Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭିଡତନ୍ତ୍ର ଆଡକୁ ଅଗ୍ରସର ହେଉଥିବା ଗଣତନ୍ତ୍ର ଆଖିରେ ଏନକାଉଣ୍ଟର ବନାମ ଦୁଷ୍କର୍ମ
ବିଶେଷ ଖବର

ଭିଡତନ୍ତ୍ର ଆଡକୁ ଅଗ୍ରସର ହେଉଥିବା ଗଣତନ୍ତ୍ର ଆଖିରେ ଏନକାଉଣ୍ଟର ବନାମ ଦୁଷ୍କର୍ମ

December 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସାରାଦେଶରେ ଏବେ ଗଣଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା। ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ଏହାର ପରବର୍ତ୍ତୀ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା  ଥମି ନଥିବାବେଳେ ଉନ୍ନାଓ  ମୃତ୍ୟୁ। ପୁଣି ଦୁଷ୍କର୍ମ ଅଭିଯୋଗ ଫେରାଇ ନ ଆଣିବା ପାଇଁ ଏସିଡ୍‌ ମାଡ଼ର ଘଟଣା ସାମ୍ନାକୁ ଆସିଛି। ଦେଶରେ ନାରୀ ଜାତି ଉପରେ ଚାଲିଥିବା ନିର୍ଯାତନା ଓ ଅତ୍ୟାଚାର ଥମିବାର ନାଁ ଧରୁନାହିଁ। ଗୋଟିଏ ଘଟଣା ଉପରୁ ପରଦା ନ ଉଠୁଥିବାବେଳେ ଅନ୍ୟ ଗୋଟେ ଘଟଣା ଘଟିଯାଉଛି। ପ୍ରତି କୋଡିଏ ମିନିଟ୍‌ରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି।

ସମ୍ପ୍ରତି ଦେଶରେ ଚାଲିଥିବା ଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ସାରା ଦେଶ ଏବେ ଦୁଇ ଭାଗରେ ବିଭାଜିତ ହୋଇଯାଇଛି। ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣାର ଏନକାଉଣ୍ଟର ପରେ ଏହାକୁ ନେଇ ଦେଶରେ ଗୋଟେ ଅଲଗା ପ୍ରକାର ବାତାବରଣ ଦେଖିବାକୁ ମିଳିଛି। ତେଲେଙ୍ଗାନା ପୋଲିସ୍‌ର ଏପରି କାର୍ଯ୍ୟକୁ ପ୍ରଚୁର ଜନସମର୍ଥନ ମିଳୁଥିବାବେଳେ ବୁଦ୍ଧିଜୀବୀ, ସମାଜକର୍ମୀ ତଥା ନ୍ୟାୟମୂର୍ତ୍ତିମାନେ ଏହାର ବିରୋଧ କରିଛନ୍ତି।

