Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅର୍ଥନୀତିକୁ କରୋନା ଜ୍ଵର, ଆଗକୁ ଦୁର୍ଦ୍ଦିନ ଆହୁରି ବାକି ଅଛି!!
ବିଶେଷ ଖବର

ଅର୍ଥନୀତିକୁ କରୋନା ଜ୍ଵର, ଆଗକୁ ଦୁର୍ଦ୍ଦିନ ଆହୁରି ବାକି ଅଛି!!

March 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏକ ଭୂତାଣୁ ଜନିତ ରୋଗ ସଂକ୍ରାମକ ରୋଗ ଯେ ପୃଥିବୀର ରାଜନୀତି ଓ ଅର୍ଥନୀତିକୁ ବଦଳାଇ ଦେଇପାରେ, କରୋନା ତାର ଏକ ବଡ ଉଦାହରଣ। ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ଭୂତାଣୁ କେବଳ ଯେ ଚୀନର ଧନ ଜୀବନ ଉପରେ ପ୍ରଭାବ ପକାଇଛି, ତା ନୁହେଁ, ଆଜିର ସମୟରେ ଏହା ପୃଥିବୀର ଅର୍ଥନୀତିକୁ ମାରାତ୍ମକ ଭାବରେ ଶିଥିଳ କରିଦେବାର ସଙ୍କେତ ଦିଶିଲାଣି। ପୃଥିବୀର ୮୫ ଦେଶରେ ପହଞ୍ଚି ସାରିଥିବା ଏ ଭୂତାଣୁର ଭୟରେ ସବୁଠୁ ବେଶୀ ଆକ୍ରାନ୍ତ ହୋଇଛି ପୃଥିବୀର ଅର୍ଥ ବ୍ୟବସ୍ଥା। ଏହା ପୂର୍ବରୁ ଅନ୍ତତଃ ଚାରିଥର ସଂକ୍ରାମକ ଭୂତାଣୁ ଭୟରେ ପୃଥିବୀର ଅର୍ଥନୀତି ବିପର୍ୟସ୍ତ ହୋଇଥିବାର ଉଦାହରଣ ଆମ ଆଗରେ ରହିଛି। ୨୦୦୩ରେ ସାର୍ସ, ୧୯୬୮ରେ ଏସିଆନ ଫ୍ଲୁ, ୧୯୫୮ରେ ହଂକଂ ଫ୍ଲୁ, ଓ ୧୯୧୮ର ସ୍ପାନିଶ ଫ୍ଲୁ  ପୃଥିବୀର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିଥିଲା। ତେବେ ସାର୍ସ ଓ କାରୋନା ଭୂତାଣୁ ବେଳକୁ ପୃଥିବୀର ବଜାର ପରଷ୍ପର ଉପରେ ଅଧିକ ନିର୍ଭରଶୀଳ ରହିଥିବାରୁ, ଏହାର ପ୍ରଭାବ ଏବେ ଭୟଙ୍କର ହେବାକୁ ଯାଉଛି।

ପ୍ରାଥମିକ ଭାବରେ ଭାରତ ଉପରେ କରୋନାର ପ୍ରଭାବ ବିଶେଷ ପଡିବ ନାହିଁ ବୋଲି ଆଶା କରାଯାଉଥିଲା। ମାର୍ଚ୍ଚ ମାସ ବେଳକୁ ଭାରତରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଏ। ତେଣୁ ଗ୍ରୀଷ୍ମର ପ୍ରଭାବକୁ କାରୋନା ଭୂତାଣୁ ସହ୍ୟ କରିପାରିବ ନାହିଁ ବୋଲି କୁହା ଯାଉଥିଲା। ତେବେ ଗତ ଦୁଇ ସପ୍ତାହ ଭିତରେ କରୋନା ପୃଥିବୀର ଅନ୍ୟାନ୍ୟ ଦେଶକୁ ସଂକ୍ରମିତ ହେବା ଆରମ୍ଭ କରିଛି। ସେହି କ୍ରମରେ ହଠାତ ଭାରତରେ ୨୮ ଜଣ ରୋଗୀଙ୍କ ଶରୀରରେ କରୋନା ଭୂତାଣୁ ଠାବ କରାଯାଇଛି। ସ୍ପର୍ଶ ଓ ବାୟୁ ପ୍ରବାହ ଦ୍ଵାରା ଏହି ଭୂତାଣୁ ସଂକ୍ରମିତ ହେଉଥିବାରୁ, ଭାରତରେ ଏହାକୁ ରୋକିବା ଏକ କାଠିକର ପାଠ। ଏହି ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆବଶ୍ୟକୀୟ ଆଣ୍ଟିବାଇୟୋଟିକ ଏଯାଏ ତିଆରି ହୋଇନାହିଁ। ତେଣୁ ତାକୁ ନେଇ ଚିନ୍ତା ବଢିବା ସ୍ଵାଭାବିକ।

