Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣ ଓ ଜାତୀୟ ରାଜନୀତିର ଭବିଷ୍ୟତ
ବିଶେଷ ଖବର

ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣ ଓ ଜାତୀୟ ରାଜନୀତିର ଭବିଷ୍ୟତ

February 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଅରବିନ୍ଦ କେଜ୍ରିୱାଲ ଲଗାତାର ତୃତୀୟ ଥର ଶପଥ ନେଇଛନ୍ତି। ରାମଳୀଳା ମଇଦାନରେ ଶପଥ ନେବା ପରେ ୨୨ ମିନିଟ ଧରି ସେ ଯେଉଁ ଭାଷଣ ଦେଇଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚାର କାରଣ ହେଉଛି, ପୂରା ଦେଶରେ ଯେତେବେଳେ ବିଜେପି ନେତୃତ୍ବରେ ଏକ ନକାରାତ୍ମକ ରାଜନୈତିକ ଭାଷାର ପ୍ରୟୋଗ ଚାଲିଛି, ସେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ସକାରାତ୍ମକ ରାଜନୀତିର କଥା କହୁଛନ୍ତି। “କାମ ର ରାଜନୀତି” ବନାମ “ଘୃଣାର ରାଜନୀତି” ର ଏହା ଏକ ନୂଆ ଅଧ୍ୟାୟ ବୋଲି ଆଜି କହିହେବ କି? ପାଞ୍ଚ ବର୍ଷ ଆଗରୁ ଯେଉଁ ଅରବିନ୍ଦ କେଜ୍ରିୱାଲ ଓ ଆମ ଆଦମି ପାର୍ଟିକୁ ଆମେ ଦେଖିଥିଲେ, ଆଜି ତାହାର ବ୍ୟାପକ ପରିବର୍ତ୍ତନ ହୋଇଛି। ମୁହାଁମୁହିଁ ହେବାର ରାଜନୀତି ଅପେକ୍ଷା ଚତୁରତାର ସହ ଶତ୍ରୁକୁ ମୁକାବିଲା କରିବାର ରଣନୀତିକୁ ଏବେ ଅରବିନ୍ଦ ଆପଣାର କରିଛନ୍ତି। ତାଙ୍କ ଭାଷଣରେ ଶତ୍ରୁତା ଓ ବିରୋଧ ତୁଳନାରେ ସହଯୋଗର ଭାଷା ଟିକେ ଅଧିକ। ଏହା ରାଜନୀତିର ଏକ ନୂଆ ପ୍ରୟୋଗ ଯଦିଓ ନୁହେଁ, ଆଜିର ତାରିଖରେ ଏହା ନିଶ୍ଚିତ ଭାବରେ ଏକ ଆବଶ୍ୟକତା।

ତେବେ ଜାତୀୟ ରାଜନୀତିରେ ଆମ ଆଦମି ପାର୍ଟି ଏକ ବିକଳ୍ପ ଗଠନରେ ସଫଳ ହୋଇ ପାରିବ କି? ୨୦୧୪ ସାଧାରଣ ନିର୍ବାଚନ ସମୟରେ ଆପର ଏକ ସ୍ପଷ୍ଟ ଜାତୀୟ ରାଜନୈତିକ ଅଭିଳାଷ ରହିଥିଲା। ସମୟକ୍ରମେ ଏହା ବଦଳିଛି ଓ ଆପର ରାଜନୀତି ଆଜି କେବଳ ଦିଲ୍ଲୀ ଓ ପଞ୍ଜାବରେ ସୀମିତ ରହିଛି। ଗୋଆ ଏବଂ ହରିୟାନା ଭଳି ରାଜ୍ୟରେ ଏହାର ଯେଉଁ ସମ୍ଭାବନା ଦିଶୁଥିଲା, ତାହା ଆଜି ସେତେ ପ୍ରଭାବଶାଳୀ ନୁହେଁ। ତେବେ ଦିଲ୍ଲୀର ୭ଟି ଆସନକୁ ନେଇ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ହେବାର ସ୍ଵପ୍ନ ଦେଖିବେ ନାହିଁ। ଯେ ପର୍ୟନ୍ତ ଆପର ସ୍ଥିତି ବଡ ରାଜ୍ୟମାନଙ୍କରେ ସୁଦୃଢ ହୋଇନାହିଁ, ସେତେଦିନ ପର୍ୟନ୍ତ ଜାତୀୟ ରାଜନୀତିକୁ ଏହା ପ୍ରଭାବିତ କରି ପାରିବ ନାହିଁ। ତେବେ ଦିଲ୍ଲୀର ରାଜନୈତିକ ଗୁରୁତ୍ଵ ଓ ଗଣମାଧ୍ୟମର ମୁଖ୍ୟ କେନ୍ଦ୍ର ଭାବରେ ରାଜଧାନୀର ଏକ ସ୍ଵତନ୍ତ୍ର ସୁବିଧା ରହିଛି। ତାର ଉପଯୋଗ ଅରବିନ୍ଦ କେଜ୍ରିୱାଲ କରୁଛନ୍ତି ଓ ଆଗକୁ କରିବେ ମଧ୍ୟ।

