Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜୁ ଜନତା ଦଳର ଟିକେଟ ବଣ୍ଟା କସରତ, ଚିଟ୍ ଫଣ୍ଡ ସ୍କାମରେ ନାଁ ଥିବା ନେତାଙ୍କୁ ଏଥର ଦଳ ଟିକେଟ ଦେଇ ନ ପାରେ!
ବିଶେଷ ଖବର

ବିଜୁ ଜନତା ଦଳର ଟିକେଟ ବଣ୍ଟା କସରତ, ଚିଟ୍ ଫଣ୍ଡ ସ୍କାମରେ ନାଁ ଥିବା ନେତାଙ୍କୁ ଏଥର ଦଳ ଟିକେଟ ଦେଇ ନ ପାରେ!

February 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

 ଯାହା ଜଣା ପଡୁଛି, ବିଜୁ ଜନତା ଦଳ ଚିଟ ଫଣ୍ଡ ସ୍କାମରେ ନାଁ ଥିବା ନେତାଙ୍କୁ ଏଥର ଟିକେଟ ଦେବ ନାହିଁ। ଏହିପରି ଚର୍ଚ୍ଚା ବର୍ତ୍ତମାନ ରାଜ୍ୟ ରାଜନୀତିକୁ ହଲଚଲ କରିବାରେ ଲାଗିଛି। ବିଜୁ ଜନତା ଦଳର ଅନେକ ନେତା ଚିଟଫଣ୍ଡ ସ୍କାମରେ ଜଡିତ ଥିବା ବେଳେ କେତେକ ଜେଲ ମଧ୍ୟ ଯାଇଛନ୍ତି। ଆଉ କେତେକ ନେତା ଜେରା ହେବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ଏପରି ଭାବମୂର୍ତ୍ତି ଥିବା ନେତାଙ୍କୁ କୁ ନେଇ ବିଜେଡି ନିର୍ବାଚନ ମଇଦାନକୁ କିପରି ଓହ୍ଲାଇବ ସେ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ତ୍ତମାନ ଏହି ଚିଟ ଫଣ୍ଡ ସ୍କାମ ସହ ଜଡିତ ନେତାଙ୍କୁ ଟିକେଟରୁ ବଞ୍ଚିତ କରିବେ ବୋଲି ବିଚାର ବିମର୍ଷ କରୁଥିବା ଜଣାପଡିଛି। ଯଦି ଏହା କାର୍ଯ୍ୟକାରୀ କରାଯାଏ ତେବେ ବିଜେଡିର ବହୁ ତୁଙ୍ଗ ନେତା ଆସନ୍ତା ନିର୍ବାଚନରେ ଟିକଟ ପାଇବାରୁ ବଞ୍ଚିତ ହେବେ।

ବର୍ତ୍ତମାନ ଚିଟ ଫଣ୍ଡ ସ୍କାମରେ ଯେଉଁମାନେ ଜେଲ ଯାଇଛନ୍ତି ସେମାନେ ହେଲେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ, କଟକ ବିଧାୟକ ପ୍ରଭାତ ବିଶ୍ଵାଳ ଏବଂ ସାଂସଦ ରାମଚନ୍ଦ୍ର ହାଁସଦା। ଏମାନଙ୍କ ବ୍ୟତୀତ ବିଧାୟକ ଅରୁଣ ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସଂଜୟ ଦାସବର୍ମା, ବିଧାୟକ ଦେବୀ ମିଶ୍ର , ବିଧାୟକ ପ୍ରଦୀପ ମହାରଥୀ ଏବଂ ବାଲେଶ୍ଵର ସାଂସଦ ରବି ଜେନା ଏହି ସ୍କାମରେ କେଉଁଠି ନା କେଉଁଠି ଛନ୍ଦି ହୋଇପଡିଛନ୍ତି । ତେବେ ଏମାନେ ନବୀନ ପଟ୍ଟନାୟକଙ୍କ ବେଶ୍ ପାଖ ଲୋକ ହୋଇଥିବାରୁ ଏମାନଙ୍କୁ କିପରି ଟିକେଟରୁ ବଞ୍ଚତ କରାଯିବ, ସେ ନେଇ ମଧ୍ୟ ସନ୍ଦେହ ରହିଛି।

