Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କୁ ନେଇ ବିରୋଧୀ ଦଳ ଏତେ ଆତଙ୍କିତ କାହିଁକି ?
ବିଶେଷ ଖବର

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କୁ ନେଇ ବିରୋଧୀ ଦଳ ଏତେ ଆତଙ୍କିତ କାହିଁକି ?

October 31, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କୁ ନେଇ ବିରୋଧୀ ଦଳ ଏତେ ଆତଙ୍କିତ କାହିଁକି ?

କେଦାର ମିଶ୍ର

ଗତ ମାସେ ହେଲା ଆମର ଗଣମାଧ୍ୟମ ଓ ବିରୋଧୀ ଦଳର ଏକମାତ୍ର ଆକର୍ଷଣ ହୋଇ ରହିଛନ୍ତି ରାଜ୍ୟ ସରକାରଙ୍କର ୫ଟି ବିଭାଗର ପ୍ରମୁଖ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ। ଗଣମାଧ୍ୟମ ରେ ଜଣେ ପ୍ରଭାବଶାଳୀ ଶାସନ ସଚିବଙ୍କ ଗସ୍ତକୁ ନେଇ ଆଗ୍ରହ ରହିବା ସ୍ବାଭାବିକ। ହେଲେ ବିରୋଧୀ ଦଳ ଗୁଡିକ ଏହାକୁ ନେଇ ଏତେ ଆତଙ୍କିତ ହେବାର କାରଣ କଣ? ବିରୋଧୀ ଦଳ ଜଣେ ଶାସନ ସଚିବଙ୍କ ଗସ୍ତ କୁ ବିରୋଧ କରିବାର ଅର୍ଥ କଣ ଏଇଆ ଯେ, ନବୀନ ପଟ୍ଟନାୟକଙ୍କ ବଦଳରେ ଏବେ ପାଣ୍ଡିଆନ୍ ହିଁ ବିରୋଧୀ ଙ୍କ ଲକ୍ଷ୍ୟ! ମଜାର କଥା ହେଉଛି, ଓଡ଼ିଶାରେ ବିରୋଧୀ ଦଳ ଗୁଡିକ ସବୁବେଳେ ଏହି ଭୁଲ ହିଁ ଦୋହରାଇ ଚାଲିଛନ୍ତି। ପ୍ରଥମେ ପ୍ୟାରୀମୋହନ ମହାପାତ୍ର, ତାଙ୍କ ପରେ ବିଜୟ ପଟ୍ଟନାୟକ ଓ କଳ୍ପତରୁ ଦାସ ଏବଂ ଏବେ ପାଣ୍ଡିଆନଙ୍କ ଉପରେ ବିରୋଧୀ ଙ୍କ ନଜର ରହିଛି। ଏହା ହିଁ ନବୀନ ପଟ୍ଟନାୟକଙ୍କ ସଫଳତା ର ଏକ ସହଜ ସୂତ୍ର। ନବୀନ ସବୁବେଳେ ସବୁ ପ୍ରକାର ଆଲୋଚନା ର ଉର୍ଦ୍ଧ୍ବ ରେ ରହିଛନ୍ତି ଓ ରହୁଛନ୍ତି।

