Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଧ୍ୟପ୍ରଦେଶ ରାଜନୀତି, ସରକାର ବଞ୍ଚାଇବାକୁ ଖାଲି ସମୟ ଗଡାଇ ଚାଲିଛନ୍ତି କମଳନାଥ
ବିଶେଷ ଖବର

ମଧ୍ୟପ୍ରଦେଶ ରାଜନୀତି, ସରକାର ବଞ୍ଚାଇବାକୁ ଖାଲି ସମୟ ଗଡାଇ ଚାଲିଛନ୍ତି କମଳନାଥ

March 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମଧ୍ୟ ପ୍ରଦେଶରେ ଆଜି ଯାହା ଘଟୁଛି, ଛଅ ମାସ ତଳେ ସମାନ କଥା କର୍ଣ୍ଣାଟକରେ ଘଟୁଥିଲା। ନିର୍ବାଚନରେ ପରାଜିତ ହୋଇଥିବା ବିଜେପି କିଣାବିକା ମାଧ୍ୟମରେ ସରକାର ଗଢିବାକୁ ଓ ଅଳ୍ପ ବହୁମତରେ ଥିବା ସରକାରକୁ ଭାଙ୍ଗିବା ପାଇଁ ଏକ ନୂତନ କୌଶଳ ଆପଣାର କରିଛି। ଦଳ ବଦଳ ନିରୋଧ ଆଇନ ଅନୁଯାୟୀ କ୍ରସ ଭୋଟିଂ ଆଉ ସମ୍ଭବ ହେଉ ନଥିବାରୁ ଏବେ ଶାସକ ଦଳର ବିଧାୟକମାନଙ୍କୁ ଇସ୍ତଫା ଦେବାକୁ କୁହା ଯାଉଛି। ଅଳ୍ପ ବହୁମତର ସରକାର ଭାଙ୍ଗିବା ଲାଗି ୮-୧୦ ଜଣ ବିଧାୟକ ଇସ୍ତଫା ଦେଲେ ସରକାର ଭାଙ୍ଗି ଯାଉଛି। ଏହାର ସଫଳ ପରୀକ୍ଷା କର୍ଣ୍ଣାଟକରେ କଳା ପରେ ମଧ୍ୟ ପ୍ରଦେଶରେ ଏହାର ନୂଆ ପ୍ରୟୋଗ ଆରମ୍ଭ ହୋଇଛି। ପ୍ରଥମେ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିକୁ ଅଣାଯିବା ପରେ, ତାଙ୍କରି ମାଧ୍ୟମରେ କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ସୁନିଶ୍ଚିତ କରା ଯାଇଛି। ଏହା ଫଳରେ ସାଧାରଣ ସଂଖ୍ୟା ଗରିଷ୍ଠତାରୁ ମାତ୍ର ୪ଟି ଆସନ ଅଧିକ ଥିବା କମଳନାଥ ସରକାର ନିଜର ସଂଖ୍ୟା ଗରିଷ୍ଠତା ହରାଇଛି।

ତେବେ ସାଧାରଣ ଗଣିତରେ ସଂଖ୍ୟା ଗରିଷ୍ଠତା ହରାଇବା ଓ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇବା ଏକା କଥା ନୁହେଁ। ଯେଉଁ ୨୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି, ସେମାନଙ୍କ ଭିତରୁ ଛଅ ଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଅନ୍ୟମାନଙ୍କର ଇସ୍ତଫା ଗୃହୀତ ହୋଇନାହିଁ। ସେମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ବାଚସ୍ପତି ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହା ସେମାନେ ପାଳନ କରି ନାହାନ୍ତି। ତେଣୁ ସେମାନଙ୍କ ଇସ୍ତଫା ଗୃହୀତ ହୋଇଛି ବୋଲି କୁହା ଯାଇପାରିବ ନାହିଁ। ସେମାନଙ୍କୁ ବ୍ୟକ୍ତିଗତ ହାଜିରାରେ ନିଜର ଇସ୍ତଫା ଦେବାକୁ ପଡିବ। କମଳନାଥ ଓ ତାଙ୍କ ସହଯୋଗୀମାନେ ସେଥିଲାଗି ସମୟ ଗଡାଇ ଚାଲିଛନ୍ତି। ଅଧିକ ସମୟ ମିଳିଲେ, ସରକାରକୁ  ବଞ୍ଚାଇବାର କିଛି ଗୋଟାଏ ବାଟ ନିଶ୍ଚୟ ମିଳିଯିବ ବୋଲି କଂଗ୍ରେସ ଭାବୁଛି।

ତେବେ ସରକାର ବଞ୍ଚାଇବାକୁ ଏବେ କମଳନାଥଙ୍କ ପାଖରେ କିଛି ବାଟ ଅଛି କି? ସରକାର ବଞ୍ଚାଇବା ଲାଗି ଏବେ ତିନୋଟି ବାଟ ରହିଛି। ୧- ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ପୁଣିଥରେ ଫେରାଇ ଆଣିବା। ୨- ଯେତିକି ସଂଖ୍ୟକ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି ସେତିକି ବିଧାୟକଙ୍କୁ ବିଜେପିରୁ ଇସ୍ତଫା ଦିଆଇବା ଓ ୩. ସୁପ୍ରିମ କୋର୍ଟରେ ବିଧାୟକଙ୍କ ଇସ୍ତଫା ଅବୈଧ ବୋଲି କହି ଏକ ସ୍ଵତନ୍ତ୍ର ପିଟିସନ ଦାଖଲ କରିବା। ଏହି ତିନୋଟି ଯାକ ବାଟରେ ପ୍ରବଳ ସମସ୍ୟା ରହିଛି।

