Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପ ନା ବିଜେପି, କାହା ହାତକୁ ଯିବ ଦିଲ୍ଲୀ ସରକାର? କେଜ୍ରିୱାଲ ବନାମ ଆଉ କିଏର ନିର୍ବାଚନୀ ଯୁଦ୍ଧ
ବିଶେଷ ଖବର

ଆପ ନା ବିଜେପି, କାହା ହାତକୁ ଯିବ ଦିଲ୍ଲୀ ସରକାର? କେଜ୍ରିୱାଲ ବନାମ ଆଉ କିଏର ନିର୍ବାଚନୀ ଯୁଦ୍ଧ

January 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖ ଦିନ ନିର୍ବାଚନ ହେବାକୁ ଥିବା ବେଳେ ଫେବ୍ରୁଆରି ୧୧ ତାରିଖରେ ଫଳ ପ୍ରକାଶ ପାଇବ। ପୂର୍ଣ୍ଣ ରାଜ୍ୟର ଦର୍ଜା ପାଇନଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଶାସନିକ ଭାବରେ ଯେତିକି ନୁହେଁ, ବରଂ ରାଜନୈତିକ ଭାବରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ୨୦୧୪ ନିର୍ବାଚନରେ ହଠାତ ଆମ ଆଦମି ପାର୍ଟିର ଅଭ୍ୟୁଦୟ ଦିଲ୍ଲୀର ରାଜନୈତିକ ସମୀକରଣକୁ ପୂରା ବଦଳାଇ ଦେଇଥିଲା। ୨୦୧୨ରେ ହୋଇଥିବା ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ ଆଦମି ପାର୍ଟି ବା ଆପ ୨୦୧୪ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତତ୍କାଳୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାରେ ସଫଳ ହେବା ସହିତ ଲୋକପ୍ରିୟତାର ଚରମ ସୀମାରେ ଥିବା ବିଜେପିକୁ ମଧ୍ୟ କ୍ଷମତାରୁ ଦୂରେଇ ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ଥର ନିର୍ବାଚନ ଲଢି ଆପ ୨୮ଟି ଆସନ ଓ ୨୯.୪୯% ଭୋଟ ହାସଲ କରିଥିଲା। ଯେ କୌଣସି ନୂଆ ଦଳ ଲାଗି ଏହା ଥିଲା ଆଶାତୀତ ସଫଳତା। କଂଗ୍ରେସ ସମର୍ଥନରେ ଆପ ନେତା ଅରବିନ୍ଦ କେଜ୍ରିୱାଲ ସରକାର ଗଢିଥିଲେ ମଧ୍ୟ ମାତ୍ର ୪୯ ଦିନରେ ତାଙ୍କ ସରକାର ଭାଙ୍ଗିଗଲା।

୨୦୧୫ ନିର୍ବାଚନର ପୃଷ୍ଠଭୂମିରେ ଆପ ଲାଗି ଅନେକ ସଙ୍କଟ ରହିଥିଲା। ସରକାର ଚଲାଇ ନ ପାରି ପଳାତକ ହେବାର ଅପବାଦ, ୨୦୧୪ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ତଥା କେନ୍ଦ୍ରରେ ନବଗଠିତ ମୋଦୀ ସରକାରର ଲୋକପ୍ରିୟତା ଭଳି ଅତ୍ୟନ୍ତ ଶକ୍ତିଶାଳୀ ଆହ୍ଵାନକୁ ମୁକାବିଲା କରିବା ଦଳ ପକ୍ଷରେ ସହଜ ନଥିଲା। ହେଲେ ୨୦୧୫ ର ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମଥର ଲାଗି ମୋଦୀଙ୍କ ନେତୃତ୍ବରେ ବିଜେପି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ୨୦୧୫ ନିର୍ବାଚନରେ ଆପକୁ ୭୦ ଆସନରୁ ୬୭ ଆସନ ଓ ୫୪.୩% ଭୋଟ ମିଳିଥିଲା। ଏହା ଥିଲା ସର୍ବକାଳୀନ ରେକର୍ଡ। ମୋଦୀ ହାୱାକୁ ପ୍ରତିହତ କରି ମାତ୍ର ବର୍ଷେ ଭିତରେ ଆପ ନିଜ ଭୋଟ ହାରକୁ ପ୍ରାୟ ଦୁଇଗୁଣ ବଢାଇବାରେ ସଫଳ ହୋଇଥିଲା।

