Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସେ ଭାଇରସ ହେଉ କି ଭୋକ, ସେ ଲକ ଡାଉନ ହେଉ କି ରେଳ ଦୁର୍ଘଟଣା,  ଗରିବ ଇ ସବୁବେଳେ ମରିବ
ବିଶେଷ ଖବର

ସେ ଭାଇରସ ହେଉ କି ଭୋକ, ସେ ଲକ ଡାଉନ ହେଉ କି ରେଳ ଦୁର୍ଘଟଣା,  ଗରିବ ଇ ସବୁବେଳେ ମରିବ

May 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ସକାଳର ସବୁଠୁ ବଡ ଖବର ଥିଲା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଏକ ରେଳ ଧାରଣାରେ ଶୋଇ ପଡିଥିବା ୧୫ ଜଣ ଶ୍ରମିକଙ୍କ ଉପରେ ରେଳଗାଡି ମାଡି ଗଲା। ସେଥିରେ ସେମାନେ ପ୍ରାଣ ହରାଇଛନ୍ତି। ରେଳଗାଡି କୁ ଦୋଷ ଦେଇ ଲାଭ ନାହିଁ। ସେ ତ ଲୁହାରେ ତିଆରି ମେସିନ। ହେଲେ ଏ ଦେଶରେ ଚାଲିଥିବା ସରକାର ବି ଲୁଆରେ ତିଆରି ମେସିନ କି? ମଣିଷମାନେ ଆମ ଦେଶର ସରକାର ଚଳାଉଛନ୍ତି ନା ମେସିନ ମାଧ୍ୟମରେ ଆମର ସରକାର ଚାଲିଛି? ରେଳ ଧାରଣାରେ ଶୋଇ ପଡିଥିବା ଏ ଶ୍ରମିକମାନଙ୍କର ଏକମାତ୍ର ଦୋଷ ହେଉଛି ଏମାନେ ଗରିବ ଓ ନିରକ୍ଷର। ଏମାନେ ଭାବିଲେ ରେଳ ଚାଲୁନି, ତେଣୁ ରେଳ ଧାରଣାରେ ଶୋଇପଡିଲେ।

ମଣିଷ କେତେ ଅସହାୟ ହେଲେ ଯାଇ ରେଳ ଧାରଣାରେ ଶୋଇପଡେ? ଗତ ମାର୍ଚ୍ଚ ୨୪ ତାରିଖରୁ ହଜାର ହଜାର ଶ୍ରମିକ ଏମିତି ବାଟ ଚାଲୁଛନ୍ତି। ସେମାନଙ୍କ ପାଇଁ ମା ବାପ କେହି ନାହାନ୍ତି। ରାସ୍ତାରେ ଚାଲି ଚାଲି ଗଲାବେଳେ ସେମାନେ ଖାଇବାକୁ ନ ପାଇ ମରୁଛନ୍ତି। ଅନେକ ଜାଗାରେ ପୋଲିସ ହାତରୁ ମାଡ ଖାଇ ବେହୋଶ ହୋଇ ପଡ଼ୁଛନ୍ତି। ରାସ୍ତାରେ ପୋଲିସ ବାଡଉଥିବାରୁ ଅନେକ ସମୟରେ ସେମାନେ ରେଳଧାରଣା କଡେ କଡେ କିମ୍ବା ଜଙ୍ଗଲ ବାଟ ଦେଇ ଆସୁଛନ୍ତି।

ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଫେରୁଥିବା ଏହି ଶ୍ରମିକମାନେ ଚାଲି ଚାଲି ଏତେ ଥକି ପଡିଥିଲେ ଯେ, ସେମାନେ ରେଳଧାରଣା ଉପରେ ହିଁ ଶୋଇ ପଡିଥିଲେ ଆଉ ସେଠାରେ ମୃତ୍ୟୁ ସେମାନଙ୍କୁ ଉଠେଇ ନେଇଗଲା। ଗତ ୪୫ ଦିନ ହେଲା ଏମିତି ଦୃଶ୍ୟ ସବୁ ଆମେ ପ୍ରତିଦିନ ଦେଖୁଛୁ। ସେମାନଙ୍କୁ ବଞ୍ଚାଇବାକୁ ବା ଆହା ପଦେ କହିବାକୁ କେହି ନାହାନ୍ତି। ବର୍ତ୍ତମାନ ସମୟରେ କରୋନା ଭୂତାଣୁ ଅପେକ୍ଷା ଭୋକର ଭୟ ଓ ଦାରିଦ୍ର୍ୟ ଏ ଦେଶର କୋଟି କୋଟି ଶ୍ରମିକଙ୍କର ମେରୁଦଣ୍ଡ ଭାଙ୍ଗି ସାରିଲାଣି।

