Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାମ୍ମୁ କାଶ୍ମୀରକୁ ନେଇ ସୁପ୍ରିମ କୋର୍ଟଙ୍କ ପ୍ରଥମ ରାୟ, କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ୟକଳାପ ଉପରେ ଅଙ୍କୁଶ ଲଗାଇପାରିବ କି?
ବିଶେଷ ଖବର

ଜାମ୍ମୁ କାଶ୍ମୀରକୁ ନେଇ ସୁପ୍ରିମ କୋର୍ଟଙ୍କ ପ୍ରଥମ ରାୟ, କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ୟକଳାପ ଉପରେ ଅଙ୍କୁଶ ଲଗାଇପାରିବ କି?

January 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

୧୫୫ ଦିନ ଧରି ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଛିନ୍ନ ହୋଇ ରହିବା ପରେ ଜାମ୍ମୁ କାଶ୍ମୀର କୁ ମୁଖ୍ୟଧାରାର ଭାରତ ସହ ଯୋଡିବା ଲାଗି ସୁପ୍ରିମ କୋର୍ଟ ଏକ ମାର୍ଗ ଉନ୍ମୋଚନ କରିଛନ୍ତି। ଗତ କାଲି କାଶ୍ମୀର ଟାଇମ୍ସର ସମ୍ପାଦିକା ଅନୁରାଧା ଭସିନ, କଂଗ୍ରେସ ନେତା ଗୁଲାମନବୀ ଆଜାଦ ପ୍ରମୁଖଙ୍କ ଆବେଦନ ଉପରେ ବିଚାର କରି ସୁପ୍ରିମ କୋର୍ଟ ନିଜର ଚୂଡାନ୍ତ ରାୟ ଦେଇଛନ୍ତି। ଯଦିଓ କାଶ୍ମୀର ପ୍ରସଙ୍ଗରେ ଆହୁରି ଦୁଇଟି ପ୍ରମୁଖ ପ୍ରସଙ୍ଗର ବିଚାର ବାକି ଅଛି, ତଥାପି ସାମ୍ବିଧାନିକ ଦୃଷ୍ଟିରୁ ଓ କାଶ୍ମୀର ଜନ ସାଧାରଣଙ୍କର ମୌଳିକ ଅଧିକାର ସୁରକ୍ଷା କାରଣରୁ, ଏହି ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସାମ୍ବିଧାନିକ କି ନୁହେଁ ଓ ସେଠାରେ ରାଜନୈତିକ ନେତୃବୃନ୍ଦଙ୍କୁ ଗୃହବନ୍ଦୀ ରଖିବା ଆଇନ ସମ୍ମତ କି ନା, ତାର ବିଚାର ଏବେ ମଧ୍ୟ ବାକି ଅଛି। ଗତକାଲିର ରାୟରେ ସୁପ୍ରିମ କୋର୍ଟ କେବଳ ଯୋଗାଯୋଗ ବ୍ୟବସ୍ଥା ଓ ଧାରା ୧୪୪ ପ୍ରୟୋଗର ବୈଧତାକୁ ନେଇ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଟେଲିଫୋନ ଏବଂ ଇଣ୍ଟରନେଟ ବ୍ୟବସ୍ଥା ଉପରେ ନାଗରିକର ଅଧିକାର ତଥା ପ୍ରତିବାଦ ରୋକିବାକୁ ବିଭନ୍ନ ସରକାର ସିଆରପିସି ର ଧାରା ୧୪୪ର ଯେଉଁ ଅପପ୍ରୟୋଗ କରୁଛନ୍ତି, ତାହାରି ଉପରେ ଏହି ରାୟର ବଡ ପ୍ରଭାବ ପଡିବ ନିଶ୍ଚୟ। ଏହି ରାୟର କିଛି ନିର୍ଦ୍ଦିଷ୍ଟ ବିନ୍ଦୁ ବିଷୟରେ ପ୍ରଥମେ ଜାଣିବା ଆସନ୍ତୁ-

ଏହି ରାୟରେ କୁହାଯାଇଛି-

– ସାମ୍ବାଦିକମାନଙ୍କୁ ମୁକ୍ତ ଭାବରେ ରିପୋର୍ଟ କରିବାର ସୁଯୋଗ ଦେବା ସରକାରଙ୍କ ଦାୟିତ୍ଵ। ସେମାନଙ୍କ ମୁଣ୍ଡ ଉପରେ ନିରନ୍ତର ଡେମୋକ୍ଳିସର ଖଣ୍ଡା ଝୁଲାଇ ତାହାକୁ ବୈଧ ବୋଲି କୁହା ଯାଇପାରିବ ନାହିଁ।

