Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଣି ଠୁ ଶସ୍ତା ବିଶ୍ଵ ବଜାରରେ କଞ୍ଚା ତେଲର ଦାମ, ବ୍ୟାରେଲ ପିଛା ଅଧ ଡଲାରରୁ ବି କମ
ଜାତୀୟ ଖବର

ପାଣି ଠୁ ଶସ୍ତା ବିଶ୍ଵ ବଜାରରେ କଞ୍ଚା ତେଲର ଦାମ, ବ୍ୟାରେଲ ପିଛା ଅଧ ଡଲାରରୁ ବି କମ

April 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବିଶ୍ଵ ବଜାରରେ ଆଜି ଅସ୍ଵାଭାବିକ ଘଟଣା ଘଟିଛି। କରୋନା ଭୂତାଣୁର ପ୍ରଭାବରେ ଆଜି ବିଶ୍ଵ ବଜାରରେ କଞ୍ଚା ତେଲର ମୂଲ୍ୟ ପାଣିଠାରୁ ମଧ୍ୟ ଶସ୍ତା ଦରରେ ବିକ୍ରି ହେଉଛି। ବିକ୍ରି ହୋଇନପାରି ତେଲ ଖଣିରେ ଯେତିକି କଞ୍ଚା ତେଲ ପଡି ରହିଛି, ତାକୁ ଖାଲି କରିବା ଲାଗି ଆଗାମୀ ସମୟରେ ହୁଏତ ବିକ୍ରେତାଙ୍କୁ ଖୋଦ ପଇସା ଦେଇ ତେଲ ନେଇଯିବାକୁ ଖୋସାମତ କରିବାକୁ ପଡିବ। ହେଲେ ତେଲ ନେବା କିଏ? ଆଜି କରୋନା ଭୟରେ ସାରା ପୃଥିବୀର ଯାନ ବାହନ ଠପ ହୋଇ ପଡିଛନ୍ତି। ବିମାନ ଠୁ ଆରମ୍ଭ କରି ମୋପେଡ ପର୍ୟନ୍ତ କିଛି ବି ଚାଲୁ ନ ଥିବାରୁ, ପୃଥିବୀରେ ଆଜି ତେଲର ଚାହିଦା ସରି ଯାଇଛି। କେବେ ଦିନେ ତେଲ କୁ ନେଇ ମରାମରି ହେଉଥିବା ପୃଥିବୀର ବଜାର ଆଜି ତେଲ କୁ ଦେଖି ମୁହଁ ମୋଦୀ ଦେଉଛି। ଯାହାର ପରିଣତି ସ୍ଵରୂପ ଆଜି କଞ୍ଚା ତେଲର ବ୍ୟାରେଲ ପିଛା ମୂଲ୍ୟ ୧ ଡଲାରରୁ କମ ହୋଇ ଯାଇଛି।

୧ ବ୍ୟାରେଲ ର ପରିମାଣ ହେଉଛି ପ୍ରାୟ ୧୧୫.୬ ଲିଟର। ଆଜିର ତାରିଖରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହେଉଛି ୭୬.୬୬ଟଙ୍କା। ତା ମାନେ ହେଉଛି, କଞ୍ଚା ତେଲର ଲିଟର ପିଛା ମୂଲ୍ୟ ମାତ୍ର ୬୦ ପଇସା। ଏହାର ବିଶୋଧନ ପରେ ହୁଏତ ଲିଟର ପିଛା ୧୨ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅର୍ଥାତ ୬୦ ପଇସାର ତେଲକୁ ୧୨ ଟଙ୍କାର ବିଶୋଧନ। କଞ୍ଚା ଓଡିଆରେ ଛଅ ଟଙ୍କା ଘୋଡାକୁ ନ’ ଟଙ୍କାର ଦାନା। ନା, ୯ ଟଙ୍କା ତ ନୁହଁ ୧୨୦ ଗୁଣ ଅଧିକ ଦାନା। ସେଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଟିକସ, ସେସ ମିଶି ପ୍ରାୟ ୪୧ ଟଙ୍କା। ଷାଠିଏ ପଇସାର ତେଲକୁ ମୁଁ ବେଚାରା ଗରାଖ ଭୁବନେଶ୍ବରରେ ଆଜି କିଣୁଛି ୬୪.୯୧ ଟଙ୍କାରେ। କଞ୍ଚା ତେଲରୁ ଗରାଖ ପାଖକୁ ଆସିଲା ବେଳେ ଏହାର ମୂଲ୍ୟ ଯେ ୧୦୪ ଗୁଣ ଅଧିକ ହୋଇଯିବ, ଏହି ଗଣିତ କେବଳ ଶୋଷଣ ତନ୍ତ୍ରରେ ହିଁ ସମ୍ଭବ।

ତେବେ ସବୁଠୁ ବଡ କଥା ହେଉଛି, ଆଜି ତେଲର ଚାହିଦା ନାଇଁ। ଚାହିଦା ନଥିବାରୁ ଯୋଗାଣ ବ୍ୟବସ୍ଥା ଠପ ହୋଇ ପଡିଛି। ତେଣୁ ଆଜି ପେଟ୍ରୋଲ ବଜାରରେ ଏହି ହାହାକାର। ପାଣି ଠୁ ଶସ୍ତାରେ ମିଳୁଥିଲେ ମଧ୍ୟ ପେଟ୍ରୋଲ ନେବାକୁ ଗରାଖ ନାହାନ୍ତି।

ତେବେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲ ଦରର ଏହି ଦୁରବସ୍ଥା ଭାରତର ଅର୍ଥନୀତି ଲାଗି ବରଦାନ ସାବ୍ୟସ୍ତ ହୋଇଥାନ୍ତା। ଏକ ପ୍ରକାର ମାଗଣା ରେ ପେଟ୍ରୋଲ ଆଣି ଚଢା ମୂଲ୍ୟରେ ଭାରତ ସରକାର ଏହାକୁ ବିକ୍ରି କରି ନିଜର ଆର୍ଥିକ ନିଅଣ୍ଟିଆ ପରିସ୍ଥିତିକୁ ସୁଧାରୀ ପାରିଥାନ୍ତେ। ହେଲେ ଲକ ଡାଉନ ସମୟରେ ପେଟ୍ରୋଲ ବା ଡିଜେଲ କିଣିବ କିଏ? ଆଜି ସାରା ପୃଥିବୀର ଶୂନଶାନ ସମୟରେ ମାଗଣା ପେଟ୍ରୋଲ ନେବାକୁ କାହାର ଜାହାଜ ବି କୌଣସି ବନ୍ଦରରେ ଲାଗିନାହିଁ।

କରୋନା ଭୂତାଣୁ ଆଜି ସତରେ ସାରା ପୃଥିବୀର ବଜାର କୁ କାଙ୍ଗାଳ କରି ଦେଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

୭,୧୪୫ କୋଟିରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥକୁ କ୍ୟାବିନେଟ୍‌ର ମଞ୍ଜୁରୀ

July 2, 2026

ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି

July 2, 2026

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026
Latest News

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

୭,୧୪୫ କୋଟିରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥକୁ କ୍ୟାବିନେଟ୍‌ର ମଞ୍ଜୁରୀ

July 2, 2026

ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି

July 2, 2026

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ରଣପୁରରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.