ସେମାନେ ଜାଣନ୍ତି ନାହିଁ, ସେମାନଙ୍କର ଭବିଷ୍ୟତ କଣ? ସେମାନେ କେଉଁଠି ରହିବେ? ପ୍ରଧାନମନ୍ତ୍ରୀଙ୍କ କଥା ମାନି ଯେଉଁଠି ଅଛନ୍ତି ସେଠି ରହିଲେ,  ନା ଖାଇବାକୁ ମିଳିବ, ନା ଘରମାଲିକ ବାହାରକୁ ଯିବାକୁ ଦେବ। ଏବେ ଦେଖାଯାଉଛି ଅହମଦାବାଦ, ସୁରତ, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା ଭଳି ସହରରେ ଯେଉଁ ଶ୍ରମିକମାନେ ରହିଥିଲେ, ସେମାନଙ୍କ ମଧ୍ୟରୁ ଅନେକ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇସାରିଛନ୍ତି। ସେମାନେ ରହୁଥିବା ରାଜ୍ୟର ସରକାରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁନାହାନ୍ତି। ଏବେ ଭାଇରସ ଓ ଭୋକ, ଦୁଇଟି ଭୟଙ୍କର ବନ୍ଧନୀରେ ସେମାନଙ୍କର ଜୀବନ ଅସହାୟ ହୋଇ ପଡିଛି।

ଲକ ଡାଉନର ପ୍ରଥମ ସୋପାନ ବେଳୁ, ଶ୍ରମିକମାନଙ୍କର ସମସ୍ୟା ଯେ ଉଗ୍ର ହେବାକୁ ଯାଉଛି, ସେକଥା ସ୍ପଷ୍ଟ ହୋଇ ସାରିଥିଲା। ଏହାରି ଭିତରେ ଲକ ଡାଉନ ର ଦୁଇଟି ସୋପାନ ଯାଇ ଏବେ ତୃତୀୟ ସୋପାନ ଚାଲୁଛି। ସରକାର କହୁଛନ୍ତି, ଅର୍ଥନୀତିକୁ ଚଳ ଚଞ୍ଚଳ କରିବାକୁ ଏବେ କଳ କାରଖାନା ଖୋଲାଯିବ। ହେଲେ କାରଖାନା ଖୋଲା ହେବା ବେଳକୁ ଅନେକ ଶ୍ରମିକ ଏବେ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ଗତ ୪୫ ଦିନ ଭିତରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କଥା ରାଜ୍ୟ ସରକାରମାନେ ଚିନ୍ତା କରିନାହାନ୍ତି।

ଅନିର୍ଦ୍ଦିଷ୍ଟ ଭବିଷ୍ୟତକୁ ଆଖିରେ ରଖି ଲକ୍ଷ ଲକ୍ଷ ଭାରତୀୟ ଶ୍ରମିକ ଆଜି ବାଟ ଚାଲୁଛନ୍ତି ଓ ବାଟରେ ମରୁଛନ୍ତି। ସେମାନଙ୍କର ହିସାବ ସରକାରଙ୍କ ପାଖରେ ନାହିଁ। ଏପଟେ ନିଜ ରାଜ୍ୟକୁ ଫେରିବାକୁ ଚେଷ୍ଟା କଲାବେଳେ, ସେଠି ମଧ୍ୟ ହଜାର ପ୍ରତିବନ୍ଧକ। ଅନ୍ୟ ରାଜ୍ୟରୁ ଆସିବା ସେମାନଙ୍କ ଜରିଆରେ ସଂକ୍ରମଣ ବ୍ୟାପୁଛି ବୋଲି ଗଣମାଧ୍ୟମ ଜରିଆରେ ଏମିତି ପ୍ରଚାର ଚାଲିଛି ଯେ, ସେମାନେ ଏବେ ନିଜ ଘରେ ପହଞ୍ଚିବା ମୁସ୍କିଲ। ଓଡିଶାରେ ସେମାନଙ୍କର ବିକଳ ଅବସ୍ଥା ଆମେ ଦେଖୁଛୁ।

