Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏ ନିଆଁ ଲଗାଇଛି ଯିଏ, ତାକୁ ଲିଭାଇବାର ଦାୟିତ୍ଵ ମଧ୍ୟ ସେ ନେବା ଉଚିତ!!
ବିଶେଷ ଖବର

ଏ ନିଆଁ ଲଗାଇଛି ଯିଏ, ତାକୁ ଲିଭାଇବାର ଦାୟିତ୍ଵ ମଧ୍ୟ ସେ ନେବା ଉଚିତ!!

December 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେତେବେଳେ ଦେଶର ଅର୍ଥନୈତିକ ଅବସ୍ଥାକୁ ନେଇ ସରକାର ସବୁଠୁ ବେଶି ଚିନ୍ତା କରିବାର ଆବଶ୍ୟକତା ଥିଲା, ସେତେବେଳେ ପୂରା ଦେଶର ମୁଣ୍ଡରେ ଅର୍ଥନୀତିକୁ ବାହାର କରି ଧର୍ମକୁ ପୂରେଇ ଦିଆଗଲା। ଦେଶରେ ଅନୁପ୍ରବେଶକାରୀଙ୍କୁ ସବୁଠୁ ବଡ ସମସ୍ୟା ଭାବରେ ଉପସ୍ଥାପନ କରାଯିବା ଓ ଧର୍ମ ଆଧାରରେ ଅନୁପ୍ରବେଶକାରୀଙ୍କୁ ନାଗରିକର ସ୍ଵୀକୃତି ଦେବା ଲାଗି ମୋଦୀ ସରକାର ହଠାତ ତତ୍ପର ହୋଇ ଉଠିବାର କାରଣ ଅବଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ଏହାକୁ ନେଇ ଦେଶର ସଙ୍ଖ୍ୟାଲଘୁଙ୍କ ମନରେ ଆଶଙ୍କା ସୃଷ୍ଟି ହେବ ଓ ଏହା ଦେଶର ଧର୍ମ ନିରପେକ୍ଷ ଆଦର୍ଶର ପରିପନ୍ଥୀ ବୋଲି ମୋଦୀ ସରକାର ଭଲ ଭାବରେ ଜାଣିଥିଲେ। ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିବିଧ ପ୍ରତିକ୍ରିୟା ପ୍ରକାଶ ପାଇବ ବୋଲି ମଧ୍ୟ ସ୍ପଷ୍ଟ ଜଣାଥିଲା। ହୁଏତ ପ୍ରତିକ୍ରିୟା ଏତେ ବ୍ୟାପକ ବା ଉଗ୍ର ହେବା କଥା ସରକାର ଭାବି ନଥିବେ। ହେଲେ ଆରମ୍ଭରୁ ଏହାକୁ ନେଇ ଅସନ୍ତୋଷର ବାତାବରଣ ଆସିବ ଓ ତାହା ଆସୁ ବୋଲି ମୋଦୀ ସରକାର ଚାହିଁଛନ୍ତି। ଅର୍ଥନୀତି ତୁଳନାରେ ସାମ୍ପ୍ରଦାୟିକତାର ବିତର୍କକୁ ଜାଣିଶୁଣି ଲୋକଙ୍କ ଉପରେ ସରକାର ଲଦି ଦେଇଛନ୍ତି।

ପ୍ରଥମରୁ ଏହାକୁ ନେଇ ମତ ପାର୍ଥକ୍ୟ ରହିବ ଓ ସୋସିଆଲ ମିଡିଆରେ ଏହାକୁ ନେଇ କିଛିଟା ରୋଚକ ବିତର୍କରେ କଥା ସରିଯିବ ବୋଲି ସରକାରଙ୍କ ଚିନ୍ତା ଥିଲା। ହିନ୍ଦୁ ବନାମ ମୁସଲମାନ ବିବାଦରେ ସରକାରଙ୍କର ମୂଳ ବିଫଳତାକୁ ନେଇ ଆଉ ପ୍ରଶ୍ନ ଯେମିତି ନଉଠେ ସରକାର ସେ ବ୍ୟବସ୍ଥା କରିବାକୁ ନାଗରିକତା ସଂଶୋଧନ ଆଇନ କୁ ହଠାତ ଆଣିଥିଲେ। ତେବେ ଏ ବିଲ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଯେଉଁ ନିଆଁ ଲାଗିଛି, ସେଥିରେ ପୂରା ଦେଶର ସାମାଜିକ ସଂହତି ଓ ଅର୍ଥନୈତିକ ସ୍ଥିତି ଦୋହଲି ଯାଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଏହି ଆଂଦୋଳନର ନିଆଁ ମାଡି ଚାଲିଛି। ଏହି ଆଇନ ବିରୋଧରେ ସ୍ଵତଃସ୍ଫୂର୍ତ୍ତ ବିରୋଧ ବଢି ଚାଲିଛି।

