Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରଗୁଡ଼ିକରେ ଏଣିକି ବିଜୁ ପକ୍କା ଘର ‘ଲୋଗୋ’ ଲାଗିବ – ମନ୍ତ୍ରୀ
ବିଶେଷ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରଗୁଡ଼ିକରେ ଏଣିକି ବିଜୁ ପକ୍କା ଘର ‘ଲୋଗୋ’ ଲାଗିବ – ମନ୍ତ୍ରୀ

February 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ବାସଗୃହଗୁଡିକରେ ଏଣିକି ବିଜୁବାବୁଙ୍କ ଫଟୋ ଥିବା ବିଜୁ ପକ୍କା ଘର ‘ଲୋଗୋ’ ହିତାଧିକାରୀଙ୍କ କବାଟରେ ଲଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି  ଏବଂ ରାଜ୍ୟ ସରକାରଙ୍କର ଏହି ସିଦ୍ଧାନ୍ତ ଯଥାର୍ଥ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ଜଣାଇଛନ୍ତି ।

ଏ ସମ୍ପର୍କିତ ପ୍ରସ୍ତାବ ନୋଟିସ୍‌ର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ, କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ସରକାର ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀମାନଙ୍କ ବାସଗୃହ ଯୋଗାଇ ଦେଉଥିବାବେଳେ ବିଜେପି ନେତୃତ୍ବାଧୀନ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ସେହି କାର୍ଯ୍ୟ ସମ୍ପାଦନା କରୁଛନ୍ତି । ଇନ୍ଦିରା ଆବାସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର 90:10 ଅନୁପାତରେ ଅର୍ଥ ଯୋଗାଉଥିବାବେଳେ ପ୍ରଥମାବସ୍ଥାରେ ପ୍ରଧାନମନ୍ତ୍ରୀ ଆବାସ ଲାଗି 75:25 ଅନୁପାତରେ  ଅର୍ଥ ଯୋଗାଣ ହେଉଥିଲା । କିନ୍ତୁ ବର୍ତ୍ତମାନ ସେଥିଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ ବରାଦ ଅନୁପାଦ ଯଥାକ୍ରମେ 60:40 ରହିଛି । ତେବେ ଚାରି ମାସ ଭିତରେ ଘର ତିଆରି ପାଇଁ ହିତାଧିକାରୀଙ୍କୁ 20 ହଜାର ଟଙ୍କା ଓ 6 ମାସ ଭିତରେ ଘର ତିଆରି ସକାଶେ 10 ହଜାର ଟଙ୍କାର ପ୍ରୋତ୍ସାହନ ଅର୍ଥ ଓଡ଼ିଶା ସରକାର ପ୍ରଦାନ କରୁଛନ୍ତି । ଏହି ପ୍ରୋତ୍ସାହନ ଅର୍ଥ ହିସାବ କଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ ବରାଦ ଅନୁପାଦ 56:44 ଭାଗରେ ପହଞ୍ଚିଛି । ତେଣୁ ଏହି ଯୋଜନାର ବାସଗୃହରେ ବିଜୁ ପକ୍କା ଘର ‘ଲୋଗୋ’ ଲଗାଇବା ଯଥାର୍ଥ ବୋଲି କହିଛନ୍ତି ମନ୍ତ୍ରୀ ।

ବିଜୁ ବକ୍ତବ୍ୟ ସମ୍ପର୍କରେ ଦୃଢ ଯୁକ୍ତି ଉପସ୍ଥାପନ କରି ଗୃହ ନିର୍ମାଣ ମନ୍ତ୍ରୀ କହିଲେ, ପଶ୍ଚିମବଙ୍ଗ ପ୍ରଧାନମନ୍ତ୍ରୀ ଆାବାସ ଯୋଜନାର ନାମ ପରିବର୍ତ୍ତନ କରି ବାଂଲା ଆବାସ ଯୋଜନା ରଖିଛି ଏବଂ ସେଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଲଗାଇଛି । ସେହିପରି ସିକିମ୍‌ ଓ ତାମିଲନାଡୁ ପ୍ରଭୃତି ରାଜ୍ୟରେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ବାସଗୃହମାନଙ୍କରେ ଲଗାଯାଇଛି । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ମନ୍ତ୍ରୀ ଶ୍ରୀ ଜେନା କହିଲେ, 2017-18 ଆର୍ଥିକ ବର୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନା ପାଇଁ ମିଳିତ ଭାବରେ ରାଜ୍ୟ ବଜେଟରେ ଅର୍ଥ ବରାଦ ହେଉଛି । ହିତାଧିକାରୀଙ୍କୁ ପ୍ରୋତ୍ସାହନ ଅର୍ଥ ବାବଦରେ ରାଜ୍ୟ ସରକାର ମୋଟ 628.48 କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଭୂମିହୀନ ବ୍ୟକ୍ତିଙ୍କୁ ଘରଡିହ ଓ ବାସଗୃହ ଯୋଗାଣ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଛି ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ବ୍ଲକ ଅଫିସରେ ଗୋଟିଏ ଅଭିଯୋଗ ବାକ୍ସ ବସାଯାଇଛି । କୌଣସି ଯୋଗ୍ୟ ହିତାଧିକାରୀ କୌଣସି ପରିସ୍ଥିତିରେ ବାସଗୃହ ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି ଉଲ୍ଲେଖ କରି ସେ ଦର୍ଶାଇଥିଲେ ଯେ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ 2019-20ରେ ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ ହେବାର ଗୌରବ ଅର୍ଜନ କରିଥିବାବେଳେ ଓଡ଼ିଶା ସମଗ୍ର ଦେଶରେ ଦ୍ବିତୀୟ ରାଜ୍ୟର ମାନ୍ୟତା ଲାଭ କରିଛି । ସର୍ବାଧିକ ସଂଖ୍ୟକ ବାସଗୃହ ନିର୍ମାଣରେ ଓଡ଼ିଶା ଦେଶରେ ପ୍ରଥମ ହୋଇଥିବାବେଳେ ଶତକଡା ହିସାବରେ ଆମେ ଭାରତରେ ଦ୍ବିତୀୟ ରାଜ୍ୟ ହେବାର ସୌଭାଗ୍ୟ ଲାଭ କରିଛି ।

ଏ ସମ୍ପର୍କିତ ମୁଲତବୀ ଓ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବରେ ମୋହନ ମାଝୀ, ମୁକେଶ ମହାଲିଙ୍ଗ, ଭାସ୍କର ମଡେଇ ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ୍‌, ଅଶ୍ବିନୀ କୁମାର ପାତ୍ର, ରମେଶ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ ସାମଲ, ଧ୍ରୁବ ଚରଣ ସାହୁ, ତାରାପ୍ରସାଦ ବାହିନୀପତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଂଶଗ୍ରହଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026
Latest News

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.