ନବୀନଙ୍କୁ ଛାଡି ତାଙ୍କ ପାଖଲୋକ ପଛରେ ଦଉଡିବାର ଭୁଲ ବାରମ୍ବାର ବିରୋଧୀ ଦଳ କରି ଆସୁଛନ୍ତି। ଏଥିରେ ଗଣମାଧ୍ୟମ ବିରୋଧୀ ଦଳକୁ ସବୁଠୁ ବେଶୀ ବିଭ୍ରାନ୍ତ କରୁଛି। ଯାହା ରାଜ୍ୟର ଅସଲ ସମସ୍ୟା ତାକୁ ନେଇ ରାଜରାସ୍ତାକୁ ଓଲ୍ଲାଇବା ବଦଳରେ ଗଣମାଧ୍ୟମ ବଡ କରି ଉପସ୍ଥାପନ କରୁଥିବା ପ୍ରସଙ୍ଗ ପଛରେ ବିରୋଧୀ ଦଳ ମାଡି ଚାଲିଛନ୍ତି। ପାଣ୍ଡିଆନ ପ୍ରସଙ୍ଗ ତାର ସବୁଠୁ ବଡ ଉଦାହରଣ। ରାଜ୍ୟ ସରକାରଙ୍କର ଜଣେ ଶାସନ ସଚିବ ବିଭିନ୍ନ ସରକାରୀ ଅନୁଷ୍ଠାନକୁ ପରିଦର୍ଶନ କରିବା ବା ବିଭିନ୍ନ ଜିଲ୍ଲା କୁ ଯାଇ ସମୀକ୍ଷା କରିବା ତାଙ୍କ ଦାୟିତ୍ଵର ଅଂଶ ବିଶେଷ। ଏହା କିଛି ଗୋଟେ ବିଶେଷ ଘଟଣା ନୁହେଁ। ଆଗରୁ ଶାସନ ସଚିବମାନଙ୍କୁ ବାରମ୍ବାର ସରକାର ଏଇ କାମଟି କରିବା ଲାଗି ନିର୍ଦ୍ଦେଶ ଦେଉଥିଲେ, ଯାହାକୁ କି ସଚିବମାନେ ମାନୁ ନଥିଲେ। ଯଦିବା କେହି ସଚିବ ଜିଲା ଗସ୍ତ କରୁଥିଲେ, ତାହାକୁ ରୁଟିନ କାମ ବୋଲି କହି କେହି ଗୁରୁତ୍ଵ ଦେଉନଥିଲେ।ତେବେ ପାଣ୍ଡିଆନ ଗସ୍ତ କରିବା ଆରମ୍ଭ କଳା ପରେ ଏହାର ଗୁରୁତ୍ଵ ବଢିଗଲା। ଗଣମାଧ୍ୟମର ଦୟାରୁ ପ୍ୟାରୀମୋହନ ମହାପାତ୍ରଙ୍କ ପରେ ପାଣ୍ଡିଆନ ବାବୁ ଏବେ ରାଜ୍ୟର ଦ୍ଵିତୀୟ କ୍ଷମତା କେନ୍ଦ୍ର ଭାବରେ ବିବେଚିତ। ତେଣୁ ତାଙ୍କର ଗସ୍ତକୁ ନେଇ ଗଣମାଧ୍ୟମରେ ଉତ୍ସାହ ଅଧିକ।

“ମୋ ସରକାର” ଯୋଜନାରେ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରି ସରକାର ଯେତିକି ଲୋକପ୍ରିୟତା ପାଇନଥିଲେ, ପାଣ୍ଡିଆନଙ୍କ ଗସ୍ତ ଯୋଗୁଁ ମାଗଣାରେ ଅଧିକ ପ୍ରଚାର ସୁଯୋଗ ମିଳିଲା। ଏହା ପୂର୍ବରୁ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା କେବଳ ରାଜଧାନୀରେ ସୀମୀତ ରହିଥିଲା। ଏବେ ତାଙ୍କର ନାଁ ଗାଁ ଗହଳରେ ବି ଲୋକପ୍ରିୟ ହେବା ଆରମ୍ଭ କଲାଣି। ଏହାକୁ କୁହାଯାଏ ଗଣମାଧ୍ୟମର ମ୍ୟାଜିକ। ଆପଣ ପ୍ରଶଂସିତ ହୁଅନ୍ତୁ ବା ସମାଲୋଚିତ ହୁଅନ୍ତୁ, ଗଣମାଧ୍ୟମରେ ଆପଣ ରହିବା ଦରକାର। ଓଡିଶାର ଗଣମାଧ୍ୟମ ତଥା ବିରୋଧୀ ଦଳ ଏବେ ପାଣ୍ଡିଆନଙ୍କ ମାଗଣା ପ୍ରଚାରକ ଭାବେ କାମ କରୁଛନ୍ତି। କଂଗ୍ରେସ ଦଳ ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ଅନୁଗୁଳ ଜିଲ୍ଲାରେ ପାଣ୍ଡିଆନଙ୍କ ଗସ୍ତର ବିରୋଧ କରି ରାଲି ବାହାର କଲା। ବିରୋଧୀ ଦଳ ଯେତେବେଳେ ରାଜନୈତିକ ଲୋକଙ୍କୁ ଛାଡି ଅମଲାତନ୍ତ୍ର ପଛରେ ପଡନ୍ତି, ତାହା ସେମାନଙ୍କ ରାଜନୈତିକ ଆତ୍ମହତ୍ୟା ର କାରଣ ହୋଇଥାଏ। ବିରୋଧୀଙ୍କ ଲାଗି ମୂଳ ଲକ୍ଷ୍ୟ ନବୀନ ହେବା ଉଚିତ, ନା କି ପାଣ୍ଡିଆନ।

