Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ରେକର୍ଡର କୌଣସି ସମ୍ପର୍କ ନାହିଁ କି?
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ରେକର୍ଡର କୌଣସି ସମ୍ପର୍କ ନାହିଁ କି?

December 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ସଂସଦରେ ତାଙ୍କ ଦଳ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜାତୀୟ ନାଗରିକ ରେକର୍ଡ ବା ଏନଆରସିକୁ ସମର୍ଥନ କରିବ ନାହିଁ। ନବୀନ ବାବୁଙ୍କ ମତରେ ନାଗରିକତା ସଂଶୋଧନ ଆଇନରେ ଭାରତର କୌଣସି ନାଗରିକ ପ୍ରଭାବିତ ହେବେନାହିଁ, କାରଣ ଏହା କେବଳ ବିଦେଶୀଙ୍କ ପାଇଁ ଲାଗୁ ହେବ ବୋଲି ବ୍ୟବସ୍ଥା ରହିଛି। ଆପାତତଃ ନବୀନ ବାବୁ ଠିକ କହୁଛନ୍ତି। ନାଗରିକ ସଂଶୋଧନ ଆଇନର କୌଣସି ପ୍ରଭାବ ଭାରତୀୟ ନାଗରିକଙ୍କ ଉପରେ ପଡିବ ନାହିଁ। ତେବେ ଏହି ଆଇନକୁ ବିରୋଧ କରିବାର କାରଣ ଆଦୌ ସ୍ଵଦେଶୀ ବା ବିଦେଶୀ ନୁହେଁ, ବରଂ ଏହି ଆଇନକୁ ବିରୋଧ କରିବାର ଏକମାତ୍ର କାରଣ ହେଉଛି, ଏହା ନାଗରିକତାର ବିଚାର ପାଇଁ ଧର୍ମକୁ ଏକ ଯୋଗ୍ୟତା ଭାବେ ଗ୍ରହଣ କରିଛି। ଜଣେ ବିଦେଶୀ ଭାରତର ନାଗରିକତା ଗ୍ରହଣ କରିବାର ଏକମାତ୍ର ଯୋଗ୍ୟତା ହେଉଛି, ସେ ଆମର ସମ୍ବିଧାନକୁ ମାନିବା ସହିତ ଆମର ସାର୍ବଭୌମତ୍ଵକୁ ଅନ୍ତଃକରଣରେ ସ୍ଵୀକାର କରିବ। ଭାରତ ପ୍ରତି ସେ ନିଜର ନିଷ୍ଠା ଓ ପ୍ରେମ ପ୍ରମାଣିତ କରିଥିବ । ଏହା ବ୍ୟତୀତ ଅନ୍ୟ କୌଣସି ଯୋଗ୍ୟତା ନାଗରିକତା କ୍ଷେତ୍ରରେ ବିବେଚିତ ହେବା ଆମ ସମ୍ବିଧାନର ବିରୋଧାଚରଣ କରୁଛି ଓ କରିବ।