କରୋନାକୁ ନେଇ ଏବେ ଦୁଇ ପ୍ରକାର ଚିନ୍ତା ରହିଛି। ପ୍ରଥମତଃ ଏହା ମଣିଷର ଜୀବନ ଲାଗି ଏକ ବଡ ସଙ୍କଟ ତିଆରି କରିଛି। ଦ୍ବିତୀୟରେ ଏହା ପୃଥିବୀର ଅର୍ଥନୀତିକୁ ସଙ୍କଟ ମୁହଁକୁ ଟାଣି ଆଣିଛି। ଭାରତର ଅର୍ଥବ୍ୟବସ୍ଥା ଅତ୍ୟନ୍ତ ଶିଥିଳ ଓ ଅଭିବୃଦ୍ଧି ହାର ନିମ୍ନଗାମୀ ଥିବା ସମୟରେ କରୋନା ସଂକ୍ରମଣ ଆମର ଅର୍ଥନୀତିକୁ ଦୋହଲାଇ ଦେବା ଆରମ୍ଭ କରିଛି। ଗତ ସପ୍ତାହରେ ସେନସେକ୍ସ ଓ ବଜାରରେ କରୋନା ଜ୍ଵରର ଝଟକା ଆମେ ଦେଖିଛୁ। ଗୋଟିଏ ଗୋଟିଏ ଦିନରେ ସେନସେକ୍ସ ୫୦୦ ରୁ ହଜାର ପଏଣ୍ଟ ତଳକୁ ଖସିଯାଇଛି। ଏହା ଆମର ବଜାରରେ ବ୍ୟାପକ କ୍ଷତି ଘଟାଇ ସାରିଛି। ଏଥିରୁ ମୁକୁଳିବାର ବାଟ ଖୋଜିଲା ବେଳକୁ ହଠାତ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାର ପରିଣତିରେ ଆମର ଅର୍ଥବ୍ୟବସ୍ଥା ଚିନ୍ତାଜନକ ହେବା ନିଶ୍ଚିତ।

ଇତି ମଧ୍ୟରେ ଚୀନ ସହିତ ଆମର ଆମଦାନୀ ଓ ରପ୍ତାନି ଏକପ୍ରକାର ଠପ ହୋଇ ଯାଇଛି।  ଚୀନ ଓ ଭାରତ ମଧ୍ୟରେ ଅତି କମରେ ବର୍ଷକୁ ୩୦ ବିଲିୟନ ଡଲାରର କାରବାର ହୋଇଥାଏ। ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୨ଲକ୍ଷ କୋଟି ଟଙ୍କା ହୋଇପାରେ। ଏତେ ବଡ ଅର୍ଥନୈତିକ କ୍ଷେତ୍ର ଉପରେ କରୋନାର ପ୍ରଭାବ ଆମକୁ କି ପ୍ରକାର ସଙ୍କଟରେ ପକାଇବ, ତାହା ସହଜରେ ଅନୁମେୟ। ଇଲେକ୍ଟ୍ରି ଓ ଇଲେକ୍ଟ୍ରୋନିକ୍ସ ଉପକରଣ, ଔଷଧ, ଅତ୍ୟାବଶ୍ୟକ ଗୃହ ଉପକରଣ ଇତ୍ୟାଦି ପାଇଁ ଆମେ ଅନେକାଂଶରେ ଚୀନ ଉପରେ ନିର୍ଭରଶୀଳ। ତେଣୁ ଚୀନରୁ ଆମଦାନୀ ପ୍ରଭାବିତ ହେବା ଫଳରେ ଏହି ସବୁ ଜିନିଷ ଉପରେ ମହଙ୍ଗା ମାଡ ପଡିବ। ଅନେକାଂଶରେ ଏହାର ଅଭାବ ବଜାରକୁ ସ୍ଥାଣୁ କରି ଦେଇପାରେ।