– ସିଆରପିସିର ଧାରା ୧୪୪ ଅନୁଯାୟୀ ନାଗରିକଙ୍କ ଉପରେ ଯେଉଁ ପ୍ରତିବନ୍ଧକ ଲଗାଯାଉଛି ଓ ଇଣ୍ଟରନେଟ ସୁବିଧାରୁ ଯେତେବେଳେ ଲୋକଙ୍କୁ ବଞ୍ଚିତ କରାଯାଉଛି,  ସେ ସମ୍ପର୍କିତ ନିର୍ଦ୍ଦେଶନାମା ଲୋକେ ଜାଣିବା ନିହାତି ଜରୁରୀ ଏବଂ ସେହି ସବୁ ନିର୍ଦ୍ଦେଶନାମାକୁ ଅଦାଲତରେ ବିଚାର ପାଇଁ ଆବେଦନ କରିବାର ଅଧିକାର ଲୋକଙ୍କର ରହିଛି।

– ଅନିର୍ଦ୍ଦିଷ୍ଟକାଳ ଲାଗି ଇଣ୍ଟରନେଟ ପ୍ରତିବନ୍ଧକ ଲଗାଇବାକୁ ଅଦାଲତ ଅନୁମତି ଦେଇ ପାରିବେ ନାହିଁ।

– ସମ୍ବିଧାନର ଧାରା ୧୯ରେ ଦିଆଯାଇଥିବା ବାକ ଓ ଅଭିବ୍ୟକ୍ତିର ସ୍ଵାଧୀନତା ତଥା ସ୍ଵାଧୀନ ଭାବରେ ବ୍ୟବସାୟ କରିବାର ଅଧିକାର ସହିତ ଇଣ୍ଟରନେଟର ସୁଯୋଗ ଅଙ୍ଗାଙ୍ଗୀ ଭାବରେ ଜଡିତ। ଇଣ୍ଟରନେଟ ସୁବିଧା ଲୋକଙ୍କ ମୌଳିକ ଅଧିକାର ଅନ୍ତର୍ଗତ।

– ଇଣ୍ଟରନେଟ ସେବାକୁ ଦୀର୍ଘ ସମୟ ଧରି ପ୍ରତିହତ କରାଯାଇ ପାରିବ ନାହିଁ। ଆବଶ୍ୟକତା ଦୃଷ୍ଟିରୁ ଅସ୍ଥାୟୀ ଭାବରେ କେବଳ କିଛିଟା ପ୍ରତିବନ୍ଧକ ଲଗା ଯାଇପାରେ। ହେଲେ ପ୍ରତି ସପ୍ତାହରେ ଏହାର ସମୀକ୍ଷା ହେବା ଜରୁରୀ।

– ୧୪୪ ଧାରା ଜାରି କରି ଲୋକଙ୍କର ପ୍ରତିବାଦ କରିବାର ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ।

– ୧୪୪ ଧାରା ବାରମ୍ବାର ଲାଗୁ କରିବାକୁ କ୍ଷମତାର ଦୁରୁପଯୋଗ ବୋଲି ଗ୍ରହଣ କରାଯିବ।

– କାଶ୍ମୀରରେ ବ୍ୟାଙ୍କ, ସରକାରୀ ୱେବ ସାଇଟ ଓ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ତୁରନ୍ତ ଇଣ୍ଟରନେଟ ବାହାଲ କରାଯାଉ।

– ଅତ୍ୟନ୍ତ ଅପରିହାର୍ୟ କାରଣ ନହେଲେ ଇଣ୍ଟର୍ନେଟ ବ୍ୟବସ୍ଥା ଉପରେ ପ୍ରତିବନ୍ଧକ ଲଗାଇବା ଟେଲିକମ ସର୍ଭିସ ରୁଲର ବିରୋଧୀ ଅଟେ। କେବଳ ଅତ୍ୟନ୍ତ ଜରୁରୀ ସ୍ଥିତିରେ ସାମୟିକ ଭାବେ ଇଣ୍ଟରନେଟକୁ ବନ୍ଦ ରଖାଯାଇପାରିବ।

ସୁପ୍ରିମ କୋର୍ଟଙ୍କ ମାନ୍ୟବର ଖଣ୍ଡପୀଠ ଦେଇଥିବା ଏହି ରାୟର ପ୍ରଭାବ କେବଳ ଯେ ଜାମ୍ମୁ କାଶ୍ମୀରରେ ପଡିବ ତା ନୁହେଁ, ଏହାର ପ୍ରଭାବ ସାରା ଦେଶରେ ପଡିବ। ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ନାଗରିକ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ  ଇଣ୍ଟରନେଟ ବନ୍ଦ କରିବା ଓ ଧାରା ୧୪୪ ଲାଗୁ କରିବା ପାଇଁ ବିଜେପି ସରକାର ଗୁଡିକ ନିଜର ଅଧିକାର ବୋଲି ଭାବୁଛନ୍ତି। ଉତ୍ତର ପ୍ରଦେଶରେ ଏହି ଆନ୍ଦୋଳନକୁ ଚପାଇଦେବା ପାଇଁ ସାରା ରାଜ୍ୟରେ ୧୪୪ ଧାରା ଜାରି କରା ଯାଇଥିଲା। ସୁପ୍ରିମ କୋର୍ଟଙ୍କ ଏହି ରାୟ ଫଳରେ ରାଜ୍ୟ ସରକାର ଗୁଡିକ ନିଜ କ୍ଷମତାର ଦୁରୁପଯୋଗରୁ ବିରତ ରହିବେ ବୋଲି ଆଶା କରାଯାଏ।

