ ସାହାର୍ଯ୍ୟ କଲେ ନା ନାହିଁ। ହୁଏତ ଆପଣଙ୍କୁ ପଚାରିପାରନ୍ତି, ଆପଣ ହସପିଟାଲ ଯାଇଥିଲେ ଡାକ୍ତର ଠିକରେ ଚିକିତ୍ସା କଲେ ନା ନାହିଁ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଆଜି ଗାନ୍ଧି ଜୟନ୍ତିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ କରିଛନ୍ତି “ମୋ ସରକାର” ଯୋଜନା। ଆଉ ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ମୁଖିଆ ସବୁବେଳେ ଆପଣଙ୍କୁ ଫୋନ କରି ଭଲମନ୍ଦ ପଚାରି ବୁଝିବେ। ଉଦଘାଟନ ଅବସରରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆଠଜଣ ବ୍ୟକ୍ତିଙ୍କୁ ଫୋନ କରି ସେମାନଙ୍କୁ ସରକାରୀ ଅଧିକାରୀମାନେ ଠିକରେ ସେବା ଯୋଗାଇଛନ୍ତି କି ନାହିଁ ପଚାରି ବୁଝିଛନ୍ତି।

ମୋ ସରକାର ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଭିନବ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ଯୋଜନା ମାଧ୍ୟମରେ ବିଭାଗୀୟ ମୁଖ୍ୟ ତାଙ୍କ ବିଭାଗର ଅଫିସର ଠିକରେ ସେବା ଦେଇଛନ୍ତି କି ନାହିଁ ପଚାରି ବୁଝିବେ। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ହସପିଟାଲ ଏବଂ ଥାନାଗୁଡିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନ ଅବସରରେ ପ୍ରଥମେ ସହିଦନଗର ଥାନାକୁ ଯାଇ ସେଠାରେ ସେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହାପରେ ସେ କ୍ୟାପିଟାଲ ହସପିଟାଲ ଯାଇ ସେଠାରେ ମଧ୍ୟ ହସପିଟାଲରେ ମୋ ସରକାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପରେ ଡାଟାବେସରେ ଥିବା ଫୋନରୁ ମୁଖ୍ୟମନ୍ତ୍ରୀ ମନଇଚ୍ଛା ଆଠଟି ନମ୍ବର ଆଣି ନବୀନ ନିବାସରୁ ଫୋନ କରିଥିଲେ।

ଏହି ଯୋଜନା ମାଧ୍ୟମରେ ଯେଉଁମାନେ ସରକାରୀ ଅଫିସକୁ ଆସିବେ ସେମାନଙ୍କ ଫୋନ ନମ୍ବର ରଖାଯାଇ ତାଲିକାଭୁକ୍ତ କରାଯିବ। ତାଲିକାଭୁକ୍ତ ହେଲା ବୋଲି ସଂପୃକ୍ତ ବ୍ୟକ୍ତିଙ୍କ ପାଖକୁ ଏକ ମେସେଜ ଯିବ। ଯଦି କୌଣସି କାରଣରୁ ମେସଜ ନ ଗଲା ତେବେ ସେମାନେ 14545 ନମ୍ବରକୁ ମିସ୍ କଲ କଲେ ସେମାନଙ୍କ ନାମ ରେଜେଷ୍ଟ୍ରିଭୁକ୍ତ ହେବ। ଏଥିପାଇଁ ମୋ ସରକାର ଯୋଜନାରେ ଏକ ଡାଟାବେସ କରାଯାଇଛି। ଏହି ଡାଟାବେସ ନମ୍ବରରୁ ପୋଲିସ ଡିଜି, ମନ୍ତ୍ରୀ, ସଚିବ କିମ୍ବା ଜିଲ୍ଲା ଅଧିକାରୀ ମନଇଚ୍ଛା ନମ୍ବର ବାହାର କରି ଲୋକଙ୍କୁ ଫୋନ କରିବେ। ସେମାନଙ୍କ କର୍ମଚାରୀମାନେ ଠିକ୍ ବ୍ୟବହାର କରିଛନ୍ତି କି ନାହିଁ ପଚାରି ବୁଝିବେ।

ବର୍ତ୍ତମାନ ପୋଲିସ ଓ ଡାକ୍ତରଖାନା ଦୁଇଟି ସେବାକୁ ଏହି ଯୋଜନାରେ ନିଆଯାଇଛି। 2020 ମସିହା ସୁଦ୍ଧା ସରକାରଙ୍କ ସମସ୍ତ ବିଭାଗକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ଏହି ଫୋନ କଲରୁ ଯଦି କୌଣସି ଅଧିକାରୀ ଠିକରେ କାମ କରି ନାହିଁନ୍ତି ବୋଲି ଅଭିଯୋଗ ଆସେ ତେବେ ତାଙ୍କ ଉପରେ ବିଭାଗୀୟ ପଦକ୍ଷେପ ନିଆଯିବ। ସେମାନଙ୍କ ପ୍ରମୋଶନ ମଧ୍ୟ ସ୍ଥଗିତ କରାଯାଇପାରିବ। ଫଳରେ ବର୍ତ୍ତମାନ ପୋଲିସ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ଅଧିକାରୀ ପର୍ଯ୍ୟନ୍ତଙ୍କ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଗଲାଣି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି “ମୋ ସରକାର” ଯୋଜନା ହେଉଛି ଦେଶର ଏକ ଅଭିନବ ଯୋଜନା। ଯେଉଁଥିରେ ସରକାରଙ୍କ ସହିତ ସାଧାରଣ ଜନତା କିପରି ଯୋଡି ହେବେ ତାହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ଅନ୍ୟପକ୍ଷରେ ସାଧାରଣ ଲୋକଟିଏ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ ସେଥିପାଇଁ ଏହି ଯୋଜନାର ରୂପରେଖ ମୁଖ୍ୟମନ୍ତ୍ରୀ ଖୋଦ ତିଆରି କରିଛନ୍ତି।

ନବାନ ପଟ୍ଟନାୟକ ମୋ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

September 3, 2026

ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖାର ତୃତୀୟ ବନ୍ୟା: ଶତାଧିକ ଗାଁ ଜଳମଗ୍ନ ସହିତ ଯୋଗାଯୋଗ ବିଚ୍ଛିନ୍ନ

September 3, 2026

ସେପ୍ଟେମ୍ବର ୫ ଓ ୬ରେ କଟକରେ ବସିବ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ

September 3, 2026
Latest News

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.