ପରିସ୍ଥିତି ଏମିତି ହୋଇଛି ଯେ ଏବେ ସଂଖ୍ୟାଧିକ ରାଜ୍ୟରେ ଇଣ୍ଟରନେଟ କାଟି ଦିଆ ଯାଉଛି, କର୍ଫ୍ଯୁ ଲାଗୁ ହେଉଛି, ପୋଲିସର ଗୁଳି ଓ ଲାଠି ଚାଳନା ହେଉଛି, ଅନେକ ଲୋକ ପୁଲିସ ଗୁଳିରେ ପ୍ରାଣ ହରାଉଛନ୍ତି ଓ ବ୍ୟାପକ ଧନ ଜୀବନ ବିପର୍ୟସ୍ତ ହେଉଛି। ଆରମ୍ଭରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାକୁ କେବଳ ବିରୋଧୀଙ୍କ ନ୍ୟସ୍ତସ୍ଵାର୍ଥ ବୋଲି କହି ଆଡେଇଯିବାର ଉଦ୍ୟମ କରୁଥିଲେ। ହେଲେ ଗତକାଲି ଦିଲ୍ଲୀ, ବାଙ୍ଗାଲୋର, ମାଙ୍ଗାଲୋର ଓ ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଯେଉଁ ପ୍ରକାର ପ୍ରତିରୋଧର ଚିତ୍ର ଆସିଲା, ତାହା ସରକାରଙ୍କ ନିଦ ହଜାଇ ଦେବାକୁ ବାଧ୍ୟ।କେତେକ ଜାଗାରେ ପ୍ରତିରୋଧ ହିଂସ୍ର ହେଉଥିବାବେଳେ ଅନେକାଂସ୍ଥାନରେ ଏହା ସତ୍ୟାଗ୍ରହର ରୂପ ନେଉଛି। ଦେଶର ଖ୍ୟାତନାମା ବୁଦ୍ଧିଜୀବୀ ଓ ଲେଖକ ଏହି ଆନ୍ଦୋଳନ ଓ ସତ୍ୟାଗ୍ରହର ନେତୃତ୍ଵ ନେଉଛନ୍ତି। ବିଜେପିର ଟ୍ରୋଲ ବାହିନୀ ଏବଂ ପୁଲିସର ଲାଠି ଗୁଳିକୁ ବେଖାତିର କରି ଏ ଆନ୍ଦୋଳନ ତୀବ୍ର ହେଉଛି। ଗତକାଲି ପୋଲିସ ଗୁଳିରେ କିଛି ଲୋକ ପ୍ରାଣ ହରାଇଥିବା ବେଳେ ଆଉ କେତେକ ସ୍ଥାନରେ ସତ୍ୟାଗ୍ରହିମାନେ ପୋଲିସକୁ ଗୋଲାପ ଫୁଲ ଦେଇ ସତ୍କାର କରିଛନ୍ତି। ତାରି ଭିତରେ ଦେଶର ଜଣାଶୁଣା ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହାଙ୍କୁ ପୋଲିସ ଅପବ୍ୟବହାର କରିବାର ଦୃଶ୍ୟ ନିଆଁରେ ଘିଅ ଢାଳିଛି।

ଆଜି କୌଣସି ରାଜନୈତିକ ଦଳ ବା ଗୋଷ୍ଠୀ ହାତରେ ଏହି ଆନ୍ଦୋଳନ ଆଉ ନାହଁ। ଆପେ ଆପେ ଏ ଆନ୍ଦୋଳନ ଲୋକଙ୍କ ହାତକୁ ଚାଲି ଆସିଛି। ୟୁପିଏ ସରକାର ଅମଳରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ଲୋକଙ୍କର ଯେଉଁ ପ୍ରକାର ଅଂଶିଦାରିତା ଦେଖିବାକୁ ମିଳିଥିଲା, ଏହି ଆନ୍ଦୋଳନ ଏବେ ସେ ଦିଗକୁ ଗତି କରୁଛି। ଏତେ ବ୍ୟାପକ ପ୍ରତରୋଧ ଓ ଜଣ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ସରକାର କଣ କରିବେ, ତାହା ଏବେ ସବୁଠୁ ଚିନ୍ତାର ବିଷୟ।

ମୋଦୀ ସରକାର ନିଜ ନିଷ୍ପତ୍ତି ଯେ ବଦଳାଇବେ, ଏ ବିଶ୍ଵାସ କାହାର ନାହଁ। ତେଣୁ ଆଗାମୀ ଦିନରେ ପୋଲିସ ଲଗାଇ ଲୋକଙ୍କ ଉପରେ ଅଧିକ ଜୁଲମ କରାଯାଇପାରେ କିମ୍ବା ଅଧିକ ଆକ୍ରାମକ ଭାବେ ଏହାକୁ ରାଜନୈତିକ ସ୍ତରରେ ବିଜେପି ମୁକାବିଲା କରିପାରେ। ତେବେ ମାତ୍ରାଧିକ ବଳ ପ୍ରୟୋଗ କରି ସରକାର ଯଦି ଜୁଲମ ଓ ଦମନ ଚଳାଇ ରଖନ୍ତି ତାହେଲେ, ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଉଗ୍ର ହେବ।

ଆଜି ସରକାରଙ୍କର ପ୍ରଥମ ଦାୟିତ୍ଵ ହେବା ଉଚିତ, କେମିତି ଏ ନିଆଁ ପ୍ରଶମିତ ହେବ। ଦେଶର ଅର୍ଥନୀତିକୁ ଏ ପ୍ରକାର ଜନ ପ୍ରତିରୋଧ ଅଧିକ ପ୍ରଭାବିତ କରିବ। ସରକାର ନିଜେ ଏ ନିଆଁ ଲଗାଇଛନ୍ତି, ତେଣୁ ଏ ନିଆଁ କୁ ପ୍ରଶମିତ କରିବାର ଦାୟିତ୍ଵ ମଧ୍ୟ ସରକାରଙ୍କର।          

 

caa cab constitution secularism
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.