Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ମଲା ସୀତାରମଣଙ୍କ ୨୦୨୦ ବଜେଟ ବିଷୟରେ ସତରେ କିଛି କହିବାର ଅଛି କି?
ବିଶେଷ ଖବର

ନିର୍ମଲା ସୀତାରମଣଙ୍କ ୨୦୨୦ ବଜେଟ ବିଷୟରେ ସତରେ କିଛି କହିବାର ଅଛି କି?

February 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦ୍ଵିତୀୟ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କଲେ। ଦେଶର ଅର୍ଥନୈତିକ ସଙ୍କଟ ସମୟରେ ଯେଉଁ ବଜେଟ ଆସେ ତାକୁ ନେଇ ଅନେକ ଉଦବିଗ୍ନତା ଓ ଆଶଙ୍କା ରହିଥାଏ। ହେଲେ ନିର୍ମଲାଙ୍କ ବଜେଟକୁ ନେଇ ନା ଆଶା ଅଛି, ନା ରହିଛି ଏହାକୁ ପରଖି ଦେଖିବାର କୌଣସି ଆଗ୍ରହ। ୧୯୯୨ ପରେ କୌଣସି ପ୍ରକାର ଆଗ୍ରହ ସୃଷ୍ଟି କରିପାରିନଥିବା ବଜେଟ ବୋଲି ଏହାକୁ କୁହା ଯାଇପାରେ। ତେଣୁ ବଜେଟ ବିଷୟରେ ଏଥର ଯେଉଁ କେତୋଟି କେତୋଟି କଥା ବିଶେଷ ଚର୍ଚ୍ଚା ହେଉଛି, ତାହା ବିଶେଷ ଗାଲୁଗପ। ସେଥିରେ ଅର୍ଥନୀତି ବା ରାଜନୀତିର ଗାମ୍ଭୀର୍ୟ ନାହିଁ। ତେବେ ଏ ବଜେଟକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଖବର ବିଷୟରେ ଭାବିବା ଆସନ୍ତୁ-

୧. ସଂସଦର ଇତିହାସରେ ଏହା ଥିଲା ସବୁଠୁ ଦୀର୍ଘ ବଜେଟ ଅଭିଭାଷଣ। ଏପରିକି ୧୯୯୨ର ଅର୍ଥନୀତିର ଆମୂଳଚୂଳ ପରିବର୍ତ୍ତନ ଘଟାଇଥିବା ମନମୋହନ ସିଂ ଓ ବାଜପାୟୀ ସରକାର ର ସବୁଠୁ ସଫଳ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂଙ୍କ ବଜେଟ ଭାଷଣ ଠାରୁ ମଧ୍ୟ ଏହି ଭାଷଣ ଢେର ଅଧିକ ଲମ୍ବା ଥିଲା। ୨ ଘଣ୍ଟା ୪୧ ମିନିଟ ଧରି ଏ ଭାଷଣ ଗୋଟେ ପ୍ରକାର ରେକର୍ଡ।

୨. ବଜେଟ ଭାଷଣ ପଢି ସାରିଲା ବେଳକୁ ଅର୍ଥମନ୍ତ୍ରୀଙ୍କର ରକ୍ତରେ ଶର୍କରା ଅଂଶ କମି ଯାଇଥିଲା ଓ ତାଙ୍କର ରକ୍ତଚାପ ବଢି ଯାଇଥିଲା। (ଏହାକୁ ଭାରତୀୟ ଅର୍ଥନୀତିର ଡାଇବେଟିକ ବା ବିପି ବୋଲି କେହି କେହି ଭାବିନେବାରେ ଅସୁବିଧା ନାହିଁ)

୩. ଏହି ବଜେଟ ଅଭିଭାଷଣ ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୬ ଥର ତାଳି ବଜାଇଥିଲେ ବୋଲି ଏକ ଟେଲିଭିଜନ ଚାନେଲ କହିଛି। ଯାହା ବି ହେଉ ପ୍ରଧାନମନ୍ତ୍ରୀ କେତେଥର ତାଳି ବଜାଉଛନ୍ତି ତାକୁ ଦେଖିବା ଓ ଗଣିବା ଲାଗି ଆମର ବିଶେଷ ସଂବାଦଦାତା ରହିବା ନିଶ୍ଚିତ ଭାବରେ ଆମ ସାମ୍ବାଦିକତାର ବିଲକ୍ଷଣ।

୪. ଏଥର ଅର୍ଥମନ୍ତ୍ରୀଙ୍କୁ ଧନର ଦେବୀ ମହାଲକ୍ଷ୍ମୀଙ୍କ ସହିତ ତୁଳନା କରା ଯାଇନାହିଁ କିମ୍ବା ତାଙ୍କ ବ୍ରିଫକେଶ ବଦଳରେ ନାଲିକନା ଗୁଡା ହୋଇଥିବା ବହି ଖାତା ବିଷୟରେ ବିଶେଷ ଚର୍ଚ୍ଚା ହୋଇନାହିଁ।

