Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଦେଖୁଛି କୃଷି ବିପ୍ଳବ,ବୌଦ୍ଧ ଚାଷୀଙ୍କ ୨ କିଲୋର ମୂଳା
ବିଶେଷ ଖବର

ଓଡିଶା ଦେଖୁଛି କୃଷି ବିପ୍ଳବ,ବୌଦ୍ଧ ଚାଷୀଙ୍କ ୨ କିଲୋର ମୂଳା

January 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବୌଦ୍ଧାୟନ ଆଚାର୍ୟ

ବିକାଶ,ବିପ୍ଳବ,ବିବିଧତା । ଏସବୁକୁ ବୁଝିଥିବା ଓଡିଶା ଆଉ ପୁରୁଣା ଓଡିଶା ହୋଇ ରହିନାହିଁ । ଏହି ଓଡିଶାରେ ଏବେ ଭରପୁର ହୋଇ ରହିଛି ଅନେକ ସମ୍ଭାବନା । କୃଷକଟିଏ ଏଠି ସରକାରୀ ସହାୟତା ପାଇବା ସହ କରୁଛି ପରିଶ୍ରମ । ଆଉ କୃଷି ପ୍ରତି ନିଷ୍ଠା ଦେଉଛି ବଡ ସଫଳତା । ବୌଦ୍ଧର ଚାଷୀ ଜୀବନ ଶତପଥୀ । ଯୋଗୀଭଗରା ଭଳି ଏକ ଅପନ୍ତରା ଗାଁର ଏହି ଚାଷୀ ଏବେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ନିଜର ଏକ ଏକର ଜମିରେ ଶାଗ ସହ ମୂଳା ଚାଷ କରିଥିଲେ ଜୀବନ । ଆଉ ଏହି ଜମିରୁ ଏବେ ବାହାରିଛି ୨ କିଲୋର ବିଶାଳ ମୂଳା । ବିଶାଳ ମୂଳକୁ ଦେଖିବାକୁ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି। ସାଧାରଣତଃ କୌଣସି ହରମୋନ ବ୍ୟବହାର ନ କରି ଏତେ ବଡ ମୂଳା ବାହାରିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର ବିଷୟ।

କେମିତି ଥିଲା ଏହି ଚାଷୀଙ୍କ ପରିଶ୍ରମ-

ଜମି ଦେଇ ବହିଯାଉଥିଲା ସାଲୁଙ୍କି ନଦୀ । ନଈ ପାଣି ସହ ମିଶିଥିଲା ଜୀବନଙ୍କର ବୁନ୍ଦା ବୁନ୍ଦା ଝାଳ । ନଦୀରେ ପାଣି କମ ଥିଲେ ବି ବିଶ୍ୱାସ ଥିଲା ପ୍ରକୃତି ସାଥ ଦେବ । ସରକାରୀ ଯୋଜନାକୁ ଆଧାର କରି ଜୀବନ ଭରସା କରିଥିଲେ । ଦିନରାତି ପରିଶ୍ରମ କରିବା ସହ ଗୋମୂତ୍ର ଓ ଜୈବିକ ସାର ଜମିରେ ପ୍ରୟୋଗ କରିଥିଲେ  । ବାହାର କୀଟନାଶକ ଅପେକ୍ଷା ଗୋବର ଖତ ସାଙ୍ଗକୁ ଉତ୍ତମ କୃଷି ପରିଚାଳନା କରିଥିଲେ  । ଏଥିରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ମା ଓ ପତ୍ନୀ  । ଧୀରେ ଧୀରେ ବଢ଼ିବାରେ ଲାଗିଥିଲା ମୂଳା ଗଛ, ଆଉ ଅମଳ ସମୟରେ ଯେତେବେଳେ ମାଟି ଖୋଳା ଯାଇଥିଲା ମାଟିରୁ ବାହାରିଥିଲା ଏହି ବିଶାଳ ମୂଳା । ନିଜ ସାଥିମାନେ ଚାଷ ଛାଡି ବାହାରକୁ ଚାଲିଯାଉଥିବାବେଳେ ଜୀବନ କିନ୍ତୁ ଗାଁରେ ରହିଥିଲେ । କୃଷିକୁ ମୁଖ୍ୟ ଆୟୁଧ ବନାଇଥିଲେ ।

ଏହି କାହାଣୀ କେବଳ ଜୀବନଙ୍କର ନୁହେଁ । ବରଂ ସାରା ରାଜ୍ୟର କୃଷକର ସମସ୍ୟାକୁ ନେଇ ଅନେକ ବିରୋଧ ହେଉଥିଲେ ବି ଚାଷୀ କିନ୍ତୁ ତା ବାଟରେ ଲାଗିଛି । କୌଣସି ସମାଲୋଚନା ମନ୍ତବ୍ୟକୁ କାନରେ ନ ଦେଇ ଜମିରେ ପୁରା ଦିନ କାଟୁଛି । ଉନ୍ନତ ଜ୍ଞାନକୌଶଳ ସାଙ୍ଗକୁ ଆଧୁନିକ କୃଷି ପଦ୍ଧତିକୁ ଆପଣେଉଛି ଚାଷୀ । ଆଉ ଓଡିଶା ସେଥିପାଇଁ କୃଷିକର୍ମଣ ପୁରସ୍କାର ପାଇବାରେ ସବୁଠୁ ଆଗରେ । ଚାଷୀଙ୍କ ସମସ୍ୟାକୁ ନେଇ ବାରମ୍ବାର ଚିତ୍କାର କରୁଥିବା ନେତାଙ୍କୁ ନିଶ୍ଚିତ ଏହା ବାଧିବ ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026
Latest News

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.