Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଟେରାରେ ଟ୍ରମ୍ଫଙ୍କ ଭାଷଣ, ସାପ ମରିବ ନାଇଁ କି ବାଡି ଭାଙ୍ଗିବ ନାଇଁ!!
ବିଶେଷ ଖବର

ମୋଟେରାରେ ଟ୍ରମ୍ଫଙ୍କ ଭାଷଣ, ସାପ ମରିବ ନାଇଁ କି ବାଡି ଭାଙ୍ଗିବ ନାଇଁ!!

February 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ଚର୍ଚ୍ଚିତ ଗୁଜରାଟ ଗସ୍ତ ସରିଛି। ମାତ୍ର ୨-୩ ଘଣ୍ଟାର ଅହମଦାବାଦ ରହଣି କାଳରେ ଟ୍ରମ୍ଫ ସାବରମତି ଆଶ୍ରମ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବାପୁଙ୍କ ଚରଖାକୁ ଛୁଇଁ ପୁଲକିତ ହୋଇଛନ୍ତି। ତେବେ ତାଙ୍କୁ ତାଙ୍କର ବିଶେଷ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ କୋଟିଏ ଲୋକଙ୍କ ସମ୍ବର୍ଦ୍ଧନାର ପ୍ରତିଶ୍ରୁତି ଦେଇଥିଲେ, ତାହା କେତେଦୂର ସତ ବା ମିଛ ହେଲା, ସେ କଥା ଆମେ କହିପାରିବା ନାହିଁ! ତେବେ ଅହମଦାବାଦର ମୁଖ୍ୟ ଉତ୍ସବ ସ୍ଥଳ ମୋଟେରା ଷ୍ଟାଡିୟମରେ ରାଷ୍ଟ୍ରପତି ଟ୍ରମ୍ଫ ଯାହା କହିଲେ, ସେଥିରେ ବେଶ ମାପଚୁପ କୂଟନୀତିର ଭାଷା ହିଁ ରହିଥିଲା। ଟ୍ରମ୍ପଙ୍କର ଯେଉଁ “ରକଷ୍ଟାର” ଭାଷଣ କଥା କେହି କେହି ଆଶା କରୁଥିଲେ, ସେମିତି କିଛି ନଥିଲା। ଜଣେ ରାଷ୍ଟ୍ରମୁଖ୍ୟ ଭାବରେ ଆଉ ଏକ ରାଷ୍ଟ୍ରରେ ସେ ଯେତିକି କହିବା କଥା, ଯେମିତି କହିବା କଥା ଠିକ ସେୟା ହିଁ କହିଥିଲେ। ତାଙ୍କ ଭାଷଣରୁ ରାଜନୈତିକ ଫାଇଦା ଉଠିଇବା ଲାଗି କାହା ପାଖରେ କିଛି ସୁଯୋଗ ଟ୍ରମ୍ଫ ଛାଡି ନାହାନ୍ତି।

ରାଷ୍ଟ୍ରପତି ଟ୍ରମ୍ଫଙ୍କ ଭାଷଣରେ ଗୁଡାଏ ଭଲ କଥା ରହିଥିଲା। ଭାରତର ବିବିଧତା, ଗଣତାନ୍ତ୍ରିକ ଜୀବନବୋଧ, ଭାରତୀୟ ସମାଜର ଉଦାରତା ଇତ୍ୟାଦି ପ୍ରସଙ୍ଗ ସେ ରଖିଥିଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ସମସ୍ତେ ଅପେକ୍ଷା କରିଥିଲେ,ସେ ପାକିସ୍ତାନକୁ ନେଇ କଣ କହୁଛନ୍ତି। ଆମେରିକା ପାକିସ୍ତାନ ସହିତ ଭଲ ସମ୍ପର୍କରେ ରହିଛି ବୋଲି ଟ୍ରମ୍ଫ କହିବା ସେଇ ସଭାରେ କାହା କାହାକୁ ବାଧିଥିବ ନିଶ୍ଚୟ। ହେଲେ ଉଭୟ ପାକିସ୍ତାନ ଓ ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଆମେରିକା ବାଧ୍ୟ।

ଆମ ମତରେ ଟ୍ରମ୍ଫଙ୍କ ଭାଷଣର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଧାଡିଟି ହେଉଛି- ଆମେରିକା ଭାରତକୁ ସବୁଠୁ ବଢିଆ ଅସ୍ତ୍ରଶସ୍ତ୍ର ଦେବ।  ଅସଲ କଥାଟି ସେୟା। ଆମେରିକା ଭାରତକୁ ଅସ୍ତ୍ରଶସ୍ତ୍ରର ବିକ୍ରି ଲାଗି ଏକ ବିରାଟ ଖରିଦଦାର ବୋଲି ଠିକ ଜାଣେ। ତେଣୁ ରାଷ୍ଟ୍ରପତି ଟ୍ରମ୍ଫଙ୍କ ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି, ଆମେରିକାନ ଅସ୍ତ୍ରଶସ୍ତ୍ର ବଜାରର ଅଭିବୃଦ୍ଧି। ସେଥିଲାଗି କିଛି ଦିନ ତଳେ ବିଜେପିର ବରିଷ୍ଠ ନେତା ସୁବ୍ରମନ୍ୟମ ସ୍ଵାମୀ ସ୍ପଷ୍ଟ ଭାବେ କହିଥିଲେ ଯେ, ଟ୍ରମ୍ଫ ଭାରତ ଗସ୍ତରେ ନିଜ ଅର୍ଥନୀତି ସୁଧାରିବାକୁ ଆସୁଛନ୍ତି।

ଆମେରିକା ସହିତ ପ୍ରସ୍ତାବିତ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହୋଇ ନପାରିବା ପଛରେ ଭାରତର କଡା ମୂଲଚାଲ ମନୋଭାବ ରହିଛି ବୋଲି ଟ୍ରମ୍ଫ ପରୋକ୍ଷ ଭାବେ ସୂଚାଇ ଦେଇଥିଲେ। ଟ୍ରମ୍ଫଙ୍କ ଭାରତ ଗସ୍ତର ପ୍ରଥମ ଦିନରେ କେବଳ ଗୁଡାଏ ରଙ୍ଗାରଙ୍ଗ କାର୍ୟକ୍ରମ ଓ ଭାରତ – ଆମେରିକା ସମ୍ପର୍କର ଆଳଙ୍କାରିକ ଜୟଗାନ ବ୍ୟତୀତ ଭାରତ ପାଇଁ ଅଧିକ କିଛି ଉପଲବ୍ଧି ନାହିଁ।

ତେବେ ଆଜିର ସବୁଠୁ ବଡ ଖବର ହେଉଛି, ଟ୍ରମ୍ଫଙ୍କ ଗସ୍ତକୁ ନେଇ ଭାରତର ସୋସିଆଲ ମିଡିଆରେ ବା ସେନସେକ୍ସ ବଜାରରେ ସେମିତି କିଛି ଉତ୍ସାହ ନାଇଁ। ଟୁଇଟରରେ #NamasteTrump କୁ ପଛରେ ପକାଇ #GobackTrump ର ଧାରା ଆଗୁଆ ରହିଥିବା ବେଳେ ବଜାର ଅର୍ଥନୀତି ତଳମୁହାଁ ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.