Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପର୍ଯ୍ୟଟନ ଡାଏରୀରେ ଦକ୍ଷିଣ କୋରିଆ : ଅନନ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଇଞ୍ଚିଅନ୍‌ର ଏହି ୫ଟି ସ୍ଥାନ
ବିଶେଷ ଖବର

ପର୍ଯ୍ୟଟନ ଡାଏରୀରେ ଦକ୍ଷିଣ କୋରିଆ : ଅନନ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଇଞ୍ଚିଅନ୍‌ର ଏହି ୫ଟି ସ୍ଥାନ

December 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ :

ପର୍ଯ୍ୟଟନ ଋତୁ ଉପସ୍ଥିତ। ଭ୍ରମଣ କରିବା ଲାଗି ଏହି ଋତୁ ସର୍ବୋତ୍କୃଷ୍ଟ। ଶୀତର ଧାରେ ଧାରେ ସ୍ପର୍ଶ ସହିତ ମନମତାଣିଆ ପାଗ ଭ୍ରମଣର ମଜାକୁ ଆହୁରି ମଜାଦାର କରିଥାଏ। ଆଉ ଏହିପରି ମଜାଦାର ପାଗ ସହିତ ଭ୍ରମଣର ଉପଭୋଗ କରିବାକୁ କିଏ ବା ନ ଚାହେଁ । ଭାରତ ହେଉ କି ଭାରତ ବାହାରେ ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥାନ ରହିଅଛି। ଏହି କ୍ରମରେ ଆଜି ଆମେ ପର୍ଯ୍ୟଟନ ଡାଏରୀରେ ନେଇ ଆସିଛୁ ଦକ୍ଷିଣ କୋରିଆର ଇଞ୍ଚିଅନ୍‌। 

ପର୍ଯ୍ୟଟନ ଋତୁରେ ଭ୍ରମଣ ପାଇଁ ରିପବ୍ଲିକ୍‌ ଅଫ୍‌ କୋରିଆ ବା ଦକ୍ଷିଣ କୋରିଆ ଏକ ପ୍ରକୃଷ୍ଟ ସ୍ଥାନ। ରାଜଧାନୀ ସିଓଲ୍‌ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ଛବି ସୃଷ୍ଟି କରିଥିବା ବେଳେ ଇଞ୍ଚିଅନ୍‌ରେ ମଧ୍ୟ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି । ଏହି ବିମାନବନ୍ଦର କାରଣରୁ ଅନେକ ସମୟରେ ପର୍ଯ୍ୟଟକ ଏହି ସହର ଭ୍ରମଣ କରିଥାନ୍ତି । ବିଶ୍ବ ପର୍ଯ୍ୟଟନ ରାଙ୍କିଙ୍ଗ ଅନୁଯାୟୀ ୨୦୧୭ରେ ଦକ୍ଷିଣ କୋରିଆକୁ ୧୩.୩ ମିଲିୟନ୍‌ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ୨୦୧୮ରେ ଏହା ୧୫.୩ ମିଲିୟନ୍‌କୁ ବୃଦ୍ଧି ପାଇଛି । ଯଦି ଆପଣ ଇଞ୍ଚିଅନ୍‌ ଭ୍ରମଣ କରନ୍ତି ତେବେ ଦର୍ଶନଯୋଗ୍ୟ୫ଟି ସ୍ଥାନ ନିଶ୍ଚୟ ଭ୍ରମଣ କରନ୍ତୁ।

ସୋଙ୍ଗଡୋ ଜାତୀୟ ଉଦ୍ୟାନ :


ସମୁଦ୍ର ଅବବାହିକାରେ ରହିଥିବା ଏହି ପାର୍କଟିର ୧.୮ କିମି ଅଞ୍ଚଳରେ ପରିବ୍ୟାପ୍ତ । ଏହି ପାର୍କରେ ଚାଲିବା ବ୍ୟବସ୍ଥା ରହିଥିବା ବେଳେ ବାଇ ସାଇକେଲ ଚାଳନା ମଧ୍ୟ କରିହେବ । ପାର୍କ ମଧ୍ୟରୁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବା ବେଳେ ସମୁଦ୍ରର ଶାନ୍ତ ରୂପ ମଧ୍ୟ ଉପଭୋଗ୍ୟ ।
ପାର୍କ ମଧ୍ୟରେ ଏକ ହରିଣ ଉଦ୍ୟାନ ମଧ୍ୟ ରହିଛି । ଏହାସହିତ ଏହି ପାର୍କରେ ଏକ ନଦୀ ପ୍ରବାହିତ ହୁଏ ଯେଉଁଥିରେ କାନୋଇଙ୍ଗ, କାୟାକିଙ୍ଗ ପରି ଜଳକ୍ରୀଡାର ମଜା ନେଇପାରିବେ ।

ମୋରେନା ମାର୍କେଟ୍‌ :