ଆଗକୁ ପାରାସିଟାମଲ ସହିତ  ମଧୁମେହ, ରକ୍ତଚାପ ଭଳି ସାଧାରଣ ରୋଗ ପାଇଁ ଔଷଧ ମିଳିବାରେ ଅସୁବିଧା ଆସିପାରେ। ଯଦିଓ ଭାରତ ସରକାର ଆଗାମୀ 3 ମାସ ଲାଗି ଆମ ପାଖରେ ଔଷଧର ଅଭାବ ନାହିଁ ବୋଲି କହିଛନ୍ତି, ତଥାପି ଆଗକୁ କଳାବଜାର ଓ ଅବୈଧ ଔଷଧ କିଲାପୋତେଇ ବଢିପାରେ। ଇତିମଧ୍ୟରେ ସାନିଟାଇଜର, ଭୂତାଣୁ ପ୍ରତିରୋଧକ ମୁଖା ଏବଂ ପାରାସିଟାମଲ ର ବଜାର ମୂଲ୍ୟ ଅହେତୁକ ଭାବେ ବଢିଛି। ବଜାରରୁ ମୁଖା ଗାୟବ ହୋଇ ଯାଉଛି।

ଏ ସବୁର ବ୍ୟାପକ ପ୍ରଭାବ ବିଷୟରେ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ହେବା ଜରୁରୀ। ରୋଗର ବାସ୍ତବ ସଂକ୍ରମଣ ତୁଳନାରେ ଏହି ଭୂତାଣୁକୁ ନେଇ ଭୟର ସଂକ୍ରମଣ ଅଧିକ ଭୟଙ୍କର। ଭୟ କାରଣରୁ ବିଶ୍ଵ ବଜାରରେ ଏକ ମାରାତ୍ମକ ମାନ୍ଦାବସ୍ଥା ଏବେ ଦେଖିବାକୁ ମିଳୁଛି। ଏହି ଭୟକୁ ପ୍ରତିହତ କରିବା ସରକାରଙ୍କର ପ୍ରଥମ ଦାୟିତ୍ଵ ହେବା ଉଚିତ। ଭାରତ ଭଳି ଦେଶରେ ଲୋକଙ୍କୁ ଘର ଭିତରେ ରୁହନ୍ତୁ ଓ ଭିଡକୁ ଯାଆନ୍ତୁ  ନାହିଁ ବୋଲି କହିବାର ଅର୍ଥ ହେଉଛି, ପୂରା ଅର୍ଥନୈତିକ ଗତିବିଧିକୁ ଠପ କରିଦେବା।

କରୋନା ଆତଙ୍କକୁ ସାମ୍ନା କରିବାକୁ ଯାଇ ଆମେ ଆଗକୁ ଅର୍ଥନୀତିରେ ଅନେକ ଦୁର୍ଦ୍ଦିନ ଦେଖିବା, ସେଥିଲାଗି ଆମର ମାନସିକ ପ୍ରସ୍ତୁତି, ରହିଛି ତ!!

Share. Facebook Twitter LinkedIn Email WhatsApp Copy Link

Related Posts

ଆଗାମୀ ୨୪ ଘଣ୍ଟାରେ ପୁଣି ଏକ ଲଘୁଚାପ

October 29, 2026

ଏମିତି କଲେ ଜୀବନ ସାରା ମିଳିବନି ସରକାରୀ ଚାକିରି: ଚରିତ୍ର ପ୍ରମାଣପତ୍ରରେ ଲାଗିବ ଦାଗ

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

ୟୁଏଇର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେଲେ କ୍ୟାପଟେନ୍‌ ସ୍ମିତ ମଚ୍ଛାର

October 29, 2026
Latest News

ଆଗାମୀ ୨୪ ଘଣ୍ଟାରେ ପୁଣି ଏକ ଲଘୁଚାପ

October 29, 2026

ଦୀପାବଳୀ ପୂର୍ବରୁ ଫ୍ଲାଇଟ୍ ଟିକେଟ୍ ଦର ଆକାଶ ଛୁଆଁ: ୭ ଗୁଣା ପର୍ଯ୍ୟନ୍ତ ବୃଦ୍ଧି

October 29, 2026

ଏମିତି କଲେ ଜୀବନ ସାରା ମିଳିବନି ସରକାରୀ ଚାକିରି: ଚରିତ୍ର ପ୍ରମାଣପତ୍ରରେ ଲାଗିବ ଦାଗ

October 29, 2026

ବ୍ୟାଙ୍କରେ ଜମା ଟଙ୍କା ବି ସୁରକ୍ଷିତ ନୁହେଁ! PNBରୁ ଗାଏବ ୩୫ କୋଟି

October 29, 2026

ଇସ୍ରାଏଲ୍‌ରେ କ୍ଷମତାର ଚାବି କାହା ହାତରେ? ନେତାନ୍ୟାହୁଙ୍କ ପୁନର୍ବାର ପ୍ରତ୍ୟାବର୍ତ୍ତନ, ନା ଇସ୍ରାଏଲ୍‌ରେ ନୂଆ ଅଧ୍ୟାୟ?

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.