୫. ଶନିବାର ଦିନ ବଜାର ବନ୍ଦ ରହିଥିବା ସତ୍ତ୍ୱେ ବଜେଟ କାରଣରୁ ସେଦିନ ସେନସେକ୍ସ ଖୋଲା ରହିଥିଲା ଓ ବଜେଟ ପଢା ସାରିବା ପରେ ଏହା ମୁହଁମାଡି ପଡୁଥିବାର ଅଶୁଭ ଦୃଶ୍ୟ ଆମକୁ ଦେଖାଗଲା। ଗତ ଅନେକ ବର୍ଷ ହେଲା ବଜେଟ ଆସିଲା କ୍ଷଣି ବଜାରରେ ହୋ ହୋ ଶୁଭେ। ଅନେକ ସମୟରେ ଯଦିଓ ଏ ପ୍ରକାର ହୋ ହୋ ନିରର୍ଥକ, ତଥାପି ବଜେଟର ସାର୍ଥକତା ନିରୂପଣ କରିବାରେ ବଜାରର ଏକ ବଡ ଭୂମିକା ରହି ଆସିଛି। ଗତକାଲି ବଜେଟ କୁ ଦେଖି ସେଂସେକ୍ସ  ୧୦୦୦ ପଏଣ୍ଟ ଖସିଥିବା ବେଳେ ନିଫ୍ତି ୧୧,୭୦୦ ପଏଣ୍ଟ ତଳେ ରହିଥିଲା।

୬॰ ଏଥର ବଜେଟରୁ ଆମେ ଜାଣିଲୁ ଯେ ଆମ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବର୍ଷକ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ୬୦୦ କୋଟି ଟଙ୍କା ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ବିଶେଷ ବଡ ଅର୍ଥ ନୁହେଁ। ଏଥିରେ କେହି ଯଦି ୬୦୦ ସ୍କୁଲ ବା ୬୦ଟି ଡାକ୍ତରଖାନା ହୋଇପାରିବ ବୋଲି କେହି ଭାବିବେ, ସେ ଅବଶ୍ୟ ଭିନ୍ନ ପ୍ରସଙ୍ଗ।

୭.ରଘୁରାମ ରାଜନ ଯେତେବେଳେ ଦେଶର ଅର୍ଥନୈତିକ ପରାମର୍ଶଦାତା ଥିଲେ ସେ “ଦୋସାନୋମିକ୍ସ” କଥା କହୁଥିଲେ। ଏଥର ବଜେଟରେ “ଥାଳିନୋମିକ୍ସ”ର କଥା କୁହା ଯାଇଛି। ଥାଳିରେ ସବୁକିଛି ଗୋଳିଆ ମିଶା। ତେଣୁ ଏହି ବଜେଟକୁ ନେଇ କେହି କିଛି କହିବା ଅବସ୍ଥାରେ ନାହାନ୍ତି।

ବାସ୍ତବରେ ୨ ଘଣ୍ଟା ୪୧ ମିନିଟ ଧରି ଅର୍ଥମନ୍ତ୍ରୀ ଯେଉଁ ବଜେଟ ଉପସ୍ଥାପନ କଲେ ସେଥିରେ ଅର୍ଥନୀତିକୁ  ଦ୍ରୁତତର କରିବା ଲାଗି କୌଣସି ଯୋଜନା ବିଷୟରେ କେହି ଶୁଣିଲେ କି? ପ୍ରଥମଥର ଲାଗି ଏହି ବଜେଟ ସଙ୍କ୍ରାନ୍ତରେ ବଜାର ଓ ଶିଳ୍ପପତିଙ୍କର ଯାହା ସବୁ ପ୍ରତିକ୍ରିୟା ମିଳିଛି, ସେଥିରେ ସାମାନ୍ୟ ଉତ୍ତାପ ବା ଉତ୍ତେଜନା ନଥିଲା।

ଗତକାଲି ସନ୍ଧ୍ୟାରେ ଜଣେ ବନ୍ଧୁଙ୍କ ସହିତ ଦେଖା ହେଲା। ମୁଁ ତାଙ୍କୁ ପଚାରିବାକୁ ଚାହିଁଥିଲି- ଆଜିର ବଜେଟ ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା କଣ। କାରଣ ସେ ଜଣେ ପୂର୍ବତନ ସାମ୍ବାଦିକ ଓ ଅର୍ଥନୀତି ସମ୍ପର୍କରେ ତାଙ୍କର ବିଶେଷ ରୁଚି ରହିଥାଏ। ବଡ ନିରୀହ ଭାବରେ ସେ ମୋତେ  ପଚାରିଥିଲେ- ଆଜି ବଜେଟ ଉପସ୍ଥାପିତ ହେଲା କି?

ଏ ପ୍ରଶ୍ନ ଆମେ ମାନ୍ୟବର ନିର୍ମଲା ସୀତାରମଣଙ୍କୁ ମଧ୍ୟ ପଚାରି ପାରିବା। ସତରେ ତାଙ୍କ ବଜେଟରେ ଅଛି କଣ?

Budget2020 nirmalasitharaman
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.