Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟସଭା ପାଇଁ ଗଣମାଧ୍ୟମର ଆକଳନ ଓ ଗଣିତ, କେବଳ ଗାଲୁଗପ
ବିଶେଷ ଖବର

ରାଜ୍ୟସଭା ପାଇଁ ଗଣମାଧ୍ୟମର ଆକଳନ ଓ ଗଣିତ, କେବଳ ଗାଲୁଗପ

March 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆପଣ ରାଜ୍ୟସଭାକୁ ସତରେ ଯାଉଛନ୍ତି- ବର୍ତ୍ତମାନ ରାଜ୍ୟସଭା ଦୌଡରେ ଅଛନ୍ତି ବୋଲି କୁହାଯାଉଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଏ ପ୍ରଶ୍ନ ଆମେ ପଚାରିଥିଲୁ। ଗତ ପନ୍ଦର ଦିନ ହେଲା ସବୁ ଛୋଟ ବଡ ଗଣମାଧ୍ୟମରେ ଯେ ହେତୁ ଉକ୍ତ ବ୍ୟକ୍ତିଙ୍କର ଫଟୋ ଓ ନାଁ ବାହାରୁଛି, ତେଣୁ ତାଙ୍କ ମୁହଁରୁ ଅସଲ ତଥ୍ୟ କାଳେ ମିଳିଯିବ ବୋଲି ଆମେ ଭାବୁଥିଲୁ। ହେଲେ ସେ ଯାହା କହିଲେ, ସେଥିରେ ରାଜ୍ୟ ରାଜନୀତିର ଅସଲ ସତ୍ୟଟି ପ୍ରକଟିତ। ତାଙ୍କ କହିବା କଥା ହେଲା, ରାଜ୍ୟସଭାକୁ କିଏ ଯିବ ସେ କଥା ନବୀନ ବାବୁଙ୍କ ବ୍ୟତୀତ କାହାକୁ ଜଣାନାହିଁ। ଏପରିକି ତାଙ୍କର ଘନିଷ୍ଠତମ  ଲୋକ ବି ଏ ବିଷୟରେ କିଛି ସ୍ପଷ୍ଟ କହି ପାରିବେ ନାଇଁ। ବାସ୍ତବରେ ଓଡିଶା ରାଜନୀତିରେ ତାହା ହିଁ ସତ୍ୟ। ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା ସବୁ ବେଳେ ରହସ୍ୟ ଘେରରେ ରହି ଆସିଛି। ନବୀନ ବାବୁ ନ କହିଲା ଯାଏ ବିଜେଡି ରାଜନୀତିର ସତ୍ୟାସତ୍ୟ କାହାକୁ ଜଣା ନଥାଏ। ଯେହେତୁ ବିଜେଡ଼ିର ସବୁ ନିଷ୍ପତ୍ତି ନବୀନଙ୍କ ପାଖରେ ହିଁ ସୀମିତ, ଏହାକୁ ନେଇ ବାକିମାନେ ସବୁବେଳେ ଅନ୍ଧାରରେ ବାଡି ବୁଲାଇ ଚାଲିଛନ୍ତି।

ରାଜ୍ୟସଭା କୁ କିଏ ଯିବେ ତାକୁ ନେଇ ଗଣମାଧ୍ୟମ ନିଜର କଳ୍ପନା ଓ ଗାଲୁଗପ ପ୍ରଚାର କରି ଚାଲିଛି। ଆଜି ପର୍ୟନ୍ତ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗଣମାଧ୍ୟମ ଯେଉଁମାନଙ୍କ ନାମକୁ ଆଶାୟୀ ତାଲିକାରେ ରଖିଥାଏ, ସେଥିରୁ କେହିବି ପ୍ରାୟ ରାଜ୍ୟସଭା ଯିବାର ସୁଯୋଗ ପାଇନଥାନ୍ତି। ଡଜନେ ଖଣ୍ଡେ ନାଁକୁ ପ୍ରତି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚା ଯାଇଥାଏ। ଅମୁକ କାରଣରୁ ଅମୁକ ବାବୁ ରାଜ୍ୟସଭା କିମ୍ବା ସମୁକ କାରଣରୁ ସମୁକ ବାବୁଙ୍କ ରାଜ୍ୟସଭା ଯିବା ନୋହିଲା ବୋଲି ଯାହା ସବୁ କୁହାଯାଏ, ସେ ସବୁ କେବଳ ପ୍ରଳାପ ବା କଳ୍ପନା ମାତ୍ର। ଓଡିଶାରେ କେଉଁ ନେତା ବିଜେଡ଼ିର ରାଜ୍ୟସଭା ପ୍ରତିନିଧି ହେବେ, ତାହା ନବୀନ ବାବୁ ନ କହିବା ପର୍ୟନ୍ତ ଜଣା ପଡିବାର  ସମ୍ଭାବନା ନାଇଁ। ନବୀନ ବାବୁଙ୍କ ପକେଟରେ କାହା ନାଁ ଲେଖାଥିବା କାଗଜ ବାହାରିବ, ତାହା କେହି ଜାଣନ୍ତି ନାଇଁ।

