Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟ୍ରମ୍ପ ପରିବାରକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ଅହମଦାବାଦ ପ୍ରସ୍ତୁତ, ସଜେଇ ହୋଇଛି ସର୍ଦ୍ଦାର ପଟେଲ ଷ୍ଟାଡିୟମ
ଜାତୀୟ ଖବର

ଟ୍ରମ୍ପ ପରିବାରକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ଅହମଦାବାଦ ପ୍ରସ୍ତୁତ, ସଜେଇ ହୋଇଛି ସର୍ଦ୍ଦାର ପଟେଲ ଷ୍ଟାଡିୟମ

February 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ ଭାରତ ଦର୍ଶନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ତାଙ୍କ ପରିବାର ରବିରାର ସକାଳେ ଆମେରିକା ଛାଡିଛନ୍ତି। ଆମେରିକ ସମୟ ଅନୁସାରେ ଟ୍ରମ୍ପ ସକାଳ 10ଟାରେ ଏବଂ ଭାରତୀୟ ସମୟ ଅନୁସାରେ ରାତ୍ରୀ 8ଟା 30 ମିନିଟରେ ଆମେରିକା ଛାଡିଛନ୍ତି। ଟ୍ରମ୍ପ ଏୟାରଫୋର୍ସ ୱାନ ଏୟାର ବେସରୁ ବୋର୍ଡିଂ କରିଛନ୍ତି। ଏହାପରେ ସେ ସେଠାରୁ ସିଧା ଜର୍ମାନୀ ଏୟାର ବେସକୁ ଆସିବେ। ସେଠାରେ ସେ ପ୍ରାୟ 90 ମିନିଟ ରହଣି ପରେ ସିଧା ଅହମଦାବାଦ ଆସିବେ। ସେ ଅହମଦାବାଦରେ ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ 12 ଟା 30 ମିନିଟରେ ପହଁଚିବାର କାର୍ଯ୍ୟକ୍ରମ ରହିଛି।

ଡୋନାଲଡ ଟ୍ରମ୍ପଙ୍କ ସହିତ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମିଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଜାରିଦ୍ କୁଶାନଭ ମଧ୍ୟ ଆସୁଛନ୍ତି। ଜାରିଦ ବର୍ତ୍ତମାନ ଟ୍ରମ୍ପ ସରକାରରେ ରାଷ୍ଟ୍ରପତିଙ୍କ ବରିଷ୍ଠ ଉପଦେଷ୍ଠା ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ସହିତ ଆଉ 12 ଜଣ ହ୍ବାଇଟ ହାଉସର ଉଚ୍ଚ ପଦାଧିକାରୀ ମଧ୍ୟ ସାଥିରେ ଆସୁଛନ୍ତି। ଆମେରିକା ଛାଡିବା ବେଳେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଥିଲେ ଯେ, ମୋତେ ସ୍ବାଗାତ କରିବା ପାଇଁ ଭାରତରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯାହା ଭାରତରେ କେବେ ପୂର୍ବରୁ ହୋଇ ନ ଥିଲା। ଭାରତର ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ଏହି ଉତ୍ସବ ହେଉଛି ବର୍ତ୍ତମାନ ପାଇଁ ସବୁଠାରୁ ବଡ ଉତ୍ସବ।

ସେହିପରି ଟ୍ରମ୍ପ ମଧ୍ୟ ନିଜେ ଟୁଇଟ କରି ଭାରତ ଆସୁଥିବାର ଜଣାଇ ଦେଇଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଯେ, Look so forward to being with my great friends in INDIA. କେବଳ ଟ୍ରମ୍ପ କାହିଁକି ଭାରତ ଆସିବା ପାଇଁ ତାଙ୍କ ପତ୍ନୀ ଏବଂ ଝିଅ ଜ୍ବାଇଁ ମଧ୍ୟ ବେଶ୍ ଉତ୍ସାହିତ ହୋଇପଡିଛନ୍ତି। ବିଶେଷ କରି ଭାରତ ସେମାନଙ୍କ ପାଇଁ ଏକ ବିରାଟ ଉତ୍ସବର ଆୟୋଜନ କରିଥିବାର ଜାଣି, ସେମାନେ ଉତ୍ସାହିତ ହୋଇପଡିଛନ୍ତି।

ଟ୍ରମ୍ପ ପରିବାର ଅହମଦାବାଦରେ ପହଁଚିବା ପରେ ମୋଦୀ ଏବଂ ସେ ଏକ ବିଶାଳ ରାଲିରେ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଯିବେ। ସେଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ। ଷ୍ଟାଡିୟମରେ ପ୍ରାୟ ଏକ ଲକ୍ଷ 20 ହଜାର ଜନତାଙ୍କୁ ମୋଦୀ ଓ ଟ୍ରମ୍ପ ଉଦବୋଧନ ଦେବେ। ସେଥିପାଇଁ ଷ୍ଟାଡିୟମକୁ ପୁରା ନବବଧୁ ପରି ସଜାଇ ଦିଆଯାଇଛି। ସେଠାରୁ ଟ୍ରମ୍ପ ତାଜମହଲ ଦେଖିବା ପାଇଁ ଆଗ୍ରା ଅଭିମୁଖେ ଯାତ୍ରା କରିବେ। ସେଠାରେ ମଧ୍ୟ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିବେ। ରାତିରେ ଟ୍ରମ୍ପ ଆଗ୍ରାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ନୂଆଦିଲ୍ଲୀରେ ଟ୍ରମ୍ପ ଦମ୍ପତି ରାଜ୍ୟ ଅତିଥି ଭାବେ ରାଷ୍ଟ୍ରପତି ଭବନରେ ରାତ୍ରୀ ଭୋଜନ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ସେଥିପାଇଁ ରାଷ୍ଟ୍ରପତି ଭବନକୁ ମଧ୍ୟ ବେଶ ସୁନ୍ଦର ଭାବେ ସଜାଇ ଦିଆଯାଇଛି। ମଙ୍ଗଳବାର ସକାଳେ ଟ୍ରମ୍ପ ନୂଆ ଦିଲ୍ଲୀର ଏକ ସ୍କୁଲରେ କିପରି ମାଗଣା ପାଠ ପଢାଯାଉଛି ତାହା ତଦାରଖ କରିବେ। ଏହାପରେ ସେ ଏବଂ ମୋଦୀଙ୍କ ମଧ୍ୟରେ ଦ୍ବୀପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଆମେରିକୀୟ ଅଧିକାରୀଙ୍କ ସହିତ ଭାରତୀୟ ଅଧିକାରୀମାନେ ମଧ୍ୟ ଯୋଗଦେବେ। ଏଥିସହିତ ଟ୍ରମ୍ପ କେତେକ ଭାରତୀୟ ଶିଳ୍ପପତିଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଟ୍ରମ୍ପ ଓ ପରିବାର ମଙ୍ଗଳବାର ଦିନ ଆମେରିକା ଫେରିଯିବାର କାର୍ଯ୍ୟକ୍ରମ ରହିଛି।

NamesteTrump
Share. Facebook Twitter LinkedIn Email WhatsApp Copy Link

Related Posts

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ଆଜି ଜୁଲାଇ ୨୬ ତାରିଖ ରବିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2026

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଳି?: CJP ର ବଡ଼ ଘୋଷଣା, ପାଟନାରେ ଏକାଠି ହେବେ ‘କକ୍ରୋଚ’ 

July 25, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

July 26, 2026

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.