Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଫାଲେ କୁ ନେଇ ନୂଆ ତଥ୍ୟ; ପ୍ରତିରକ୍ଷା ମନ୍ତ୍ରଳାଳୟର ବିରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ ରାଫାଲେ ଡିଲରେ ବାରମ୍ବାର ହସ୍ତକ୍ଷେପ କରିଥିଲେ
ବିଶେଷ ଖବର

ରାଫାଲେ କୁ ନେଇ ନୂଆ ତଥ୍ୟ; ପ୍ରତିରକ୍ଷା ମନ୍ତ୍ରଳାଳୟର ବିରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ ରାଫାଲେ ଡିଲରେ ବାରମ୍ବାର ହସ୍ତକ୍ଷେପ କରିଥିଲେ

February 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୨୪, ନଭେମ୍ବର ୨୦୧୫ ତାରିଖ ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟର ଉପ ସଚିବ ଏସ.କେ.ଶର୍ମା ରାଫାଲେ ଫାଇଲ ରେ ଏକ ଦୀର୍ଘ ଟିପ୍ପଣୀ ଦେଇ ଲେଖିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ ତରଫରୁ କରାଯାଉଥିବା ରାଫାଲେ ଡିଲ ସଙ୍କ୍ରାନ୍ତୀୟ ସମାନ୍ତରାଳ ଆଲୋଚନା ପ୍ରତିରକ୍ଷା ବିଭାଗର ମୂଳ ଆଲୋଚନାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ସେଇ ଟିପ୍ପଣୀ ଉପରେ ତତ୍କାଳୀନ ପ୍ରତିରକ୍ଷା ସଚିବ ମଧ୍ୟ ନିଜର ତୀବ୍ର ବିରୋଧ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ ଏ କ୍ଷେତ୍ରରେ ସମାନ୍ତରାଳ ଆଲୋଚନା କରିବାକୁ ନାପସନ୍ଦ କରିଥିଲେ। ବିଶିଷ୍ଟ ସାମ୍ବାଦିକ ତଥା ଇଂରାଜୀ ଖବର କାଗଜ  ଦି ହିନ୍ଦୁ ର ନିର୍ଦ୍ଦେଶକ ଏନ. ରାମ ଏକ ରିପୋର୍ଟରେ ଏ ତଥ୍ୟ ରଖିଲା ପରେ ରାଫାଲେ ଖର୍ଦ୍ଦି ପ୍ରକ୍ରିୟାରେ ଯେଉଁ ସନ୍ଦେହ ର ବାତାବରଣ ସୃଷ୍ଟି ହୋଇଥିଲା, ତାହା ଆହୁରି ଗଭୀର ହେବା ଆରମ୍ଭ କଲା। ଏହି ମାମଲାରେ ମୂଳରୁ ଆକ୍ରାମକ ରହି ଆସିଥିବା କଂଗ୍ରେସ ସଭାପତି ପୁଣିଥରେ ତାଙ୍କର “ଚୌକିଦାର ଚୋର ହୈ” ର ସ୍ଲୋଗାନ କୁ ଦୋହରାଇଥିଲେ।

ତେବେ ସବୁଥର ପରି ଏଥର ମଧ୍ୟ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ, ସରକାରୀ ଦଳର କୋଳରେ ବସିଥିବା କିଛି ଗଣମାଧ୍ୟମ  ଓ ବିଜେପି ନିଜର ପ୍ରତିରକ୍ଷାରେ ବିଚିତ୍ର ଯୁକ୍ତିମାନ କରିବା ଆରମ୍ଭ କରିଦେଲେ। ସେଥିରୁ ଗୋଟେ ଯୁକ୍ତି ଥିଲା ଏନ.ରାମ ସରକାରୀ ଫାଇଲର ଅଧା ଛାପିଲେ କାହିଁକି। ଠିକ କଥା, ପୂରା ତଥ୍ୟ ନରଖି ଅଧା ତଥ୍ୟ ରଖିବା ଏନ. ରାମଙ୍କ ବିଶ୍ଵାସନୀୟତା ଉପରେ ପ୍ରଶ୍ନବାଚୀ ବୋଲି କୁହାଗଲା। ତେବେ ଏନ. ରାମ ଫାଇଲର କିଛି ଲୁଚେଇଛନ୍ତି କି? ପ୍ରତିରକ୍ଷା ବିଭାଗର ସବୁ ଅଧିକାରୀ ରାଫାଲେ ମାମଲାରେ ପ୍ରଧାନମନ୍ତ୍ରୀ କାର୍ୟାଳୟର ହସ୍ତକ୍ଷେପକୁ ବିରୋଧ କରିଛନ୍ତି। ଯେଉଁ ଅଂଶ ଦି ହିନ୍ଦୁ ଛାପି ନାହିଁ ସେଥିରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ନୋଟ ରହିଛି। ସେଥିରେ ସେ କହୁଛନ୍ତି ଯେ, ଏ ପ୍ରସଙ୍ଗରେ ଭାରତୀୟ ପ୍ରଧାନମନ୍ତ୍ରୀ କାର୍ୟାଳୟ ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ୟାଳୟ ମନ୍ତ୍ରଣା କରୁଛନ୍ତି। ତେଣୁ ପ୍ରତିରକ୍ଷା ସଚିବ ଏ ବିଷୟରେ ପ୍ରଧାନମନ୍ତ୍ରୀ କାର୍ୟାଳୟ ସହ ପରାମର୍ଶ କରିବା ଉଚିତ।