ଅନ୍ୟପକ୍ଷରେ ଏହିନେତାମାନଙ୍କ ମଧ୍ୟରୁ ଅନେକଙ୍କ ନିଜନିଜ ନିର୍ବାଚନ ମଣ୍ଡଳୀରେ ବେଶ୍ ଦବଦବା ରହିଛି। ଏକ ସୁତ୍ରରୁ ଜଣାପଡିଛି ଯେ ଏମାନଙ୍କ ସନ୍ତାନ କିମ୍ବା ନିକଟ ସଂପର୍କୀୟଙ୍କୁ ଟିକେଟ ଦିଆଯାଇ ସେମାନଙ୍କ ମନକୁ ସନ୍ତୁଷ୍ଠ କରାଯିବ। ଯଦି ସେପରି କରା ନ ଯାଏ ତେବେ ସେମାନେ ବିଦ୍ରୋହୀ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥିଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି। ଏପରି କଲେ ନବୀନ ଚିଟ୍ ଫଣ୍ଡ କଳଙ୍କରୁ ମୁକୁଳିବା ସହିତ ସେହି ଆସନଟିର ସ୍ଥିତି ମଧ୍ୟ ବଜାୟ ରଖିପାରିବେ।  ଅନ୍ୟପଟେ କେତେକ ନେତାଙ୍କ ପରିବାର ସଦସ୍ୟଙ୍କ ନାମ ମଧ୍ୟ ଚିଟ ଫଣ୍ଡ ସ୍କାମରେ ରହିଛି। ସେପରି କ୍ଷେତ୍ରରେ ଦଳ କଣ କରିବ ତାହା ନେଇ ବିଚାର ବିମର୍ଶ ଚାଲିଛି। । ସାଧାରଣତଃ ନବୀନ କିଛି ଚିନ୍ତା ନ କରି କଳଙ୍କିତ ନେତାଙ୍କୁ ଦଳରୁ ବହିସ୍କାର କରି ଦିଅନ୍ତି କିମ୍ବା ନିଳମ୍ବିତ କରନ୍ତି। ସେଥିପାଇଁ ଏହି ସ୍କାମ ପୀଡିତ ନେତାଙ୍କ ପ୍ରତି ନବୀନ ହୁଏତ କଠୋର ହୋଇପାରନ୍ତି ବୋଲି ଜଣାପଡୁଛି।

ଚର୍ଚ୍ଚା ହେଉଛି ଗତ ବର୍ଷ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଯୁବ ମନ୍ତ୍ରୀମାନେ ଯେପରି ଇସ୍ତଫା ଦେଇଥିଲେ, ସେହିପରି ଚିଟ ଫଣ୍ଡ ସ୍କାମରେ ଜଡିତ ନେତାମାନେ ନିଜଆଡୁ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରିବା ଯୋଜନା ମଧ୍ୟ ଚାଲିଥିବା ଜଣାପଡିଛି। ଇତିମଧ୍ୟରେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କୁଆଡେ ସଙ୍କେତ ଦିଆସରିଲାଣି। ତାଙ୍କ ସ୍ଥାନରେ ତାଙ୍କ ପୁଅଙ୍କୁ ଟିକେଟ ମିଳିବ ବୋଲି ପ୍ରତିଶୃତି ଦିଆଯାଇଛି। ଏଥିରେ ପ୍ରଭାତ ରାଜି ହୋଇ ତାଙ୍କ ପୁଅଙ୍କୁ ରାଜନୀତି ମଇଦାନରେ ଛିଡା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବୋଲି ବାଙ୍କିରେ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ନବୀନ ଏଥର ନିର୍ବାଚନରେ ଆଉ ଏକ ବଡ ଗୋଟି ଚାଳନା କରିବାର ସମ୍ଭାବନା ମଧ୍ୟ ରହିଛି। ତାହା ହେଉଛି ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବା। 33 ପ୍ରତିଶତ ମହିଳାଙ୍କୁ ସ୍ଥାନ ସଂରକ୍ଷଣ ନେଇ ନବୀନ ଏକ ଅଭିଯାନ ସାରା ଦେଶରେ ଆରମ୍ଭ କରିଛନ୍ତି। ତେବେ ଏହି ବିଲ୍ ପାଶ ହେବା ପୂର୍ବରୁ ଏଥର ନିର୍ବାଚନରେ ନବୀନ ଅଧିକ ସଂଖ୍ୟକ ମହିଳାଙ୍କୁ ଟିକେଟ ଦେଇ ଏକ ଉଦାହରଣ ସୃଷ୍ଟି କରିବାର ମଧ୍ୟ ସମ୍ଭାବନା ରହିଛି।

ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ଟିକେଟ ଆଶାୟୀଙ୍କ ହୃତକମ୍ପନ ସେତିକି ବଢୁଛି।  ଟିକେଟ ଲବିରେ ଥିବା ସବୁ ନେତାଙ୍କୁ କୁହାଯାଇଛି,ରାଜଧାନୀରେ ଭିଡ ନକରି ନିର୍ବାଚନ ମଣ୍ଡଳୀରେ କାମ କରିବା ପାଇଁ। ତେବେ ବାସ୍ତବରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ,ସେକଥା ନବୀନଙ୍କ ବ୍ୟତୀତ ଆଉ କାହାକୁ ମାଲୁମ ନାହିଁ।

BJD election naveen odishanews thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 12, 2026

CEC ବିରୋଧରେ ସମସ୍ତ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ: ଅକ୍ଟୋବର ୨୭ରେ ଶୁଣାଣି

October 12, 2026
Latest News

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026

ସେନା ପାଇଁ ‘ଭାରତ ରାଇସ’ର ଶୁଭାରମ୍ଭ: ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ମଜବୁତ କରିବାକୁ FCI ସହ ଚୁକ୍ତି

October 12, 2026

BIMSTEC ଗୃହମନ୍ତ୍ରୀ ବୈଠକ ପାଇଁ ପ୍ରସ୍ତୁତ ଦିଲ୍ଲୀ: ଆତଙ୍କବାଦ ବିରୋଧରେ ଏକଜୁଟ୍ ହେବେ ସଦସ୍ୟ ରାଷ୍ଟ୍ର

October 12, 2026

ପ୍ରେମ ପରେ ପ୍ରତାରଣା ଅଭିଯୋଗ : ବଳାତ୍କାର ଅଭିଯୋଗରେ ଜେଲ୍ ଗଲା ଅଭିଯୁକ୍ତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.