ହାଇଦ୍ରାବାଦ ଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ ନାମରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବାବେଳେ ଉତ୍ତରପ୍ରଦେଶର ଉନ୍ନାଓରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜୀଅନ୍ତା ଜାଳିଦେଇଥିଲେ। ୯୦% ପୋଡ଼ିଯାଇଥିବା ଏହି ପୀଡ଼ିତା ଜୀବନ ସହ ୪୦ ଘଣ୍ଟାର ଯୁଦ୍ଧ କରି ଶୁକ୍ରବାର ରାତ୍ର ୧୧.୪୦ ସମୟରେ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ପୀଡ଼ିତା ଜଣକ ବୟାନ ରେକର୍ଡ ପାଇଁ କୋର୍ଟ ଯିବା ରାସ୍ତାରେ ହିଁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ପ୍ରସଙ୍ଗରେ ବିଳମ୍ବିତ ନ୍ୟାୟକୁ କିଛି ଲୋକ ଦାୟୀ କରୁଥିବାବେଳେ ହାଇଦ୍ରାବାଦ ଏନ୍‌କାଉଣ୍ଟର ପରି ଏହି ପ୍ରସଙ୍ଗରେ ଅଭିଯୁକ୍ତଙ୍କ ପ୍ରତି ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଦୁଷ୍କର୍ମ ଘଟଣାରେ କଠୋର ଦଣ୍ଡ ଆଇନ୍‌ ଓ ତ୍ବରିତ ନ୍ୟାୟ ପ୍ରକ୍ରିୟାକୁ ନେଇ ସାଧାରଣରେ ଦାବି ଉଠୁଛି। ଅପରାଧର ମୂଳୋତ୍ପାଟନ କରିବାକୁ ହେଲେ ଆଜିର ସମୟରେ ଭୟ ହିଁ ଏକମାତ୍ର ମାଧ୍ୟମ। ଆମର ନ୍ୟାୟ ବ୍ୟବସ୍ଥାର ଶିଥୀଳତା ଯୋଗୁଁ ଲୋକେ ଆରାମରେ ଅପରାଧ କରି ଖସି ଯାଉଛନ୍ତି। ଅନ୍ୟ ରାଷ୍ଟ୍ର ପରି ଯଦି ଦୁଷ୍କର୍ମକୁ ନେଇ କଠୋର ଦଣ୍ଡବ୍ୟବସ୍ଥା କରାଯା’ନ୍ତା, ତେବେ ଏହାକୁ କିଛିକାଂଶରେ ବନ୍ଦ କରାଯାଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ହାଇଦ୍ରାବାଦ ଏନକାଉଣ୍ଟର ପରେ ଏହାକୁ ନେଇ ସୁପ୍ରିମ୍‌କୋର୍ଟରେ ଯାଚିକା ଦାଏର କରାଯାଇଛି। ଏହି ଏନ୍‌କାଉଣ୍ଟରକୁ ନେଇ ରହିଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜାଯାଉଛି। ଜାତୀୟ ମାନବାଧିକାର କମିଶନ ଏହାର ସମୀକ୍ଷା କରୁଥିବାବେଳେ ଗତକାଲି ଏହି ଏନ୍‌କାଉଣ୍ଟରକୁ ନେଇ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେମତ ଦେଇ କହିଛନ୍ତି ଯେ, ପ୍ରତିଶୋଧପୂର୍ଣ୍ଣ ନ୍ୟାୟ କେବେ ବି ନ୍ୟାୟ ପଦବାଚ୍ୟ ନୁହେଁ।

ପ୍ରତିଶୋଧ କେବେ ନ୍ୟାୟ ହୋଇପାରିବନି ଏହା ସତ୍ୟ, ତେବେ ନ୍ୟାୟ ପାଇଁ ପୀଡ଼ିତାଙ୍କୁ ଆଉ କେତେ କଷ୍ଟ କରିବାକୁ ପଡ଼ିବ। ୨୦୧୨ରେ ଘଟିଥିବା ନିର୍ଭୟା ଆଜି ବି ନ୍ୟାୟ ପାଇଁ ପଡ଼ି ରହିଛି। ଦୁଷ୍କର୍ମ ପୀଡ଼ିତା ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟର ସୁବିଧା ରହିଥିଲେ ବି ଦଣ୍ଡ ବ୍ୟବସ୍ଥାରେ ଏତେ ଶିଥିଳତା କାହିଁକି ?

ଗଣତନ୍ତ୍ରକୁ ଭିଡତନ୍ତ୍ର କବଳରୁ ମୁକ୍ତ କରିବାକୁ ହେଲେ ତ୍ବରିତ ନ୍ୟାୟ ଓ ନ୍ୟାୟପାଳିକାର ସଂସ୍କାର ଆଜିର ସମୟରେ ବଡ଼ ଆବଶ୍ୟକତା ପାଲଟିଛି।

acid attack encounter hydrabad moblyching rape victim
Share. Facebook Twitter LinkedIn Email WhatsApp Copy Link

Related Posts

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Latest News

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.