୨୦୨୦ ନିର୍ବାଚନରେ ଆପ ସେହି ସଫଳତା ଦୋହରାଇ ପାରିବ କି? ୨୦୧୫ ଓ ୨୦୨୦ ଭିତରେ ଆପରେ ଅନେକ କିଛି ନୂଆ ପରିବର୍ତ୍ତନ ହୋଇଛି। ଜାତୀୟ ଅଭିଳାଷ ପରିତ୍ୟାଗ କରି ଦଳ ନିଜକୁ ମୁଖ୍ୟତଃ ଦିଲ୍ଲୀ କୈନ୍ଦ୍ରିକ ଦଳ ଭାବରେ ସଂଗଠିତ କରିଛି। ଦଳ ଭିତରେ ଅରବିନ୍ଦ କେଜ୍ରିୱାଲ ନିଜର ଏକାଧିପତ୍ୟ ଜାହିର କରିବା ସହିତ ଦଳର ପ୍ରାୟ ସବୁ ପ୍ରତିଷ୍ଠାତା ସଦସ୍ୟଙ୍କୁ ଦଳରୁ ବିଦା କରି ସାରିଛନ୍ତି। ଦିଲ୍ଲୀରେ ରାଜନୈତିକ ଦୃଷ୍ଟିରୁ କେନ୍ଦ୍ର ବିଜେପି ସରକାରର ସର୍ବାଧିକ ଆକ୍ରୋଶର ଶିକାର ହେବା ପରେ ମଧ୍ୟ ଆପ ନିଜକୁ ଶକ୍ତିଶାଳୀ କରିବାରେ ସଫଳ ହୋଇଛି। କେନ୍ଦ୍ର ସରକାର ବନାମ ଦିଲ୍ଲୀ ସରକାରର ଝଗଡା ଯୋଗୁଁ ଆପ ସରକାର ପ୍ରଥମ ଦୁଇ ବର୍ଷ କାମ କରିପାରି ନ ଥିଲା। ଦିଲ୍ଲୀ ଉପରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଲଢେଇରେ ସୁପ୍ରିମ କୋର୍ଟ ନିର୍ଣ୍ଣାୟକ ରାୟ ନଦେବା ଯାଏ ଆପ ସରକାର ଏକ ପ୍ରକାର ଅସହାୟ ଅବସ୍ଥାରେ ରହିଥିଲା। ଏତେ ପ୍ରବଳ ରାଜନୈତିକ ଚାପକୁ ସମ୍ଭାଳି ପାଞ୍ଚ ବର୍ଷ ଶାସନ ଚଳାଇବା କେଜ୍ରିୱାଲଙ୍କର ସବୁଠୁ ବଡ ସଫଳତା ନିଶ୍ଚୟ।