ସମ୍ବିଧାନର ଧାରା ୧୪ ଓ ୧୫ ଅନୁଯାୟୀ ସମାନତାର ଅଧିକାର ନାଗରିକତା କ୍ଷେତ୍ରରେ ସବୁଠୁ ଅପରିହାର୍ୟ ଉପାଦାନ। ଯେଉଁ ମାନଙ୍କୁ ନୂଆ ନାଗରିକତା ଦେବାର କଥା ଉଠିବ ସେଥିରେ ଧାରା ୧୪ ଓ ୧୫ ପ୍ରଯୁଜ୍ୟ ନୁହେଁ ବୋଲି ବିଜେପି ଯୁକ୍ତି କରୁଛି। ଏହି ଯୁକ୍ତି ପଛରେ ସବୁଠୁ ବଡ ଷଡଯନ୍ତ୍ର ରହିଛି। ବିଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ଦେବା ପ୍ରସଙ୍ଗରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନକୁ ଗୋଟେ ଭିନ୍ନ ୟୁନିଟ ଭାବରେ ଗ୍ରହଣ କରିବାର କାରଣ କଣ? ବିଜେପିର ଯୁକ୍ତି ହେଲା ଏହି ତିନୋଟି ଦେଶ ମୁସଲମାନ ସଂଖ୍ୟାଗରିଷ୍ଠ ଦେଶ ହୋଇଥିବାରୁ ଏ ନିୟମ ଜରୁରୀ। ତେବେ ଆରବ ରାଜ୍ୟ ବା ଇଣ୍ଡୋନେସିଆ ବା ମାଲେସିୟା ଭଳି ଦେଶ କ୍ଷେତ୍ରରେ ଏହା ଲାଗୁ ହେବନାହିଁ କାହିଁକି? କାଲି ଇଣ୍ଡୋନେସିଆ ବା ମାଲେସିଆରେ ରହୁଥିବା ହିନ୍ଦୁ, ବୌଦ୍ଧ, ପାର୍ସି, ଶିଖ, ଜୈନ ବା ଖ୍ରୀଷ୍ଟିୟାନ ନିର୍ୟାତିତ ହୋଇ ଭାରତକୁ ଶରଣ ମାଗିଲେ ଆଉ ଗୋଟେ ଅଲଗା ନିୟମ ତିଆରି ହେବ କି? ଆମର ଅନ୍ୟ ତିନି ପଡୋଶୀ ମିଆଁମାର, ନେପାଳ ଓ ଶ୍ରୀଲଙ୍କାରେ ପାଇଁ ଏ ଆଇନ ଲାଗୁ ହେବନାହିଁ କାହିଁକି? ତିନୋଟି ନିର୍ଦ୍ଦିଷ୍ଟ ମୁସଲମାନ ବହୁଳ ଦେଶରୁ କେବଳ ଅଣ ମୁସଲମାନଙ୍କୁ ନାଗରିକତା ଦେବାର ସର୍ତ୍ତ ରଖିବା ଫଳରେ ଏହି ଆଇନ ଯେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଉଦ୍ଦେଶ୍ୟ କରି ତିଆରି ହୋଇଛି, ତାହା ଅତ୍ୟନ୍ତ ସ୍ପଷ୍ଟ। ଭାରତର ସମ୍ବିଧାନ ଧାର୍ମିକ ଉଦ୍ଦେଶ୍ୟ ରାଖୀ ତିଆରି ହୋଇଥିବା ଆଇନକୁ ସବୁବେଳେ ଅସ୍ଵୀକାର କରେ। ତେଣୁ ସମ୍ବିଧାନ ଆଧାରରେ ଏ ଆଇନକୁ ବିରୋଧ କରିବା ପ୍ରତ୍ୟେକ ଭାରତୀୟର ପ୍ରଥମ କର୍ତ୍ତବ୍ୟ।

ପୁନଶ୍ଚ ଏହି ଆଇନ ସହିତ ଜାତୀୟ ନାଗରିକ ରେକର୍ଡର କୌଣସି ସମ୍ପର୍କ ନାହିଁ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଭ୍ରମରେ ଅଛନ୍ତି। ଏହି ଆଇନ ଜନ୍ମ ନେଇଛି ଆସାମରେ ଜାତୀୟ ନାଗରିକ ରେକର୍ଡ ତିଆରି କରିବାର ନିର୍ବୋଧତାରୁ। ଆସାମରେ କୋଟି କୋଟି ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ବୋଲି ବିଜେପି ଓ ସଂଘ ପରିବାର ଯେଉଁ ପ୍ରଚାର କରୁଥିଲେ, ତାର ଅସଲ ମୁଖା ଆସାମ ଏନଆରସି ତଥ୍ୟ ଖୋଲି ଦେଇଥିଲା। ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରି ଆସାମରେ ଯେଉଁ ରେକର୍ଡ ପ୍ରସ୍ତୁତ କରାଗଲା ସେଥିରୁ ମାତ୍ର ୧୯ ଲକ୍ଷ ଲୋକ ନିଜର ନାଗରିକତା ପ୍ରମାଣିତ କରି ପାରିନାହାନ୍ତି। ବିଜେପିର ମୁଣ୍ଡ ବିନ୍ଧା ସେତେବେଳେ ଅଧିକ ବଢିଗଲା, ଯେତେବେଳେ ଜଣାପଡିଲା ଯେ ୧୯ ଲକ୍ଷ ଅନୁପ୍ରବେଶକାରୀଙ୍କ ଭିତରୁ ପ୍ରାୟ ୧୩ ଲକ୍ଷ ହିନ୍ଦୁ ବା ଅଣମୁସଲମାନ ରହିଛନ୍ତି। ସେମାନଙ୍କୁ ନାଗରିକତା ଦେବାର ଅଭିସନ୍ଧିରୁ ଏହି ବିଲ କୁ ଆଇନରେ ପରିଣତ କରିବାର ଯୋଜନା ଆରମ୍ଭ ହୋଇଥିଲା।