ଦିଲ୍ଲୀ ରାଜନୀତିର ପ୍ରୟୋଗ ଏବେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଘଟିବ। ବିଜେପି ସହିତ ଯଦି କୁସ୍ତି ଲଢିବାକୁ ପଡେ, ତାହେଲେ ପରାଜୟ ସୁନିଶ୍ଚିତ ବୋଲି ଏକ ଧାରଣା ଏବେ ତିଆରି ହୋଇଛି। ଗତ ପାଞ୍ଚ ବର୍ଷ ଭିତରେ ବିଜେପି ଯେଉଁ ପରିମାଣର ଅର୍ଥବଳ ଓ ସଂଗଠନ ତିଆରି କରିଛି, ତାକୁ ସାମ୍ନା କରିବାକୁ ହେଲେ “ସମ୍ମୁଖ ଯୁଦ୍ଧ” ନୁହଁ ବରଂ “ମାଇଣ୍ଡ ଗେମ” ର ଆବଶ୍ୟକତା ରହିଛି। ନିଜ ବିରୋଧୀଙ୍କୁ କେବଳ ରାଜନୈତିକ ପ୍ରତିପକ୍ଷ ଭାବରେ ବିଜେପି ଗଣନା କରେନାହିଁ, ବିଜେପିର ନୂଆ ଅଭିଧାନରେ ବିରୋଧୀ ହେଉଛନ୍ତି ଶତ୍ରୁ। ଶତ୍ରୁକୁ ନିପାତ କରିବାକୁ ହେଲେ ସବୁ ପ୍ରକାର କଳ, ବଳ ଓ କୌଶଳ ଖଟାଇବାକୁ ବିଜେପି ନିଜକୁ ପ୍ରସ୍ତୁତ କରିଛି। ଅରବିନ୍ଦ କେଜ୍ରିୱାଲ ବିଜେପିର ଏହି ଶକ୍ତି ବିଷୟରେ ବେଶ ସଚେତନ। ସେଥିଲାଗି ସେ ଦିଲ୍ଲୀ ନିର୍ବାଚନରେ ବିଜେପି ଜାଲରେ ଧରା ଦେଇନଥିଲେ। ଧର୍ମ ନିରପେକ୍ଷତା ଉପରେ ବିଜେପିର ପ୍ରଚଣ୍ଡ ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ଅରବିନ୍ଦ “ଜନ କଲ୍ୟାଣ”ର କଥା କହିଥିଲେ। ଲୋକେ ଧର୍ମର ରାଜନୀତି କୁ ପ୍ରତ୍ୟାଖ୍ୟାନ କରି “ଜନ କଲ୍ୟାଣ” ରାଜନୀତିକୁ ବାଛିଲେ।

ତେବେ ଜନ କଲ୍ୟାଣ ରାଜନୀତିକୁ “ମାଗଣାଖିଆ” ରାଜନୀତି ବୋଲି ବିଜେପି ଓ କଂଗ୍ରେସର ମଧ୍ୟବିତ୍ତ ସମର୍ଥକମାନେ କହି ଚାଲିଛନ୍ତି। ଏହାର ଉତ୍ତର ଦେଇ ଅରବିନ୍ଦ କେଜ୍ରିୱାଲ ତାଙ୍କ ଭାଷଣରେ ସରକାରକୁ ପରିବାର ସହିତ ତୁଳନା କରିଥିଲେ। ସରକାର ଦୟା ବା ଦାନ ବାଣ୍ଟୁନାହିଁ, ନାଗରିକଙ୍କ କଲ୍ୟାଣ କରିବା ସରକାରର ଦାୟିତ୍ଵ। ଏହା ଆଗାମୀ ସମୟର ରାଜନୀତିକୁ ଏକ ନୂଆ ପରିଭାଷା ଦେବାକୁ ଯାଉଛି। ତେବେ ଅରବିନ୍ଦ କେଜ୍ରିୱାଲ କେବଳ ଏକା ନୁହନ୍ତି, ଏ ପ୍ରକାର ରାଜନୀତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ କରୁଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତି ସହିତ ଆପ ର ରାଜନୀତିକୁ ମଧ୍ୟ ତୁଳନା କରାଯାଇପାରେ।

ତେବେ ଅରବିନ୍ଦଙ୍କ ଆଜିର ଜୟଯାତ୍ରା ସହିତ ଦେଶର ଭବିଷ୍ୟତ ରାଜନୀତିକୁ ଆମେ ଆକଳନ କରି ପାରିବା କି? ଆଗାମୀ ଦିନରେ ଦେଶର ରାଜନୀତି ଉପରେ ଦିଲ୍ଲୀ ନିର୍ବାଚନର ପ୍ରଭାବ ନିଶ୍ଚୟ ପଡିବ। କେଜ୍ରିୱାଲଙ୍କ ସକାରାତ୍ମକ ରାଜନୀତି ସଫଳ ହେବା ପରେ, ବିଜେପି ମଧ୍ୟ ନିଜର ରଣନୀତି ବଦଳାଇବାକୁ ବାଧ୍ୟ ହେବ। ତେବେ ବିଜେପିର ମୌଳିକ ଆଦର୍ଶ ଏତେ ପରିମାଣରେ ନକାରାତ୍ମକ ଯେ ସେଠି ସକାରାତ୍ମକ ରାଜନୀତିର ତିଷ୍ଠିବା ସମ୍ଭବ ନୁହେଁ।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.