ଗତ ତିନି ବର୍ଷ ଭିତରେ ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଆପ ସରକାର ପ୍ରଶଂସନୀୟ କାର୍ୟ କରିଛନ୍ତି। ତା ସତ୍ତ୍ୱେ  ଦିଲ୍ଲୀ ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଆପ ବିଜେପିଠାରୁ ହାରିଛି। ବିଧାନସଭା ନିର୍ବାଚନରେ ବିଜେପି ଲୋକସଭା ନିର୍ବାଚନର ଫଳାଫଳକୁ ଦୋହରାଇ ପାରିବ କି? ଆପ ପାଇଁ କେଜ୍ରିୱାଲଙ୍କ ନିର୍ଣ୍ଣାୟକ ନେତୃତ୍ଵ ରହିଥିବା ବେଳେ ବିଜେପି ଆଜି ମଧ୍ୟ ନେତୃତ୍ବଶୂନ୍ୟ ଅବସ୍ଥାରେ ରହିଛି। ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି କହୁନାହିଁ। ତେଣୁ କେଜ୍ରିୱାଲ ବନାମ ଆଉ କିଏ ର ଏକ ସନ୍ଦେହ ଭୋଟରଙ୍କ ପାଖରେ ରହିଛି।

ବିଜେପି ଲାଗି କେଜ୍ରିୱାଲ ସବୁଠୁ ବଡ କଣ୍ଟା ହୋଇ ଖୋଦ ରାଜଧାନୀରେ ରହିଛନ୍ତି। ତାଙ୍କୁ ହରାଇବା ବିଜେପି ଲାଗି ଏକ ପ୍ରକାର କର ବା ମର ସ୍ଥିତି ସୃଷ୍ଟି କରିଛି। ନିକଟରେ ଅନୁଷ୍ଠିତ ମହାରାଷ୍ଟ୍ର, ହରିଆଣା ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ନିଶ୍ଚୟ ପଡିବ। ନିର୍ବାଚନ ଘୋଷଣା ହେବା ପରେ ପରେ ଏବିପି ଟିଭି ତରଫରୁ ଯେଉଁ ଜନମତ ସର୍ଭେ ହୋଇଛି ସେଥିରେ ୨୦୨୦ ରେ ଆପ ୫୯ ଆସନ ଜିତିପାରେ ବୋଲି ପୂର୍ବାନୁମାନ କରିଛି। ତେବେ ଏହି ଅନୁମାନ ସତ୍ୟ ହେବ କି?

ନିର୍ବାଚନରେ ବିଜେପି ନିଜର ସବୁ ଶକ୍ତି ଓ କ୍ଷମତା ପ୍ରୟୋଗ କରି ଆପ ପାଖରୁ କ୍ଷମତା ଛଡାଇ ଆଣିବାକୁ ଚେଷ୍ଟା କରିବ। ଆସନ୍ତା ମାସେ ପର୍ୟନ୍ତ  ଆପକୁ କେବଳ ବିଜେପି ସହିତ ଯେ ଲଢିବାକୁ ପଡିବ ତା ନୁହେଁ, ଏହାକୁ ବିଜେପିର ସମର୍ଥକ ଗଣମାଧ୍ୟମ ସହ ଲଢିବା ସବୁଠୁ ବଡ ଆହ୍ଵାନ ହେବାକୁ ଯାଉଛି। ଦିଲ୍ଲୀ ବିଜେପି ଗୁଜବ, ଅପପ୍ରଚାର ଓ ଷଡଯନ୍ତ୍ର ରଚନାରେ ଆପକୁ ଘାଏଲା କରିବ ନିଶ୍ଚୟ।

ସରକାର ଭାବରେ ସଫଳତାର ଆକଳନ  ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା କାମକୁ ନେଇ ହେବ ନା ପ୍ରଚାର ସର୍ବସ୍ଵ ରାଜନୀତି ଦ୍ଵାରା ପ୍ରଭାବିତ ହେବ, ତାହା ଦେଖିବାକୁ ପଡିବ। କିଏ ଜିତିବ ବା ହାରିବ ତାହା ତ ଫେପୃଆରି ୧୧ ରେ ଜଣାପଡିବ, ହେଲେ ଏହି ନିର୍ବାଚନକୁ ନେଇ ଉଦବେଗ ଓ ଉତ୍ତେଜନା ଆଜିଠୁ ବଳବତ୍ତର ରହିବ।

aap BJP delhipolls kejriwal Modi
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.