ଇଞ୍ଚିଅନ୍‌ର କେନ୍ଦ୍ରରେ ଅବସ୍ଥାପିତ ଏହି ପୁରୁଣା ବଜାରଟି ମେ ୧୯୮୨ରେ ପ୍ରତିଷ୍ଠା କରାଯାଇଥିଲା । ଏହି ବଜାରଟି ବିଭିନ୍ନ ପାରମ୍ପରିକ ଦ୍ରବ୍ୟର ଶସ୍ତା ଏବଂ ସୁଲଭ ଦରରେ ବିକ୍ରୟ ପାଇଁ ପ୍ରସିଦ୍ଧି ହାସଲ କରିଛି । ମୁଖ୍ୟତଃ କୃଷିଜାତ ଏବଂ ମତ୍ସ୍ୟ ଶିଳ୍ପ ସହିତ ଏହି ବଜାର ସମ୍ପୃକ୍ତ ରହିଥିବା ବେଳେ ଧୀରେ ଧୀରେ ଅଲଗା ଜିନିଷର ପ୍ରସାର ହେବାରେ ଲାଗିଛି । ବର୍ତ୍ତମାନ ଏହି ବଜାରରେ କପଡା, ବାସନ ସହିତ ବିଭିନ୍ନ ଗୃହସଜ୍ଜା ଆସବାବପତ୍ର ମିଳୁଛି । ନିଜର ନିକଟତମ ଲୋକଙ୍କ ପାଇଁ ଉପହାର କିଣିବାକୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିକାଲ ରିସୋର୍ସେସ୍‌ :


ଏସିଆର ସର୍ବବୃହତ ଜୀବବିଜ୍ଞାନ କେନ୍ଦ୍ରର ମାନ୍ୟତା ପାଇଥିବା ଏହି ସଂସ୍ଥା କୌଣସି ସଂଗ୍ରହାଳୟରୁ କମ୍‌ ନୁହେଁ । ବିଜ୍ଞାନ ଉପରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରକୃଷ୍ଟ ଭ୍ରମଣୀୟ ସ୍ଥାନ । ଅକ୍ଟୋବର ୨୦୧୯ ସୁଦ୍ଧା ଏହି ଜୀବବିଜ୍ଞାନ କେନ୍ଦ୍ରରେ ୬୦୦୦ପ୍ରଜାତିର ବିଲୁପ୍ତପ୍ରାୟ ପ୍ରାଣୀ ରହିଛନ୍ତି । ଏହି ବିଲୁପ୍ତପ୍ରାୟ ପ୍ରାଣୀ ତାଲିକାରେ ରୋଜ୍‌ ବିଟରଲିଙ୍ଗ, ହେୟାର, ଫ୍ରେସ୍ଥିଆ ଏବଂ ଶିଆଳ ପ୍ରଭୃତି ଅନ୍ତର୍ଭୁକ୍ତ ।

ଇଞ୍ଚିଅନ୍‌ ଗ୍ରାଣ୍ଡ ପାର୍କ :


ଇଞ୍ଚିଅନ୍‌ ଗ୍ରାଣ୍ଡ ପାର୍କଟି ସହରର ମଧ୍ୟଭାଗରେ ଅବସ୍ଥିତ ଥିବା ବେଳେ ଶିଶୁମାନଙ୍କ ଭ୍ରମଣ ପାଇଁ ପ୍ରକୃଷ୍ଟ ସ୍ଥାନ । ଏହି ଗ୍ରାଣ୍ଡ ପାର୍କରେ ଶିଶୁ ମାନଙ୍କ ପାଇଁ ଚିଡିଆଖାନା, ଏକ ପ୍ରାଣୀ ଉଦ୍ୟାନ, ଏକ ଗୋଲାପ ଉଦ୍ୟାନ ଏବଂ ଏକ ଚିଡିଆଖାନା ରହିଛି । ପ୍ରାଣୀ ଉଦ୍ୟାନରେ ରହିଥିବା ଏକ କୃତ୍ରିମ ଝରଣାର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ଏହି ପାର୍କର ଆକାର ଅଧିକ ଥିବାରୁ ଏହି ପାର୍କରେ ବାଇକ୍‌ ଭଡାରେ ମିଳିଥାଏ ।

ଆରା ଓ୍ବାଟରଓ୍ବେ :


ଦକ୍ଷିଣ କୋରିଆର ବୃହତମ ନଦୀ ହାଙ୍ଗ ହାଙ୍ଗ ଏବଂ ୟେଲୋ ସମୁଦ୍ରକୁ ସଂଯୋଗ କରୁଥିବା ଆରା ମୁହାଣ ଇଞ୍ଚିଅନ୍‌ର ଅନ୍ୟତମ ଦର୍ଶନୀୟ ସ୍ଥାନ । ପ୍ରାକୃତ୍ରିକ ଭାବରେ ରହିଥିବା ଏହି ମୁହାଣଟିରେ ଏକ ୧୮.୨ କିମିର ପାଦଚଲା ଏବଂ ରାସ୍ତା ରହିଛି । ଏହି ରାସ୍ତାରେ ଚାଲିବା ସହିତ ସମୁଦ୍ରର ଦୃଶ୍ୟ ଉପଭୋଗ କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ ।

ଇଞ୍ଚିଅନ୍‌ରେ ଭ୍ରମଣ ପାଇଁ ବିଭିନ୍ନ ମାଧ୍ୟମ ରହିଥିବା ବେଳେ ମେଟ୍ରୋରେ ଯାତ୍ରା କରିବା ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ସୁଗମ ରହିଥାଏ ।

southkorea travel
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Latest News

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.