ବିଜେଡି ରଣନୀତିରେ ମଧ୍ୟ ଏବେ ପାଣ୍ଡିଆନ ଫେକ୍ଟରକୁ ନେଇ ନୂଆ ଅଧ୍ୟାୟ ଯୋଡା ଯାଉଛି। ପୂର୍ବରୁ ଗଣମାଧ୍ୟମ ଆଗକୁ ଆସିବାକୁ ଆଦୌ ଚାହୁଁ ନଥିବା ପାଣ୍ଡିଆନ ଏବେ ସହଜରେ କ୍ୟାମେରା ଆଗରେ ନିଜ କାମ କରୁଛନ୍ତି। ବିଭିନ୍ନ ଡାକ୍ତରଖାନା ଗସ୍ତରେ ଗଲାବେଳେ କିମ୍ବା ଦୀପାବଳୀ ପିଲାଙ୍କ ସହ ପାଳିଲା ବେଳେ ପାଣ୍ଡିଆନଙ୍କ ପଛରେ କ୍ୟାମେରା ଲାଗି ରହୁଛି ଓ ସେ ଏହାକୁ ନେଇ ଆଗପରି ବିରକ୍ତ ହେଉ ନାହାନ୍ତି। ଆପାତତଃ ବିଜେଡ଼ି ପାଇଁ ହେବାକୁ ଥିବା ସବୁ ସମାଲୋଚନା ଏବେ ପାଣ୍ଡିଆନଙ୍କ ବାଟ ଦେଇ ପହଞ୍ଚିବ। ସେହି ସୁରକ୍ଷା ବଳୟରେ ନବୀନ ପଟ୍ଟନାୟକ କିନ୍ତୁ ସବୁ ପ୍ରଶ୍ନ ଓ ଆଲୋଚନାର ଉର୍ଦ୍ଧ୍ଵରେ ରହିବେ।

ବିରୋଧୀ ଦଳଗୁଡିକର ଏପ୍ରକାର ଆତ୍ମଘାତି ନୀତି ଯୋଗୁଁ ରାଜ୍ୟରେ ନବୀନଙ୍କର ବିକଳ୍ପ ତିଆରି ହୋଇ ପାରୁନାହିଁ। ନବୀନଙ୍କ ବିରୋଧ ବଦଳରେ ଏବେ ବିରୋଧୀ ଦଳ ଗୁଡିକ “ମିଶନ ପାଣ୍ଡିଆନ”ରେ ମାତିଛନ୍ତି ଏବଂ ଏହାର ସବୁତକ ଲାଭ ନବୀନଙ୍କ ପାଖକୁ ହିଁ ଯାଉଛି।

 

5T 5ଟି MoSarakar କେଦାର ମିଶ୍ର ପାଣ୍ଡିୟାନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026

“ଗାନ୍ଧୀଜୀଙ୍କ ଭାଷାରେ ନୁହେଁ, ନେତାଜୀଙ୍କ ଭାଷାରେ ଉତ୍ତର ଦିଆଯିବ”: ଶୁଭେନ୍ଦୁ ଅଧିକାରୀ

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.