ଗୁଜରାଟରୁ ଫେରୁଥିବା ପାଖାପାଖି ୫୦ ଜଣ ଓଡିଆ ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଏବେ ଘୋର ଘୃଣାର ବାତାବରଣ ବଢିଛି। ସେମାନଙ୍କୁ ବିନା ପରୀକ୍ଷାରେ ରାଜ୍ୟକୁ ନ ଆଣିବା ଲାଗି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ସ୍ଥିତି ଆହୁରି ଜଟିଳ ହୋଇ ପଡିଛି। ହାଇକୋର୍ଟଙ୍କ ଉଦ୍ଦେଶ୍ୟ ହୁଏତ ଭଲ, ହେଲେ ଏହା ପଛରେ ବାସ୍ତବତା କଣ ସେ କଥା ବୋଧହୁଏ ମାନ୍ୟବର ହାଇକୋର୍ଟ ବିଚାର କରିନାହାନ୍ତି।

ଆଜି ପର୍ୟନ୍ତ ସାରା ଦେଶରେ ମାତ୍ର ୧୪ ଲକ୍ଷ କରୋନା ପରୀକ୍ଷା ସମ୍ଭବ ହୋଇଛି। ପୂରା ରାଜ୍ୟରେ ଏ ପର୍ୟନ୍ତ ୫୦,୫୦୦ ପରୀକ୍ଷା ସମ୍ଭବ ହୋଇଛି। ସେଥିରେ ୫-୭ ଲକ୍ଷ ପ୍ରବାସୀ ଓଡିଆ ଶ୍ରମିକଙ୍କର ପରୀକ୍ଷା ସମ୍ଭବ କି? ପୁନଶ୍ଚ କରୋନା ପରୀକ୍ଷା ଅତ୍ୟନ୍ତ ବ୍ୟୟ ତଥା ସମୟ ସାପେକ୍ଷ। ପାଞ୍ଚ ଲକ୍ଷ ଲୋକଙ୍କ ପରୀକ୍ଷା ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟ ହୋଇପାରେ। ସବୁଠୁ ବଡ ପ୍ରଶ୍ନ ହେଉଛି, ସମସ୍ତଙ୍କର କରୋନା ପରୀକ୍ଷା ଜରୁରୀ କି? କେବଳ କିଛି ନିର୍ଦ୍ଦିଷ୍ଟ ପ୍ରତିଶତ ନମୂନା ପରୀକ୍ଷା କଥା ହୁଏତ ବିଚାରଯୋଗ୍ୟ। ହେଲେ ସମସ୍ତଙ୍କର ପରୀକ୍ଷା ପରେ ଯାଇ ରାଜ୍ୟକୁ ପ୍ରବେଶ ଅନୁମତି ଦେବା, ଏକ ଅବାସ୍ତବ ଚିନ୍ତା।

ସବୁ ଅନୁଷ୍ଠାନ ତଥା କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦେଶର ଗରୀବ ଶ୍ରମିକମାନଙ୍କୁ ଫୁଟବଲ ଭଳି ଖେଳି ଚାଲିଛନ୍ତି। ବୋଧେ ଗରିବ ହେବା, ଦେଶର ସବୁଠୁ ବଡ ଅପରାଧ ପାଲଟି ଯାଇଛି। ଲକ ଡାଉନ କରୋନା ଭୂତାଣୁ କୁ ରୋକିବାରେ ସମର୍ଥ ହୋଇନାହିଁ, ହେଲେ ଏହା ଦେଶର ଗରିବ ଶ୍ରମିକ,କୃଷକ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ସବୁଠୁ ବଡ ଅଭିଶାପ ପାଲଟି ଯାଉଛି।

Top News କରୋନା ଭାଇରସ କେଦାର ମିଶ୍ର କେଦାରମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.