ସାରା ଦେଶ ଏହି ଆଇନକୁ ସାମ୍ବିଧାନିକ ଦୃଷ୍ଟିରୁ ବିରୋଧ କରୁଥିବା ବେଳେ ଆସାମ ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକ କୌଣସି ଅନୁପ୍ରବେଶକାରୀଙ୍କୁ ନାଗରିକତା ନ ଦେବାକୁ ଦାବି କରୁଛନ୍ତି। ତେଣୁ ଜାତୀୟ ନାଗରିକତା ରେକର୍ଡ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିବାର ଅର୍ଥ ହେଉଛି ନିଜକୁ ନିଜେ ପ୍ରବଞ୍ଚନା ଦେବା।

ଅମିତ ଶାହ ଅନେକ ଥର ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ରେକର୍ଡକୁ ଏକାଠି ଦେଖିବାର କଥା କହିଛନ୍ତି। ହଠାତ ଭାରତକୁ ଅନୁପ୍ରବେଶକାରୀଙ୍କର ଏକ ଦେଶ ବୋଲି କହିବାର ଏକ ଷଡଯନ୍ତ୍ର ଏବେ ଆରମ୍ଭ ହୋଇଛି। ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରତ୍ୟେକ ନାଗରିକଙ୍କୁ ସନ୍ଦେହ କରାଯାଉ ବୋଲି ବିଜେପି ଓ ସଂଘ ପରିବାର ଚାହୁଁଛନ୍ତି। ବିଜେପିର ଏହି ଷଡଯନ୍ତ୍ର ପଛରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବୈଚାରିକ ଆଧାର ରହିଛି। ସେ ସମ୍ପର୍କରେ ନବୀନ ପଟ୍ଟନାୟକ ବା ବିଜୁ ଜନତା ଦଳ ଯଦି ଜାଣି ନାହାନ୍ତି, ତାହେଲେ ସେମାନେ ଇତିହାସ-ଅନ୍ଧ ବୋଲି ଆମକୁ ଭାବିନେବାକୁ ପଡିବ।

ନାଗରିକତା ସଂଶୋଧନ ଆଇନ ସହିତ ଜାତୀୟ ନାଗରିକ ରେକର୍ଡର ଗଭୀର ସମ୍ପର୍କ ରହିଛି। ଗୋଟାଏ କୁ ସମର୍ଥନ କରି ଆରଟିକୁ ବିରୋଧ କରିବାର ଅର୍ଥ ହେଉଛି, ଦେଶର ସମ୍ବିଧାନ ତିଆରି କରିଥିବା ମୌଳିକ ଧର୍ମନିରପେକ୍ଷ ଆଧାରକୁ ଦୋହଲାଇ ଦେବା।

caa cab naveen pattanaik NRC
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026
Latest News

ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

February 1, 2026

କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026

ଆଜି ଖୋଲିବ କି ସେୟାର ବଜାର?: ବଜେଟ୍ ଉପସ୍ଥାପନ ପୂର୍ବରୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

February 1, 2026

ବଜେଟ୍ ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

February 1, 2026

ନୂଆ ସମବାୟ ନୀତି-2026 କୁ କ୍ୟାବିନେଟ୍ ଅନୁମୋଦନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.