Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିରୋଧୀଙ୍କ ସାଥ୍‌ ଦେଇ ସହଯୋଗୀଙ୍କ ସହ କେମିତି ଧର୍ମ ପାଳିବେ ଉଦ୍ଧବ
ବିଶେଷ ଖବର

ବିରୋଧୀଙ୍କ ସାଥ୍‌ ଦେଇ ସହଯୋଗୀଙ୍କ ସହ କେମିତି ଧର୍ମ ପାଳିବେ ଉଦ୍ଧବ

February 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ। ସାକ୍ଷାତ ପରେ ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି କହିଛନ୍ତି ଯେ, ଏହି ଆଇନରେ କାହାକୁ ଡରିବାର ଆବଶ୍ୟକତା ନାହିଁ।  ସେହିପରି ଏନ୍‌ପିଆର, ଏନ୍‌ଆରସିକୁ ନେଇ ମଧ୍ୟ ଉଦ୍ଧବ କେନ୍ଦ୍ର ସମର୍ଥନରେ ରହିଥିବା ଜଣାଇଛନ୍ତି। ଉଦ୍ଧବଙ୍କ ଏହି ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ୍‌ ସରଗରମ କରିଛି।

ମହାରାଷ୍ଟ୍ରରେ ଶିବସେନା ପ୍ରମୁଖ ଉଦ୍ଧବ ରାଷ୍ଟ୍ରବାଦୀ କଂଗ୍ରେସ ଦଳ (ଏନ୍‌ସିପି) ଓ କଂଗ୍ରେସ ସହ ମିଳିତ ଭାବରେ ସରକାର ଚଳାଉଥିବାବେଳେ ଏବେ ଶିବସେନାର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ସିଏଏକୁ ନେଇ ଉଦ୍ଧବ ସମର୍ଥନ ଦେଉଥିବାବେଳେ ଏନ୍‌ସିପି ଓ କଂଗ୍ରେସ ବିରୋଧ କରୁଛନ୍ତି। ଅପରପକ୍ଷରେ ଦୁଇ ଭିନ୍ନ ବିଚାରଧାରାର ଏହି ମେଣ୍ଟରେ ପ୍ରତ୍ୟେହ କିଛି ନା କିଛି କାରଣକୁ ନେଇ ମେଣ୍ଟ ଭିତରେ ଅସନ୍ତୋଷ ଲାଗି ରହୁଥିବାର ଖବର ମିଳୁଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ରୂପେ ଉଦ୍ଧବ ଠାକ୍‌ରେ ନିଜ ସହଯୋଗୀ ଦଳ ବିରୋଧରେ ଯଦି ବୟାନ ଦେଉଛନ୍ତି, ତେବେ ସେ କେଉଁ ପ୍ରକାରର ମେଣ୍ଟର ଧର୍ମ ନିଭାଇବେ। ଅବଶ୍ୟ ଦୁଇ ଦିନ ପୂର୍ବେ ଛତ୍ରପତି ଶିବାଜୀଙ୍କ ଜୟନ୍ତୀ ଅବସରରେ ଉଦ୍ଧବ କହିଥିଲେ ଯେ, ଆମେ ଆପଣଙ୍କ ସହିତ ଆସିବାକୁ ବହୁତ ସମୟ ନେଲୁ, କିନ୍ତୁ ଏବେ ଯେତେବେଳ ମିଶି ଯାଇଛେ, ସେତେବେଳେ କିଛି ଭଲ କାର୍ଯ୍ୟ କରିବା।

ଗତ ବର୍ଷ ବହୁ ସଂଘର୍ଷ ଓ ପରିଶ୍ରମ ପରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ମେଣ୍ଟର ସରକାର ଗଠନ ହୋଇଥିଲା । ମୁଖ୍ୟମନ୍ତ୍ରୀ ରୂପେ ଉଦ୍ଧବ ଶପଥ ନେବା ପରେ ମେଣ୍ଟ ସରକାରରେ ତିନି ଦଳଙ୍କ ଭିତରେ ମତଭେଦ ସ୍ଥିତି ଜାରି ରହିଛି।

ମହାରାଷ୍ଟ୍ରରେ ସରକାର ଗଢିବା ଏବେ ତିନିମାସ ହୋଇଛି। ତଥାପି ନିଜ  ସହଯୋଗୀ ଦଳମାନଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ମତଦଭେଦ ଜାରି ରହିଛି। ବିଶେଷ କରି ନାଗରିକତା ସଂଶୋଧନ ଆଇନ, ଏନପିଆର, ସାଭରକର୍‌, ଭୀମା କୋରେଗାଓଁ ହିଂସା, ଏଲଗାର ପରିଷଦର ଯାଞ୍ଚକୁ ନେଇ ମେଣ୍ଟରେ ବେଶ୍‌ ମତପାର୍ଥକ୍ୟ ଦେଖାଯାଉଛି ।  ଏପରି ସ୍ଥିତିରେ ମେଣ୍ଟର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି।

ମହାରାଷ୍ଟ୍ର ବିଧାନସଭାରେ ନିର୍ବାଚନ ଜିଣି ମଧ୍ୟ ସରକାର ଗଢି ନପାରି ବିରୋଧୀ ଭୂମିକାରେ ବିଜେପି ରହିଥିବାବେଳେ ମେଣ୍ଟରେ ଚାଲିଥିବା ଅସ୍ଥିରତା ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତିରେ କ’ଣ ପ୍ରଭାବ ପକାଇବା ତାହା ସମୟ ହିଁ କହିବ।

Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026
Latest News

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026

ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା..

April 29, 2026

ସୋଆରେ ସାଇବର ସୁରକ୍ଷା ନେଇ ଦୁଇଦିନିଆ ଜାତୀୟ ସମ୍ମିଳନୀ

April 29, 2026

ଢେଙ୍କାନାଳରେ ଲଜ୍ଜା: ଦୁଷ୍କର୍ମ ପରେ ମୁହଁକୁ ହାଣିଲେ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.