ମାନ୍ୟବର ସୁପ୍ରିମ କୋର୍ଟ କର୍ଣ୍ଣାଟକ ମାମଲାରେ ଇସ୍ତଫା ଦେଇ ସରକାର ଭାଙ୍ଗିବା ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଲଗାଇ ଏ ପ୍ରକାର ଅନୈତିକ ଇସ୍ତଫା ନାଟକକୁ ରୋକି ପାରିଥାନ୍ତେ। ତେବେ ଇସ୍ତଫା ଦେବା ବ୍ୟକ୍ତିଗତ ସ୍ବାଧିନତାର ଅଧିକାର ବୋଲି ଗ୍ରହଣ କରିବାକୁ ସୁପ୍ରିମ କୋର୍ଟ ବାଧ୍ୟ। ତେବେ ଇସ୍ତଫା ଦେବା ପରେ ଅନ୍ୟ ଦଳରେ ଯୋଗ ଦେଇ ନିର୍ବାଚନ ଲଢିବାକୁ ବ୍ୟକ୍ତିଗତ ସ୍ଵାଧୀନତା ବୋଲି କୁହାଯିବ କି? ନିର୍ବାଚନ ଲଢୁଥିବା ଓ ନିର୍ବାଚିତ ହୋଇଥିବା ଲୋକ ପ୍ରତିନିଧିଙ୍କ ପାଇଁ ଲୋକଙ୍କର ଅର୍ଥ ବିନିଯୋଗ ହୋଇଛି। ଲାଞ୍ଚ ଖାଇ ସରକାର ଭାଙ୍ଗିବା ବ୍ୟକ୍ତିଗତ ସ୍ଵାଧୀନତା ବିଲକୁଲ ନୁହେଁ। ଯେଉଁ ଲୋକ ପ୍ରତିନିଧି ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେବେ, ତାଙ୍କୁ ଅନ୍ତତଃ ୧୦ ବର୍ଷ ନିର୍ବାଚନ ଲଢିବାର ସୁଯୋଗରୁ ବଞ୍ଚିତ କରିବା ଭଳି ବ୍ୟବସ୍ଥା ଗ୍ରହଣ କରା ଯାଉନାହିଁ କାହିଁକି?

ବର୍ତ୍ତମାନ ବିଜେପି ସରକାର ଏ ପ୍ରକାର ଇସ୍ତଫାରୁ ଲାଭ ଉଠାଉଥିବାରୁ ଦଳ ବଦଳ ନିରୋଧ ଆଇନକୁ ସଂଶୋଧିତ କରିବାକୁ ଆଦୌ ଚାହିଁବେ ନାହିଁ। ତେବେ ଦଳ ବଦଳ ନିରୋଧ ଆଇନ ଓ ଲୋକ ପ୍ରତିନିଧି ଆଇନର ପରିସର ଭିତରେ ମାନ୍ୟବର ସୁପ୍ରିମ କୋର୍ଟ ଏମିତି ଏକ ବ୍ୟବସ୍ଥା ଗ୍ରହଣ କରିପାରିବେ। ହେଲେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ସୁପ୍ରିମ କୋର୍ଟ ଯେ ସେମିତି କିଛି ବ୍ୟବସ୍ଥା ଗ୍ରହଣ କରିବେ ସେ ଆଶା ବିଲକୁଲ ନାହିଁ।

ଆଜି ବିଜେପିର ଆବେଦନକୁ ବିଚାର କରି ସୁପ୍ରିମ କୋର୍ଟ କଣ ନିର୍ଦ୍ଦେଶ ଦେଉଛନ୍ତି,  ତାରି ଉପରେ ଅନେକ କଥା ନିର୍ଭର କରୁଛି। ତେବେ କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶ ବିଧାନସଭା ସ୍ଥିତି ପ୍ରାୟ ସମାନ ଥିବା ବେଳେ ସମୟର ପୃଷ୍ଠଭୂମି ବଦଳି ଯାଇଛି। କରୋନା ଭୂତାଣୁ କୁ ନେଇ ସାରା ପୃଥିବୀରେ ସଙ୍କଟ ରହିଥିବାରୁ, ସେତେବେଳେ ସରକାରଙ୍କୁ ବିଶ୍ଵାସ ମତ ରଖିବାକୁ ସୁପ୍ରିମ କୋର୍ଟ କହିବେ କି ନା, ସେ ଏକ ଜଟିଳ ପ୍ରଶ୍ନବାଚୀ। ନିଜେ ସୁପ୍ରିମ କୋର୍ଟ ଏବେ ଅନ ଲାଇନ ଶୁଣାଣି କଥା ଚିନ୍ତା କରୁଛନ୍ତି। ଇତି ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଥିବାରୁ, ସେହି ସମୟରେ ବିଧାୟକମାନେ ସମବେତ ହେବା, ବିତର୍କ କରିବା, ବାହାରେ ଥିବା ବିଧାୟକମାନଙ୍କର ଡାକ୍ତରୀ ପରୀକ୍ଷା ହେବା ଭଳି, ବହୁ ଜଟିଳ ପ୍ରଶ୍ନ ଏବେ ଉଠିବ।

ତେବେ ଏ ପ୍ରକାର ଜଟିଳତାରୁ ନିଜ ସରକାରକୁ ବଞ୍ଚାଇବା ଲାଗି କମଳନାଥଙ୍କୁ ଅଧିକ ସମୟ ମିଳିବ ନା ତୁରନ୍ତ ତାଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ, ସେ କଥା ସୁପ୍ରିମ କୋର୍ଟ ନିର୍ଣ୍ଣୟ କରିବେ।

 

 

Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.