କେଉଁଠି ହେଲେ ମନୋହର ପାରିକର ନିଜ ଅଧିକାରୀମାନଙ୍କ ମତକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଏଇ ନୋଟକୁ ଦି ହିନ୍ଦୁ ଅଧା ଛାପି ଯାହା କହିନଥିଲା, ସରକାର ନିଜେ ନିଜର ଦୋଷ ସ୍ଵୀକାର କରିଛନ୍ତି। ରାଫାଲେ ଡିଲ ଆଦୌ ପ୍ରତିରକ୍ଷା ମନ୍ତ୍ରଣାଳୟ କରିନାହିଁ ଓ ଏହା ସିଧା ସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ କରିଛି ବୋଲି ଏବେ ସ୍ପଷ୍ଟ ଚିତ୍ର ମିଳି ଯାଇଛି। ତେବେ ଏହି ଡିଲରେ ପ୍ରଧାନମନ୍ତ୍ରୀ କାର୍ୟାଳୟର କୌଣସି ଭୂମିକା ନାହିଁ ବୋଲି ଭାରତ ସରକାର ସୁପ୍ରିମ କୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ଡାହା ମିଛ ନଥିଲା କି?

ସରକାର ରାଫାଲେ ମାମଲାରେ ଗୋଟିଏ ପରେ ଗୋଟିଏ ମିଛ କହି ଧାରା ପଡ଼ୁଛନ୍ତି। ଯେତେବେଳେ ଅସଲ ସତ୍ୟ  ଆସୁଛି ତାକୁ ଢାଙ୍କିବା ବାହାନାରେ ନରେନ୍ଦ୍ର ମୋଦୀ ସରକାର ନିଜର ମିଛକୁ ନିଜେ ପ୍ରମାଣିତ କରୁଛନ୍ତି। ଫ୍ରାନ୍ସ ର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇ ହଲାଣ୍ଡ ରାଫାଲେ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧା ସଳଖ ସଂପୃକ୍ତି ରହିଥିବାର କହିସାରିଛନ୍ତି।  ଏବେ ପ୍ରତିରକ୍ଷା ବିଭାଗର ନୋଟ ସାର୍ବଜନୀନ ହେବା ପରେ ଏହି ରାଜିନାମା ପ୍ରତିରକ୍ଷା ମନ୍ତ୍ରଣାଳୟର ବିରୋଧ ସତ୍ତ୍ୱେ କରାଯାଇଥିବାର ପ୍ରମାଣ ମିଳୁଛି। ଏତେ ପ୍ରମାଣ ମିଳିବା ପରେ ମଧ୍ୟ ବିଜେପି ସରକାର ମିଛ ପରେ ମିଛ କହିଚାଲିଛନ୍ତି।

ତେବେ ଏ ମାମଲା ପ୍ରଘଟ କରିଥିବା ବରିଷ୍ଠ ସାମ୍ବାଦିକ ଏନ. ରାମଙ୍କୁ ଏବେ ବଦନାମ କରାଯାଉଛି। ଏଠି କହିରଖିବା ଉଚିତ ହେବ ଯେ ଏଇ ହେଉଛନ୍ତି ସେ ଏନ. ରାମ ଯିଏ ବୋଫୋର୍ସ ମାମଲାକୁ ନେଇ ବହୁ ଚମକପ୍ରଦ ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ। ଦି ହିନ୍ଦୁ ୟୁପିଏ ସରକାର ବହୁ ଘୋଟାଲାକୁ ଲୋକ ଲୋଚନାକୁ ଆଣିଥିଲା। ହଠାତ ଆଜି ଦି ହିନ୍ଦୁ ଓ ଏନ. ରାମଙ୍କ ବିଶ୍ଵାସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଇବାର ଅର୍ଥ ହେଉଛି, ଏ ସରକାର ନିଜ ମିଛର ଜାଲରେ ନିଜେ ଫସି ଫସି ଯାଉଛି। ସଂସଦ, ସୁପ୍ରିମ କୋର୍ଟ ଓ ଲୋକଙ୍କ ଆଗରେ ବାରମ୍ବାର ମିଛ କହି ଧାରା ପଡୁଥିବା ମୋଦୀ ସରକାର ଏବେ ନିର୍ବାଚନ ପୂର୍ବରୁ ଅଧିକରୁ ଅଧିକ ଅସୁବିଧାରେ ପଡିବାକୁ ଯାଉଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଇବୋଲା ଭାଇରସ କେତେ ବିପଦପୂର୍ଣ୍ଣ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

May 22, 2026

CJP – ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ! ଏହି ଡିଜିଟାଲ ପାର୍ଟିର ରାଶିଫଳ ବିଷୟରେ ଜାଣନ୍ତୁ

May 22, 2026
Latest News

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026

ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.