ଜାମ୍ମୁ କାଶ୍ମୀରରେ ଏହି ରାୟକୁ ନେଇ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ। ଆଉ ଅଧିକ ସମୟ ଇଣ୍ଟରନେଟ ପ୍ରତିବନ୍ଧକ ଲଗାଇବା ସମ୍ଭବ ହୋଇ ନପାରେ। ସେହିପରି ସାମ୍ବାଦିକଙ୍କ ରିପୋର୍ଟିଂ ଉପରେ କାଶ୍ମୀରରେ ଯେଉଁ ପ୍ରକାର ପ୍ରତିବନ୍ଧକ ରହିଥିଲା, ତାହା ଏହି ରାୟ ଫଳରେ ଦୂର ହେବା କଥା। କାଶ୍ମୀର ଭିତରୁ ଓ କାଶ୍ମୀର ବାହାରୁ ଯାଉଥିବା ସାମ୍ବାଦିକମାନଙ୍କୁ ସ୍ଵାଧୀନ ଭାବରେ ରିପୋର୍ଟ କରିବାର ଅଧିକାର ବିଷୟରେ ସୁପ୍ରିମ କୋର୍ଟ ସ୍ପଷ୍ଟ ମତ ଦେଇଛନ୍ତି।

ଆଗାମୀ ଦିନରେ କାଶ୍ମୀରରେ ରାଜନୈତିକ କାର୍ୟକଳାପକୁ ସ୍ଵାଭାବିକ କରିବାକୁ ସରକାର ବାଧ୍ୟ ହେବେ। ଏହି ରାୟ ଆସିବା ପରେ, ପ୍ରଥମ ପ୍ରଶ୍ନ ଉଠିବ ଯେ, ଯଦି ଇଣ୍ଟରନେଟ ବ୍ୟବହାର ନାଗରିକର ମୌଳିକ ଅଧିକାର ଅନ୍ତର୍ଗତ, ତାହେଲେ ପାଞ୍ଚ ମାସରୁ ଅଧିକ କାଳ ଏହି ଅଧିକାରରୁ କାଶ୍ମୀର ଲୋକଙ୍କୁ ବଞ୍ଚିତ କରାଗଲା କାହିଁକି? ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ୟାନୁଷ୍ଠାନ ନିଆଯିବ କି ନାହିଁ? ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଗୃହମନ୍ତ୍ରୀଙ୍କ ନୈତିକତା ବୋଲି କିଛି ଅଛି କି ନାହିଁ, ସେକଥା ମଧ୍ୟ ଆମେ ଦେଖିବୁ।                                 

supremecourt
Share. Facebook Twitter LinkedIn Email WhatsApp Copy Link

Related Posts

ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ମୁଖ୍ୟମନ୍ତ୍ରୀଙ୍କ ୫୬ କୋଟି ମଞ୍ଜୁର

October 16, 2026

ଏମ୍ସ ଭୁବନେଶ୍ୱରରେ ଦେଶର ପ୍ରଥମ ‘ସ୍ତନ ସ୍ୱୟଂ-ପରୀକ୍ଷଣ’ ବୁଥ୍‌ ଉଦ୍‌ଘାଟିତ

October 16, 2026

ଦିଲ୍ଲୀରେ କଡ଼ା ସୁରକ୍ଷା: ପଦଯାତ୍ରା ପୂର୍ବରୁ ଅଭିଜିତ ଦୀପକେ ଅଟକ

October 16, 2026

ଡୋଭାଲଙ୍କ ସମର୍ଥନରେ ବାହାରିଲେ ପୂର୍ବତନ ସୈନିକ: ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିବାଦ

October 16, 2026
Latest News

ଅର୍ଜୁନ ଡିଗ୍ରୀ କଲେଜରେ ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ୱାଗତ ସମାରୋହ

October 16, 2026

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା: ୮ ଘଣ୍ଟାର ନବଜାତକୁ ମିଳିଲା ନୂଆ ଜୀବନ

October 16, 2026

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026

ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ମୁଖ୍ୟମନ୍ତ୍ରୀଙ୍କ ୫୬ କୋଟି ମଞ୍ଜୁର

October 16, 2026

ଏମ୍ସ ଭୁବନେଶ୍ୱରରେ ଦେଶର ପ୍ରଥମ ‘ସ୍ତନ ସ୍ୱୟଂ-ପରୀକ୍ଷଣ’ ବୁଥ୍‌ ଉଦ୍‌ଘାଟିତ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.