ଗତ ସାଧାରଣ ନିର୍ବାଚନ ପରେ ଯେଉଁ ତିନୋଟି ରାଜ୍ୟସଭା ପଦ ଖାଲି ପଡିଲା, ସେଥିରୁ ଗୋଟେ ବିଜେପିକୁ ଦିଆଯିବ ବୋଲି କେହି କେବେ କଳ୍ପନା କରିଥିଲେ କି? ଏ ପରିକି ବିଜେଡି ସୋସିଆଲ ମିଡିଆ ଦାୟିତ୍ବରେ ଥିବା ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏହି ଟିକଟ ପାଇବେ ବୋଲି ନିଜେ ସୁଦ୍ଧା ଜାଣି ନଥିଲେ। ତା ପୂର୍ବରୁ ହଠାତ ଅଚ୍ୟୁତ ସାମନ୍ତ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ  ରାଜ୍ୟସଭା ପଠାଇ ନବୀନ ସମସ୍ତଙ୍କୁ ଚମକାଇ ଦେଇଥିଲେ। ସବୁବେଳେ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ତାଲିକାରେ କିଛି ନା କିଛି ରହସ୍ୟ ରହିଥାଏ, ଏଥର ତାର ବ୍ୟତିକ୍ରମ ହେବନାହିଁ ବୋଲି ଭାବିବା ଠିକ ହେବନାହିଁ।

ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଛାଡିବା ପଛରେ ବିଜେଡି ସୁପ୍ରିମୋନଙ୍କର  ସୁଚିନ୍ତିତ ରାଜନୀତି ରହିଥିଲା। ବରିଷ୍ଠ ଆଇଏଆସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ରାଜ୍ୟସଭା ପଠାଇବାରେ ବିଜେପିର ଯେତିକି ଲାଭ ନଥିଲା, ତାଠୁ ଅଧିକ ଲାଭ ବିଜେଡ଼ିର ରହିଥିଲା। ବିଜେଡ଼ିର ଖାସ ଲୋକ ଭାବରେ ଅଶ୍ବିନୀ ବୈଷ୍ଣବ ବିଜେପିରେ ଅଛନ୍ତି। ଇତି ମଧ୍ୟରେ ବିଜେପିକୁ ସଂସଦରେ ସମର୍ଥନ କରି ଆସୁଥିବା ନବୀନଙ୍କ ବିଜେଡି ଭଲ ଭାବରେ ଜାଣେ ଯେ, ଅଶ୍ବିନୀ ନାମକୁ ମାତ୍ର ବିଜେଡ଼ିର ପ୍ରାର୍ଥୀ। ତାଙ୍କର ମୂଳ ନବୀନ ନିବାସରେ ହିଁ ରହିଛି।

ରାଜନୈତିକ ଜୀବନରେ ଚକିତ କରିଦେବା ଭଳି ନିଷ୍ପତ୍ତି ନେବାର ସାମର୍ଥ୍ୟ ରଖିଥିବା ନବୀନ ବାବୁ ଶେଷ ପର୍ୟନ୍ତ ନିଜର ମତ ଗଣମାଧ୍ୟମକୁ  ଜଣାଇବାର ସମ୍ଭାବନା ନାହିଁ। ଏଥର ମଧ୍ୟ ରାଜ୍ୟସଭାକୁ ଯାଉଥିବା ପ୍ରାର୍ଥୀ ଭିନ୍ନ ଭିନ୍ନ ପରିଚୟ ଓ ଅଞ୍ଚଳର ପ୍ରତିନିଧିତ୍ଵ କରିବେ। ସବୁ ବିଷୟରେ ଭାବି ଚିନ୍ତି ନବୀନ ଯାହା ନିଷ୍ପତ୍ତି ନେବେ ତାକୁ ଦଳର ସମସ୍ତେ ମୁଣ୍ଡ ପୋତି ସ୍ଵୀକାର କରିବାକୁ ବାଧ୍ୟ।

ଗଣମାଧ୍ୟମର ଗାଲୁଗପ ଶୁଣି ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବା, ଆଦୌ ଉଚିତ ନୁହେଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.